ପ୍ଲାଷ୍ଟିକ୍ ସବୁଠାରେ ବିଦ୍ୟମାନ। ଆପଣ ଯେଉଁ ସ୍ଥାନ କଥା ଭାବନ୍ତୁ, ସେଠାରେ ନିଶ୍ଚିତ ଭାବେ କିଛି ପ୍ଲାଷ୍ଟିକ୍ ମହଜୁଦ୍ ଥିବା ଆପଣଙ୍କ ନଜରକୁ ଆସିବ – ରାସ୍ତାରେ ପଡିଥିବା, ପାଣିରେ ଭାସୁଥିବା, ଅଖାରେ ଭର୍ତ୍ତି ହୋଇ ରହିଥିବା, ଡଷ୍ଟବିନ୍ରେ ପକାଯାଇଥିବା, ଛାତ ଉପରେ ଗଦା ହୋଇଥିବା ଆଦି । ଆଉ ଯେତେବେଳେ ଏହି ପ୍ଲାଷ୍ଟିକ୍ ଜିନିଷଗୁଡିକୁ ୧୩ଦଶ କମ୍ପାଉଣ୍ଡରେ ରହିଥିବା କ୍ରିକ୍ରେ ଉଚ୍ଚ ମାନ ଯୁକ୍ତ ଧାତବ ଅଂଶ ନିଷ୍କାସନ କରିବା ପାଇଁ ଜଳାଯାଏ, ସେତେବେଳେ ଏଥିରୁ ନିର୍ଗତ ହେଉଥିବା ତୀବ୍ର ଗନ୍ଧ ଯୁକ୍ତ ଧୂଆଁ ବାୟୁକୁ ବହଳିଆ କରିଦିଏ ।
ଧରାବିର ଏହି ରିସାଇକ୍ଲିଙ୍ଗ୍ ସେକ୍ଟରକୁ ସମଗ୍ର ମୁମ୍ବାଇର ବିଭିନ୍ନ ସ୍ଥାନରୁ ଅହରହ ପ୍ଲାଷ୍ଟିକ୍ ଆଉ ଅନ୍ୟ ବର୍ଜ୍ୟ ବସ୍ତୁଗୁଡ଼ିକ ଆସିଥାଏ । ପ୍ରତିଦିନ ସହରରେ ଉତ୍ପନ୍ନ ହେଉଥିବା ମୋଟ ବର୍ଜ୍ୟର ଏକ ବଡ଼ ଅଂଶ,୧୦,୦୦୦ଟନ୍ରୁ ଅଧିକ ବର୍ଜ୍ୟ, ଏଠାକୁ ହସ୍ତଚାଳିତ ଶଗଡ, ଟ୍ରକ୍ ଆଉ ଟେମ୍ପୋ ମାଧ୍ୟମରେ ଏଠାକୁ ଅଣାଯାଇଥାଏ। ବିଭିନ୍ନ ରାଜ୍ୟରୁ ପ୍ରବାସରେ ଆସି ଏଠାରେ କାମ କରୁଥିବା ଯୁବ କର୍ମଚାରୀମାନେ ଏହି ଜିନିଷଗୁଡ଼ିକୁ ଏହି ସେକ୍ଟର୍ର ଅତ୍ୟନ୍ତ ସଂକୀର୍ଣ୍ଣ ଗଳି ପଥ ଦେଇ ଲୋଡ୍ ତଥା ଅନ୍ଲୋଡ୍ କରିଥାନ୍ତି ।
ଏଠାରେ ଥିବା ଏକାଧିକ ସେଡ୍ରେ, ଯାହା ମଧ୍ୟରୁ କିଛି ଚାରି ଥାକିଆ ମଧ୍ୟ ଅଟେ, ବହୁସ୍ତରୀୟ ରିସାଇକ୍ଲିଙ୍ଗ୍ ପ୍ରକ୍ରିୟା ବାରମ୍ବାର ସଂଗଠିତ ହୋଇଥାଏ । ପ୍ରତ୍ୟେକ ଜିନିଷକୁ ଏକ ଆସେମ୍ୱ୍ଲି ଲାଇନ୍ରେ ସ୍ଥାନିତ କରାଯାଏ, ଯାହା ଏକ ‘ନୂଆ’ କଞ୍ଚା ମାଲ୍ ବା ଅନ୍ୟ କୌଣସି ପ୍ରସ୍ତୁତ ଉତ୍ପାଦରେ ରୂପାନ୍ତରିତ ହେବା ପୂର୍ବରୁ ଜଣେ ବ୍ୟକ୍ତିଙ୍କ ପାଖରୁ ଅନ୍ୟ ଜଣଙ୍କ ପାଖକୁ, ଗୋଟିଏ ପ୍ରକ୍ରିୟାରୁ ଆଉ ଏକ ପ୍ରକ୍ରିୟାକୁ ଗତିକରିଥାଏ ।
ଟେରା କମ୍ପାଉଣ୍ଡର ରିସାଇକ୍ଲିଂ ଇକୋସିଷ୍ଟମର ଏକ ଫାଇନ୍ଲି ଟ୍ୟୁନ୍ଡ ଇଣ୍ଟରନାଲ୍ ଲଜିକ୍ ରହିଛି: କ୍ରୟ ଓ ବିକ୍ରୟ ବ୍ୟବସ୍ଥାର ଏକ ମ୍ୟାଟ୍ରିକ୍ସ ପ୍ରସ୍ତୁତ କରାଯାଇଛି, ଲୋକମାନେ କାର୍ଯ୍ୟ ସମ୍ବନ୍ଧିତ ଶବ୍ଦାବଳି ବ୍ୟବହାର କରନ୍ତି, ପ୍ରକ୍ରିୟାଗୁଡ଼ିକର ଆନୁକ୍ରମିକ ସୋପାନଗୁଡ଼ିକ ସୁବ୍ୟବସ୍ଥିତ ଅଟେ ଆଉ ପ୍ରତ୍ୟେକ ବ୍ୟକ୍ତି ଏକ ବା ଅଧିକ କାମରେ ପାରଦର୍ଶିତା ଲାଭ କରିଛନ୍ତି, ଯେପରିକି ରଦ୍ଦିୱାଲାମାନେ (ସହରର ବିଭିନ୍ନ ସ୍ଥାନରେ ରଦ୍ଦି କାରବାର କରୁଥିବା ବ୍ୟକ୍ତି) ପରିତ୍ୟକ୍ତ ବସ୍ତୁ ସବୁ ସଂଗ୍ରହ କରନ୍ତି, ବର୍ଜ୍ୟ ଗୋଟାଳି ଆଉ ଫେରିୱାଲାମାନେ ( ବୁଲା ବିକାଳି)ମାନେ ସେଡ୍ରେ ଦୈନିକ ସଂଗୃହିତ ଜିନିଷମାନ ଜମା କରନ୍ତି । ଯାନ ଚାଳକ ଆଉ ସହାୟକମାନେ କଣ୍ଟାୱାଲା (ଓଜନ କରୁଥିବା ବ୍ୟକ୍ତି) ନିକଟରେ ସାମଗ୍ରୀଗୁଡ଼ିକ ଅନ୍ଲୋଡ୍ କରିଥାନ୍ତି । ତା’ପରେ, ସେଠ୍ମାନେ ମଧ୍ୟ ଅଛନ୍ତି, ଯେଉଁମାନଙ୍କର ଗୋଦାମ୍ଘର ରହିଛି, କାମ ଦେଖାଶୁଣା କରିବାକୁ ସୁପର୍ଭାଇଜର୍ମାନେ ଅଛନ୍ତି ଆଉ ଉଭୟ ପୁରୁଷ ଓ ମହିଳା କର୍ମଚାରୀ ହଜାର ପ୍ରକାର କାମରେ ନିୟୋଜିତ ହୋଇଛନ୍ତି ।




