ଜାନୁଆରୀ ମାସର ଶୀତୁଆ ରାତିରେ, ସମୟ ପ୍ରାୟ ୯ଟା ହେବ। ପ୍ରାୟ ୪୦୦ ଦର୍ଶକ ନାଟକ ଆରମ୍ଭ ହେବାକୁ ଅପେକ୍ଷା କରି ରହିଛନ୍ତି। ଗୋଟିଏ ଘଣ୍ଟା ପୂର୍ବରୁ କାର୍ଯ୍ୟକ୍ରମ ଆରମ୍ଭ ହେବାର ଥିଲା।

ହଠାତ୍‌, ଅସ୍ଥାୟୀ ମଞ୍ଚ ସମ୍ମୁଖରେ ହଲଚଲ ଦେଖାଦେଲା। ବାଉଁଶ ମଞ୍ଚରେ ଦୃଢ଼ ଭାବେ ବନ୍ଧା ହୋଇଥିବା ଲାଉଡସ୍ପିକର (ମାଇକ୍‌) ରେ କମ୍ପନ ହେଲା ଏବଂ ସେଥିରୁ ଉଚ୍ଚ ସ୍ୱରରେ ଶୁଣାଗଲା : ‘‘ଆମେ ଖୁବଶୀଘ୍ର ମା ବନବିବିଙ୍କୁ ସମର୍ପିତ ଗୀତିନାଟ୍ୟ ଆରମ୍ଭ କରିବାକୁ ଯାଉଛୁ… ମା’ ଆମକୁ ସବୁ ଦୁଷ୍ଟଶକ୍ତିଠାରୁ ସୁରକ୍ଷା ଦେଇଥାନ୍ତି!’’

ଯେଉଁମାନେ ଗୋସାବା ବ୍ଲକରେ ଥିବା ଜବାହର କଲୋନୀ ଗ୍ରାମରେ ଦିଗହରା ହୋଇ ବୁଲୁଛନ୍ତି, ନୂଆ କରି ଆସିଛନ୍ତି, ସେମାନେ ନିଶ୍ଚେ ‘ଦୁଷ୍ଟଶକ୍ତି’ଙ୍କୁ ଦେଖିବାକୁ ଉତ୍ସୁକ ଥିବେ। ଏମାନେ ହେଉଛନ୍ତି ଅଶୁଭ ଭୂତ, ସାପ, କୁମ୍ଭୀର, ବାଘ, ମହୁମାଛି। ଆଠାରୋ ଭା ଟି - ର ଦେଶ (୧୮ଟି ଢେଉର ଭୂମି)ରେ ମା’ ବନବିବି ଏସବୁ ଦୁଷ୍ଟଶକ୍ତିମାନଙ୍କୁ ପରାଜିତ କରି ଦେଇଥାନ୍ତି। ଏହା ହେଉଛି ଲୁଣି ଏବଂ ମଧୁର ଜଳାଶୟରେ ପରିପୂର୍ଣ୍ଣ ବିଶ୍ୱର ସର୍ବବୃହତ ହେନ୍ତାଳ ଜଙ୍ଗଲ ସୁନ୍ଦରବନ ଯେଉଁଠି ବିଭିନ୍ନ ପ୍ରକାରର ପଶୁ ପକ୍ଷୀ, ଉଦ୍ଭିଦ, ସରିସୃପ ଓ ସ୍ତନ୍ୟପାୟୀ ପ୍ରାଣୀ ଦେଖିବାକୁ ମିଳନ୍ତି। ଏଠାରେ, ବନବିବିଙ୍କ କାହାଣୀ ପିଢ଼ି ପରେ ପିଢ଼ି ପ୍ରଚଳିତ ହୋଇଆସିଛି ଏବଂ ଏହା ସ୍ଥାନୀୟ ଅଞ୍ଚଳର ମୌଖିକ ପରମ୍ପରାରେ ଜୀବିତ ରହିଛି।

ଗ୍ରୀନ ରୁମ (କଳାକାରଙ୍କ ବେଶ ହେବା କୋଠରୀ)କୁ ପରଦା ଟାଣି ରାସ୍ତାଠାରୁ ଅଲଗା ଆବଦ୍ଧ କରି ରଖାଯାଇଛି। ତା’ ଭିତରେ ଦର୍ଶକମାନଙ୍କ କୋଳାହଳ ମଧ୍ୟରେ କଳାକାରମାନେ ଗୀତିନାଟ୍ୟ ବନବିବି ପାଲାଗାନ ପରିବେଷଣ ନିମନ୍ତେ ପ୍ରସ୍ତୁତ ହେଉଛନ୍ତି। ଆଜି ରାତିର କାର୍ଯ୍ୟକ୍ରମରେ ରଙ୍ଗମଞ୍ଚ ସାମଗ୍ରୀ ଭାବେ ବ୍ୟବହାର ହେବା ଲାଗି ବଡ଼ ବଡ଼ ମହୁ ଛତା ଓ ବାଘଙ୍କ ଟେରାକୋଟା ମୁଖା ସବୁ ତାରପୋଲିନ୍ କାନ୍ଥ ପାଖରେ ଗଦା ମାରି ରଖାଯାଇଛି। ସେଗୁଡ଼ିକ କେବଳ ବ୍ୟବହାର ଅପେକ୍ଷାରେ ରହିଛନ୍ତି। ୨୦୨୦ରେ ସୁନ୍ଦରବନ ୯୬ ବାଘଙ୍କ ବାସସ୍ଥଳୀ ଥିଲା। ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ଜୀବନ ସହ ନିବିଡ଼ ଭାବେ ଜଡ଼ିତ ବିଷୟବସ୍ତୁ ପ୍ରାୟତଃ ଏହି ମଞ୍ଚରେ ପରିବେଷଣ କରାଯାଇଥାଏ।

On the first day of the Bengali month of Magh (January-February), households dependent on the mangroves of Sundarbans pray to Ma Bonbibi for protection against tigers, bees and bad omens
PHOTO • Ritayan Mukherjee

ବଙ୍ଗଳା ମାଘ ମାସ (ଜାନୁଆରୀ-ଫେବୃଆରୀ)ର ପ୍ରଥମ ଦିନରେ, ସୁନ୍ଦରବନ ହେନ୍ତାଳ ଜଙ୍ଗଲ ଉପରେ ନିର୍ଭର କରୁଥିବା ପରିବାରଗୁଡ଼ିକ ବାଘ, ମହୁମାଛି ଏବଂ ଅଶୁଭ ଶକ୍ତିଠାରୁ ସୁରକ୍ଷା ପାଇବା ଲାଗି ମା’ ବନବିବିଙ୍କୁ ପୂଜା କରିଥାନ୍ତି

The green room is bustling with activity. A member of the audience helps an actor wear his costume
PHOTO • Ritayan Mukherjee

ଗ୍ରୀନରୁମରେ ବିଭିନ୍ନ ପ୍ରକାର କାର୍ଯ୍ୟ ଚାଲିଛି ଜଣେ ଦର୍ଶକ ଅନ୍ୟ ଜଣେ ଅଭିନେତାଙ୍କୁ ତାଙ୍କ ପୋଷାକ ପିନ୍ଧିବାରେ ସାହାଯ୍ୟ କରୁଛନ୍ତି

ବୃତ୍ତିରେ ଚାଷୀ, ମତ୍ସ୍ୟଜୀବୀ ଓ ମହୁ ସଂଗ୍ରାହକ ହୋଇଥିବା ଅଭିନେତାମାନେ ସେମାନଙ୍କ ବେଶଭୂଷା ଓ ପୋଷାକ ପରିପାଟୀକୁ ଅନ୍ତିମ ରୂପ ଦେଉଛନ୍ତି। ଏଠାରେ ସାମୁଦାୟିକ ଭାବନା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି କାରଣ କିଛି ଦର୍ଶକ ମଞ୍ଚ ପଛରେ ବୁଲୁଛନ୍ତି; ଆଉ କିଛି ଗ୍ରୀନରୁମରେ ଅଭିନେତାମାନଙ୍କୁ ସେମାନଙ୍କ ପଂକ୍ତି ଆବୃତ୍ତି କରିବା କିମ୍ବା ଶୀଘ୍ର ପୋଷାକ ପିନ୍ଧିବାରେ ସହାୟତା କରୁଛନ୍ତି।

ଜଣେ ଟେକ୍ନିସିଆନ ସ୍ପଟଲାଇଟରେ ବିଭିନ୍ନ ରଙ୍ଗର ଫିଲ୍ଟର ବ୍ୟବହାର କରୁଛନ୍ତି। ମାତ୍ର କିଛି ସମୟ ମଧ୍ୟରେ ନାଟକ ଦଳ ରାଧା କୃଷ୍ଣ ଗୀତିନାଟ୍ୟ ଏବଂ ବନବିବି ଯାତ୍ରାପାଲା ପରିବେଷଣ କରିବେ। କାର୍ଯ୍ୟକ୍ରମ ଖୁବଶୀଘ୍ର ଆରମ୍ଭ ହେବ। ଜାନୁଆରୀ-ଫେବୃଆରୀ ମାସରେ ପଡ଼ୁଥିବା ବଙ୍ଗଳା ମାଘ ମାସରେ ବନବିବି ପାଲା ଗାନ୍‌ ପରିବେଷିତ ହୋଇଥାଏ ଏବଂ ସ୍ଥାନୀୟ ଅଞ୍ଚଳରେ ଏହା ଦୁଃଖେ ଯାତ୍ରା ନାମରେ ପରିଚିତ।

ବର୍ଷକୁ ଥରେ ଆୟୋଜନ କରାଯାଉଥିବା ବନବିବି ପାଲା ଗାନ୍‌ ଦେଖିବା ଲାଗି ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଗୋସାବା ବ୍ଲକର ବିଭିନ୍ନ ଗାଁରୁ ଲୋକମାନେ ଏଠାକୁ ଆସିଥାନ୍ତି।

ନିତ୍ୟାନନ୍ଦ ଜୋତଦାର ନାଟକ ଦଳର ମାନ୍ୟତାପ୍ରାପ୍ତ ମେକ-ଅପ୍‌ କଳାକାର ଭାବେ କାମ କରିଥାନ୍ତି। ସେ ଯତ୍ନର ସହକାରେ ଜଣେ କଳାକାରଙ୍କ ମୁଣ୍ଡରେ ରଙ୍ଗୀନ ମୁକୁଟ ପିନ୍ଧାଇ ଦେଉଛନ୍ତି, ଏହି ସମୟରେ ଛୋଟ ଛୋଟ କଥାକୁ ସେ ବିଶେଷ ଭାବେ ଧ୍ୟାନ ଦେଉଛନ୍ତି। ଅନେକ ପିଢ଼ି ଧରି ତାଙ୍କ ପରିବାର ପାଲାଗାନ୍‌ ସହ ଜଡ଼ିତ ହୋଇ ଆସିଛି। ଯଦିଓ ଏବେ, ଏହି ରୋଜଗାରରେ ଚଳିବା ଦିନକୁ ଦିନ କଷ୍ଟକର ହେଉଛି। ସେ କୁହନ୍ତି, ‘‘ ପାଲାଗାନ ରୁ ହେଉଥିବା ରୋଜଗାରରେ କେହି ନିଜ ପରିବାର ଚଳେଇ ପାରିବେ ନାହିଁ। ମୁଁ ବିହାର ଓ ଉତ୍ତର ପ୍ରଦେଶରେ ଖାଦ୍ୟ ପରିବେଷଣ କାମ କରୁଥିଲି।’’ କିନ୍ତୁ କୋଭିଡ-୧୯ ଲକଡାଉନ ସମୟରେ ସେହି ଆୟ ବନ୍ଦ ହୋଇଯାଇଥିଲା।

'I love transforming people into different characters,' says make-up artist Nityananda Jotdar
PHOTO • Ritayan Mukherjee

ମେକଅପ୍‌ କଳାକାର ନିତ୍ୟାନନ୍ଦ ଜୋତଦାର କୁହନ୍ତି , ‘ ମୁଁ ଲୋକମାନଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ସଜେଇବାକୁ ଭଲ ପାଏ

Nityananda puts a mukut on Dakkhin Rai, played by Dilip Mandal
PHOTO • Ritayan Mukherjee

ଦିଲୀପ ମଣ୍ଡଳଙ୍କ ଦ୍ୱାରା ଅଭିନୀତ ଚରିତ୍ର ଦଖିନ ରାୟଙ୍କ ମୁଣ୍ଡରେ ମୁକୁଟ ପିନ୍ଧାଉଛନ୍ତି ଦକ୍ଷିନ ରାୟ

ପାଲାଗାନ ପରିବେଷଣରୁ ହେଉଥିବା ଆୟରେ ପରିବାର ଚଳାଇବାର ସମସ୍ୟା ସମ୍ପର୍କରେ ନାଟକ ଦଳର ବହୁ ସଦସ୍ୟ ପରୀକୁ କହିଥିଲେ। ଅଭିନେତା ଅରୁଣ ମଣ୍ଡଳ କୁହନ୍ତି, ‘‘ଗତ କିଛି ବର୍ଷ ହେବ ସୁନ୍ଦରବନ ଅଞ୍ଚଳରେ ପାଲାଗାନ କାର୍ଯ୍ୟକ୍ରମ ପାଇଁ ଡାକରା ମିଳିବା ବିଶେଷ କମିଗଲାଣି।’’

ଜଳବାୟୁ ବିପତ୍ତି, ହେନ୍ତାଳ ବନ ହ୍ରାସ ପାଇବା ଏବଂ ଲୋକ ନାଟକ ପ୍ରତି ଦର୍ଶକଙ୍କ ଆଦୃତି କମିବା କାରଣରୁ ବହୁ ପାଲାଗାନ କଳାକାରମାନେ ବାଧ୍ୟ ହୋଇ କାମ ସନ୍ଧାନରେ  ବଡ଼ ସହରକୁ ଚାଲି ଯାଉଛନ୍ତି। ୩୦ ବର୍ଷ ବୟସ ଅତିକ୍ରାନ୍ତ କରି ଯାଇଥିବା ନିତ୍ୟାନନ୍ଦ କୋଲକାତା ସହର ଆଖପାଖରେ ଶ୍ରମିକ ଭାବେ କାମ କରିଥାନ୍ତି। ‘‘ମୁଁ ପାଲାଗାନ୍‌ ବିନା ରହିପାରିବି ନାହିଁ,’’ ସେ କୁହନ୍ତି। ‘‘ତେଣୁ, ଆଜି ରାତିରେ ମୁଁ ଏଠାରେ କଳାକାରମାନଙ୍କର ମେକଅପ୍‌ କରୁଛି।’’

ଏଭଳି କୌଣସି ଶୋ’ ଦେଖାଇବାକୁ ୭,୦୦୦ରୁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ପରିଶୋଧ କରାଯାଇଥାଏ। ଏହି ଅର୍ଥ ମଧ୍ୟରୁ ଯେତେବେଳେ ସବୁ ପାଲାଗାନ କଳାକାରମାନଙ୍କୁ ଟଙ୍କା ଦିଆଯାଏ, ତାହା ଅତି ମାମୁଲି ଅର୍ଥ ହୋଇଥାଏ। ଅରୁଣ କୁହନ୍ତି, ‘‘ବନବିବି ପାଲା ଗାନର ଏହି ପ୍ରଦର୍ଶନ ବଳରେ ୧୨,୦୦୦ ଟଙ୍କା ମିଳିବ, ଯାହାକୁ ୨୦ରୁ ଅଧିକ କଳାକାରଙ୍କ ମଧ୍ୟରେ ବାଣ୍ଟି ଦିଆଯିବ।’’

ମଞ୍ଚ ପଛରେ, ଉଷାରାଣୀ ଘରାନୀ ଜଣେ ସହ ଅଭିନେତାଙ୍କ ଆଖିରେ କଜଳ ଲଗାଉଛନ୍ତି। ସେ ସ୍ମିତ ହସି କୁହନ୍ତି, ‘‘ସହରୀ ଅଭିନେତାଙ୍କ ବିପରୀତ, ଆମେ ନିଜେ ହିଁ ନିଜର ସବୁ ସାଜସଜ୍ଜା ଶୃଙ୍ଖାର ପାଖରେ ରଖିଥାଉ। ଜବାହର କଲୋନୀ ଗାଁର ବାସିନ୍ଦା ଉଷାରାଣୀ ପ୍ରାୟ ଗୋଟିଏ ଦଶନ୍ଧି ପୂର୍ବରୁ ପାଲା ଗାନ୍‌ ପରିବେଷଣ କରି ଆସୁଛନ୍ତି। ଆଜି ସେ ତିନୋଟି ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିବେ, ଯେଉଁଥିରେ ମା’ ବନ ବିବିଙ୍କ ମୁଖ୍ୟ ଭୂମିକା ମଧ୍ୟ ସାମିଲ ରହିଛି।

Usharani Gharani lines Uday Mandal’s eyes with kohl; the actor is playing the role of Shah Jangali, the brother of Ma Bonbibi
PHOTO • Ritayan Mukherjee

ଉଷାରାଣୀ ଘରାନୀ ଉଦୟ ମଣ୍ଡଳଙ୍କ ଆଖିରେ କଜଳ ଲଗାଉଛ ନ୍ତି ; ଯିଏକି ମା ବନବିବିଙ୍କ ଭାଇ ଶାହ ଜଙ୍ଗ ଲୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି

Banamali Byapari, a popular pala gaan artist of the Sundarbans, stands next to a honeycomb which is a prop for the show tonight
PHOTO • Ritayan Mukherjee

ସୁନ୍ଦରବନର ଜଣେ ଲୋକପ୍ରିୟ ପାଲା ଗାନ କଳାକାର ବନମାଳି ବ୍ୟାପାରୀ ମହୁ ଛତା ପାଖରେ ଛିଡ଼ା ହୋଇଛନ୍ତି, ଯାହାକୁ ଆଜି ରାତିର ଶୋ ସମୟରେ ବ୍ୟବହାର କରାଯିବ

ଗ୍ରୀନ ରୁମର ଗୋଟିଏ ପଟେ ବନମାଳି ବ୍ୟାପାରୀ ଛିଡ଼ା ହୋଇଛନ୍ତି। ସେ ଜଣେ ଅଭିଜ୍ଞ କଳାକାର। ଗତ ବର୍ଷ ରଜତ ଜୁବଲୀ ଗାଁରେ ମୁଁ ତାଙ୍କୁ ମା’ ମନସା ପାଲା ଗାନ ରେ କଳା ପରିବେଷଣ କରୁଥିବାର ଦେଖିଥିଲି। ସେ ମୋତେ ଚିହ୍ନି ପାରୁଛନ୍ତି ଏବଂ କଥାବାର୍ତ୍ତା ଆରମ୍ଭ ହେବାର କିଛି ସମୟ ପରେ କହୁଛନ୍ତି, ‘‘ମୋ ସାଥୀ କଳାକାରମାନଙ୍କ କଥା ମନେ ଅଛି, ଯେଉଁମାନଙ୍କର ଫଟୋ ଆପଣ ଉଠାଇଥିଲେ? ସେମାନେ ସମସ୍ତେ ଏବେ ଆନ୍ଧ୍ରପ୍ରଦେଶକୁ ଚାଲି ଯାଇଛନ୍ତି, ସେଠାରେ ଧାନ କ୍ଷେତ୍ରରେ ଶ୍ରମିକ ଭାବେ କାମ କରୁଛନ୍ତି।’’

ବିନାଶକାରୀ ବାତ୍ୟା, ୨୦୨୧ରେ ଆସିଥିବା ୟାସ ଏବଂ ୨୦୨୦ରେ ଅମ୍ଫନ, ସୁନ୍ଦରବନରେ କଳାକାରମାନଙ୍କୁ ଆହୁରି ଅଧିକ ସଙ୍କଟ ମଧ୍ୟକୁ ଠେଲି ଦେଇଛି ଏବଂ ସ୍ଥାନୀୟ ଅଞ୍ଚଳରେ ଋତୁକାଳୀନ ପ୍ରବାସ ବଢ଼ି ଚାଲିଛି। ଅସ୍ଥିର ଆୟ କାରଣରୁ ଦିନ ମଜୁରିଆମାନେ ପାଲା ଗାନ୍‌ କରିବାକୁ କୁଣ୍ଠାବୋଧ କରୁଛନ୍ତି।

‘‘ମୋର ସହକଳାକାରମାନେ ତିନି ମାସ ପାଇଁ ଆନ୍ଧ୍ରପ୍ରଦେଶ ଯିବେ। ସେମାନେ ଫେବୃଆରୀ ମାସ ପରେ ଫେରିବେ,’’ ବନମାଳି କୁହନ୍ତି। ‘‘ଧାନ କ୍ଷେତରେ କାମ କରି ଜଣେ ବ୍ୟକ୍ତି ୭୦,୦୦୦-୮୦,୦୦୦ ଟଙ୍କା ସଞ୍ଚୟ କରିଥାନ୍ତି। ଏହି ଅର୍ଥକୁ ଯେକେହି ଖୁବ ଅଧିକ ବୋଲି ଭାବିପାରନ୍ତି, କିନ୍ତୁ ଏଥିପାଇଁ ହାଡ଼ଭଙ୍ଗା ପରିଶ୍ରମ କରିବାକୁ ପଡ଼ିଥାଏ,’’ ସେ ସୂଚନା ଦିଅନ୍ତି।

ବନମାଳି ଠିକ ଏହି କାରଣରୁ ଚଳିତ ବର୍ଷ ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇନଥିଲେ। ‘‘ ପାଲା ଗାନ୍‌ ପରିବେଷଣ କରି ଯେଉଁ ଅଳ୍ପ ରୋଜଗାର କରୁଥିଲି, ସେଥିରେ ମୁଁ ଖୁସି ଥିଲି,’’ ସେ କୁହନ୍ତି।

Audience members in the green room, keenly watching the actors put on make-up.
PHOTO • Ritayan Mukherjee
Modelled on animals, these masks will be used by the actors essaying the roles
PHOTO • Ritayan Mukherjee

ବାମ : ଦର୍ଶକମାନେ ଗ୍ରୀନ ରୁମରେ କଳାକାରମାନଙ୍କ ସାଜସଜ୍ଜାକୁ ଆଗ୍ରହର ସହିତ ଦେଖୁଛନ୍ତି। ଡାହାଣ : ପଶୁଙ୍କ ମୁହଁ ଭଳି ହୋଇଥିବା ଏହିସବୁ ମୁଖା ପିନ୍ଧି କଳାକାରମାନେ ବିଭିନ୍ନ ଭୂମିକାରେ ଅଭିନୟ କରିବେ

Portrait of Dilip Mandal in his attire of Dakkhin Rai
PHOTO • Ritayan Mukherjee

ଦକ୍ଷିଣ ରାୟଙ୍କ ବେଶରେ ଦିଲ୍ଲୀପ ମଣ୍ଡଳଙ୍କ ଫଟୋ

ଥରେ ବନବିବି କାର୍ଯ୍ୟକ୍ରମ ଆୟୋଜନ କଲେ ପ୍ରାୟ ୨୦,୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ ସେଥିମଧ୍ୟରୁ ୧୨,୦୦୦ ଟଙ୍କା ନାଟକ ମଣ୍ଡଳୀ ନିଅନ୍ତି ଏବଂ ବାକି ଟଙ୍କା ମାଇକ ଓ ମଞ୍ଚ ପ୍ରସ୍ତୁତିରେ ବିନିଯୋଗ ହୁଏ। ରୋଜଗାର କମିବା ସତ୍ତ୍ୱେ ବନବିବି ପାଲା ଗାନ ସ୍ଥାନୀୟ ଲୋକମାନଙ୍କ ସକ୍ରିୟ ପ୍ରୋତ୍ସାହନ, ଅଂଶଗ୍ରହଣ ଓ ଆର୍ଥିକ ସହଯୋଗ ଜରିଆରେ ବଞ୍ଚି ରହିଛି।

ଇତିମଧ୍ୟରେ, ମଞ୍ଚ ପ୍ରସ୍ତୁତ ହୋଇସାରିଛି, ସମସ୍ତେ ଆସନରେ ବସି ଯାଇଛନ୍ତି, ଜୋରରେ ସଙ୍ଗୀତ ବାଜିବା ଆରମ୍ଭ କରିଛି ଏବଂ ନାଟକ ପରିବେଷଣ ସମୟ ଆସିଯାଇଛି।

ଉଷାରାଣୀ ଘୋଷଣା କରୁଛନ୍ତି, ‘‘ମା ବନବିବିଙ୍କ କୃପାରୁ, ଆମେ କବି ଜଶିମୁଦ୍ଦିନଙ୍କ ପଟ୍ଟକଥା ଉପରେ ଆଧାରିତ ନାଟକ ଆରମ୍ଭ କରିବାକୁ ଯାଉଛୁ। କିଛି ଘଣ୍ଟା ଧରି ଧୈର୍ଯ୍ୟର ସହ ବସି ରହିଥିବା ଦର୍ଶକମାନେ ସତର୍କ ହୋଇଯାଉଛନ୍ତି ଏବଂ ପରବର୍ତ୍ତୀ ପାଞ୍ଚ ଘଣ୍ଟା ପାଇଁ ନାଟକ ସହ ଯୋଡ଼ି ହୋଇଯାଉଛନ୍ତି।

ଦେବୀ ମା’ ବନବିବି, ମା’ ମନସା ଓ ଶିବ ଠାକୁରଙ୍କ ପାଇଁ ବୋଲା ଯାଉଥିବା ପ୍ରାର୍ଥନା ଗୀତ ବାଜିବା ଫଳରେ ସମ୍ପୂର୍ଣ୍ଣ ଶୋରେ ଉତ୍ସୁକତା ଭରି ଯାଏ। ଦିଲ୍ଲୀପ ମଣ୍ଡଳ ସୁନ୍ଦରବନର ଜଣେ ପ୍ରମୁଖ ପାଲା ଗାନ କଳାକାର ଏବଂ ସେ ଦକ୍ଷିଣ ରାୟର ଭୂମିକା ନିର୍ବାହ କରିଥାନ୍ତି – ଯିଏକି ବେଶ ପରିବର୍ତ୍ତନ କରିଚାଲିଥାଏ ଏବଂ ପ୍ରାୟତଃ ବାଘ ରୂପ ଧରିନିଏ।

ନାଟକର ସେହି ଭାଗ ଯେଉଁଥିରେ ମା’ ବନବିବି ଦକ୍ଷିଣ ରାୟର କବଳରୁ ଦୁଖେ ନାମକ ଜଣେ ପୁଅକୁ ରକ୍ଷା କରିଥାନ୍ତି, ଦର୍ଶକମାନଙ୍କୁ ଭାବ-ବିଭୋର କରି ଦେଇଥାଏ ଏବଂ ଅନେକ ଦର୍ଶକଙ୍କ ଆଖିରେ ଲୁହ ଆସିଯାଏ। ୧୯୯୯ ମସିହାଠାରୁ ୨୦୧୪ ମଧ୍ୟରେ ୪୩୭ ଜଣ ଲୋକ ସୁନ୍ଦରବନରେ ପ୍ରବେଶ କରିବା ସମୟରେ କିମ୍ବା ସେହି ବାଟ ଦେଇ ଯିବା ସମୟରେ ବାଘ ଆକ୍ରମଣରେ ଆହତ ହୋଇଥିଲେ। ଜଙ୍ଗଲରେ ପ୍ରବେଶ କରିବା ମାତ୍ରେ ବାଘ ଆକ୍ରମଣର ଆଶଙ୍କା ଲାଗି ରହିଥାଏ ଏବଂ ଏ ବିଷୟରେ ସ୍ଥାନୀୟ ଲୋକମାନେ ଭଲ ଭାବେ ଜାଣନ୍ତି, ସେଥିପାଇଁ ସେମାନେ ଦୁଖେର ଡର ସହିତ ନିଜକୁ ଯୋଡ଼ି ଦେଖିଥାନ୍ତି ଏବଂ ମା’ ବନବିବିଙ୍କ ଆଶୀର୍ବାଦ ପାଇବାକୁ ଚାହାନ୍ତି।

PHOTO • Ritayan Mukherjee
A packed crowd of close to 400 people wait for the performance to begin
PHOTO • Ritayan Mukherjee

ବାମ : ମଞ୍ଚରେ ମାଇକ ସଜାଡ଼ୁଛନ୍ତି ଜଣେ ବୈଷୟିକ କାରୀଗର। ଡାହାଣ : ପ୍ରାୟ ୪୦୦ ଲୋକଙ୍କ ଭିଡ଼ ଶୋ’ ଆରମ୍ଭ ହେବାକୁ ଅପେକ୍ଷା କରି ରହିଛନ୍ତି

Jogindra Mandal, the manager of the troupe, prompts lines when needed.
PHOTO • Ritayan Mukherjee
The pala gaan is interrupted several times due to technical glitches and so a technician sits vigilant at the console
PHOTO • Ritayan Mukherjee

ବାମ : ମଣ୍ଡଳୀର ମ୍ୟାନେଜର ଯୋଗୀନ୍ଦ୍ର ମଣ୍ଡଳ ଆବଶ୍ୟକ ହେଲେ ନାଟକ ସମୟରେ ପଂକ୍ତିଗୁଡ଼ିକୁ ମନେ ପକାଇ ଦେଇଥାନ୍ତି। ଡାହାଣ : ମେସିନ ଖରାପ ହେବା କାରଣରୁ ପାଲା ଗାନ ଅନେକ ସମୟରେ ବାଧାପ୍ରାପ୍ତ ହୋଇଥାଏ ଏବଂ ସେଥିପାଇଁ ଜଣେ ଟେକ୍ନିସିଆନ ସେଠାରେ ସତର୍କ ହୋଇ ବସି ରହିଥାନ୍ତି

ଅଚାନକ ଭିଡ଼ ଭିତରୁ କେହି ପାଟି କରି ଉଠିଥାଏ, ‘‘ଏ ମାଇକବାଲା ଏତେ ବୋକା କାହିଁକି! କେତେ ସମୟ ହେଲା କିଛି ଶୁଭୁ ନାହିଁ।’’ ଯେପର୍ଯ୍ୟନ୍ତ ଟେକ୍ନିସିଆନ ତାର ଠିକ୍‌ କରୁନାହାନ୍ତି ସେ ପର୍ଯ୍ୟନ୍ତ ନାଟକ ବନ୍ଦ ରହିଥାଏ। ଏହାଦ୍ୱାରା କଳାକାରମାନଙ୍କୁ ସାମାନ୍ୟ ବିଶ୍ରାମ ମିଳିଥାଏ ଏବଂ ଟେକ୍ନିକାଲ ଅସୁବିଧା ଦୂର ହେବା ପରେ ୧୦ ମିନିଟ୍‌ ପରେ ପୁଣି ନାଟକ ଆରମ୍ଭ ହୋଇଯାଏ।

ଯାତ୍ରାପାଲ ମଣ୍ଡଳୀର ମ୍ୟାନେଜର ଯୋଗୀନ୍ଦ୍ର ମଣ୍ଡଳ ମଞ୍ଚ ସାମ୍ନାରେ ଏପରି ବସିଛନ୍ତି ଯେ ଯଦି କେହି କଳାକାର ନିଜ ଲାଇନ ଭୁଲି ଯାଉଛନ୍ତି, ତା’ହେଲେ ସେ ତାଙ୍କୁ ମନେ ପକାଇ ଦେବେ। ସେ ମଧ୍ୟ ପାଲା ଗାନର ହ୍ରାସ ପାଉଥିବା ଚାହିଦାକୁ ନେଇ ଦୁଃଖି ଅଛନ୍ତି, ‘‘ଆଉ ବୁକିଂ କେଉଁଠି ମିଳୁଛି? ପୂର୍ବରୁ ଗୋଟିଏ ପରେ ଗୋଟିଏ ଶୋ’ ଚାଲିଥିଲା ଏବଂ ଆମକୁ ଅତି କଷ୍ଟରେ ସମୟ ମିଳୁଥିଲା। ଏବେ ସେ ସମୟ ଚାଲିଗଲାଣି।’’

ଯୋଗୀନ୍ଦ୍ରଙ୍କ ଭଳି ମ୍ୟାନେଜରଙ୍କ ପାଇଁ ନାଟକ ଦଳର କଳାକାରଙ୍କୁ ଖୋଜିବା କଷ୍ଟ ହୋଇଯାଉଛି, କାରଣ ଲୋକମାନେ ଏଥିରୁ ହେଉଥିବା ରୋଜଗାରରେ ଘର ଚଳେଇ ପାରୁନାହାନ୍ତି। ସେ କୁହନ୍ତି ଯେ, ତାଙ୍କୁ ବହୁ ଦୂରରୁ କଳାକାରମାନଙ୍କୁ ଡାକିବାକୁ ପଡ଼ୁଛି। ‘‘ଏବେ ଆପଣଙ୍କୁ ଅଭିନେତା କେଉଁଠୁ ମିଳିବେ? ପାଲା ଗାନ ର ସବୁ କଳାକାର ଏବେ ମଜୁରି କାମ କଲେଣି।’’

ଇତିମଧ୍ୟରେ କିଛି ଘଣ୍ଟା ବିତିସାରିଛି ଏବଂ ବନବିବି ପାଲା ଗାନ ନିଜର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। କୌଣସି ପ୍ରକାରରେ ପୁଣିଥରେ ଉଷାରାଣୀଙ୍କ ସହିତ ମୋର ଆଲୋଚନା ହେଉଛି। ସେ କୁହନ୍ତି ଯେ, ପାଲା ଗାନ୍‌ ବ୍ୟତୀତ, ଗୋସାବା ବ୍ଲକର ଭିନ୍ନ ଭିନ୍ନ ଗାଁରେ ସେ ରାମାୟଣ ଉପରେ ଆଧାରିତ କାହାଣୀ ଶୁଣାଇଥାନ୍ତି। କିନ୍ତୁ ତାଙ୍କର କୌଣସି ସ୍ଥାୟୀ ରୋଜଗାର ନାହିଁ। ‘‘କେଉଁ ମାସରେ ୫,୦୦୦ ଟଙ୍କା ରୋଜଗାର ହୋଇଥାଏ। ଅନ୍ୟମାସରେ କିଛି ନଥାଏ।’’

‘‘ଗତ ତିନି ବର୍ଷ ମଧ୍ୟରେ, ଆମେ ବାତ୍ୟା, କୋଭିଡ-୧୯ ମହାମାରୀ ଓ ଲକଡାଉନର ସାମ୍ନା କରିଛି,’’ ଉଷାରାଣୀ କୁହନ୍ତି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ‘‘ଆମେ ପାଲା ଗାନ କୁ ମୃତ ହେବାକୁ ଦେଇନାହୁଁ,’’ ଆସନ୍ତା ବର୍ଷ ପୁଣିଥରେ ନାଟକ ପରିବେଷଣ କରିବାର ଆଶା ନେଇ ନିଜ ଜିନିଷପତ୍ର ବାନ୍ଧିବା ସମୟରେ ଉଷାରାଣୀ କହିଥାନ୍ତି।

Usharani going through her scenes in the makeshift green room
PHOTO • Ritayan Mukherjee

ଅସ୍ଥାୟୀ ଗ୍ରୀନ ରୁମରେ ଉଷାରାଣୀ ନିଜର ପଂକ୍ତିଗୁଡ଼ିକୁ ମନେ ରଖୁଛନ୍ତି

Actor Bapan Mandal poses with a plastic oar, all smiles for the camera
PHOTO • Ritayan Mukherjee

ଅଭିନେତା ବାପନ ମଣ୍ଡଳ ପ୍ଲାଷ୍ଟିକ ଚପ୍ପୁ ସହିତ ହସି ହସି ଫଟୋ ଉଠାଉଛନ୍ତି

Rakhi Mandal who plays the role of young Ma Bonbibi and Dukhe, interacting with her co-actors
PHOTO • Ritayan Mukherjee

ମା’ ବନବିବିଙ୍କ ପିଲାଦିନ ଓ ଦୁଖେ ଭୂମିକାରେ ଅଭିନୟ କରୁଥିବା ରାକ୍ଷୀମଣ୍ଡଳ ସହ-ଅଭିନେତାମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି

The actors rehearse their lines in the green room. Dilip Mandal sits in a chair, sword in hand, waiting for his cue to enter the stage
PHOTO • Ritayan Mukherjee

ଗ୍ରୀନ ରୂପରେ ଅଭିନେତାମାନେ ନିଜର ପଂକ୍ତି ମୁଖସ୍ତ କରୁଛନ୍ତି। ହାତରେ ଖଣ୍ଡା ଧରି ଦିଲୀପ ମଣ୍ଡଳ ଏକ ଚେୟାର ଉପରେ ବସିଛନ୍ତି; ସେ ମଞ୍ଚ ଉପରକୁ ଯିବା ପାଇଁ ନିଜ ସମୟ ଆସିବାକୁ ଅପେକ୍ଷା କରି ରହିଛନ୍ତି

Usharani Gharani announcing the commencement of the pala gaan
PHOTO • Ritayan Mukherjee

ଉଷାରାଣୀ ଘରାନୀ ପାଲା ଗାନ ଆରମ୍ଭ ସମ୍ପର୍କରେ ଘୋଷଣା କରୁଛନ୍ତି

Artists begin the pala gaan with prayers dedicated to Ma Bonbibi, Ma Manasa and Shib Thakur
PHOTO • Ritayan Mukherjee

ମା’ ବନବିବି, ମା ମନସା ଓ ଶିବ ଠାକୁରଙ୍କୁ ସମର୍ପିତ ପ୍ରାର୍ଥନା ଗୀତ ସହିତ କଳାକାରମାନେ ପାଲା ଗାନ ପରିବେଷଣ ଆରମ୍ଭ କରି ଦେଇଛନ୍ତି

Actor Arun Mandal plays the role of Ibrahim, a fakir from Mecca
PHOTO • Ritayan Mukherjee

ଅଭିନେତା ଅରୁଣ ମଣ୍ଡଳ ଜଣେ ମକ୍କା ଫକୀର ଇବ୍ରାହିମଙ୍କ ଭୂମିକାରେ ଅଭିନୟ କରୁଛନ୍ତି

Actors perform a scene from the Bonbibi pala gaan . Golabibi (in green) is compelled to choose between her two children, Bonbibi and Shah Jangali. She decides to abandon Bonbibi
PHOTO • Ritayan Mukherjee

ବନବିବି ପାଲାଗାନର ଏକ ଦୃଶ୍ୟ ପରିବେଷଣ କରିବା ସମୟରେ କଳାକାର। ଗୋଲାବିବି (ସବୁଜ ରଙ୍ଗର ପୋଷାକ) ନିଜର ଦୁଇ ପିଲା, ବନବିବି ଏବଂ ଶାହ ଜଙ୍ଗଲୀଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବାକୁ ବାଧ୍ୟ ହେଉଛନ୍ତି। ସେ ବନବିବିଙ୍କୁ ତ୍ୟାଗ କରିବା ପାଇଁ ନିଷ୍ପତ୍ତି ନେଉଛନ୍ତି

Rakhi Mandal and Anjali Mandal play the roles of young Bonbibi and Shah Jangali
PHOTO • Ritayan Mukherjee

ବନବିବିଙ୍କ ପିଲା ଦିନ ଭୂମିକାରେ ରାକ୍ଷୀ ମଣ୍ଡଳ ଏବଂ ଶାହ ଜଙ୍ଗଲ ଭୂମିକାରେ ଅଞ୍ଜଳି ମଣ୍ଡଳ

Impressed by the performance of Bapan Mandal, a elderly woman from the village pins a Rs. 10 note to his shirt as reward
PHOTO • Ritayan Mukherjee

ବାପନ ମଣ୍ଡଳଙ୍କ ଅଭିନୟରେ ମୁଗ୍ଧ ହୋଇ ଗାଁର ଜଣେ ବୟସ୍କ ମହିଳା ତାଙ୍କ ସାର୍ଟରେ ପୁରସ୍କାର ସ୍ୱରୂପ ୧୦ ଟଙ୍କିଆ ନୋଟ ଖୋସି ଦେଉଛନ୍ତି

Usharani delivers her lines as Narayani, the mother of Dakkhin Rai. In the pala gaan , she also plays the roles of Bonbibi and Fulbibi
PHOTO • Ritayan Mukherjee

ଦକ୍ଷିଣ ରାୟର ମା’ ନାରାୟଣୀ ଭୂମିକାରେ ଉଷାରାଣୀ ନିଜର ପଂକ୍ତି କହୁଛନ୍ତି। ସେ ମଧ୍ୟ ବନବିବି ଓ ଫୁଲବିବିଙ୍କ ଭୂମିକାରେ ଅଭିନୟ କରିଥାନ୍ତି

Actors play out a fight scene between young Bonbibi and Narayani
PHOTO • Ritayan Mukherjee

ଯୁବାବସ୍ଥାରେ ବନବିବି ଏବଂ ନାରାୟଣୀଙ୍କ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଦୃଶ୍ୟରେ କଳାକାରମାନେ ଅଭିନୟ କରୁଛନ୍ତି

A child from Jawahar Colony village in the audience is completely engrossed in the show
PHOTO • Ritayan Mukherjee

ଜବାହର କଲୋନୀ ଗାଁର ଜଣେ ଝିଅ ସମ୍ପୂର୍ଣ୍ଣ ମୁଗ୍ଧ ହୋଇ ନାଟକ ଦେଖୁଛନ୍ତି

Bibijaan bids farewell to her son, Dukhey as he accompanies Dhana, a businessman into the forest to learn the trade of collecting honey. Many in the audience are moved to tears at this scene
PHOTO • Ritayan Mukherjee

ବିବିଜାନ ନିଜ ପୁଅ ଦୁଖେକୁ ବିଦାୟ ଦେଉଛନ୍ତି, କାରଣ ସେ ଜଣେ ବ୍ୟବସାୟୀ ଧନଙ୍କ ସହିତ ଜଙ୍ଗଲକୁ ମହୁ ସଂଗ୍ରହ କରିବାର ବ୍ୟବସାୟ ଶିଖିବାକୁ ଯାଉଛନ୍ତି। ଏହି ଦୃଶ୍ୟକୁ ଦେଖି ଦର୍ଶକଙ୍କ ଆଖିରୁ ଲୁହ ଝରି ଆସିଥାଏ

Boatmen take Dukhey into the jungle laced with dangers
PHOTO • Ritayan Mukherjee

ନାବିକମାନେ ବିପଦରେ ପରିପୂର୍ଣ୍ଣ ଜଙ୍ଗଲ ଭିତରକୁ ଦୁଖେଙ୍କୁ ନେଇ ଯାଉଛନ୍ତି

Boatmen and Dhana strategise on how to get honey from the forest
PHOTO • Ritayan Mukherjee

ଜଙ୍ଗଲରୁ କିପରି ମହୁ ସଂଗ୍ରହ କରାଯିବ ସେ ସମ୍ପର୍କରେ ନାବିକ ଓ ଧନ ରଣନୀତି ପ୍ରସ୍ତୁତ କରୁଛନ୍ତି

A scene from the pala gaan where Dakkhin Rai appears in the dream of Dhana, asking him to sacrifice Dukhey as his kar (tax). Only then would he find honey in the forest
PHOTO • Ritayan Mukherjee

ପାଲାଗାନର ଏକ ଦୃଶ୍ୟ, ଯେଉଁଥିରେ ଧନର ସ୍ୱପ୍ନରେ ଦକ୍ଷିଣ ରାୟ ପ୍ରକଟ ହେଉଛି ଏବଂ କର ଆକାରରେ ଦୁଖେଙ୍କ ବଳିଦାନ ପାଇଁ କହୁଛି, ତା’ପରେ ଯାଇ ତା’କୁ ଜଙ୍ଗଲରୁ ମହୁ ମିଳିପାରିବ

Usharani Gharani, looking ethereal, enters the stage dressed as Ma Bonbibi
PHOTO • Ritayan Mukherjee

ଉଷାରାଣୀ ଘରାନୀ ନିଜ ଭୂମିକାରେ ଅତି ଭବ୍ୟ ଦେଖାଯାଉଛନ୍ତି ଏବଂ ମା’ ବନବିବିଙ୍କ ଭୂମିକାରେ ସେ ମଞ୍ଚରେ ପ୍ରବେଶ କରୁଛନ୍ତି

In the forest, an abandoned Dukhey prays to Ma Bonbibi, to save him from Dakhin Ray. Ma Bonbibi grants his wish, defeats Dakhin Roy and safely returns him to his mother Bibijaan. Dukhey is also blessed with large amounts of honey which make him comfortably rich
PHOTO • Ritayan Mukherjee

ଜଙ୍ଗଲରେ ପରିତ୍ୟକ୍ତ ବାଳକ ଦୁଖେ ନିଜକୁ ଦକ୍ଷିଣ ରାୟଠାରୁ ବଞ୍ଚାଇବା ଲାଗି ମା’ ବନବିବିଙ୍କୁ ପ୍ରାର୍ଥନା କରୁଛି ମା’ ବନବିବି ଦୁଖେର ଇଚ୍ଛାକୁ ପୂରଣ କରୁଛନ୍ତି, ଦକ୍ଷିଣ ରାୟଙ୍କୁ ହରେଇ ଦେଉଛନ୍ତି ଏବଂ ତା’କୁ ସୁରକ୍ଷିତ ତା’ର ମା’ ପାଖକୁ ଫେରି ଦେଉଛନ୍ତି ଦୁଖେକୁ ବରଦାନ ରୂପରେ ବହୁ ପରିମାଣରେ ମହୁ ମିଳୁଛି, ଯେଉଁଥିରେ ସେ ଧନୀ ହୋଇଯାଉଛି

A butterfly motif, and the word 'Samapta' ('The End' ) marks the conclusion of the script
PHOTO • Ritayan Mukherjee

କାଗଜରେ ଚିତ୍ରିତ ପ୍ରଜାପତିର ଡିଜାଇନ ଏବଂ ସେଥିରେ ଲେଖାଥିବା ‘ସମାପ୍ତ’ (‘ଦ ଏଣ୍ଡ’) ଶବ୍ଦ କହି ଦେଉଛି ଯେ ପଟ୍ଟକଥା ସମ୍ପୂର୍ଣ୍ଣ ହୋଇସାରିଛି


ଅନୁବାଦ : ଓଡ଼ିଶାଲାଇଭ୍‍

Ritayan Mukherjee

କୋଲକାତାରେ ରହୁଥିବା ରୀତାୟନ ମୁଖାର୍ଜୀଙ୍କର ଫଟୋଗ୍ରାଫି ପ୍ରତି ଆଗ୍ରହ ରହିଛି ଏବଂ ସେ ୨୦୧୬ର ପରୀ ବ୍ୟକ୍ତିତ୍ୱ । ସେ ତିବ୍ଦତୀୟ ମାଳଭୂମି ଅଞ୍ଚଳରେ ଯାଯାବର ପଶୁପାଳକ ସଂପ୍ରଦାୟର ଜୀବନ ଉପରେ ତଥ୍ୟ ସଂଗ୍ରହ କରୁଥିବା ଏକ ଦୀର୍ଘକାଳୀନ ପ୍ରକଳ୍ପରେ କାମ କରୁଛନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Ritayan Mukherjee
Editor : Dipanjali Singh

ଦୀପାଞ୍ଜଳି ସିଂ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ସହାୟକ ସମ୍ପାଦିକା। ସେ ପରୀ ଲାଇବ୍ରେରୀ ପାଇଁ ଗବେଷଣା କରିବା ସହିତ ଦସ୍ତାବିଜ ପ୍ରସ୍ତୁତ କରିଥାନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Dipanjali Singh
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE