ମୁମ୍ବାଇ: ଖରିଫ ଫସଲକୁ ନଷ୍ଟଭ୍ରଷ୍ଟ କରିଦେଇଥିବା ମରୁଡ଼ି ଦ୍ୱାରା ମହାରାଷ୍ଟ୍ରର ପ୍ରାୟ ୯୦ଲକ୍ଷ କୃଷକ ପ୍ରଭାବିତ ହୋଇଛନ୍ତି ବୋଲି ଅଧିକାରିକ ତଥ୍ୟ ଦର୍ଶାଉଛି। ଏହି ସଂଖ୍ୟା ସ୍ୱିଡେନର ଜନସଂଖ୍ୟା ସହ ପ୍ରାୟ ସମାନ।
ମହାରାଷ୍ଟ ବର୍ତ୍ତମାନ ସୁଦ୍ଧା ଏହାର କୃଷି ବିପର୍ଯ୍ୟୟ ପାଇଁ ଜଣାଶୁଣା ଏବଂ ସାରା ଦେଶରେ ସର୍ବାଧିକ ସଂଖ୍ୟକ କୃଷକ ଆତ୍ମହତ୍ୟା ଏହିଠାରେ ହୋଇଥିବା ଜଣାଯାଇଛି। ଏହି ବିପର୍ଯ୍ୟୟ- ଏକ ବିଳମ୍ବିତ ଏବଂ ଅପର୍ଯ୍ୟାପ୍ତ ମୌସୁମୀ ଦ୍ୱାରା ଆସିଛି- ଯାହାକି ଏହାର କୃଷକମାନଙ୍କ ହତାଶାକୁ ଆହୁରି ଗମ୍ଭୀର କରିଦେବାକୁ ପ୍ରସ୍ତୁତ ହୋଇଛି।
ଏହା ଗତବର୍ଷର କୁଆପଥର ମାଡ଼ରେ ହୋଇଥିବା ଫସଲ ନଷ୍ଟ ପରେ ପରେ ଆସିଥିଲା ଯାହାକି କୃଷକମାନଙ୍କୁ କଠିନ ଆଘାତ ଦେଇଥିଲା।
କୃଷି ବିଭାଗର ତଥ୍ୟ ପ୍ରଦର୍ଶିତ କରୁଛି ଯେ, ରାଜ୍ୟର ୧.୩୭ କୋଟି କୃଷକଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ମରୁଡ଼ି ଦ୍ୱାରା ପ୍ରଭାବିତ। ଯାହାକି ମୁଖ୍ୟତଃ ମରାଠାଓ୍ୱାଡା ଓ ବିଦର୍ଭ ଅଞ୍ଚଳକୁ ପ୍ରଭାବିତ କରିଛି। ଏହି ଅଞ୍ଚଳଗୁଡ଼ିକ ଐତିହାସିକ ଭାବରେ ରାଜ୍ୟର ସବୁଠାରୁ ବଞ୍ଚିତ ଅଞ୍ଚଳ।
ଦୁଇ ସପ୍ତାହ ତଳେ ରାଜ୍ୟ ସରକାର ଔପଚାରିକ ଭାବରେ ଘୋଷଣା କରିଥିଲେ ଯେ ଏହାର ୬୦% ଗ୍ରାମ ‘ମରୁଡ଼ିପ୍ରାୟ ପରିସ୍ଥିତି’ ସାମ୍ନା କରୁଛନ୍ତି। ଏହାର ଅର୍ଥ ହେଉଛି ଯେ, ସେମାନେ ଏହି ଅଞ୍ଚଳରେ ମାନକ ଅମଳଠାରୁ ୫୦% କମ୍ ଅମଳର ଖବର ପାଇଛନ୍ତି। ସମ୍ପୂର୍ଣ୍ଣ ସଂଖ୍ୟାରେ ଦେଖିବାକୁ ଗଲେ ରାଜ୍ୟର ୩୯୪୫୩ ଗ୍ରାମ ମଧ୍ୟରୁ ୨୩୮୧୧ ଏହି ଶ୍ରେଣୀ ମଧ୍ୟରେ ଆସୁଛି। ଅଧିକାରୀ ଜଣଙ୍କ କହିଛନ୍ତି ଏହା ଚଳିତବର୍ଷ ପାଇଁ ରାଜ୍ୟର କୃଷକ ଫଳାଫଳରେ ଏକ ଭୀଷଣ ଅବନ୍ନତି ଆଣିବ।



