ଏହା ଏକ ଛୋଟ, ଦୁଃସ୍ଥ ଦେଖାଯାଉଥିବା ଆକୃତି। ସତାରା ଜିଲ୍ଲା କାଟଗନ୍ ଗାଁର ଲୋକଙ୍କ ପାଇଁ ଏହା ଏକ ଗର୍ବର ଉତ୍ସ ହେବା କଥା, ଆଉ ସେମାନଙ୍କ ପାଇଁ ସମ୍ଭବତଃ ତାହା ବି ଅଟେ। ସ୍ଥାନୀୟ ପଞ୍ଚାୟତ, ଏହି ଛୋଟ ଘରକୁ ଅଧିକ ଗୁରୁତ୍ୱ ଦେଉଥିବା ଦେଖାଯାଉନାହିଁ। ମହାରାଷ୍ଟ୍ର ସରକାରଙ୍କ ଆଭିମୁଖ୍ୟ ବି ପ୍ରାୟ ସେୟା।
ଏହା ଥିଲା କିମ୍ବଦନ୍ତୀ ସାମାଜ ସଂସ୍କାରକ ଜ୍ୟୋତିବା ଫୁଲେଙ୍କର ପୈତୃକ ଘର, ତାଙ୍କ ଜେଜେ ବାପାଙ୍କ ଘର। ଘର ଛାତରୁ ପ୍ଲାଷ୍ଟର ଖସିପଡିଛି, ମରାମତି ଅଭାବରୁ ଏହା ଅତି ଜରାଜୀର୍ଣ ସ୍ଥିତିରେ ଅଛି। ବହୁ ପ୍ରଚାରିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା)ରେ ଏହାଠାରୁ ଭଲ ଘର ତିଆରି ହେଉଛି। ଏହା ଯଦିଓ ସେହିଭଳି ଦେଖାଯାଉଛି, କିନ୍ତୁ ସେହି ଶ୍ରେଣୀରେ ଖୁବ୍ ନିମ୍ନ ମାନର ତିଆରି ହୋଇଥିଲା।
ଏହି ଘରକୁ ମରାମତି ଓ ସଫା କରିବାକୁ ଅଧିକ ଖର୍ଚ୍ଚ ହେବ ନାହିଁ, ଖୁବ୍ କମ୍ ବ୍ୟୟ ହେବ। ଏବଂ ମରାମତି ପାଇଁ ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ଅଛି, ଏହା ପଛରେ ଥିବା ପଞ୍ଚାୟତର ସ୍ମାର୍ଟ ଜିମ୍ନାସିୟମରୁ ସ୍ପଷ୍ଟ ଦେଖାଯାଉଛି। ଏହି ଜରାଜୀର୍ଣ୍ଣ ଘରର ଠିକ୍ ବିପରୀତରେ ରହିଛି ଫୁଲେଙ୍କ ନାଁରେ ଚାଲୁଥିବା ଶିକ୍ଷାନୁଷ୍ଠାନ। ଏହି ଶିକ୍ଷାନୁଷ୍ଠାନର ଗୋଟିଏ ମୁକ୍ତାକାଶ ମଞ୍ଚ ବି ରହିଛି, ଯାହା ରାସ୍ତା ପାଖରେ ଅଛି।




