ପ୍ରିୟ ଭାରତର ପ୍ରଧାନ ବିଚାରପତି,
ଆପଣଙ୍କୁ ଧନ୍ୟବାଦ ଆପଣଙ୍କର ଅତ୍ୟନ୍ତ ପ୍ରାସଙ୍ଗିକ ଅବଲୋକନ ପାଇଁ ଯେ ‘‘ଗଣମାଧ୍ୟମର ପରିଦୃଶ୍ୟରୁ ଅନୁସନ୍ଧାନମୂଳକ ସାମ୍ବାଦିକତାର ଧାରା ଦୁର୍ଭାଗ୍ୟଜନକ ଭାବେ ଲିଭି ଯାଉଛି…ଆମେ ଯେତେବେଳେ ବଡ଼ ହେଉଥିଲୁ, ବଡ଼ ବଡ଼ ସମ୍ବାଦପତ୍ର ମାନେ ବଡ଼ ବଡ଼ ଘୋଟାଲାର ପର୍ଦ୍ଦାଫାସ୍ କରିବାକୁ ଆମେ ଉତ୍କଣ୍ଠାର ସହ ଅପେକ୍ଷା କରୁଥିଲୁ । ସମ୍ବାଦପତ୍ରଗୁଡ଼ିକ ଆମକୁ କେବେ ବି ନିରାଶ କରୁ ନ ଥିଲେ ।’’
ଏବେ ସମୟରେ ଗଣମାଧ୍ୟମ ବାବଦରେ ଖୁବ୍ କମ୍ ଠିକ୍ ଶବ୍ଦ କୁହାଯାଇଛି । ଯଦିଓ ଖୁବ୍ ସଂକ୍ଷିପ୍ତ ସମୟ ପାଇଁ, ହେଲେ ଆପଣଙ୍କର ପୁରୁଣା ବୃତ୍ତି କ’ଣ ଥିଲା ମନେ ରଖିଥିବାରୁ ଆପଣଙ୍କୁ ଧନ୍ୟବାଦ । ଆପଣ ଯେତେବେଳେ ୧୯୭୯ରେ ଇନ୍ନାଡୁରେ ଯୋଗ ଦେଇଥିଲେ ତା’ର ମାତ୍ର କିଛି ମାସ ପରେ ମୁଁ ସାମ୍ବାଦିକତାରେ ସାମିଲ ହୋଇଥିଲି ।
ଆପଣ ଯେମିତି ନିକଟରେ ଏକ ପୁସ୍ତକ ଉନ୍ମୋଚନ ସମାରୋହରେ ଦେଇଥିବା ବକ୍ତବ୍ୟରେ ମନେ ପକାଇଛନ୍ତି – ସେହି କଠିନ ଦିନଗୁଡ଼ିକରେ, ଆମେ ସକାଳୁ ଉଠୁଥିଲେ ଏବଂ ‘‘ବଡ଼ ଘୋଟାଲାର ପର୍ଦ୍ଦାଫାସ୍ କରୁଥିବା ସମ୍ବାଦପତ୍ରଗୁଡ଼ିକର ଉତ୍କଣ୍ଠାର ସହ ଅପେକ୍ଷା କରୁଥିଲେ ।’’ ଆଜିକାଲି ଆମେ ସକାଳୁ ଉଠି, ସାର୍, ଦେଖୁଛନ୍ତି ସେହି ଘୋଟାଲାଗୁଡ଼ିକର ପର୍ଦ୍ଦାଫାସ୍ କରୁଥିବା ସାମ୍ବାଦିକଙ୍କୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଭଳି କଠୋର ଆଇନରେ ଅଭିଯୁକ୍ତ କରାଯାଉଛି, ଏମିତିକି ଜେଲ୍ ପଠାଇ ଦିଆଯାଉଛି । ବା ଏମିତିକି ଧନ ଶୋଧନ ନିବାରଣ ଅଧିନିୟମ (PMLA) ଭଳି ଆଇନର ଭୟାନକ ଦୁରୁପଯୋଗ କରାଯାଉଛି ଯାହାର ଆପଣ ନିକଟରେ କଡ଼ା ସମାଲୋଚନା କରିଛନ୍ତି ।
‘‘ଅତୀତରେ,’’ ଆପଣ ଯେମିତି ଆପଣଙ୍କ ବକ୍ତବ୍ୟରେ କହିଛନ୍ତି, ‘‘ଆମେ ଦୁର୍ନୀତି ଏବଂ ଅସଦାଚରଣ ବାବଦରେ ସମ୍ବାଦପତ୍ରର ରିପୋର୍ଟ ଦେଖିଛନ୍ତି, ଯାହାର ଗମ୍ଭୀର ପରିଣାମ ସାମ୍ନାକୁ ଆସିଛି ।’’ ଅନ୍ୟପଟେ, ଆଜିକାଲି ଏମିତି ଖବର ଲେଖୁଥିବା ସାମ୍ବାଦିକଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ପଡୁଛି । ଏମିତିକି ସେହିମାନଙ୍କୁ ମଧ୍ୟ ଭୋଗିବାକୁ ପଡୁଛି ଯେଉଁମାନେ ସିଧାସଳଖ ରିପୋର୍ଟିଂ କରୁଛନ୍ତି । ଉତ୍ତରପ୍ରଦେଶର ସେହି ଭୟାନକ ଅତ୍ୟାଚାରରେ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ହାଥରସ ଯିବା ସମୟରେ ଗିରଫ ହୋଇଥିବା ସିଦ୍ଦିକି କପ୍ପନ ଏକ ବର୍ଷରୁ ଅଧିକ ସମୟ ଧରି ଜେଲ୍ରେ ବନ୍ଦୀ ଅଛନ୍ତି, ସେ ଜାମିନ ପାଇ ପାରୁନାହାନ୍ତି ଏବଂ ନିଜ ମାମଲାକୁ ଗୋଟିଏ କୋର୍ଟରୁ ଆଉ ଗୋଟିଏ କୋର୍ଟକୁ ବୁଲୁଥିବା ଦେଖୁଛନ୍ତି, ଯେତେବେଳେ କି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଦ୍ରୁତ ଗତିରେ ବିଗିଡ଼ିବାରେ ଲାଗିଛି ।
ଆମ ସାମ୍ନାରେ ଏହି ଉଦାହରଣ ସହ, ନିଶ୍ଚିତ ଭାବେ ବହୁତ ସାମ୍ବାଦିକତା – ଅନୁସନ୍ଧାନମୂଳକ ହେଉ ବା ଅନ୍ୟପ୍ରକାରର – ଗାଏବ ହୋଇଯିବ ।
ନ୍ୟାୟମୂର୍ତ୍ତି ରମନା, ଅତୀତର ଦୁର୍ନୀତି ଓ ଘୋଟାଲାର ପର୍ଦ୍ଦାଫାସ୍ର ତୁଳନା କରି ଆପଣ ସମ୍ପୂର୍ଣ୍ଣ ସଠିକ୍ କହିଛନ୍ତି ଯେ ଆପଣଙ୍କୁ ‘‘ନିକଟ ବର୍ଷମାନଙ୍କରେ ଏଭଳି ପ୍ରକାର ପରିଣାମର କୌଣସି କାହାଣୀ ମନେ ନାହିଁ । ଆମ ବଗିଚାରେ ସବୁକିଛି ଗୋଲାପୀ ଭଳି ଦେଖାଯାଏ । ଆପଣଙ୍କର ନିଜ ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ମୁଁ ଆପଣଙ୍କୁ ଛାଡ଼ି ଦେଉଛି।’’
ଆଇନ ଏବଂ ଗଣମାଧ୍ୟମ ଉଭୟ ବିଷୟରେ ଆପଣଙ୍କର ଗଭୀର ଜ୍ଞାନ ଥିବା ଦୃଷ୍ଟିରୁ ଏବଂ ଭାରତୀୟ ସମାଜର ଜଣେ ତୀକ୍ଷ୍ଣ ପର୍ଯ୍ୟବେକ୍ଷକ ହୋଇଥିବାରୁ - ମୁଁ ଚାହେଁ, ସାର୍, ଆପଣ ଟିକିଏ ଆଗକୁ ଯାଇ ଏହି କାରଣଗୁଡ଼ିକ ଉପସ୍ଥାପନ କରିଥାଆନ୍ତେ ଯାହା କେବଳ ଅନୁସନ୍ଧାନମୂଳକ ନୁହେଁ, ବରଂ ଅଧିକାଂଶ ଭାରତୀୟ ସାମ୍ବାଦିକତାକୁ ମଧ୍ୟ ଅବିଭୂତ କରିଦେଇଛି । ଯେହେତୁ ଆପଣ ଆମକୁ ଆମର ନିଜ ସିଦ୍ଧାନ୍ତରେ ପହଞ୍ଚିବାକୁ ଆମନ୍ତ୍ରଣ କରିଛନ୍ତି, ମୁଁ ଆପଣଙ୍କର ବିଚାର ପାଇଁ ତିନିଟି ସେଟ୍ କାରଣ ପ୍ରଦାନ କରିପାରିବି କି ?
ପ୍ରଥମ, ଗଣମାଧ୍ୟମ ମାଲିକାନାର ସାଂଗଠନିକ ବାସ୍ତବତା କେତେକ କର୍ପୋରେଟ୍ କମ୍ପାନୀଙ୍କ ହାତରେ କେନ୍ଦ୍ରିତ ଅଛି, ଯେଉଁମାନେ ବଡ଼ ଆକାରରେ ଲାଭ ଆୟ କରୁଛନ୍ତି ।
ଦ୍ୱିତୀୟତଃ, ସ୍ୱାଧୀନ ସାମ୍ବାଦିକତା ଉପରେ ସରକାରଙ୍କର ଆକ୍ରମଣ ଏବଂ ନିର୍ମମ ଦମନର ଅଭୂତପୂର୍ବ ସ୍ତର ।
ତୃତୀୟତଃ, ନୈତିକ ତନ୍ତୁର କ୍ଷୟ ଏବଂ କ୍ଷମତାଶାଳୀଙ୍କ ଷ୍ଟେନୋଗ୍ରାଫର ଭାବେ ସେବା କରିବା ପାଇଁ ବହୁ ବରିଷ୍ଠ ବୃତ୍ତିଧାରୀଙ୍କର ଉତ୍ସୁକତା ।
ପ୍ରକୃତରେ, ଜଣେ କଳା ଶିଖାଇବା ବ୍ୟକ୍ତି ଭାବେ ମୁଁ, ମୋର ଛାତ୍ରଛାତ୍ରୀଙ୍କୁ ଚୟନ କରିବାକୁ କହେ ଯେ ଆମ ବୃତ୍ତିରେ ବିଚାରର ଦୁଇଟି ଶ୍ରେଣୀ ମଧ୍ୟରୁ ସେମାନେ କାହା ସହ ସମ୍ପୃକ୍ତ ହେବାକୁ ଚାହିଁବେ – ସାମ୍ବାଦିକତା ନା ଷ୍ଟେନୋଗ୍ରାଫି ?
ପ୍ରାୟ ୩୦ ବର୍ଷ ଧରି, ମୁଁ ତର୍କ କରିଆସିଛି ଯେ ଭାରତୀୟ ଗଣମାଧ୍ୟମ ରାଜନୈତିକ ଦୃଷ୍ଟିରୁ ମୁକ୍ତ କିନ୍ତୁ ଲାଭ ଦ୍ୱାରା ବନ୍ଦୀ । ଆଜି, ସେମାନେ ଲାଭ ଦ୍ୱାରା ବନ୍ଦୀ ରହିଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ସ୍ୱାଧୀନ ସ୍ୱର ଦ୍ରୁତ ଗତିରେ ରାଜନୈତିକ ଭାବେ ବନ୍ଦୀ ହେବାରେ ଲାଗିଛନ୍ତି ।
ଏକଥା ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ, ଏମିତି ନୁହେଁ କି, ଯେ ଗଣମାଧ୍ୟମ ସ୍ୱାଧୀନତାର ଭୟଙ୍କର ଅବସ୍ଥା ବିଷୟରେ ଗଣମାଧ୍ୟମ ଭିତରେ ଏତେ କମ୍ ଆଲୋଚନା ହେଉଛି । ଚାରି ଜଣ ଅଗ୍ରଣୀ ବୁଦ୍ଧିଜୀବୀ, ସମସ୍ତେ ସାମ୍ବାଦିକତା ସହ ଜଡ଼ିତ, ଗତ କିଛି ବର୍ଷ ମଧ୍ୟରେ ସେମାନଙ୍କୁ ହତ୍ୟା କରାଯାଇଛି। ଏମାନଙ୍କ ମଧ୍ୟରେ, ଭେଟେରାନ୍ ସାମ୍ବାଦିକା ଗୌରୀ ଲଙ୍କେଶ ଜଣେ ପୂର୍ଣ୍ଣକାଳୀନ ଗଣମାଧ୍ୟମ ବ୍ୟକ୍ତିତ୍ୱ । (ଅବଶ୍ୟ ରାଇଜିଂ କାଶ୍ମୀରର ସମ୍ପାଦକ ସୁଜାତ ବୁଖାରୀ ମଧ୍ୟ ବନ୍ଧୁକଧାରୀଙ୍କ ଗୁଳିର ଶିକାର ହେଲେ)। କିନ୍ତୁ ଅନ୍ୟ ତିନି ଜଣ ସମସ୍ତେ ଗଣମାଧ୍ୟମରେ ନିୟମିତ ଲେଖକ ଓ ସ୍ତମ୍ଭକାର ଥିଲେ । ନରେନ୍ଦ୍ର ଦାଭୋଲକର ଅନ୍ଧବିଶ୍ୱାସ ବିରୋଧରେ ଲଢ଼େଇ କରୁଥିବା ଗୋଟିଏ ପତ୍ରିକାର ପ୍ରତିଷ୍ଠାତା ଓ ସମ୍ପାଦକ ଥିଲେ ଯାହାକୁ ସେ ପ୍ରାୟ ୨୫ ବର୍ଷ ଧରି ଚଳାଇଥିଲେ । ଗୋବିନ୍ଦ ପାନ୍ସାରେ ଏବଂ ଏମ୍ ଏମ୍ କଲବୁର୍ଗୀ ଥିଲେ ପ୍ରବୀଣ ଲେଖକ ଏବଂ ସ୍ତମ୍ଭକାର ।
ଏହି ୪ ଜଣ ସମସ୍ତଙ୍କର ଏହା ସମାନ ଥିଲା : ସେମାନେ ତର୍କବାଦୀ ଥିଲେ ଏବଂ ସାମ୍ବାଦିକ ମଧ୍ୟ ଥିଲେ ଯେଉଁମାନେ ଭାରତୀୟ ଭାଷାରେ ଲେଖୁଥିଲେ-ଯାହା ସେମାନଙ୍କ ହତ୍ୟାକାରୀଙ୍କ ପ୍ରତି ବିପଦ ବଢ଼ାଇ ଦେଇଥିଲା । ଏହି ଚାରିଜଣଙ୍କର ହତ୍ୟା ରାଜ୍ୟ ବାହାରର ଲୋକଙ୍କ ଦ୍ୱାରା କରାଯାଇଛି, ଯାହା ସ୍ପଷ୍ଟ ଭାବେ ଉଚ୍ଚ ସ୍ତରର ରାଜଭୋଗର ଆନନ୍ଦ ନେଉଥିଲେ । ଏହି ଅଣରାଜ୍ୟ ହତ୍ୟାକାରୀଙ୍କ ତାଲିକାରେ ବହୁ ଅନ୍ୟ ସ୍ୱାଧୀନ ସାମ୍ବାଦିକ ବି ଅଛନ୍ତି ।
ସମ୍ଭବତଃ ସାମ୍ବାଦିକତାର ଦୟନୀୟ ସ୍ଥିତିରେ କିଛି ସୁଧାର ଆସିପାରେ ଯଦି ନ୍ୟାୟପାଳିକା ଏହି ବାସ୍ତବିକତାର ସାମ୍ନା କରିବ ଯେ ସ୍ୱାଧୀନ ଭାରତ ଇତିହାସରେ ଗଣମାଧ୍ୟମର ସ୍ୱାଧୀନତା ସବୁଠାରୁ ନିମ୍ନ ସ୍ତରରେ ଅଛି । ଆପଣ ଯେମିତି ନିଃସନ୍ଦେହ ପେଗାସସ୍ ମାମଲାରେ ହେଉଥିବା ଦେଖିଥିଲେ – ଆଧୁନିକ ଟେକ୍ନୋଲୋଜିରେ ସମ୍ପନ୍ନ ରାଜ୍ୟର ଦମନ କ୍ଷମତା – ଜରୁରୀକାଳୀନସ୍ଥିତିର ଦୁଃସ୍ୱପ୍ନକୁ ବି ଛୋଟ କରିଦେଉଛି ।
୨୦୨୦ ମସିହାରେ ଫ୍ରାନ୍ସ ଭିତ୍ତିକ ରିପୋଟର୍ସ ୱିଦ୍ଆଉଟ୍ ବଡ଼ର୍ସ ଦ୍ୱାରା ପ୍ରକାଶିତ ୱାର୍ଲ୍ଡ ପ୍ରେସ୍ ଫ୍ରିଡମ୍ ଇଣ୍ଡେକ୍ସରେ ଭାରତ ୧୪୨ ର଼୍ୟାଙ୍କ୍କୁ ଖସି ଆସିଛି।
ଗଣମାଧ୍ୟମ ସ୍ୱାଧୀନତା ନେଇ ଏହି ସରକାରଙ୍କ ଆଭିମୁଖ୍ୟ ବାବଦରେ ଥିବା ମୋର ପ୍ରତ୍ୟକ୍ଷ ଅନୁଭୂତି ମୁଁ ବ୍ୟାଖ୍ୟା କରୁଛି । ଅପମାନଜନକ ୧୪୨ ତମ ରାଙ୍କରେ ଅସନ୍ତୁଷ୍ଟ କେନ୍ଦ୍ର କ୍ୟାବିନେଟ୍ ସଚିବ, ଏକ ଇଣ୍ଡେକ୍ସ କମିଟିର ଗଠନ କରିବାକୁ ଆହ୍ୱାନ ଦେଲେ ଯାହା ଭାରତରେ ଗଣମାଧ୍ୟମର ସ୍ୱାଧୀନତା ଉପରେ ସିଧାସଳଖ ରିପୋର୍ଟ ପ୍ରସ୍ତୁତ କରିବ । ଏଥିରେ ଜଣେ ସଦସ୍ୟ ହେବାକୁ କୁହାଗଲା, ମୁଁ ଏହାକୁ ଏହି ପ୍ରତିଶ୍ରୁତି ସହ ସ୍ୱୀକାର କଲି ଯେ WPFI ର଼୍ୟାଙ୍କିଙ୍ଗକୁ ଖଣ୍ଡନ କରିବା ଅପେକ୍ଷା ଆମେ ଭାରତରେ ପ୍ରେସ୍ ସ୍ୱାଧୀନତାର ପ୍ରକୃତ ସ୍ଥିତି ଉପରେ ଅଧିକ ଧ୍ୟାନ କେନ୍ଦ୍ରୀତ କରିବୁ।
ଏକ ୧୩ ଜଣିଆ କମିଟିରେ ୧୧ ଜଣ ଅମଲାତନ୍ତ୍ର ଏବଂ ସରକାରୀ ନିୟନ୍ତ୍ରିତ ଅନୁଷ୍ଠାନର ଗବେଷକ ଥିଲେ । ଏବଂ ଯେଉଁ କମିଟି ଗଣମାଧ୍ୟମ ସ୍ୱାଧୀନତା ସମ୍ପର୍କରେ ଅନୁଧ୍ୟାନ କରିବ, ସେଥିରେ ମାତ୍ର ଦୁଇ ଜଣ ସାମ୍ବାଦିକ ଥିଲେ । ଏବଂ ଏହି କମିଟିରେ ଥିବା ସଦସ୍ୟଙ୍କ ମଧ୍ୟରୁ ଜଣେ ସେ ଉପସ୍ଥିତ ଥିବା ଦୁଇଟି ମିଟିଂରେ ଗୋଟିଏ ବି ଶବ୍ଦ କହି ନ ଥିଲେ । ବୈଠକ ସୂଚାରୁ ରୂପରେ ଚାଲିଲା, ଯଦିଓ କେବଳ ମୁଁ ହିଁ ନିଜକୁ କହୁଥିବା ଏବଂ ପ୍ରଶ୍ନ କରୁଥିବା ଦେଖିଲି । ତା’ପରେ କାର୍ଯ୍ୟ ସମୂହ ଦ୍ୱାରା, ଏକ ଡ୍ରାଫ୍ଟ ରିପୋର୍ଟ ପ୍ରସ୍ତୁତ କରାଗଲା, ଯାହା ଡ୍ରାଫ୍ଟ ଶବ୍ଦର ଅନୁପସ୍ଥିତି ପାଇଁ ଉଲ୍ଲେଖନୀୟ ଥିଲା । ରିପୋର୍ଟରେ ବୈଠକରେ ଉଠାଯାଇଥିବା ଗମ୍ଭୀର ପ୍ରସଙ୍ଗ ବାବଦରେ କିଛି ଉଲ୍ଲେଖ କରାଯାଇ ନ ଥିଲା । ଏଥିପାଇଁ ମୁଁ ଏଥିରେ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ନିରପେକ୍ଷ ବା ଅସହମତି ନୋଟ୍ ଦାଖଲ କଲି ।
ଥରକରେ, ରିପୋର୍ଟ, କମିଟି ସବୁକିଛି କୁଆଡ଼େ ଗାଏବ ହୋଇଗଲା । ଦେଶର ଶୀର୍ଷ ଅମଲାଙ୍କ ନିର୍ଦ୍ଦେଶରେ ସ୍ଥାପିତ କମିଟି – ଯାହା ସମ୍ଭବତଃ, କେବଳ ଭାରତର ଦୁଇ ଜଣ ଶୀର୍ଷ କ୍ଷମତାଶାଳୀ ବ୍ୟକ୍ତିଙ୍କୁ ରିପୋର୍ଟ ପ୍ରଦାନ କରେ – କୁଆଡ଼େ ଗାଏବ ହୋଇଗଲା । ସୂଚନା ଅଧିକାର ଆଇନରେ ଅନୁସନ୍ଧାନ ବି ଗଣମାଧ୍ୟମ ସ୍ୱାଧୀନତା ଉପରେ ଏହି ରିପୋର୍ଟକୁ ଖୋଜିବାରେ ବିଫଳ ହେଲା ! ଯଦିଓ ମୋ ପାଖରେ ସେହି ‘ଡ୍ରାଫ୍ଟ’ର ଏକ ନକଲ ଅଛି । ମୂଳ ପ୍ରୟାସ ଅନୁସନ୍ଧାନମୂଳକ ସାମ୍ବାଦିକତା ବି ନ ଥିଲା – ଏହା ସାମ୍ବାଦିକତାର ଅନୁସନ୍ଧାନ ଥିଲା, କାରଣ ଏହା ଭାରତରେ କାମ କରୁଥିଲା । ଏବଂ ଏହା ଗୋଟିଏ ଅସହମତି ନୋଟ୍ର ବୁନ୍ଦାରେ କୁଆଡ଼େ ଗାଏବ ହୋଇଗଲା ।
ସେହିଭଳି ଅନୁସନ୍ଧାନମୂଳକ ରିପୋର୍ଟିଂ କରିବାକୁ ସାମ୍ବାଦିକତାରେ ଅନେକ ଲୋକ ଅଛନ୍ତି ଯେଉଁ ପ୍ରକାରର ଅନୁସନ୍ଧାନମୂଳକ ରିପୋର୍ଟିଂ ବାବଦରେ ଆପଣ ଆପଣଙ୍କର ଭାଷଣରେ ଉଦାସୀନ ଥିଲେ । ଉଚ୍ଚ ସ୍ଥାନରେ ଖାସ୍ କରି ସରକାରରେ ଘୋଟାଲା ଓ ଭ୍ରଷ୍ଟାଚାରର ତଦନ୍ତ । ଆଜି ଏମିତି ପ୍ରୟାସ କରୁଥିବା ଅଧିକାଂଶ ସାମ୍ବାଦିକ ଯେଉଁ ପ୍ରଥମ ବଡ଼ ପ୍ରତିବନ୍ଧକରେ ପଡ଼ିଯାଆନ୍ତି ତାହା ହେଲା – ନିଜ କର୍ପୋରେଟ୍ ମିଡିଆ ମାଲିକଙ୍କ ହିତ, ଯେଉଁମାନେ ସରକାରୀ ଚୁକ୍ତି ଏବଂ ଉଚ୍ଚ ପଦରେ ଆସୀନ ଶକ୍ତିଶାଳୀ ଲୋକଙ୍କ ସହ ଅତି ଘନିଷ୍ଠ ଭାବେ ଯୋଡ଼ି ହୋଇଛନ୍ତି ।
ସେହି ବିଶାଳ ଗଣମାଧ୍ୟମଗୁଡ଼ିକର ମାଲିକମାନେ ପେଡ୍ ନ୍ୟୁଜ୍ ମାଧ୍ୟମରେ ପ୍ରଚୁର ଅର୍ଥ ଆୟ କରନ୍ତି, ସରକାରୀ ମାଲିକାନା ସମ୍ବଳର ଶୋଷଣ ପାଇଁ ଲାଇସେନ୍ସ ହାସଲ କରନ୍ତି, ସରକାରୀ ଘରୋଇକରଣ ସଂସ୍ଥାଗୁଡ଼ିକ ସେମାନଙ୍କୁ ହଜାର ହଜାର କୋଟିର ସର୍ବସାଧାରଣ ସମ୍ପତ୍ତି ହସ୍ତାନ୍ତର କରନ୍ତି, ଏବଂ ଯେଉଁମାନେ ଶାସକ ଦଳର ନିର୍ବାଚନୀ ଅଭିଯାନ ପାଇଁ ସୁନ୍ଦର ଭାବେ ପାଣ୍ଠି ଦିଅନ୍ତି – ସେମାନେ ନିଜ ଅଂଶୀଦାରଙ୍କୁ ଅସନ୍ତୁଷ୍ଟ କରିବା ନେଇ ସାମ୍ବାଦିକମାନଙ୍କୁ ଅନୁମତି ଦେବା ସମ୍ଭବ ନୁହେଁ । ଏକଦା ଗର୍ବ ଅନୁଭବ କରୁଥିବା ଭାରତୀୟ ବୃତ୍ତିକୁ କେବଳ ଏକ ରାଜସ୍ୱ ଧାରାରେ ସୀମିତ କରିବା ପରେ, ଚତୁର୍ଥ ଇଷ୍ଟେଟ୍ ଏବଂ ରିୟଲ ଇଷ୍ଟେଟ୍ ମଧ୍ୟରେ ପ୍ରଭେଦକୁ ଦୁର୍ବଳ କରୁଥିବା ଶକ୍ତିମାନଙ୍କର ସେହି ସାମ୍ବାଦିକତା ପ୍ରତି ଭୋକ ନାହିଁ ଯାହା କ୍ଷମତା ବିଷୟରେ ସତ କହିଥାଏ ।
ସାର୍, ମୁଁ ଭାବୁଛି ଆପଣ ମୋ ସହ ସହମତ ହେବେ, ଯଦି ମୁଁ କହିବି ଯେ ଏହି ଦେଶର ଜନତାଙ୍କୁ ଏହି ମହାମାରୀ କାଳରେ ସାମ୍ବାଦିକତା ଏବଂ ସାମ୍ବାଦିକଙ୍କର ଯେତିକି ଆବଶ୍ୟକତା ପଡ଼ିଛି ତାହା କେବେ ବି ପଡ଼ିନାହିଁ । ଶକ୍ତିଶାଳୀ ଗଣମାଧ୍ୟମ ସଂସ୍ଥାର ମାଲିକମାନେ ନିଜର ପାଠକ ଓ ଦର୍ଶକଙ୍କ ସମେତ ଜନତାର ସେହି ନିହାତି ଆବଶ୍ୟକତାକୁ କେମିତି ପୂରଣ କଲେ ? ପ୍ରାୟ ୨୦୦୦ରୁ୨୫୦୦ ସଂଖ୍ୟାରେ ସାମ୍ବାଦିକ ଏବଂ ଏହାର ଅନେକ ଗୁଣା ଅଧିକ ସଂଖ୍ୟାରେ ଗଣମାଧ୍ୟମ କର୍ମଚାରୀଙ୍କୁ ବହିଷ୍କାର କରି ।






