‘‘ହା’’ ସେ କହିଲା। ‘‘ଫଟୋ ନେଉଛ, ଉ? ଭଲ ତୁମ ଫଟୋ ନିଅ ଏବଂ ସେଗୁଡ଼ିକୁ ମୁମ୍ବାଇର ବିଟୁ ସେହଗଲକୁ ଦିଅ।’’ ସେହଗଲ ହେଉଛି ସାଙ୍କଚୁଆରୀ ପତ୍ରିକାର ସମ୍ପାଦକ। ଏହି ମଦ୍ୟପ ମନେ ମନେ ଭାବି ନେଇଥିଲା ଯେ ମୁଁ ଜୀବମାନଙ୍କ ଉପରେ ନିର୍ଦ୍ଦୟତାର ଫଟୋ ନେଉଛି। କିନ୍ତୁ ଏହି ଆଲୋଚନା ବିଦର୍ଭର ଚନ୍ଦ୍ରପୁର ଜିଲ୍ଲାରେ କେମିତି ହେଲା ତାହା ଏକ ରହସ୍ୟ। ହୁଏତ ସେ ମୁମ୍ବାଇରେ କିଛି ସମୟ ପାଇଁ କାମ କରିଥିବ। ହୁଏତ ସାଙ୍କଚୁଆରୀରୁ ଗୋଟିଏ ଟିମ୍ ନିକଟରେ ଏହି ଜଙ୍ଗଲ ଅଞ୍ଚଳରେ କାର୍ଯ୍ୟ କରିଥିବେ। ଏହି ଲୋକ ଏସବୁ ବୁଝାଇବାକୁ ଖୁବ୍ ଅସକ୍ତ ଥିଲେ। କିଛି ସମୟ ପରେ ସେ ଆମ ଦୁହିଁଙ୍କୁ ପ୍ରାୟତଃ ପଙ୍ଗୁ କରିଦେଲା, ଯାହା ପରେ ମୁଁ ତାକୁ ଆଉ ଅଧିକ ପ୍ରଶ୍ନ ପଚାରିବାକୁ ଚିନ୍ତା କଲି ନାହିଁ।


Yavatmal, Maharashtra
|TUE, JAN 28, 2020
ପ୍ରତିଯୋଗିତାରେ ଦିନଟିଏ
ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାର ଡେଲାନୱାଡିରେ ଶଗଡ଼ ଦୌଡ଼ ପ୍ରତିଯୋଗିତା ଉତ୍ସବ ପରି ପରିବେଶରେ ଅନୁଷ୍ଠିତ ହୋଇଥାଏ। କିନ୍ତୁ ଏହି ଲେଖକ ଜାଣିଲେ ଯେ ବିପଦଗୁଡ଼ିକ ରାସ୍ତା ଉପରେ ବାହାରନ୍ତି ଏବଂ ତାହା କେବଳ ବଳଦମାନଙ୍କ ପାଇଁ ନୁହେଁ
Author
Translator

P. Sainath
‘ଶଙ୍କରପାଟ’ ବା ଡେଲାନୱାଡିରେ କାର୍ନିଭାଲ ଜୋର୍ସୋର୍ରେ ଚାଲିଥିଲା। ତେବେ ଏହାର କେନ୍ଦ୍ର ବିନ୍ଦୁ ଥିଲା ଶଗଡ଼ଗାଡ଼ି ଦୌଡ଼। ଆମେ ବିସ୍ମିତ ହେଲୁ ସେଗୁଡ଼ିକ ଦୌଡ଼ କୁହାଯିବା ବା ଦ୍ରୁତତାର ପରୀକ୍ଷା କୁହାଯିବ। ସବୁ ଶଗଡ଼ଗୁଡ଼ିକ ପଡ଼ିଆକୁ ଏକା ସମୟରେ ନିଆଯାଉନଥିଲା। ଏଥିପାଇଁ ଯଥେଷ୍ଟ ଚୌଡ଼ା ନଥିଲା। ଥରକେ ସର୍ବାଧିକ ଦୁଇଟି ଶଗଡ଼ ଏକ କିଲୋମିଟର ଦୌଡୁଥିଲେ। କାରଣ କେଇ ଦଶକ ଧରି ସେହି ପଡ଼ିଆରେ ତିଆରି କରାଯାଉଥିବା ଦୁଇଟି ଟ୍ରାକ ବ୍ୟବହାର କରାଯାଉଥିଲା। ଯଦିଓ ଅଧିକାଂଶ ସମୟରେ ଏହା ଗୋଟିଏ ଶଗଡ଼, ଦୁଇଟି ବଳଦ, ଗୋଟିଏ ଚାଳକ ଏକା ସମୟରେ ଯାଉଥିଲେ।

P. Sainath
ଏହା ଅନ୍ୟ ପ୍ରତିଯୋଗିତା ପରି ଦୃଶ୍ୟଠାରୁ ଭିନ୍ନ। କାରଣ ଦର୍ଶକମାନେ ସବୁଠି ଅଛନ୍ତି, ଏପରିକି ଟ୍ରାକର ମଝିରେ ମଧ୍ୟ, ସେମାନଙ୍କ ମଧ୍ୟରୁ କେତେଜଣ ଗୋଟିଏ ଦୌଡ଼ ମଝିରେ ମାଡ଼ି ଆସୁଥିବା ବଳଦମାନଙ୍କୁ ପଛ କରି ସରି ଅତିକ୍ରମ କରୁଥାନ୍ତି। କିନ୍ତୁ କୌଣସି ଦୁର୍ଘଟଣା ନଥିଲା। ଦର୍ଶକମାନେ ଏପରି ନିର୍ଭିକ ଷ୍ଟଣ୍ଟ ମ୍ୟାନ ପରି ରାସ୍ତା ମଝିରୁ ବାହାରି ପଡ଼ୁଥିଲେ, ସେହି ଦୃର୍ବୃତ୍ତମାନଙ୍କୁ ସତର୍କ କରାଇବା ପାଇଁ ଦର୍ଶକମାନେ ଚିତ୍କାର କରୁଥିଲେ। ଶଗଡ଼ ଦୌଡ଼ାଳି ସାମାନ୍ୟ ଧୀମା ହେଉନଥିଲେ। କେତେକ ଯୁବ ଗୋଷ୍ଠୀ ମଧ୍ୟ ସେମାନଙ୍କ ପ୍ରିୟ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ବିପଜ୍ଜନକ ଭାବରେ ରାସ୍ତା ପାଖକୁ ଚାଲି ଆସୁଥିଲେ। ଦର୍ଶକମାନଙ୍କ ମଧ୍ୟରୁ ଖୁବ୍ କମ୍ ଦୁର୍ବଳ ଲୋକ ନିରାପଦ ଦୂରତା ରକ୍ଷା କରୁଥିଲେ। କେତେଜଣ ନଡ଼ା ବୋଝେଇ ହୋଇଥିବା ଶଗଡ଼ ଉପରେ ବସିଥିଲେ। ତାହା ହିଁ ଉଚ୍ଚ ଆସନ ଏବଂ ବାଲକୋନି ଥିଲା। ତଥାପି ଅନ୍ୟମାନେ ଉତ୍ସବ ସାରା ବୁଲୁଥିଲେ, ଜିନିଷ କିଣୁଥିଲେ କିନ୍ତୁ ଯେତେବେଳେ ଗୋଟିଏ ଦୌଡ଼ର ଚିତ୍କାର ସେମାନଙ୍କ ଆଡ଼କୁ ଆସୁଥିଲା, ଅଟକୁଥିଲେ।

P. Sainath
ଏଗୁଡ଼ିକ ଆପଣଙ୍କର ନିତିଦିନିଆ ଶଗଡ଼ ଗାଡ଼ି ନୁହେଁ, କାରଣ ଏଠାକୁ ଆକର୍ଷକ ପ୍ରତିଯୋଗୀ ଶଗଡ଼ ଗାଡ଼ିଗୁଡ଼ିକ ଯାଏ। ଖୁବ୍ ଛୋଟ, ପତଳା ଏବଂ ତୁଳନାତ୍ମକ ଭାବରେ ହାଲକା ଓ ବିସ୍ମୟକର ବେଗ ପାଇଁ ସମର୍ଥ। ଏହି ପ୍ରତିଯୋଗୀମାନେ ସମସ୍ତେ ବିଭିନ୍ନ ବୟସ ଏବଂ ଆକାରର ଅନୁଭବି କୃଷକ। ଜଣେ ନିଶ୍ଚୟ ୬୦ ପାଖାପାଖି ହୋଇଥିବେ, ଯଦିଓ ଏହା ଅତିକ୍ରମ କରିନଥିବେ। କିନ୍ତୁ ବୟସର କୌଣସି ପ୍ରତିବନ୍ଧକ ନାହିଁ। ପ୍ରତିବନ୍ଧ ହେଉଛି ଦୌଡ଼ ଉପରେ। ତେଣୁ କୌଣସି ଔପଚାରିକ ‘ପୁରସ୍କାର’ ନାହିଁ ଯଦିଓ କେତେକ କହନ୍ତି, ଏକ ପ୍ରତିକାତ୍ମକ ‘ଉପହାର’ ପ୍ରଦାନ କରାଯାଏ। ପ୍ରତିଯୋଗୀମାନେ ସମ୍ମାନ ପାଇଁ ଏଥିରେ ଯୋଗ ଦିଅନ୍ତି।

P. Sainath
ସେମାନେ ପଡ଼ିଆକୁ ପ୍ରବେଶ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନଙ୍କର ଶଗଡ଼ ଯାଞ୍ଚ କରୁଛନ୍ତି, ସେମାନଙ୍କର ବଳଦମାନଙ୍କୁ ଆଦର କରୁଛନ୍ତି। କେତେକ ଗାଈଗୋରୁ ସୁନ୍ଦର ଭାବରେ ସଜ୍ଜା ହୋଇଛନ୍ତି, କିନ୍ତୁ ତାହା ଅନ୍ୟ ଉତ୍ସବ ପାଇଁ। ଦୌଡୁଥିବା ବଳଦମାନେ ସାଜସଜ୍ଜା ହୋଇନଥାନ୍ତି କିମ୍ବା କଡ଼ରେ କିଛି ଲଗାଯାଇନଥାଏ। ଢ଼ୋଲ ବଜାଳିମାନେ ଆରମ୍ଭ ଘୋଷଣା କରନ୍ତି। ପ୍ରତିଯୋଗିତା ପରେ ଢ଼ୋଲ ବାଦକମାନେ ଆରମ୍ଭ ଧାଡ଼ିକୁ ଫେରିଯାଆନ୍ତି। ଯେତେବେଳେ ପ୍ରତିଯୋଗୀମାନଙ୍କର ଖାଲି ଶଗଡ଼ ଫେରେ, ବଳଦମାନଙ୍କୁ ବାଦ୍ ଦେଇ, ଅଧିକାଂଶ ସମୟରେ ସେମାନଙ୍କର ଛୋଟ ପୁଅମାନେ ଏହାକୁ ଟାଣି ଆଣନ୍ତି।

P. Sainath
ଚିତ୍କାର ବଢ଼ିଲା ଏବଂ ଗୋଟିଏ ପ୍ରତିଯୋଗୀ ଶଗଡ଼ ଘର ଘର ଶବ୍ଦ କଲା। ଯଦି ଶଗଡ଼ ଗାଡ଼ି ଶବ୍ଦ କରିପାରେ, ମୁଁ ଭାବୁଛି ଏଇଟି କରିଥିଲା। ଏହା ଆମକୁ ଏହାର ବେଗରେ ବିସ୍ମିତ କରିଦେଲା। ପ୍ରତିଯୋଗୀଙ୍କର ଗୋଟିଏ ହାତ ଗୋଟିଏ ଲାଙ୍ଗୁଡ଼କୁ ରବର ଭଳି ମୁଠେଇ ଧରିଥିଲା ଏବଂ ଅନ୍ୟ ହାତଟି ତାଙ୍କ ନିଜ ସନ୍ତୁଳନ ରକ୍ଷା ପାଇଁ ଏକ ବାଡ଼ିକୁ ଧରିଥିଲା। ଏହା କହିବା କଷ୍ଟକର ଥିଲା ଯେ, କିଏ ନିୟନ୍ତ୍ରଣରେ ଥିଲା ମଣିଷ ନା ପଶୁ। ଦର୍ଶକମାନେ ତାଳି ମାରି ଉତ୍ସାହିତ କଲେ, ଧୂଳିର ଏକ ମେଘ ଆମ କ୍ୟାମେରାକୁ ଘୋଡ଼ାଇ ଦେଲା। ମଦ୍ୟପ ଜଣଙ୍କ ଆମର ଅକ୍ଷମତା ପ୍ରତି ରୁକ୍ଷ ମତାମତ ଦେଲେ। ଟ୍ରାକ୍ରୁ ଲୋକମାନଙ୍କୁ ଆଡ଼ଉ ଥିବା ‘ସୁରକ୍ଷା ଟିମ୍’ ଏହା ମଝିରେ ଛିଡ଼ା ହୋଇ ଆମକୁ ଏକ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ଚାହିଁଲେ। ସେମାନଙ୍କ କହିବା ଅର୍ଥ ଥିଲା ଆମର ବି ଫଟୋ ନିଅ। ତେଣୁ ଆମେ ସେମାନଙ୍କର ମଧ୍ୟ ଫଟୋ ନେଲୁ।

P. Sainath
ଏ ମଧ୍ୟରେ ଏକ ବିରାଟ ଚିତ୍କାର ଆମକୁ ସତର୍କ କରାଇ ଦେଲା ଯେ, ପରବର୍ତ୍ତୀ ପ୍ରତିଯୋଗୀ ସେହି ସମାନ ବେଗରେ ବର୍ତ୍ତମାନ ଆମଠାରୁ ଅଳ୍ପ କେଇମିଟର ଦୂରରେ ଅଛନ୍ତି। ଆମେ ସୁରକ୍ଷା ଟିମ୍ ଏବଂ ସମସ୍ତେ ଭୟରେ ବିପଦ ଥିବା ରାସ୍ତାରୁ ପଳାଇ ଆସିଲୁ କିନ୍ତୁ ଠିକ୍ ସେହି ସମୟରେ ଶଗଡ଼ଟି ଦ୍ରୁତ ଗତିରେ ଅତିକ୍ରମ କରିଗଲା। ଚାଳକ ଜଣଙ୍କ ସମ୍ପୂର୍ଣ୍ଣ ଉତ୍ସାହରେ ଥାଆନ୍ତି ନିଜର ସମସ୍ତ ସାମର୍ଥ୍ୟ ଲଗାଇ ଦେଇଥାନ୍ତି। ଭିଡ଼ ପାଖେଇ ଆସିଲା। ସୁରକ୍ଷା ଟିମ୍ ଟ୍ରାକ୍ର ଅନୁପ୍ରବେଶକାରୀମାନଙ୍କୁ ବାହାର କରିଦେଲେ, ଆମ ପାଇଁ ଫଟୋ ଉଠାଇବାକୁ ଏହା ମଝିରେ ଠିଆ ହେଲେ।

P. Sainath
ପରବର୍ତ୍ତୀ ଦୌଡ଼ ଆଲୋଚନାତ୍ମକ ଥିଲା, ପ୍ରତିଯୋଗୀ ବିସ୍ମୟକର ଥିଲେ। ସେ ଥିଲେ ୬୦ ବର୍ଷ ପାଖାପାଖି ଜଣେ କୃଷକ। ଭିଡ଼ର ସହଜ ମନୋଭାବ ଦ୍ୱାରା ସାହସୀ ହୋଇ ମୁଁ ଏଥର ଖୁବ୍ ନିକଟରେ ଠିଆ ହେଲି, ଏହି ବ୍ୟକ୍ତିଙ୍କ ଚେହେରାକୁ ସ୍ପଷ୍ଟ ଭାବରେ ଓ ନିକଟରୁ ପାଇବା ପାଇଁ। ଏ ମଧ୍ୟରେ ମଦ୍ୟପଟି ତା’ କାମ କଲା। ଏ ସମସ୍ତ ଶବ୍ଦ ମଧ୍ୟରେ ସେ ଯେ ମୋ ଆଣ୍ଠୁ ପାଖରେ ପଡ଼ି ରହିଛି ତାହା ମୁଁ ଦେଖିବାକୁ ଅସମର୍ଥ ହୋଇଥିଲି। ମୁଁ ପଛକୁ ଛୋଟିଆ ପାହୁଣ୍ଡ ପକାଇଲି ଏବଂ ପ୍ରାୟ ମଦ୍ୟପ ଉପରେ ପଡ଼ିଗଲି। ଏହାକୁ ଏଡାଇବା ପାଇଁ ମୁଁ ଆଗକୁ ଝୁଙ୍କିଲି। ଯାହାର ଅର୍ଥ ହେଉଛି ମୁଁ ଶଗଡ଼ଠାରୁ କେଇ ମିଲିମିଟର ଦୂରରେ ଥିଲି ଏବଂ ପଶୁମାନଙ୍କର ନିଶ୍ୱାସ ଅନୁଭବ କରିପାରିଲି। ଏବଂ ହଁ ମୁଁ ପ୍ରତିଯୋଗୀଙ୍କ ଚେହେରା ଏକଦମ ନିକଟରୁ ଦେଖିପାରିଲି, ମୁଁ ଯେତିକି ଚାହୁଁଥିଲି ତାହା ଠାରୁ ଖୁବ୍ ଅଧିକ ନିକଟରେ।

P. Sainath
ଭିଡ଼ ସାଧାରଣତଃ ସମସ୍ତଙ୍କୁ ଉତ୍ଫୁଲ୍ଲିତ କରିବା ପାଇଁ ଯଥେଷ୍ଟ ଦୟାଳୁ। ସେହି ମଦ୍ୟପ ଜଣଙ୍କ ମୋ ଆଡ଼କୁ ଆଘାତ ପାଇଥିବା ନିରୀହତାର ସହ ଚାହିଁଲେ। ମୁଁ ତାଙ୍କ ଆଡ଼କୁ ଚାହିଁଲି ଯେମିତି ଫ୍ରଣ୍ଟଲାଇନରେ ସମ୍ପାଦକ ଛାପିବେ ନାହିଁ। ପ୍ରତିଯୋଗୀ ଜଣଙ୍କ ଦିଗବଳୟରେ ଉଠୁଥିବା ଧୂଳି ପରି ମନେ ହେଉଥିଲେ। ତାଙ୍କୁ ଏହା ଶାନ୍ତ ହେବାକୁ କିଛି ସମୟ ଲାଗିଲା: ମୁଁ ଗୋଟିଏ ଶଗଡ଼ ଗାଡ଼ି ଚଢ଼ି ଯାଇଥିବା କିମ୍ବା ଏହାଦ୍ୱାରା ମୃତ୍ୟୁବରଣ କରିଥିବା କେଇଜଣ ମଣିଷଙ୍କ ମଧ୍ୟରେ ସାମିଲ ହେବା ନିକଟକୁ ଆସିଯାଇଥିଲି। ଯଦିଓ ମୁଁ ଶଗଡ଼ର ସରିଠାରୁ ନିଜକୁ ଟାଣି ଆଣିଥିଲି, ମୋ କଡ଼ରେ ଥିବା ଚକ ମୋ କାନଭାସ ଜୋତାର ଧାରକୁ ସ୍ପର୍ଶ କରିଥିଲା। ଶେଷ ଦୁଇଟି ଯାକ ଫଟୋ ଉଦ୍ଦେଶ୍ୟ ତୁଳନାରେ ଅଧିକ ଆକସ୍ମିକ ଥିଲା।

P. Sainath
ଏହା ପରେ କେତେଜଣ ପ୍ରତିଯୋଗୀ ଥିଲେ ଯେଉଁମାନେ ନିୟନ୍ତ୍ରଣ ହରାଇଥିଲେ। ସାଧାରଣତଃ ଏହା ହୁଏ ଯେତେବେଳେ ଦୁଇଟି ବଳଦ ମଧ୍ୟରୁ ଅଧିକ ବଳବାନ କେଉଁ ରାସ୍ତା ନେବ ସେ ନେଇ ସ୍ୱାଧୀନ ଭାବରେ ଚିନ୍ତା କରେ ଏବଂ ଯେତେବେଳେ ଚାଳକ ବିଦ୍ରୋହୀକୁ ଶାନ୍ତ କରିବାକୁ ଅସମର୍ଥ ହୁଏ। ଗୋଟିଏ ଟ୍ରାକରୁ ବାହାରିଗଲା ଏବଂ ନଡ଼ା ବୋଝେଇ ହୋଇଥିବା ଗୋଟିଏ ଶଗଡ଼କୁ ଧକ୍କା ଦେଲା ଯାହା ଉପରେ ଖୁବ୍ ଆଗ୍ରହର ସହ ଅସତର୍କ ଅବସ୍ଥାରେ ଜଣେ ଦର୍ଶକ ବସିଥିଲେ। ଆଉ ଗୋଟିଏ ଟ୍ରାକ୍ରୁ ବାହାରି ଭିଡ଼ ଭିତରକୁ ଚାଲିଗଲା ଏବଂ ଏହାକୁ ଅଟକାଇବା ପାଇଁ ସାହାଯ୍ୟ ଦରକାର ହେଲା।

P. Sainath
ଏ ମଧ୍ୟରେ ବୁଲା ବିକାଳିମାନେ, ଉଠାଦୋକାନୀ, ଛୋଟ ଛୋଟ ବେପାରି ଏବଂ ଆକର୍ଷକ ଖାଦ୍ୟର ବିକ୍ରେତାମାନେ ଭଲ ବ୍ୟବସାୟ କରିଥିଲେ। ପ୍ରତିଯୋଗୀମାନେ ସେମାନଙ୍କ ଶଗଡ଼ରୁ ବଳଦମାନଙ୍କୁ ଖୋଲୁଥିଲେ। ମଦ୍ୟପମାନେ ସୂର୍ଯ୍ୟାସ୍ତ ଭିତରେ ବୁଡ଼ିଗଲେ। ଏବଂ ଆମେମାନେ ମଧ୍ୟ ଅଧିକାଂଶ ଭିଡ଼ ପରି ବାହାରକୁ ଯିବା ପାଇଁ ବାହାରିଲୁ। ଉତ୍ସବ ଶେଷ ହୋଇଗଲା।

P. Sainath
ଏହି ପ୍ରବନ୍ଧ ପ୍ରଥମେ ୨୦୦୭ ମାର୍ଚ୍ଚ ୯ ତାରିଖରେ ‘ଫ୍ରଣ୍ଟ ଲାଇନ’ରେ ପ୍ରକାଶିତ ହୋଇଥିଲା
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ପ୍ରତିଯୋଗିତାରେ-ଦିନଟିଏ

