ତାଙ୍କ କେଶ ଖୁବ୍ ପରିଷ୍କାର ଭାବରେ କୁଣ୍ଡା ଯାଇଥିଲା – ତେଲ ଲଗାଇ ବେଣୀ କରାଯାଇଥିଲା। ବହୁ ପରିମାଣରେ କୁଞ୍ଚନ ସାରା ଚେହେରାକୁ ପରିପୂର୍ଣ୍ଣ କରିଥିଲେ। ପାଦରେ ହାୱାଇ ଚପଲ୍ ଏବଂ ଦେହରେ ଗୋଇଠି ଠାରୁ ସାମାନ୍ୟ ଉପରେ ପଡ଼ୁଥିବା ଖଦି ଶାଢ଼ି। ସେ କାମକୁ ଯିବା ପାଇଁ ପ୍ରସ୍ତୁତ ହୋଇଥିବା ପରି ଦେଖାଯାଉଥିଲେ। କିନ୍ତୁ ସେ ଆମକୁ ପିନ୍ନାଥ ପର୍ବତ ଶ୍ରେଣୀରେ ଥିବା ରୁଦ୍ରହାରୀ ଜଳପ୍ରପାତକୁ ନେବା ପାଇଁ ଏଠାରେ ଥିଲେ। ଏହି ରୁଦ୍ରହାରୀ ଜଳପ୍ରପାତ କୁମାଉଁ ଅଞ୍ଚଳରେ କୋଶି ନଦୀର ଉତ୍ସ।
ଉତ୍ତରାଖଣ୍ଡର ବାଗେଶ୍ୱର ଓ ଆଲମୋଡ଼ା ଜିଲ୍ଲାର ସୀମାରେ ଅବସ୍ଥିତ କୌସାନି ଗାଁରେ ମାର୍ଚ୍ଚ-ଏପ୍ରିଲ୍ ମାସରେ ଅନୁଷ୍ଠିତ ହେଉଥିବା ଏକ ବାର୍ଷିକ ସାମୁହିକ ଉତ୍ସବରେ ଯୋଗ ଦେବାପାଇଁ ଆମେ ସେଠାରେ ଥିଲୁ। ଏହି କୌସାନି ଗାଁର ଜନସଂଖ୍ୟା ପ୍ରାୟ ୨,୪୦୦। ଏହି କାର୍ଯ୍ୟକ୍ରମର ଜଣେ ବକ୍ତା ଥିଲେ ୬୦ ବର୍ଷ ବୟସ୍କା ବାସନ୍ତୀ ସାମନ୍ତ ଯେ କି ସେଠାରେ ବାସନ୍ତି ବେହେନ୍ ଭାବରେ ଅଧିକ ପରିଚିତା। ତେବେ ଆମ ଦଳର ନେତୃତ୍ୱ ନେବାପାଇଁ ତାଙ୍କୁ ମନଇଚ୍ଛା ଚୟନ କରାଯାଇନାହିଁ।
କିଛିବର୍ଷ ତଳେ ସେ ଗୋଟିଏ ଅଭିଯାନର ନେତୃତ୍ୱ ନେଇଥିଲେ। କୌସାନି ଓ ଏହାର ଆଖପାଖରେ ୧୫-୨୦ ଜଣ ଲେଖାଏଁ ମହିଳାଙ୍କୁ ନେଇ ୨୦୦ଟି ଦଳ ଗଢ଼ିଥିଲେ , ଉଦ୍ଦେଶ୍ୟ- କୋଶିକୁ ରକ୍ଷା କରିବା। ସେ ୨୦୦୨ ମସିହାରେ କୋଶି ନଦୀର ଜଳପ୍ରବାହ ସେକେଣ୍ଡ ପିଛା ୮୦ ଲିଟରକୁ ହ୍ରାସ ପାଇଥିଲା, ୧୯୯୨ ମସିହରେ ଏହି ପରିମାଣ ଥିଲା ୮୦୦ ଲିଟର, ସେବେଠାରୁ ଶ୍ରୀମତି ସାମନ୍ତ ଓ ଅନ୍ୟ ମହିଳାମାନେ କୋଶିକୁ ରକ୍ଷା କରିବା ପାଇଁ କଠିନ ପରିଶ୍ରମ କରି ଆସୁଛନ୍ତି।
୨୦୦୨ ମସିହା ବେଳକୁ ଶ୍ରୀମତି ସାମନ୍ତ ଜୀବନ୍ତ ଗଛ କାଟିବା ବନ୍ଦ କରିବା ପାଇଁ ଓ ବଞ୍ଜ ଓକ୍ ପରି ସ୍ଥାନୀୟ ବଡ଼ ପତ୍ର ବିଶିଷ୍ଠ ଗଛ ଅଧିକରୁ ଅଧିକ ରୋପଣ ପାଇଁ ମହିଲାମାନଙ୍କୁ ପ୍ରେରଣା ଦେଇଥିଲେ। ଜଳକୁ ଦେଖିଚାହିଁ ବ୍ୟବହାର କରିବା ସହ ଜଙ୍ଗଲ ଅଗ୍ନିକୁ ପ୍ରତିରୋଧ କରିବା ଓ ଲିଭାଇବା ପାଇଁ ସେ ସେମାନଙ୍କୁ ନିବେଦନ କରିଥିଲେ। ସେ ମହିଳାମାନଙ୍କୁ ଭଗିନୀତ୍ୱର ଏକ ବନ୍ଧନରେ ବାନ୍ଧି ଥିଲେ, ଯେଉଁମାନେ କି ବର୍ଷ ବର୍ଷ ଧରି ଏକତ୍ର ହୋଇ ପରିବେଶ ସଂରକ୍ଷଣରେ ଲାଗି ରହିଥିଲେ। ସେମାନେ ପରିବାର ମଧ୍ୟରେ ସାମ୍ନା କରୁଥିବା ଯୁଦ୍ଧକୁ ଲଢ଼ିବା ପାଇଁ ପରସ୍ପରର ସାହାରା ହୋଇଥିଲେ।
କିନ୍ତୁ ପ୍ରଥମେ , ସାମନ୍ତଙ୍କୁ ନିଜ ଯୁଦ୍ଧ ନିଜକୁ ଲଢ଼ିବାକୁ ହୋଇଥିଲା।
ସେ କୁହନ୍ତି , "ମୋ ଜୀବନ ପର୍ବତ ପରି – କଷ୍ଟକର ଏବଂ ଦୁଃସାଧ୍ୟ।" ଯେତେବେଳେ ବାସନ୍ତିଙ୍କୁ ୧୨ ବର୍ଷ ବୟସ ଓ ୫ମ ଶ୍ରେଣୀ ପାଠ ପଢ଼ା ସରିଲା ସେତେବେଳେ ତାଙ୍କର ବିବାହ ହୋଇଗଲା। ସେ ପିଥୋରଗଡ଼ ଜିଲ୍ଲାର ଥାରକୋଟ ଗାଁରେ ଥିବା ନିଜ ସ୍ୱାମୀଙ୍କ ଘରକୁ ଚାଲିଗଲେ। ତାଙ୍କୁ ୧୫ ବର୍ଷ ହେବା ବେଳକୁ ସ୍କୁଲ୍ ଶିକ୍ଷକ ଥିବା ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଲା ସେ କୁହନ୍ତି, "ମୋ ଶାଶୁ କହିଲେ ମୁଁ ମୋ ସ୍ୱାମୀଙ୍କୁ ଖାଇଦେଲି।"





