ବୀଡ : ନିଜର ଛୋଟ ଯଅ କ୍ଷେତକୁ ନେଇ ତାଙ୍କ ମନରେ ଅନେକ ଆଶା ଥିଲା। ଗତ ଅକ୍ଟୋବର ମାସରେ ମରୁଡ଼ି ଯୋଗୁ ତାଙ୍କର କପା ଫସଲ ନଷ୍ଟ ହୋଇଯିବା ପରେ ସନ୍ଦୀପ ଶିନ୍ଦେ ଖୁବ ଯତ୍ନର ସହିତ ଯଅ ଚାଷ କରିଥିଲେ। ତଥାପି ନୂଆ ଫସଲ ଅମଳର କିଛିଦିନ ପୂର୍ବରୁ ଗତ ସପ୍ତାହରେ ଖୁବ ଜୋରରେ ବର୍ଷା ସବୁକିଛି ନଷ୍ଟ ହୋଇଯାଇଥିଲା। ଯଅ ଗଛ ମାଟିରେ ମିଶିଯାଇଥିଲା ଏବଂ ସେଥିରେ ଥିବା ଶସ୍ୟ କଳା ପଡ଼ିଯାଇଥିଲା। ଏହାର କିଛି ଘଣ୍ଟା ପରେ ଏହି ୨୭ ବର୍ଷୀୟ କୃଷକ ପାଟୋଦା ତାଲୁକା ନିକଟରେ ଥିବା ଚାଷ ଜମି ପାଖରେ ଏକ ଗଛରେ ନାଇଲନ ରଶି ବେକରେ ଲଗାଇ ଝୁଲି ପଡ଼ିଥିଲା।


Jalna, Maharashtra
|TUE, APR 07, 2020
ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା ୪୦ ପ୍ରତିଶତ ବୃଦ୍ଧି
‘ରାଜ୍ୟ ସରକାର’- ମୁଖ୍ୟତଃ ରାଜସ୍ଵ ବିଭାଗଠାରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ, ଚାଷୀ ଆତ୍ମହତ୍ୟା ଘଟଣା ୪୦ ପ୍ରତିଶତ ବୃଦ୍ଧି ପାଇଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟ ସହ ମିଶାଇ ଏହାକୁ ଦେଖାଯିବା ଉଚିତ ନୁହେଁ, ଯାହା ଏହାଠାରୁ ଢେର ଅଧିକ ହୋଇପାରେ।
Author
Translator

Priyanka Kakodkar
ଏହି ଶୁଷ୍କ ଅଞ୍ଚଳରେ ଗତ ୩ ବର୍ଷ ହେବ ଶିନ୍ଦେ ଭଲ ଫସଲ ଅମଳ କରିପାରୁନଥିଲେ। ଫଳରେ ତାଙ୍କର ଋଣ ଭାର ୧.୨ ଲକ୍ଷ ଟଙ୍କାରେ ପହଞ୍ଚିଯାଇଥିଲା। ମରୁଡ଼ି ଏବଂ ବର୍ଷା ମାଡ଼ ଯୋଗୁ ସେ ବାରମ୍ବାର ଫସଲ ହାନିର ଶିକାର ହେଉଥିଲେ। “ସେ ତାଙ୍କ ଋଣବୋଝକୁ ନେଇ ଚିନ୍ତାରେ ଥିଲେ ଏବଂ ଶ୍ରମିକ ଭାବେ କାମ କରିବା ଲାଗି ବାହାରକୁ ଚାଲିଯିବାକୁ ଚିନ୍ତା କରୁଥିଲେ,” ବୋଲି କୁହନ୍ତି ତାଙ୍କର ପରିବାର ବନ୍ଧୁ ରାଜାଭାଉ ଦେଶମୁଖ।
ତାଙ୍କର ବିଧବା ଶୋଭା ତାଙ୍କର ଚାରି ବର୍ଷର ପୁଅ ଏବଂ ଏକ ବର୍ଷର ଝିଅ ବିଷୟରେ ଚିନ୍ତିତ | ସେ କୁହନ୍ତି, ମୁଁ ପିଲାମାନଙ୍କ ପାଇଁ କ୍ଷୀର ମଧ୍ୟ ଦେଇପାରିବି ନାହିଁ।’’

Priyanka Kakodkar
ଚାଷୀ ଆତ୍ମହତ୍ୟା ମହାମାରୀ ଭଳି ବ୍ୟାପୀ ଚାଲିଥିବା ରାଜ୍ୟରେ ବ୍ୟାପକ ମରୁଡ଼ି ପରେ ଅଦିନିଆ ବର୍ଷା ଓ ଝଡ଼ ଅଧିକାଂଶ କୃଷକଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଅଧିକାଂଶ କ୍ଷେତ୍ରରେ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଲଗାତାର ୨ଟି ଋତୁରେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ଗତବର୍ଷ ତୁଳନାରେ ଲଗାତାର ଦୁଇଟି ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ କାରଣରୁ ଗତ ୭ ମାସ ମଧ୍ୟରେ ଚାଷୀ ଆତ୍ମହତ୍ୟା ଘଟଣା ୪୦ ପ୍ରତିଶତ ବୃଦ୍ଧି ପାଇଥିବା ରାଜ୍ୟ ସରକାରଙ୍କ ତଥ୍ୟରେ ଦର୍ଶାଯାଇଛି। ଜାନୁଆରୀରୁ ଜୁଲାଇ ୨୦୧୪ ମଧ୍ୟରେ ରାଜ୍ୟରେ ୯୭୫ଟି ଚାଷୀ ଆତ୍ମହତ୍ୟା ସାମ୍ନାକୁ ଆସିଛି। ମରୁଡ଼ି ସମୟ ଅର୍ଥାତ ଅଗଷ୍ଟ ୨୦୧୪ରୁ ଫେବୃଆରୀ ୨୦୧୫ ମଧ୍ୟରେ ଏହି ମାମଲା ୧,୩୭୩କୁ ବୃଦ୍ଧି ପାଇଛି।
ମରୁଡ଼ି ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ମରାଠୱାଡା ଅଞ୍ଚଳରେ ସମାନ ସମୟ ମଧ୍ୟରେ ଚାଷୀଙ୍କ ଆତ୍ମହତ୍ୟାରେ ତୀବ୍ର ବୃଦ୍ଧି ଘଟିଛି। ଏଠାରେ ଆତ୍ମହତ୍ୟା ୮୫ ପ୍ରତିଶତ ବୃଦ୍ଧି ପାଇଛି। ଏହି ଅଞ୍ଚଳର ପ୍ରତ୍ୟେକ ଗ୍ରାମକୁ ମରୁଡ଼ି ପ୍ରଭାବିତ ବୋଲି ଘୋଷଣା କରାଯାଇଥିଲା।
ଜୟକ୍ଵାଡି ଜଳଭଣ୍ଡାର ନିକଟରେ ଥିବା ଔରଙ୍ଗାବାଦର ବୀଡ ଜିଲ୍ଲା ଅନ୍ତର୍ଗତ ଗେଓରାଇରେ ବଡ଼ ଜମି ମାଲିକମାନେ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ଗତ ଦୁଇ ସପ୍ତାହ ତଳେ ଆତ୍ମହତ୍ୟା କରିଥିବା ଗଙ୍ଗାଧର ଶିନ୍ଦଗେଙ୍କର ଦୁଇ ଏକର ଫାର୍ମ ଥିଲା। “ଆମର ସମ୍ପୂର୍ଣ୍ଣ ଖରିଫ ଫସଲ ନଷ୍ଟ ହୋଇଗଲା। ଆମେ ଆଦୌ ରବି ଫସଲ ବୁଣିପାରିଲୁ ନାହିଁ ”, ବୋଲି ତାଙ୍କ ପୁଅ ମହାଦେବ ଶିନ୍ଦଗେ କୁହନ୍ତି। ସାରା ରାଜ୍ୟରେ ଶୀତକାଳୀନ ରବି ଫସଲ ବୁଣିବା ହାର ୪୦ପ୍ରତିଶତ ହ୍ରାସ ପାଇଥିଲା।
ଅଧିକାରୀମାନେ କୁହନ୍ତି, ରାଜ୍ୟ ୩ ପ୍ରକାର ମରୁଡ଼ିର ଏକ ମିଶ୍ରଣର ସମ୍ମୁଖୀନ ହେଉଛି। ଔରଙ୍ଗାବାଦ ଡିଭିଜନାଲ କମିଶନର ଉମାକାନ୍ତ ଦଙ୍ଗାତ କୁହନ୍ତି, "ଖରାପ ବର୍ଷା ପାଣିପାଗଜନିତ ମରୁଡ଼ିକୁ ସୂଚାଇଥାଏ, ଭୂତଳ ଜଳ ହ୍ରାସ ହାଇଡ୍ରୋଲୋଜିକାଲ ମରୁଡ଼ି ସଙ୍କେତ ଦେଇଥାଏ। ଅମଳ ହ୍ରାସ ହେବାର ଅର୍ଥ ହେଉଛି ଆମର ମଧ୍ୟ କୃଷି ମରୁଡ଼ି ଅଛି।"
ଜଳବାୟୁ ପରିବର୍ତ୍ତନ କାରଣରୁ ପାଣିପାଗ ବଦଳୁଥିବା ସେ କୁହନ୍ତି। “ବିଳମ୍ବରେ ମୌସୁମୀ ଆସିବା ଏବଂ ଚାଲିଯିବା, ଅଦିନିଆ ବର୍ଷା ଏବଂ ଝଡ଼ବର୍ଷା ମଧ୍ୟରେ ଦୀର୍ଘ ଅନ୍ତରାଳ, ଜଳବାୟୁ ପରିବର୍ତ୍ତନ କାରଣରୁ ହିଁ ହେଉଛି”, ସେ କୁହନ୍ତି।
କୃଷି ଅର୍ଥନୀତି ଦ୍ଵାରା କୌଣସି ଲାଭ ମିଳୁନାହିଁ
ପ୍ରାକୃତିକ ଦୁର୍ବିପାକକୁ ବାଦ ଦେଲେ, ବିଶେଷଜ୍ଞମାନେ କୁହନ୍ତି ଯେ ଶ୍ରେଷ୍ଠ ସମୟରେ ମଧ୍ୟ କୃଷି ଅର୍ଥନୀତି ଦ୍ଵାରା ଚାଷୀଙ୍କର କୌଣସି ଲାଭ ହେଉନାହିଁ । “ଚାଷୀମାନେ ମରୁଡ଼ି କାରଣରୁ କମ୍ ଫସଲ ଅମଳ କରୁଛନ୍ତି। ଏହାଛଡ଼ା ଚାଷରେ ଅଧିକ ଖର୍ଚ୍ଚ ଓ ଫସଲର କମ୍ ମୂଲ୍ୟ ଯୋଗୁ ସେମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ସେମାନେ କିପରି ଭାବେ ବଞ୍ଚିବେ?” ବୋଲି ପ୍ରଶ୍ନ କରନ୍ତି କୃଷି କର୍ମୀ ବିଜୟ ଜୱାନ୍ଦିଆ। ମରାଠାୱାଡ଼ା
ଗୋଟିଏ କୁଇଣ୍ଟାଲ କପା ଅମଳ ଲାଗି ୫,୨୦୦ ଟଙ୍କା ଖର୍ଚ୍ଚ ହେଉଛି। ଗତବର୍ଷ ଏହାର କୁଇଣ୍ଟାଲ ପ୍ରତି ବଜାର ଦର ୫,୦୦୦ ଟଙ୍କା ଥିଲା, ଯାହାର ଅର୍ଥ କୃଷକ କ୍ଷତି ସହି କପା ବିକ୍ରି କରିଥିଲେ। ଆଜି ଏହି ଦର ୩,୬୦୦-୩,୮୦୦କୁ ଖସି ଆସିଛି, ବୋଲି ଜଓ୍ବାନ୍ଦିଆ କୁହନ୍ତି।
ଏହାଛଡ଼ା ଅଧିକ ପାଣି ଆବଶ୍ୟକ କରୁଥିବା ଆଖୁ ଚାଷକୁ ପ୍ରୋତ୍ସାହନ ଭଳି ନୀତି ଅଧିକ ଜଳ ସଙ୍କଟ ସୃଷ୍ଟି କରିଥିବା ବିଶେଷଜ୍ଞମାନେ କୁହନ୍ତି। ମରାଠାୱାଡ଼ାରେ ୨.୪ ହେକ୍ଟର ଜମିରେ ଆଖୁ ଚାଷ ହୋଇଛି ଓ ଏଠାରେ ୬୧ଟି ଚିନି କାରଖାନା ରହିଛି।
“ଗୋଟିଏ ହେକ୍ଟର ଆଖୁ ପାଇଁ ଉପଯୋଗ ହେଉଥିବା ପାଣି ୮ ହେକ୍ଟର ରବି ଯଅ ଫସଲକୁ ଜଳସେଚିତ କରିପାରିବ। ଏହା ଜଳସଙ୍କଟଗ୍ରସ୍ତ ଅଞ୍ଚଳରେ ଚାଷ ହୋଇପାରିବ ନାହିଁ। ଆଖୁ ରାଜ୍ୟର ୫ ପ୍ରତିଶତ ଜମିରେ ଚାଷ ହେଉଥିଲେ ବି ଜଳସେଚନ ୬୦ ପ୍ରତିଶତ ଜଳ ଟାଣି ନେଇଥାଏ”, ବୋଲି କୁହନ୍ତି ମରାଠାୱାଡ଼ା ବୈଧାନିକ ବିକାଶ ବୋର୍ଡର ବିଶେଷଜ୍ଞ ସଦସ୍ୟ ପ୍ରଦୀପ ପୁରନ୍ଦରେ।
ମରାଠାୱାଡ଼ାରେ ଜଳସଚେନ ସୁବିଧା ଆରମ୍ଭରୁ ରହିଛି। କିନ୍ତୁ ଏଥିରେ ଥିବା ସମ୍ଭାବନାର ଖୁବ କମ ଉପଯୋଗ ହେଉଛି। ଡିଭିଜନାଲ କମିଶନରଙ୍କ ତଥ୍ୟ ଅନୁଯାୟୀ ମରାଠାୱାଡ଼ାରେ ୧୦ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ଥିଲେ ମଧ୍ୟ ମାତ୍ର ୩ ହେକ୍ଟର ଜମିରେ ଜଳସେଚନ ହୋଇପାରୁଛି।
ଜଳସେଚନ ସୁବିଧାର ଦୁର୍ବଳ ପରିଚାଳନା କାରଣରୁ ଚାଷୀମାନେ ନଳକୂପ ଓ ଗଭୀର କୂପ ଖନନ କରି ବ୍ୟାପକ ମାତ୍ରାରେ ଭୂତଳ ଜଳ ଦୋହନ କରିଚାଲିଛନ୍ତି। ଗତ ୫ ବର୍ଷ ତୁଳନାରେ ଏହି କ୍ଷେତ୍ରର ଅଧିକାଂଶ ତାଲୁକାରେ ଭୂତଳ ଜଳସ୍ତର ବ୍ୟାପକ ଭାବେ ହ୍ରାସ ପାଇବା କାରଣରୁ ଜଳସଂକଟ ବୃଦ୍ଧି ପାଇଛି।
ଫଟୋ : ଶେଖ ଅଜିଜ
ରିପୋର୍ଟ ୪ : ଏହି ଖବରର ମୂଳ ସଂସ୍କରଣ ୨୨ ମାର୍ଚ୍ଚ ୨୦୧୫ରେ ଦ ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶ ପାଇଥିଲା।
ଏହି ଶୃଙ୍ଖଳାରେ ଅଧିକ :
ରିପୋର୍ଟ ୧ : ପାଖାପାଖି ୮୦୦୦୦ ବାସହୀନ ବୃଦ୍ଧ ଭୋକିଲା
ରପୋର୍ଟ ୨ : ମହାରାଷ୍ଟ୍ରରେ ମରୁଡ଼ି ଦ୍ୱାରା ୯୦ ଲକ୍ଷ କୃଷକ ପ୍ରଭାବିତ
ରିପୋର୍ଟ ୩ : ମରୁଡ଼ି ଯୋଗୁଁ ଖରିଫ ଫସଲ ପ୍ରଭାବିତ ଡାଲି ଫସଲରେ ବ୍ୟାପକ କ୍ଷତି
ରିପୋର୍ଟ ୫: କୃଷି କଷ୍ଟ: ଯେଉଁଠି ଗୋଟିଏ ପାତ୍ର ଭରିବା ଲାଗି ଗ୍ରାମବାସୀଙ୍କୁ ଲାଗୁଛି ଘଣ୍ଟା ଘଣ୍ଟା ସମୟ
ରିପୋର୍ଟ ୬ : ମରୁଡ଼ି ଜନିତ ସ୍ଥାନାନ୍ତର ଯୋଗୁଁ ବୟସ୍କ ପାଲଟୁଛନ୍ତି କୃଷି ଶ୍ରମିକ
ରିପୋର୍ଟ ୭: ମରୁଡ଼ି ପୀଡ଼ିତ ମରାଠାୱାଡ଼ାରେ ୪୮ଟି ନଳକୂପ ଥିବା ଚାଷୀ
ରିପୋର୍ଟ ୮: ବ୍ୟାଙ୍କ ଆକାଉଣ୍ଟ ନଥିବାରୁ ମହାରାଷ୍ଟ୍ରର ମରୁଡ଼ି ପୀଡ଼ିତ ଚାଷୀ ସହାୟତାରୁ ବଞ୍ଚିତ।
ରିପୋର୍ଟ ୯: ଚାଷୀ ବୀମା ସପକ୍ଷରେ ମହାରାଷ୍ଟ୍ର ସରକାରଙ୍କ ଯୁକ୍ତି ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଉଲ୍ଲେଖ କଲେ ବିରୋଧୀ
ରିପୋର୍ଟ ୧୦: ଅଧ୍ୟୟନ: କୃଷକଙ୍କୁ ମିଳୁନି, ଋଣ ଶୋଷି ନେଉଛନ୍ତି କୃଷି କର୍ପୋରେଟ
ରିପୋର୍ଟ ୧୧: ଚାଷୀଙ୍କୁ ମିଳୁଥିବା ୨୫ ହଜାର ଟଙ୍କାର ପ୍ରତ୍ୟକ୍ଷ ଋଣ ହାର ୨୩%ରୁ ୪.୩%କୁ ହ୍ରାସ
ରିପୋର୍ଟ ୧୨ : ମହାରାଷ୍ଟ୍ର ୭୦,୦୦୦ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମଧ୍ୟରୁ ମାତ୍ର ୧୨ ପ୍ରତିଶତ କାମରେ ଲାଗୁଛି
ରିପୋର୍ଟ ୧୩ : ଅଦିନିଆ ବର୍ଷା : ମାତ୍ର ତିନି ମାସ ମଧ୍ୟରେ ମହାରାଷ୍ଟ୍ରରେ ୬୦୧ ଚାଷୀଙ୍କ ଆତ୍ମହତ୍ୟା
ରିପୋର୍ଟ ୧୪ : ‘ଅଦିନିଆ ବର୍ଷା କାରଣରୁ ମହାରାଷ୍ଟ୍ରରେ ମାତ୍ର ୩ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି’
ରିପୋର୍ଟ ୧୫ : କମ୍ ଚାଷୀ ମୃତ୍ୟୁ ହାର ସପକ୍ଷରେ ରାଜ୍ୟ ସରକାରଙ୍କ ଯୁକ୍ତି: ଆତ୍ମହତ୍ୟା କରିଥିବା ମାତ୍ର ୩ ଜଣ ଅଦିନିଆ ବର୍ଷାକୁ ଦାୟୀ କରିଛନ୍ତି
ରିପୋର୍ଟ ୧୬ : ଗୋମାଂସ ନିଷେଧ, କିନ୍ତୁ ଗୋଟିଏ ହେଲେ ସରକାରୀ ଗୋଶାଳା ଦେଖାଯାଉନାହିଁ
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ମହାରାଷ୍ଟ୍ରରେ-ଚାଷୀ-ଆତ୍ମହତ୍ୟା-୪୦-ପ୍ରତିଶତ-ବୃଦ୍ଧି

