ସେ ଶ୍ରଦ୍ଧାର ସହ ନିଜର କର୍ମଶାଳାକୁ କୁରିଞ୍ଜି କୁହନ୍ତି- ଏହାର ଅନ୍ୟାନ୍ୟ ଅର୍ଥ ମଧ୍ୟରେ ଗୋଟିଏ ଶବ୍ଦ ତାମିଲ ସଙ୍ଗମ୍ସାହିତ୍ୟରେ ଏକ ପାର୍ବତ୍ୟ ଭୂମିକୁ ବର୍ଣ୍ଣନା କରିଛି । ପି.ଆର୍. ବାଲା କୁହନ୍ତି,‘‘ମୁଁ ମୋ ୟୁନିଟ୍କୁ କୁରିଞ୍ଜି କୁହେ କାରଣ ବାଉଁଶ ଏଇଠି ବଢ଼େ ।’’ ସେ ୨୨ ବର୍ଷ ହେବ ବାଉଁଶ ଝୁଡ଼ି, ଚଟେଇ, ଚେୟାର୍, ଝାଡ଼ୁ ଏବଂ ପରଦା ତିଆରି କରୁଛନ୍ତି ।

Bala in his shop
PHOTO • Dorairaj V.

ପି.ଆର୍. ବାଲା ଏବଂ ତାଙ୍କ ପରିବାର ଅନେକ ଜିନିଷ ତିଆରି କରନ୍ତି, ସେମାନେ ମୁଖ୍ୟତଃ ବାଉଁଶ ପରଦା ତିଆରି କରନ୍ତି

ବୈଗାଇ ନଦୀର ଉତ୍ତର କୂଳରେ ଥିବା ଅରୁଲ୍ଦାସପୁରମ୍ଗ୍ରାମରେ ତାଙ୍କ ପୈତୃକ ଘରର ସାମ୍ନା ଭାଗ ହିଁ ତାଙ୍କର କର୍ମଶାଳା । ବାଲା ମହେନ୍ଦ୍ର ମେଦାରା କାରିଗର ସମୂହର ଯେଉଁମାନେ କି ଉଭୟ ତାମିଲ ଏବଂ ତେଲଗୁ ଭାଷାରେ କଥାବାର୍ତ୍ତା କରନ୍ତି ଏବଂ ତିନି ଶତାବ୍ଦୀ ହେବ ବାଉଁଶ କାମ କରୁଛନ୍ତି ।

୩୮ ବର୍ଷ ବୟସ୍କ ବାଲା କମର୍ସରେ ଉପାଧ୍ୟୁତ୍ତର ଡିଗ୍ରୀ ହାସଲ କରିଛନ୍ତି । ୨୦୦୭ ମସିହାଠାରୁ ସେ ମଧ୍ୟ ତାମିଲନାଡୁ ପବ୍ଲିକ୍ସର୍ଭିସ୍କମିଶନଙ୍କ ଦ୍ୱାରା ପରିଚାଳିତ ଗ୍ରୁପ୍II ପରୀକ୍ଷାରେ ସଫଳ ହେବା ପାଇଁ କେତେଥର ଚେଷ୍ଟା କରିଥିଲେ । ଏଥିରେ ସଫଳ ହୋଇଥିଲେ ଏହା ତାଙ୍କୁ ଏକ କିରାଣୀ ଭାବରେ କିମ୍ବା ରେଜିଷ୍ଟ୍ରାର୍କିମ୍ବା ସରକାରୀ ବିଭାଗରେ ଅନ୍ୟ କୌଣସି ପଦବୀ ଦେଇଥାନ୍ତା । କିନ୍ତୁ କୌଣସି ଚାକିରି ପାଇବାରେ ଅସଫଳ ହେବାରୁ ସେ ପରିବାରର କୌଳିକ ବୃତ୍ତିରେ ରହିଲେ । ସେ କୁହନ୍ତି, ‘‘ମୋ ଜାଣିବାରେ ୭-୮ ପିଢ଼ି ହେବ ଏହା ଆମର କୌଳିକ ବୃତ୍ତି ହୋଇରହିଛି। ଏହା ଅଧିକ ବି ହୋଇପାରେ’’।

ପତ୍ନୀ ପି. ଭୁବନାଙ୍କ ସହ ଏକତ୍ର କାମ କରୁଥିବା ବାଲା ମୁଖ୍ୟତଃ ବାଉଁଶ ପରଦା ତିଆରି କରନ୍ତି । ସେ ସପ୍ତାହକୁ ଥରେ ମଦୁରାଇର ଅଲଓ୍ୱାରପୁରମ୍ର ଗୋଟିଏ ବଜାରରୁ ତାଜା ବାଉଁଶ କିଣନ୍ତି । ସେ କୁହନ୍ତି, ‘‘ଦୁଇ ପ୍ରକାରର ବାଉଁଶ ଅଛି’’। “ସବୁଠାରୁ ଭଲ ବାଉଁଶ ପର୍ବତ ଅଞ୍ଚଳରେ ହୁଏ । ପଲକ୍କଡ୍ଏବଂ ମୁନ୍ନାର [କେରଳରେ]ରୁ ଏହି ବଜାରକୁ ଏ ପ୍ରକାର ବାଉଁଶ ଆସେ । ଅନ୍ୟ ପ୍ରକାରଟି ସମତଳ ଅଞ୍ଚଳରେ ହୁଏ । ଏଗୁଡ଼ିକୁ ତାମିଲନାଡ଼ୁର ତାଞ୍ଜାଭୁର ଏବଂ ପୁଡ଼ୁକୋଟ୍ଟାଇ ଜିଲ୍ଲାରୁ ଆସେ । ଦ୍ୱିତୀୟ ପ୍ରକାରଟି ପ୍ରଥମଟି ଭଳି ଏତେ ଦୃଢ଼ ନୁହେଁ ।’’

ବାଲା ଏବଂ ଭୁବନା ବାଉଁଶକୁ ପତଳା ପାତିଆ କରନ୍ତି  । ସେ କୁହନ୍ତି , ‘‘ମନେରଖନ୍ତୁ ବାଉଁଶ ଚିରିବା ତୁମକୁ ଆଘାତ ମଧ୍ୟ ଦେଇପାରେ । ଏହି ଦକ୍ଷତା ହାସଲ ପାଇଁ ବର୍ଷ ବର୍ଷର ଅଭିଜ୍ଞତା ଆବଶ୍ୟକ ହୁଏ ।’’ ଏହାପରେ ସେମାନେ ବାଉଁଶ ପାତିଆକୁ ତିନି ମିଟର ଲମ୍ବ ଗୋଟିଏ ଖୁଣ୍ଟରେ ବାନ୍ଧନ୍ତି । ପ୍ରତି ଦିନ ସେମାନେ ଯେତିକି ପରଦା  ତିଆରି କରନ୍ତି ତାହା ପ୍ରାୟ ୫୦-୫୫ ବର୍ଗ ଫୁଟ ଅଞ୍ଚଳ ପାଇଁ ଯଥେଷ୍ଟ ହେବ । ବାଲା କୁହନ୍ତି, ‘‘ଆମ କାମ ଆରମ୍ଭ ହୁଏ ସକାଳ ୭ଟାରୁ ଏବଂ ରାତି ପ୍ରାୟ ୧୦.୩୦ ବେଳକୁ ଶେଷ ହୁଏ । ଆମେ ସାରାଦିନ ଛିଡ଼ା ହେଉ । ଏହି ଝାଳବୁହା ପରିଶ୍ରମରେ ଆମେ ଦିନକୁ ମାତ୍ର ୪୦୦-୫୦୦ ଲାଭ ପାଉ । ଯଦି ବାଉଁଶ ସଂକ୍ରମିତ ହୋଇଥାଏ କିମ୍ବା ପୋକ ଖାଇଥାଏ ତେବେ ଆମର କ୍ଷତି ମଧ୍ୟ ହୁଏ ।’’

ଭିଡିଓ ଦେଖନ୍ତୁ: ବାଲା ଏବଂ ତାଙ୍କ ପୁଅ ସରବନା ଭେନ୍ଥା ଏକ ଖୁଣ୍ଟରେ ବାଉଁଶ ପାତିଆ ବାନ୍ଧୁଛନ୍ତି ଯାହାକି ପରଦାଗୁଡ଼ିକର ଉପରମୁଣ୍ଡ ହେବ

‘ଆମ କାମ ଆରମ୍ଭ ହୁଏ ସକାଳ ୭ଟାରୁ ଏବଂ ରାତି ପ୍ରାୟ ୧୦.୩୦ ବେଳକୁ ଶେଷ ହୁଏ । ଆମେ ସାରାଦିନ ଛିଡ଼ା ହେଉ । ଏହି ଝାଳବୁହା ପରିଶ୍ରମରେ ଆମେ ଦିନକୁ ମାତ୍ର ୪୦୦-୫୦୦ ଲାଭ ପାଉ’

ବାଲାଙ୍କ ଗ୍ରାହକ ବିବିଧ ପ୍ରକାରର- କେରଳ, ଗୋଆ, ଇଣ୍ଡୋନେସିଆ ଏବଂ ଅନ୍ୟାନ୍ୟ ସ୍ଥାନରୁ । ସେ କୁହନ୍ତି, ‘‘ବାଉଁଶ ପରଦା ପାଇଁ ଚାହିଦା ବର୍ଷସାରା ସମାନ ଥାଏ, କିନ୍ତୁ ଖରା ଦିନେ ତାହା ବଢ଼ିଯାଏ ।’’ ବାଲା ସିଧାସଳଖ ତାଙ୍କ ଗ୍ରାହକଙ୍କୁ ବିକ୍ରୟ କରନ୍ତି, ପରଦାଗୁଡ଼ିକ କେବଳ ଘରୋଇ ଗ୍ରାହକ ଏବଂ ହୋଟେଲ୍ଗୁଡ଼ିକର ବରାଦ ଅନୁଯାୟୀ ତିଆରି କରାଯାଏ । ଝୁଡ଼ିଗୁଡ଼ିକ ମୁଖ୍ୟତଃ ପରିବା ଏବଂ ଫଳ ହୋଲ୍ସେଲ୍ମାର୍କେଟ୍ର ଦୋକାନୀ ଏବଂ ବ୍ୟବସାୟୀଙ୍କ ଦ୍ୱାରା କିଣାଯାଏ ।

PR Bala with his son, Saravana Ventha, at his workshop in Aruldaspuram in Madurai
PHOTO • Dorairaj V.
Bala's daughter Roopa Varshini Sri
PHOTO • Dorairaj V.

ବାଲାଙ୍କ ପୁଅ ତାଙ୍କୁ ପାରିବାରିକ ବ୍ୟବସାୟରେ ସାହାଯ୍ୟ କରନ୍ତି, ତାଙ୍କ ଝିଅ, ରୁପା ବର୍ଷିନୀ ଶ୍ରୀ ଏଥିରେ ଯୋଗ ଦେବା ପାଇଁ ଖୁବ୍ଛୋଟ

ବାଲା ଏବଂ ଭୁବନାଙ୍କର ଦୁଇଜଣ ସନ୍ତାନ; ପୁଅ ସରବନା ଭେନ୍ଥା ନବମ ଶ୍ରେଣୀରେ ପାଠ ପଢ଼ୁଛି, ଏବଂ ଝିଅ ରୁପା ବର୍ଷିନୀ ଶ୍ରୀ ପ୍ରଥମ ଶ୍ରେଣୀରେ ପଢ଼ୁଛି । ଏହି ପରଦା କାରିଗର କୁହନ୍ତି, ‘‘ ମୋ ପୁଅ କାମରେ ସାହାଯ୍ୟ କରେ, ଝିଅ ସାହାଯ୍ୟ କରିବା ପରି ବଡ଼ ହୋଇନି ।’’ ବାଲା ଚାହାଁନ୍ତି ତାଙ୍କ ପୁଅ ଗୋଟିଏ ଭଲ ଚାକିରି କରୁ ଏବଂ ଅଧିକ ପରିଶ୍ରମ କରୁଥିବା ଏହି କୌଳିକ ବୃତ୍ତିକୁ ନଆସୁ । ସେ କୁହନ୍ତି, ‘‘ଏହା ତୁମର ସ୍ୱାସ୍ଥ୍ୟ ଖରାପ କରିଦେବ । ମୁଁ ସାରା ଦିନ ଛିଡ଼ା ହୁଏ । ରାତିରେ ମୋର ପିଠି, କଚଟି ଏବଂ ଗୋଡ଼ ବିନ୍ଧେ’’ । “ଏଥିସହ ବାଉଁଶ ଚିରିବା ତୁମକୁ ଖଣ୍ଡିଆ ଖାବରା କରିଦେଇପାରେ । ଏବଂ ଆପଣ ଏହା ମଧ୍ୟ କହି ପାରିବେନି ଯେ ମୋର ଖଣ୍ଡିଆ ହୋଇଯାଇଛି ଏବଂ ମୁଁ ଗୋଟିଏ ଦିନ ବିଶ୍ରାମ ନେବି । ଏହା ଅସମ୍ଭବ ।’’

ବାଉଁଶ ସାମଗ୍ରୀ ତିଆରି କରିବାରେ ଲାଭ କମ୍ହେଉଥିବାରୁ ଅନେକ ଡ୍ରାଇଭର୍କିମ୍ବା ରଙ୍ଗମିସ୍ତ୍ରୀ ଭାବରେ କାମ କରୁଛନ୍ତି । ବାଲାଙ୍କର ମଧ୍ୟ ‘‘ଗୋଟିଏ ଉଚ୍ଚ ଦରମା, ନିରାପଦ ଏବଂ ସୁରକ୍ଷିତ’’ ସରକାରୀ ଚାକିରିର ଆକାଂକ୍ଷା ଥିଲା । କିନ୍ତୁ ସେ ଏବେ ଦେଖୁଛନ୍ତି ଯେ ତାଙ୍କ ସମୂହର ସମସ୍ତେ କାହାର ନା କାହାର କର୍ମଚାରୀ ଏବଂ ସେ ନିଜେ ସନ୍ତୋଷ ଅନୁଭବ କରୁଛନ୍ତି ଯେ ଅତି କମ୍ରେ ସେ ନିଜ ଉଦ୍ୟୋଗ ଚଳାଉଛନ୍ତି । ସେ କୁହନ୍ତି,‘‘ଆମେ ଅତି ଟାଣିଟୁଣି ହୋଇ ଚଳୁ।’’ “ତଥାପି, ମୁଁ ସନ୍ତୁଷ୍ଟ, କାରଣ ମୋ କାମର ମୁଁ ହିଁ ମାଲିକ ।’’

Slit bamboo sticks ready to be made into a screen
PHOTO • Dorairaj V.
Garden broom made of bamboo
PHOTO • Dorairaj V.
Bala in his shop
PHOTO • Dorairaj V.

ମ୍ୟାଟ୍, ବାସ୍କେଟ୍, ଚେୟାର ଏବଂ ପରଦା ବ୍ୟତୀତ ବାଲାଙ୍କର ପରିବାର ଝାଡ଼ୁ ମଧ୍ୟ ତିଆରି କରନ୍ତି

ଅନୁବାଦ: ଓଡ଼ିଶାଲାଇଭ୍

Dorairaj V.

ଦୋରାଇରାଜ ଭି. ମଦୁରାଇରେ ରୁହନ୍ତି; ସେ ସିଭିଲ୍ଇଞ୍ଜିନିୟରିଂରେ ଡିଗ୍ରୀ କରିଛନ୍ତି ଏବଂ ସେ ୟୁପିଏସ୍ସି ସିଭିଲ୍ସର୍ଭିସ୍ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Dorairaj V.
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE