୫୧ ବର୍ଷିୟା ପାର୍ବତୀ ଦେବୀ। ନିଜର ଭୋଟ ପରିଚୟ ପତ୍ର ଦେଖାଇ କହିଲେ, “ ଯଦି ମୋ ଆଙ୍ଗୁଠିରେ ଭୋଟ ଦେଇ ହେଉଛି, ତାହାଲେ ଆଧାର କାର୍ଡ ହେବାରେ ଅସୁବିଧା କେଉଁଠି?” ଏହି କାର୍ଡ ଦେଖାଇ ସେ ୧୯୯୫ ମସିହାରୁ ଭୋଟ ଦେଇ ଆସୁଛନ୍ତି।
ଅନେକ ବର୍ଷ ତଳୁ କୁଷ୍ଠରେ ତାଙ୍କ ଆଙ୍ଗୁଠି ସବୁ ନଷ୍ଟ ହୋଇ ଯାଇଛି। ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ୨୦୧୬-୧୭ ବାର୍ଷର ରିପୋର୍ଟ ଅନୁଯାୟୀ ଭାରତରେ ୮୬,୦୦୦ ଲୋକ କୁଷ୍ଠରେ ଆକ୍ରାନ୍ତ। ଏହା କେବଳ ରେକର୍ଡ ତଥ୍ୟ। ପ୍ରତିବର୍ଷ ଏହି ସଂଖ୍ୟା ବଢୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ପ୍ରତି ବର୍ଷ ଚିହ୍ନଟ ହେଉଥିବା ନୂଆ ୫ଜଣ କୁଷ୍ଠ ରୋଗୀଙ୍କ ମଧ୍ୟରେ ୩ ଜଣ ଭାରତୀୟ।
ଆଧାର କାର୍ଡ କରିବା ପାଇଁ ତାଙ୍କର ସବୁ ଉଦ୍ୟମ ବ୍ୟର୍ଥ ହୋଇ ଯାଇଛି। ଏହି ମ୍ୟାଜିକ୍ କାର୍ଡ ଖଣ୍ଡିକ ମିଳିଲେ ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ଭତ୍ତା ମଳିବାର ଚାବି ଖୋଲିଯାଆନ୍ତ। ୨,୫୦୦ ଟଙ୍କାର ଭତ୍ତା ପାଇବା ପାଇଁ ତାଙ୍କର ସବୁ ଯୋଗ୍ୟତା ଅଛି। କିନ୍ତୁ ଆଧାର କାର୍ଡ ନାହିଁ।
ସେ କହନ୍ତି, “ଦୁଇ ବର୍ଷ ତଳେ ମୋ ପୁଅ ମୋତେ ଏକଥା କହିଥିଲେ। ତା ପରଠାରୁ ମୁଁ କାର୍ଡ ଖଣ୍ଡିକ ପାଇବା ପାଇଁ ବାରମ୍ବାର ଚେଷ୍ଟା କରି ବିଫଳ ହେଉଛନ୍ତି। ସେମାନେ କହୁଛନ୍ତି ଯେ ଆଙ୍ଗୁଠି ନଷ୍ଟ ହୋଇଯାଇଥିବାରୁ ମୋତେ କାର୍ଡ ମିଳୁନାହିଁ”।





