ରାଜୁ ଚୌଧୁରୀ କହିଲେ, ‘‘ବଞ୍ଚି ରହିବା ପାଇଁ ଆମକୁ ବହୁରୂପୀ ହେବାକୁ ପଡୁଛି। ଚାଷ କରିବା ପାଇଁ ଆମ ପାଖରେ କୌଣସି ଚାଷ ଜମି ନାହିଁ ।’’ ତାଙ୍କ ପରି ବହୁମୁଖୀ କଳାକାରମାନେ ମଞ୍ଚରେ ବିଭିନ୍ନ ପ୍ରକାରର ଧାର୍ମିକ ଓ ପୌରାଣିକ ଚରିତ୍ରରେ ଅଭିନୟ କରିଥାନ୍ତି ।

ଏହି ଫିଲ୍ମ ଚୌଧୁରୀ ପରିବାର ଉପରେ ପର୍ଯ୍ୟବସିତ। ତାଙ୍କ ପରିବାରରେ ବାପା ମା’ ଏବଂ ପିଲାମାନେ ସମସ୍ତେ ହେଉଛନ୍ତି ବହୁରୂପୀ। ସେମାନେ ବୀରଭୂମୀ ଜିଲ୍ଲାର ବିଶାୟପୁର ଗାଁର ବାସିନ୍ଦା ହୋଇଥିବା ବେଳେ କିଛି ଦୃଶ୍ୟରେ ଅଭିନୟ କରିବା ଲାଗି ବିଭିନ୍ନ ଗାଁ ଓ ସହରକୁ ବେଶ୍‌ କିଛି ସମୟ ଧରି ଯାତ୍ରା କରିଥାନ୍ତି ।

ଏକଦା ଜନପ୍ରିୟ ଥିବା ଏହି ଲୋକକଳା ଏବେ ଗ୍ରାମୀଣ ପଶ୍ଚିମବଙ୍ଗରୁ ହଜିବାକୁ ବସିଲାଣି। ଏହି କଳାକୁ ଅଭ୍ୟାସ କରୁଥିବା ଲୋକମାନେ ସେମାନଙ୍କର ପ୍ରଦର୍ଶନରୁ ପିଢ଼ି ପରେ ପିଢ଼ି ଖୁବ୍‌ କମ୍‌ ପରିମାଣର ଅର୍ଥ ରୋଜଗାର କରୁଥିଲେ। କିନ୍ତୁ ଏବେ ଦର୍ଶକମାନେ ମନୋରଞ୍ଜନର ଅନ୍ୟ ମାଧ୍ୟମକୁ ପସନ୍ଦ କରୁଥିବାରୁ ବହୁରୂପୀ ପରିବାରର ଯୁବପିଢ଼ି ବାଧ୍ୟ ହୋଇ ଏହି ବୃତ୍ତି ଛାଡୁଛନ୍ତି। ଚୌଧୁରୀଙ୍କ ପରି ଅନେକ ଲୋକଙ୍କ ନିକଟରେ ଜୀବନଧାରଣ କରିବାର ଅନ୍ୟ ମାଧ୍ୟମ ନାହିଁ ।

PHOTO • Ankan Roy & Sagarika Basu

ଚିଦାମ ଚୌଧୁରୀ ତାଙ୍କ ବାପା ରାଜୁଙ୍କ ସହାୟତାରେ ଜଣେ ବହୁରୂପୀ ପ୍ରଦର୍ଶନକାରୀଙ୍କର ବିସ୍ତୃତ ମେକ୍ ଅପ୍ କରୁଛନ୍ତି

PHOTO • Ankan Roy & Sagarika Basu

ମାଲା ଚୌଧୁରୀ ଗୋଟିଏ ପରିବାରର ଷ୍ଟାର୍‌ ପ୍ରଦର୍ଶନକାରୀ ଯାହାକି ଏବେ ମଧ୍ୟ ଜୀବନଧାରଣ ପାଇଁ ଏହି କଳା ଉପରେ ନିର୍ଭର କରୁଛି

ଏଠାରେ ପ୍ରଦର୍ଶିତ ହୋଇଥିବା ଫିଲ୍ମର ଏକ ସଂସ୍କରଣ ଅଙ୍କନ ରୟ(କ୍ୟାମେରା) ଏବଂ ସାଗରିକା ବାସୁ(ଏଡିଟିଂ)ଙ୍କ ଦ୍ୱାରା ୨୦୧୫ରେ ନିର୍ମାଣ ହୋଇଥିଲା । ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନରେ ପଢୁଥିବା ସମୟରେ ସେମାନଙ୍କର ପ୍ରାମାଣିକ ଚଳଚ୍ଚିତ୍ର ପ୍ରକଳ୍ପ ରୂପେ ଏହା ନିର୍ମିତ ହୋଇଥିଲା ।

ଅନୁବାଦ: ଓଡ଼ିଶାଲାଇଭ୍‍

Ankan Roy & Sagarika Basu

ଅଙ୍କନ ରୟ ଶାନ୍ତିନିକେତନସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସାଗରିକା ବାସୁ ୨୦୧୬ରେ ପରୀରେ ଶିକ୍ଷାନବୀଶ ଭାବେ କାମ କରୁଥିବା ବେଳେ ସେ ମଧ୍ୟ ଶାନ୍ତିନିକେତନସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଜଣେ ପୂର୍ବତନ ଛାତ୍ରୀ । ଏବେ ସେ କୋଲକାତାସ୍ଥିତ ଏକ ନ୍ୟୁଜ୍ ଚ୍ୟାନେଲ୍ ୨୪ ଘଣ୍ଟାରେ ସମ୍ପାଦନା ବିଭାଗରେ ଶିକ୍ଷାନବୀଶ ଭାବେ କାମ କରୁଛନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Ankan Roy & Sagarika Basu
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE