ତାଲାବନ୍ଧ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ମହମ୍ମଦ୍ ଖୋକନ୍ଙ୍କୁ କାହିଁକି କୌଣସି ସମୟ ଦିଆଗଲା ନାହିଁ ତାହା ବୁଝିବା ପାଇଁ ସଂଘର୍ଷ କରୁଛନ୍ତି । ଯଦି ଏହି ଆବଦ୍ଧ ଅବସ୍ଥା ଏତେ ଦୀର୍ଘସ୍ଥାୟୀ ହେବ ବୋଲି ସେ ପୂର୍ବରୁ ଜାଣିପାରିଥାନ୍ତେ. ତାହାହେଲେ ସେ ଖାଦ୍ୟ କିଣିବା ପାଇଁ କିଛି ପଇସା ଅଲଗା କରି ରଖିଥାନ୍ତେ ବୋଲି ସହରର ମ୍ୟୁନିସିପାଲିଟି କର୍ପୋରେସନ୍ ବ୍ରୁହତ୍ ବେଙ୍ଗାଲୁରୁ ମହାନଗର ପାଳିକାରେ ବର୍ଜ୍ୟ କର୍ମଚାରୀ ଭାବେ କାମ କରୁଥିବା ଖୋକନ୍ କୁହନ୍ତି ।
ମହମ୍ମଦ୍ଙ୍କ ଘର ବହୂତ ଦୂରରେ – ଯଶୋଲା, ଦକ୍ଷିଣ ଦିଲ୍ଲୀର ସହରାଞ୍ଚଳ ଗ୍ରାମରେ ଅବସ୍ଥିତ । ବାଙ୍ଗାଲୁରୁ ସହରର ଉତ୍ତରରେ ଅମୃତ୍ହାଲ୍ଲି ନିକଟରେ ଥିବା ଶୁଖିଲା-ବର୍ଜ୍ୟ ଫୋପଡା ଯାଉଥିବା ସ୍ଥାନ ଯେଉଁଠାରେ ସେ କାମ କରନ୍ତି ସେଠାରେ ରୁହନ୍ତି । “ ଯଦି ଆମେ ପୂର୍ବରୁ ତାଲାବନ୍ଦ ବିଷୟରେ ଜାଣିଥାନ୍ତୁ. ତାହାହେଲେ ଆମ ପାଖରେ କିଛି ପଇସା ରଖିଥାନ୍ତୁ । ମୁଁ ମୋର ଠିକାଦାରଙ୍କ ପାଖକୁ ଯାଇଥାନ୍ତି ଓ ତାଙ୍କୁ ମୋର କଷ୍ଟ ବିଷୟରେ ଜଣାଇଥାନ୍ତି ଓ ତାଙ୍କୁ କିଛି ପଇସା ଦେବାକୁ କହିଥାନ୍ତି” ବୋଲି ସେ କୁହନ୍ତି ।
ବର୍ତ୍ତମାନ କିଛି ରୋଜଗାର ହେଉନଥିବା ବେଳେ ଓ ତାଙ୍କ ପାଖରେ ଖାଇବାକୁ ଖାଦ୍ୟ ନଥିବାରୁ ସେ ଦିନକୁ ଥରେ ମାତ୍ର ସ୍ୱେଚ୍ଛାସେବୀ ସଂଗଠନଗୁଡିକ ଛାଡିଥିବା ଖାଦ୍ୟ ପୁଡିଆର ଖାଦ୍ୟ ଖାଉଛନ୍ତି ବୋଲି ମହମ୍ମଦ କୁହନ୍ତି । “ତାଲାବନ୍ଦ ତତ୍କ୍ଷଣାତ୍ ଆରମ୍ଭ ହେଲା, ଏହ କାରଣରୁ ସମସ୍ତଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।
ଦକ୍ଷିଣ ବାଙ୍ଗାଲୁରୁରେ, ପୂରା ସହରରେ ତାଲାବନ୍ଦ ଘୋଷଣା କରାଯିବାର ଅତି ଅଳ୍ପ ସମୟ ପୂର୍ବରୁ ସୂଚନା ପ୍ରଦାନ କରାଯାଇଥିଲା ବୋଲି ସୁନ୍ଦର ରାମାସ୍ୱାମୀ ସହମତି ପ୍ରକାଶ କରନ୍ତି । “ ପ୍ରାକ୍ ସୂଚନା ପାଇଥିଲେ କିଛି ନହେଲେ ମଧ୍ୟ ଆମେ ଏଥିପାଇଁ ନିଜକୁ ପ୍ରସ୍ତୁତ କରି ପାରିଥାନ୍ତୁ – ଆମେ ଆମ ପାଖରେ ଖାଦ୍ୟ ପଦାର୍ଥ ସାଇତି ରଖି ପାରିଥାନ୍ତୁ । ଖାଦ୍ୟ ନଥିଲେ ଆମେ କିଭଳି ଘର ଭିତରେ ରହିପାରିବୁ?” ବୋଲି କମର୍ସିଆଲ୍ ପେଣ୍ଟର୍ ଭାବେ କାମ କରି ଜୀବିକା ଅର୍ଜନ କରୁଥିବା ୪୦ ବର୍ଷ ବୟସ୍କ ସୁନ୍ଦର କୁହନ୍ତି।



