ଏହି ବର୍ଷ ମରୁଡ଼ି ଏତେ ବ୍ୟାପକ ଥିଲା ଯେ ୨୦ଏକର ପର୍ଯ୍ୟନ୍ତ ଜମି ଥିବା କୃଷକମାନେ ମଧ୍ୟ ଗେଗୋରାଇ ତାଲୁକାର ପ୍ରବାସିମାନଙ୍କ ସହ ଯୋଗ ଦେଇଛନ୍ତି, ଯେଉଁଠାରେ ଅନେକ ଋଣଗ୍ରସ୍ତ ଚାଷୀ ଆତ୍ମହତ୍ୟା କରିଛନ୍ତି। ୨୦ଏକର ପାରିବାରିକ ଜମି ଥିବା ଭରତ ସେଣ୍ଡଗେ କହିଛନ୍ତି, ‘‘ମୋର ଦୁଇ ଭାଇ ଏହି ବର୍ଷ ପ୍ରଥମ କରି ଆଖୁ କଟାଳି ଭାବରେ କାମ କରିବାକୁ ଯାଇଛନ୍ତି’’।
ୟେଭାଲେଓ୍ୱାଡି, ଯେଉଁଠାରେ କୃଷକମାନେ ମରୁଡ଼ି ଯୋଗୁଁ ଦୁଇଟି ଫସଲ ହରାଇଛନ୍ତି, ସେଠାରେ ଏକରୁ ଅଧିକ ପରିବାର ସଦସ୍ୟ ପ୍ରବାସକୁ ଯାଇଛନ୍ତି। ଭାଉସାହେବ ୟେଭାଲେ କୁହନ୍ତି, ‘‘ଗତବର୍ଷ ମୋର ଗୋଟିଏ ପୁଅ ଆଖୁ କଟାଳି ଭାବରେ କାମ କରିଥିଲା, ଏବର୍ଷ ମୋର ଦୁଇପୁଅ ଯାକ ଯାଇଛନ୍ତି।’’ ଏହି ପରିବାରର ଟ. ୭୦,୦୦୦ ବ୍ୟାଙ୍କ ଋଣ ଅଛି।
ବିଳମ୍ବିତ କ୍ଷତିପୂରଣ
ଯଦିଓ ରାଜ୍ୟ ସରକାର ଦାବି କରନ୍ତି ଯେ ସେ ପ୍ରାୟ ଟ. ୪ହଜାର କୋଟି ଫସଲ ହରାଇଥିବା କୃଷକମାନଙ୍କୁ ସହାୟତା ଭାବରେ ପ୍ରଦାନ କରିଛନ୍ତି, ଏଠାରେ ଅନେକ କୁହନ୍ତି ସେମାନେ ଅର୍ଥ ପାଇନାହାନ୍ତି। ଏହାକୁ ସିଧାସଳଖ ଜମାଖାତାକୁ ପଠାଇଦେବା ନିମନ୍ତେ ରାଜ୍ୟର ନିଷ୍ପତ୍ତି ଯେଉଁମାନଙ୍କର ବ୍ୟାଙ୍କ ପର୍ଯ୍ୟନ୍ତ ଗତାଗତ ନାହିଁ ସେମାନଙ୍କ ପାଇଁ ମୁଖ୍ୟ ପ୍ରତିବନ୍ଧକ ହୋଇଛି। ରାଜ୍ୟର କୃଷିମନ୍ତ୍ରୀ ଏକନାଥ ଖଡ଼ସେ ଦାବି କରନ୍ତି, ‘‘ବର୍ତ୍ତମାନ ସୁଦ୍ଧା ୯୦% କୃଷକ ଅର୍ଥ ଗ୍ରହଣ କରିସାରିଛନ୍ତି। ଯେଉଁମାନଙ୍କର ଜମାଖାତା ନାହିଁ, ସେମାନେ ଆମର ଜନଧନ ଯୋଜନାରେ ଖାତା ଖୋଲିପାରିବେ।’’
ଏମ୍ଏନ୍ଆର୍ଇଜିଏ କାମ କାଣ୍ଟଛାଣ୍ଟ?
ଏହି ଅଞ୍ଚଳର ଗ୍ରାମଗୁଡ଼ିକ ଏମ୍ଏନ୍ଆରଇଜିଏର ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅଧୀନରେ କାମର ଅଭାବ ସମ୍ପର୍କରେ ଅଭିଯୋଗ କରନ୍ତି, ଯାହାକି ଅନ୍ୟଥା ପ୍ରବାସ ହ୍ରାସ କରିବାରେ ସହାୟକ ହୋଇଥାନ୍ତା। ବିଡ୍ଜିଲ୍ଲାରେ ୮ଲକ୍ଷ ପଞ୍ଜୀକୃତ ଶ୍ରମିକ ଅଛନ୍ତି କିନ୍ତୁ ବର୍ତ୍ତମାନ ମାତ୍ର ୯,୨୯୧ଜଣ ନିଯୁକ୍ତି ପାଇଛନ୍ତି।
ଗେଗୋରାଇର ରଞ୍ଜନୀ ଗ୍ରାମର ସରପଞ୍ଚ ଗଣେଶ ସାଓ୍ୱନ୍ତ କୁହନ୍ତି, ‘‘ଏହି ଋତୁରେ ଆମେ ଗ୍ରାମରେ କୌଣସି ଏମ୍ଏନ୍ଆରଇଜିଏ କାମ ପାଇବାକୁ ସମର୍ଥ ହୋଇନାହୁଁ।’’
ତଥାପି ଅଧୀକାରୀମାନେ କୁହନ୍ତି, ଏମ୍ଏନ୍ଆରଇଜିଏ କାମ ହ୍ରାସ ହୋଇନାହିଁ। କୃଷିମନ୍ତ୍ରୀ ଖଡ଼ସେ କୁହନ୍ତି, ‘‘ଆଖୁ କାଟିବା ଏକ ପାରମ୍ପରିକ ପେଶା। ଏହା ଏମ୍ଏନ୍ଆରଇଜିଏ କାମ ତୁଳନାରେ ଅଧିକ ପାଉଣା ଦେଇଥାଏ ଏବଂ ଲୋକମାନେ ବୃହତ୍ତ ପରିମାଣର ଅଗ୍ରୀମ ମଧ୍ୟ ପାଇବାକୁ ସମର୍ଥ ହୋଇଥାନ୍ତି। ତେଣୁ ସେମାନେ ଏହାକୁ ପସନ୍ଦ କରନ୍ତି’’।
ଆଖୁ କଟାଳିମାନେ ଋତୁ ଆରମ୍ଭରେ ଟ. ୩୦,୦୦୦-୬୦,୦୦୦ ମଧ୍ୟରେ ଆଗୁଆ ପାଉଣା ପାଇଥାନ୍ତି, ଯାହାକି ସେମାନଙ୍କୁ ବାକିଆ ଋଣ ଶୁଝିବାରେ ସାହାଯ୍ୟ କରେ। ଏହି କାମ ଗୋଟିଏ ସ୍ୱାମୀ-ସ୍ତ୍ରୀ ଯୋଡ଼ି ପାଇଁ ଦିନକୁ ପ୍ରାୟ ଟ. ୩୦୦-୪୦୦ଟଙ୍କା ଦେଇଥାଏ। ଯାହାକି ଏମ୍ଏନ୍ଆରଇଜିଏ ମଜୁରୀ ତୁଳନାରେ ଖୁବ୍ଅଧିକ।
ତେବେ ସଂଘର ନେତା ଅନ୍ଧାଲେ କୁହନ୍ତି, ଏପ୍ରିଲ ଓ ମେ ମାସରେ ଆଖୁ ଶ୍ରମିକମାନେ ସେମାନଙ୍କର ଗାଁ’କୁ ଫେରି ଆସିବା ପରେ ଏମ୍ଏନ୍ଆରଇଜିଏର କାମ ହିଁ କେବଳ ସେମାନଙ୍କର ଜୀବନରେଖା ହେବ। ସେ କୁହନ୍ତି, ‘‘ସେତେବେଳ ସୁଦ୍ଧା ଅଧିକ କାମ ସୃଷ୍ଟି କରିବା ଗୁରୁତ୍ୱପୂର୍ଣ୍ଣ।’’
ରିପୋର୍ଟ ୬: ଏହି କାହାଣୀର ମୌଳିକ ସଂସ୍କରଣ ୨୪ ମାର୍ଚ୍ଚ ୨୦୧୫ରେ ଟାଇମ୍ସ ଅଫ୍ଇଣ୍ଡିଆରେ ପ୍ରକାଶିତ ହୋଇଥିଲା।
ଏହି ସିରିଜ୍ର ଆଉ ଅଧିକ :
ରିପୋର୍ଟ-୧: ପ୍ରାୟ ୮୦ହଜାର ବାସହୀନ ବୟସ୍କ ଭୋକିଲା ରହୁଛନ୍ତି
ରିପୋର୍ଟ-୨: ମହାରାଷ୍ଟ୍ରରେ ୯୦ଲକ୍ଷ କୃଷକ ଦୁର୍ଭିକ୍ଷରେ ପୀଡ଼ିତ
ରିପୋର୍ଟ-୩: ଖରିଫ ଫସଲ ଉପରେ ଦୁର୍ଭିକ୍ଷର ମାଡ଼ , ଡାଲି ପେଶି ହେଉଛି
ରିପୋର୍ଟ-୪: ମହାରାଷ୍ଟ୍ରରେ କୃଷକ ଆତ୍ମହତ୍ୟାରେ ୪୦% ବୃଦ୍ଧି
ରିପୋର୍ଟ-୫: ତିକ୍ତ ଅମଳ- ଯେଉଁଠି ଗ୍ରାମବାସୀମାନେ ମାଠିଆ ଭରିବା ପାଇଁ ଘଣ୍ଟା ଘଣ୍ଟା ଖୋଳନ୍ତି
ରିପୋର୍ଟ-୭: ଦୁର୍ଭିକ୍ଷ ପ୍ରପିଡ଼ିତ ମରଠାଓ୍ୱାଡାରେ ୪୮ ବୋରଓ୍ୱେଲ୍ର ମାଲିକ
ରିପୋର୍ଟ-୮: ବ୍ୟାଙ୍କ ଜମାଖାତା ନଥିବା ମହରାଷ୍ଟ୍ରର ଦୁର୍ଭିକ୍ଷ ପ୍ରପୀଡ଼ିତ କୃଷକମାନଙ୍କୁ ସାହାଯ୍ୟ ମନା
ରିପୋର୍ଟ-୯: ବିପକ୍ଷ ଟିଓଆଇ ଆତ୍ମହତ୍ୟା ରିପୋର୍ଟ ଦେଖାଇବା ବେଳେ ମହାରାଷ୍ଟ୍ର ସରକାର କହୁଛନ୍ତି କୃଷକ ବୀମା ବିଚାର କରିବେ
ରିପୋର୍ଟ-୧୦: ଅଧ୍ୟୟନ: କୃଷକମାନେ ନୁହଁନ୍ତି, କୃଷି କର୍ପୋରେଟ ଋଣ ପାଉଛନ୍ତି
ରିପୋର୍ଟ-୧୧: କୃଷକମାନଙ୍କୁ ଟ. ୨୫,୦୦୦ରୁ କମ୍ଋଣ ୨୩%ରୁ ୪.୩ % କୁ ଖସିଛି
ରିପୋର୍ଟ-୧୨: ମହାରାଷ୍ଟ୍ରର ୭୦,୦୦୦ କ୍ଷୁଦ୍ର ନଦୀବନ୍ଧର ମାତ୍ର ୧୨% ସାମର୍ଥ୍ୟ ବ୍ୟବହୃତ ହେଉଛି
ରିପୋର୍ଟ-୧୩: ଅଦିନିଆ ବର୍ଷା: ମହରାଷ୍ଟ୍ରରେ ମାତ୍ର ୩ ମାସରେ ୬୦୧ କୃଷକଙ୍କ ଆତ୍ମହତ୍ୟା
ରିପୋର୍ଟ-୧୪: ଅଦିନିଆ ବର୍ଷା ଯୋଗୁଁ ମହରାଷ୍ଟ୍ରର ମାତ୍ର ୩ଜଣ କୃଷକ ଜୀବନ ହାରିଛନ୍ତି
ରିପୋର୍ଟ-୧୫: ନିମ୍ନ କୃଷକ ଆତ୍ମହତ୍ୟା ଗଣନା ପାଇଁ ରାଜ୍ୟ ସରକାରଙ୍କ ତର୍କ: ମାତ୍ର ୩ଜଣ ବର୍ଷାକୁ ଦୋଷ ଦେଇଛନ୍ତି।
ରିପୋର୍ଟ-୧୬: ଗୋମାଂସ ନିଷେଧ, କିନ୍ତୁ ରାଜ୍ୟ-ପରିଚାଳିତ ଗୋ ଆଶ୍ରୟସ୍ଥଳ ନଜରରେ ପଡୁନି
ଅନୁବାଦ: ଓଡ଼ିଶାଲାଇଭ୍