ସୋମ କଡ଼ାଲି କୁହନ୍ତି ତାଙ୍କ ଅବସ୍ଥା ବୁଝିବା ଲାଗି ପରିବାର ଲୋକମାନେ ତାଙ୍କୁ କଲ୍ କରୁଛନ୍ତି। ‘‘ମୁଁ ଏଠି ଭଲରେ ରହିବି,’’ ଏହି ୮୫ ବର୍ଷ ବୟସ୍କ ବ୍ୟକ୍ତି ଜଣଙ୍କ କୁହନ୍ତି।

ଅକୋଲେ (ଅକୋଲା ନାମରେ ମଧ୍ୟ ପରିଚିତ) ତାଲୁକା ୱାରାଙ୍ଘୁଶି ଗ୍ରାମର ଚାଷୀ ସୋମ କଡ଼ାଲି ଏପ୍ରିଲ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଜାରି ତିନି ଦିନିଆ ଶୋଭାଯାତ୍ରାରେ ଯୋଗ ଦେଇଛନ୍ତି। ଏହି ଶୋଭାଯାତ୍ରା ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ଅକୋଲେଠାରୁ ଲୋନି ପର୍ଯ୍ୟନ୍ତ ଜାରି ରହିବ । ‘‘ମୁଁ ମୋର ସାରା ଜୀବନ ଚାଷ କାମରେ ବିତାଇଛି,’’ ବୟସାଧିକ୍ୟ ସତ୍ତ୍ୱେ ସେ କାହିଁକି ଏ ଆନ୍ଦୋଳନରେ ଯୋଗ ଦେଇଛନ୍ତି ତା’ର କାରଣ ସମ୍ପର୍କରେ ସେ କହିଥାନ୍ତି।

ତାଙ୍କ ଉପରେ ୨.୫ ଲକ୍ଷ ଟଙ୍କାର ଋଣ ବୋଝ ରହିଛି। ସେ କୁହନ୍ତି, ‘’୭୦ ବର୍ଷ ଧରି ଚାଷ କାମ କରିବା ପରେ ମୁଁ ଏହାକୁ ନେଇ ଦିନେ ନାଚାର ହୋଇପଡ଼ିବି ବୋଲି କେବେ ଚିନ୍ତା କରିପାରିନଥିଲି।’’ କଡ଼ାଲି ହେଉଛନ୍ତି ମହାଦେବ କୋଲି ଆଦିବାସୀ ସମୁଦାୟର ବାସିନ୍ଦା ଏବଂ ଗାଁରେ ତାଙ୍କର ପାଞ୍ଚ ଏକର ଚାଷ ଜମି ରହିଛି । ବର୍ତ୍ତମାନ ଯେପରି ପାଣିପାଗଜନିତ ଅନିଶ୍ଚିତତା ଦେଖା ଦେଇଛି ପୂର୍ବରୁ ସେ କେବେ ଏପରି ଦେଖିନଥିଲେ ବୋଲି କୁହନ୍ତି।

‘‘ମୋର ଆଣ୍ଠୁଗଣ୍ଠି ଯନ୍ତ୍ରଣା ଅଛି। ବେଶୀ ଚାଲିଲେ ମୋର ଆଣ୍ଠୁ ଯନ୍ତ୍ରଣା ହୁଏ। ସକାଳେ ନିଦରୁ ଉଠି ବା ସମୟରେ ମୋତେ ଅଧିକ ଯନ୍ତ୍ରଣା ହୋଇଥାଏ। ତଥାପି ମୁଁ ଏହି ଶୋଭାଯାତ୍ରାରେ ଚାଲିବି,’’ ସେ କୁହନ୍ତି।

Soma Kadali (left) has come from Waranghushi village in Akole, Ahmadnagar district. The 85-year-old farmer is determined to walk with the thousands of other cultivators here at the protest march
PHOTO • Parth M.N.
Soma Kadali (left) has come from Waranghushi village in Akole, Ahmadnagar district. The 85-year-old farmer is determined to walk with the thousands of other cultivators here at the protest march
PHOTO • Parth M.N.

ସୋମ କଡ଼ାଲି (ବାମ) ଅହମ୍ମଦନଗର ଜିଲ୍ଲାର ୱାରାଙ୍ଘୁଶି ଗ୍ରାମରୁ ଆସିଛନ୍ତି । ଏଠାରେ ଚାଲିଥିବା ପ୍ରତିବାଦ ଶୋଭାଯାତ୍ରାରେ ହଜାର ହଜାର ଅନ୍ୟ ଚାଷୀମାନଙ୍କ ସହିତ ଏହି ୮୫ ବର୍ଷ ବୟସ୍କ ଚାଷୀ ଚାଲିବାକୁ ସଂକଳ୍ପବଦ୍ଧ ଅଛନ୍ତି

Thousands of farmers have gathered and many more kept arriving as the march moved from Akole to Sangamner
PHOTO • Parth M.N.
Thousands of farmers have gathered and many more kept arriving as the march moved from Akole to Sangamner
PHOTO • P. Sainath

ଅକୋଲେରୁ ସଙ୍ଗମନୀର ଅଭିମୁଖେ ଯାଉଥିବା ଆନ୍ଦୋଳନ ଶୋଭାଯାତ୍ରାରେ ହଜାର ହଜାର ଚାଷୀ ଯୋଗ ଦେଇଛନ୍ତି ଏବଂ ଆହୁରି ଅନେକ ଚାଷୀ ଆସି ଏଥିରେ ସାମିଲ ହେଉଛନ୍ତି

କଡ଼ାଲିଙ୍କ ସମେତ ପ୍ରାୟ ୮,୦୦୦ ଚାଷୀ ଅକୋଲେରୁ ଆରମ୍ଭ ହୋଇଥିବା ତିନି ଦିନିଆ ପ୍ରତିବାଦ ଶୋଭାଯାତ୍ରାରେ ଅଂଶଗ୍ରହଣ କରିବା ଲାଗି ଏପ୍ରିଲ ୨୬, ୨୦୨୩ରେ ଏକତ୍ରିତ ହୋଇଥିଲେ। ଏହି ଶୋଭାଯାତ୍ରା ସଙ୍ଗମନୀର ଅଭିମୁଖେ ଯାଉଥିବା ସମୟରେ ବସ୍‌ ଓ ଟ୍ରକରେ ଭର୍ତ୍ତି ହୋଇ ଅଧିକରୁ ଅଧିକ ସଂଖ୍ୟକ ଚାଷୀ ଆସି ଏଥିରେ ସାମିଲ ହେଉଛନ୍ତି। ସର୍ବଭାରତୀୟ କିଷାନ ସଭା (ଏଆଇକେଏସ)ର ଆକଳନ ଅନୁଯାୟୀ ଏହି ଶୋଭାଯାତ୍ରା ସେଠାରେ ପହଞ୍ଚିବା ପରେ, ଏଥିରେ ୧୫,୦୦୦ ଚାଷୀ ଯୋଗ ଦେଇଥିଲେ।

ଅକୋଲେଠାରେ ଅପରାହ୍ଣ ୪ଟାରେ ଏକ ବିଶାଳ ଜନସଭା ଆୟୋଜନ କରାଯାଇଥିଲା ଏହାପରେ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଜନସଭାରେ ଏଆଇକେଏସର ସଭାପତି ଡକ୍ଟର ଅଶୋକ ଧୱଲେ ସଭାପତିତ୍ୱ କରିଥିବା ବେଳେ ଅନ୍ୟ ପଦାଧିକାରୀମାନେ ଯୋଗ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ପି. ସାଇନାଥ ତିନି ଦିନ ଯାକ ଚାଷୀଙ୍କୁ ସମର୍ଥନ ଜଣାଇ ଶୋଭାଯାତ୍ରାରେ ସାମିଲ ହେଉଥିବା ବେଳେ ପ୍ରଥମ ବକ୍ତା ଭାବେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଅନ୍ୟ ବକ୍ତାମାନଙ୍କ ମଧ୍ୟରେ ବିଶିଷ୍ଟ ଅର୍ଥନୀତିଜ୍ଞ ଡକ୍ଟର ଆର୍‌. ରାମକୁମାର ଏବଂ ସର୍ବଭାରତୀୟ ଗଣତାନ୍ତ୍ରିକ ମହିଳା ସଂଘ (ଏଆଇଡିଡବ୍ଲୁଏ) ସାଧାରଣ ସମ୍ପାଦକ ମରିୟମ ଧୱଲେ ଏଥିରେ ଅଂଶଗ୍ରହଣ କରିଥିଲେ।

ଏଭଳି ଅଧିକାଂଶ ଆନ୍ଦୋଳନ ଆୟୋଜନ କରୁଥିବା ଏଆଇକେଏସର ସାଧାରଣ ସମ୍ପାଦକ ଅଜିତ ନୱାଲେ କୁହନ୍ତି, ‘‘ଏପରି ପ୍ରତିଶ୍ରୁତି ଶୁଣି ଶୁଣି ଆମେ ଥକି ଗଲୁଣି। ଏବେ ଆମେ କାର୍ଯ୍ୟାନୁଷ୍ଠାନ ଚାହୁଁଛୁ।’’

ମହାରାଷ୍ଟ୍ରର ରାଜସ୍ୱ ମନ୍ତ୍ରୀ ରାଧାକ୍ରିଷ୍ଣ ଭିଖେ ପାଟିଲଙ୍କ ବାସଭବନ ଲୋନିଠାରେ ଏପ୍ରିଲ ୨୮ ତାରିଖରେ ଏହି ଶୋଭାଯାତ୍ରା ଶେଷ ହେବ । ୩୯ ଡିଗ୍ରୀ ସେଲସିୟସ ପାଖାପାଖି ତାପମାତ୍ରାରେ ଅସହ୍ୟ ଗରମ ସତ୍ତ୍ୱେ ବହୁସଂଖ୍ୟାରେ ବରିଷ୍ଠ ନାଗରିକ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏହା ଚାଷୀଙ୍କ ମଧ୍ୟରେ ରହିଥିବା ହତାଶା ଓ ଅସନ୍ତୋଷକୁ ସ୍ପଷ୍ଟ ଭାବେ ପ୍ରତିଫଳିତ କରୁଛି ।

ଏଭଳି ଅଧିକାଂଶ ଆନ୍ଦୋଳନ ଆୟୋଜନ କରୁଥିବା ଏଆଇକେଏସର ସାଧାରଣ ସମ୍ପାଦକ ଅଜିତ ନୱାଲେ କୁହନ୍ତି, ‘ଏପରି ପ୍ରତିଶ୍ରୁତି ଶୁଣି ଶୁଣି ଆମେ ଥକି ଗଲୁଣି। ଏବେ ଆମେ କାର୍ଯ୍ୟାନୁଷ୍ଠାନ ଚାହୁଁଛୁ’

ମହାରାଷ୍ଟ୍ରର ଅହମ୍ମଦନଗରରେ ତିନି ଦିନିଆ ଶୋଭାଯାତ୍ରାରେ ସାମିଲ ଚାଷୀମାନଙ୍କର ଏକ ଭିଡିଓ ଦେଖନ୍ତୁ

ରାଜସ୍ୱ ମନ୍ତ୍ରୀଙ୍କ ବାସଭବନ ଆଡ଼କୁ ହଜାର ହଜାର ଆନ୍ଦୋଳନରତ ଚାଷୀ ଶୋଭାଯାତ୍ରାରେ ଯିବାର ଦୃଶ୍ୟ ରାଜ୍ୟ ସରକାରଙ୍କ ପାଇଁ ସତର୍କ ଘଣ୍ଟି ବଜାଇ ଦେଇଛି । ବର୍ତ୍ତମାନ ରାଜ୍ୟ ସରକାରରେ ଥିବା ତିନି ଜଣ ମନ୍ତ୍ରୀ – ରାଜସ୍ୱ, ଆଦିବାସୀ ବ୍ୟାପାର, ଶ୍ରମ – ଚାଷୀଙ୍କ ଦାବି ଉପରେ ଆଲୋଚନା କରିବା ଲାଗି ଆନ୍ଦୋଳନ ସ୍ଥଳକୁ ଆସିବେ ବୋଲି ଆଶା କରାଯାଉଛି।

କିନ୍ତୁ ଭାରତୀ ମଙ୍ଗାଙ୍କ ଭଳି ଅନେକ ଲୋକ ଏଥିରେ ସହଜରେ ରାଜି ହେବେ ନାହିଁ। ‘‘ଏହା ଆମ ଅଧିକାର ପାଇଁ ଲଢ଼େଇ । ଆମ ନାତିନାତୁଣୀଙ୍କ ପାଇଁ ଆମେ ଆନ୍ଦୋଳନ କରୁଛୁ,’’ ୭୦ ବର୍ଷରୁ ଅଧିକ ବୟସ ଟପିସାରିଥିବା ଏହି ମହିଳା ଚାଷୀ ଜଣଙ୍କ କୁହନ୍ତି। ସେ ଚାଷୀଙ୍କ ଶୋଭାଯାତ୍ରାରେ ଅଂଶଗ୍ରହଣ କରିବା ଲାଗି ପାଲଘର ଜିଲ୍ଲାର ଇବାଧପଡ଼ା ଗ୍ରାମରୁ ୨୦୦ କିଲୋମିଟର ଦୂର ଏହି ସ୍ଥାନକୁ ଆସିଛନ୍ତି।

ମଙ୍ଗାଙ୍କ ପରିବାର ୱର୍ଲି ସମୁଦାୟର ପ୍ରତିନିଧିତ୍ୱ କରିଥାନ୍ତି ଏବଂ ଅନେକ ପିଢ଼ି ଧରି ଦୁଇ ଏକର ଜମିରେ ଚାଷ କରି ଆସୁଛନ୍ତି। କିନ୍ତୁ ଏହି ଜମିକୁ ଜଙ୍ଗଲ ଜମି ଭାବେ ବର୍ଗୀକରଣ କରାଯାଇଛି ଓ ତାଙ୍କର ଏହା ଉପରେ କୌଣସି ଅଧିକାର ନାହିଁ । ‘‘ମୁଁ ମୃତ୍ୟୁବରଣ କରିବା ପୂର୍ବରୁ, ମୋ ପରିବାର ପାଖରେ ଏହି ଜମିର ମାଲିକାନା ଦେଖିବାକୁ ଚାହୁଁଛି,’’ ସେ କୁହନ୍ତି ।

ତିନି ଦିନ ପାଇଁ କେତୋଟି ରୁଟି ସାଙ୍ଗରେ ବାନ୍ଧି ଆଣିଥିଲେ ତା’କୁ ନେଇ ସେ ଅନିଶ୍ଚିତ ଅଛନ୍ତି। ‘‘ମୁଁ ତରବର ହୋଇ ସେସବୁ ବାନ୍ଧି ଦେଇଥିଲି,’’ ସେ କୁହନ୍ତି । ସେ କେବଳ ଏତିକି ଜାଣନ୍ତି ଯେ ଚାଷୀମାନେ ନିଜ ଅଧିକାର ପାଇଁ ପୁଣିଥରେ ଶୋଭାଯାତ୍ରା କରୁଛନ୍ତି ଏବଂ ସେ ସେମାନଙ୍କ ମଧ୍ୟରୁ ଜଣେ ।

The sight of thousands of farmers intently marching towards the revenue minister’s house has set off alarm bells for the state government. Three ministers in the present government – revenue, tribal affairs and labour – are expected to arrive at the venue to negotiate the demands
PHOTO • P. Sainath

ରାଜସ୍ୱ ମନ୍ତ୍ରୀଙ୍କ ବାସଭବନ ଆଡ଼କୁ ହଜାର ହଜାର ଆନ୍ଦୋଳନରତ ଚାଷୀ ଶୋଭାଯାତ୍ରାରେ ଯିବାର ଦୃଶ୍ୟ ରାଜ୍ୟ ସରକାରଙ୍କ ପାଇଁ ସତର୍କ ଘଣ୍ଟି ବଜାଇ ଦେଇଛି । ବର୍ତ୍ତମାନ ରାଜ୍ୟ ସରକାରରେ ଥିବା ତିନି ଜଣ ମନ୍ତ୍ରୀ – ରାଜସ୍ୱ, ଆଦିବାସୀ ବ୍ୟାପାର, ଶ୍ରମ – ଚାଷୀଙ୍କ ଦାବି ଉପରେ ଆଲୋଚନା କରିବା ଲାଗି ଆନ୍ଦୋଳନ ସ୍ଥଳକୁ ଆସିବେ ବୋଲି ଆଶା କରାଯାଉଛି

Bharti Manga (left) is an Adivasi from Ibadhpada village in Palghar district and has travelled 200 kilometres to participate
PHOTO • Parth M.N.
Bharti Manga (left) is an Adivasi from Ibadhpada village in Palghar district and has travelled 200 kilometres to participate
PHOTO • Parth M.N.

ଭାରତୀ ମଙ୍ଗା (ବାମ) ପାଲଘର ଜିଲ୍ଲା ଇବାଧପଡ଼ା ଗ୍ରାମର ଜଣେ ଆଦିବାସୀ ମହିଳା ଚାଷୀ ଏବଂ ସେ ଏହି ଶୋଭାଯାତ୍ରାରେ ସାମିଲ ହେବାକୁ ୨୦୦ କିଲୋମିଟର ଦୂର ଯାତ୍ରା କରି ଆସିଛନ୍ତି

ଏଠାରେ ଏକତ୍ରିତ ହୋଇଥିବା ହଜାର ହଜାର ଚାଷୀଙ୍କ ଦାବି ନୂଆ ନୁହେଁ। ୨୦୧୮ ପରଠାରୁ ଚାଷୀମାନେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରି ଆସୁଛନ୍ତି । ଚାଷୀ, ବିଶେଷ କରି ଆଦିବାସୀ ଚାଷୀଙ୍କ ଗୋଟିଏ ଲମ୍ବା ଶୋଭାଯାତ୍ରା ନାଶିକରୁ ମୁମ୍ବାଇ ପର୍ଯ୍ୟନ୍ତ ୧୮୦ କିଲୋମିଟର ପର୍ଯ୍ୟନ୍ତ ଯାଇଥିଲା। (ପଢ଼ନ୍ତୁ : ଶୋଭାଯାତ୍ରା ଜାରି ରହିଛି… )

ସରକାର କୃଷି ଋଣ ଛାଡ଼ କରନ୍ତୁ ବୋଲି ଚାଷୀମାନେ ଦାବି କରୁଛନ୍ତି। ଇନପୁଟ୍‌ ଖର୍ଚ୍ଚ ବୃଦ୍ଧି, ଫସଲ ମୂଲ୍ୟ ହ୍ରାସ ଓ ଜଳବାୟୁ ପରିବର୍ତ୍ତନ କାରଣରୁ ଋଣ ବୋଝ ବଢ଼ିବଢ଼ି ଚାଲିଛି; ଫସଲ ଅମଳ ପରେ ମଧ୍ୟ ଚାଷୀମାନେ ବିଶ୍ରାମ ନେଇ ପାରୁନାହାନ୍ତି । ଗତ ଦୁଇଟି ମୌସୁମୀ ଋତୁରେ ଅତ୍ୟଧିକ ବର୍ଷା ଯୋଗୁଁ ହୋଇଥିବା ଫସଲ ହାନି ପାଇଁ ମଧ୍ୟ ସେମାନେ କ୍ଷତିପୂରଣ ଦାବି କରୁଛନ୍ତି। ଦାବି ପୂରଣ ପାଇଁ ସରକାର ପ୍ରତିଶ୍ରୁତି ଦେବା ସତ୍ତ୍ୱେ କେବେ ଏ ଦିଗରେ ପଦକ୍ଷେପ ଗ୍ରହଣ କରୁନାହାନ୍ତି।

ମହାରାଷ୍ଟ୍ରର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ, ଆଦିବାସୀ ଚାଷୀମାନେ ଐତିହାସିକ ଜଙ୍ଗଲ ଅଧିକାର ଆଇନ (ଏଫଆରଏ) ୨୦୦୬ର ପ୍ରଭାବୀ କାର୍ଯ୍ୟକାରିତା ପାଇଁ ବହୁ ବର୍ଷ ହେଲା ଦାବି କରିଆସୁଛନ୍ତି।

କୃଷକ ଅଧିକାର କର୍ମୀମାନେ ଦୁଗ୍ଧ ଚାଷୀଙ୍କ କ୍ଷତିଭରଣା ପାଇଁ ମଧ୍ୟ ସରକାରଙ୍କ ହସ୍ତକ୍ଷେପ ଦାବି କରିଆସୁଛନ୍ତି । କୋଭିଡ-୧୯ ମହାମାରୀ ଆସିବା ପରେ ଦୁଗ୍ଧ ଚାଷୀମାନେ ବ୍ୟାପକ କ୍ଷତି ସହିବା ସହିତ ଲିଟର ପିଛା ୧୭ ଟଙ୍କାରେ କ୍ଷୀର ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ

Farmers want the government to waive crop loans that have piled up due to the deadly combination of rising input costs, falling crop prices and climate change
PHOTO • Parth M.N.

ସରକାର କୃଷି ଋଣ ଛାଡ଼ କରନ୍ତୁ ବୋଲି ଚାଷୀମାନେ ଦାବି କରି ଆସୁଛନ୍ତି ଯାହାକି ବର୍ଦ୍ଧିତ ଇନପୁଟ୍‌ ଖର୍ଚ୍ଚ, ଫସଲ ମୂଲ୍ୟ ହ୍ରାସ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ପ୍ରଭାବ କାରଣରୁ ଗମ୍ଭୀର ହୋଇପଡ଼ିଛି

The demands of thousands of farmers gathered here are not new. Since the 2018 Kisan Long March, when farmers marched 180 kilometres from Nashik to Mumbai, farmers have been in a on-going struggle with the state
PHOTO • Parth M.N.
The demands of thousands of farmers gathered here are not new. Since the 2018 Kisan Long March, when farmers marched 180 kilometres from Nashik to Mumbai, farmers have been in a on-going struggle with the state
PHOTO • Parth M.N.

ଏଠାରେ ଏକତ୍ରିତ ହୋଇଥିବା ହଜାର ହଜାର ଚାଷୀଙ୍କ ଦାବି ନୂଆ ନୁହେଁ। ୨୦୧୮ ପର ଠାରୁ ଚାଷୀମାନେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରି ଆସୁଛନ୍ତି । ଚାଷୀ, ବିଶେଷ କରି ଆଦିବାସୀ ଚାଷୀଙ୍କ ଗୋଟିଏ ଲମ୍ବା ଶୋଭାଯାତ୍ରା ନାଶିକରୁ ମୁମ୍ବାଇ ପର୍ଯ୍ୟନ୍ତ ୧୮୦ କିଲୋମିଟର ପର୍ଯ୍ୟନ୍ତ ଯାଇଥିଲା

ଥରେ ଅକୋଲେ ତାଲୁକା ଶେଲଭିର ଗ୍ରାମର ଜଣେ ଚାଷୀ ଗୁଲଚନ୍ଦ ଜାଙ୍ଗଲେ ଏବଂ ତାଙ୍କ ପତ୍ନୀ କୌସାବାଇଙ୍କୁ ନିଜର ଜମି ବିକ୍ରି କରିବାକୁ ହୋଇଥିଲା। ୭୦ରୁ ଅଧିକ ବୟସ ହୋଇସାରିଥିବା ଏହି ଦମ୍ପତି ବାଧ୍ୟ ହୋଇ ଦିନ ମଜୁରିରେ କୃଷି ଶ୍ରମିକ ଭାବେ କାମ କରିଥିଲେ ଏବଂ ସେମାନଙ୍କ ପୁଅକୁ ଚାଷରୁ ଫେରାଇ ଆଣିଥିଲେ। ଜାଙ୍ଗଲେ ପରୀକୁ କୁହନ୍ତି ଯେ, ‘‘ପୁଅ ଏବେ ପୁଣେଠାରେ ଜଣେ ଶ୍ରମିକ ଭାବେ କାମ କରୁଛି । ଚାଷ ଛାଡ଼ି ଦେବାକୁ ମୁଁ ତା’କୁ କହିଥିଲି। ଏଥିରେ କିଛି ଭବିଷ୍ୟତ ନାହିଁ।’’

ଜାଙ୍ଗଲେ ନିଜର ଜମି ବିକ୍ରି କରି ଦେବା ପରେ ସେ ଓ କୌସାବାଇ ମଈଁଷି ପାଳିବା ଓ କ୍ଷୀର ବିକ୍ରି କରିବା କାମ ଆରମ୍ଭ କରିଥିଲେ। ‘‘କୋଭିଡ-୧୯ ମହାମାରୀ ଆରମ୍ଭ ହେବା ପରଠାରୁ ବଞ୍ଚିବା ମଧ୍ୟ କଷ୍ଟକର ହୋଇଯାଇଛି’’।

ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିବା ଲାଗି ସଂକଳ୍ପବଦ୍ଧ ଜାଙ୍ଗଲେ କୁହନ୍ତି, ‘‘ଆନ୍ଦୋଳନରେ ସାମିଲ ହେବା ପାଇଁ ମୁଁ ମୋର ତିନି ଦିନର ମଜୁରି କାମ ବନ୍ଦ କରିଛି । ମୋ ବୟସରେ ତିନି ଦିନ ପର୍ଯ୍ୟନ୍ତ ଏମିତି ଖରାରେ ଚାଲିବା ପରେ, ମୁଁ ତୁରନ୍ତ କାମ କରିବାକୁ ସକ୍ଷମ ହେବି ନାହିଁ । ଏଥିରେ ମୋର ପାଞ୍ଚ ଦିନର ମଜୁରି ଚାଲିଯିବ ବୋଲି ମୁଁ ଅନୁମାନ କରୁଛି।’’

କିନ୍ତୁ ହଜାର ହଜାର ଅନ୍ୟ ଚାଷୀଙ୍କ ଭଳି ସେ ମଧ୍ୟ ନିଜ ସ୍ୱର ଉତ୍ତୋଳନ କରିବା ଲାଗି ଚାହୁଁଛନ୍ତି । ‘‘କିନ୍ତୁ ଯେତେବେଳେ ହଜାର ହଜାର ଚାଷୀଙ୍କୁ କାନ୍ଧରେ କାନ୍ଧ ମିଶାଇ ଚାଲୁଥିବାର ଆପଣ ଦେଖନ୍ତି, ଆପଣଙ୍କ ଭିତରେ ନିଜ ପାଇଁ ଏକ ଭଲ ଭାବନା ସୃଷ୍ଟି ହୁଏ । ଏହା ଆପଣଙ୍କୁ ଏକ ନିଶ୍ଚିତ ଆଶ୍ୱାସନା ଓ ଆଶା ଦେଇଥାଏ । ଏପରି ଅନୁଭୂତି ମିଳିବା ଖୁବ୍‌ ବିରଳ।’’

ପରିଶିଷ୍ଟ ଭାଗ :

ମାର୍ଚ୍ଚର ଦ୍ୱିତୀୟ ଦିନ ୨୭ ଏପ୍ରିଲ୍ ୨୦୨୩ରେ ମହାରାଷ୍ଟ୍ର ସରକାର ତିନିଜଣ କ୍ୟାବିନେଟ ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ରାଧାକୃଷ୍ଣ ଭିଖେ ପାଟିଲ, ଶ୍ରମ ମନ୍ତ୍ରୀ ସୁରେଶ ଖଡ଼େ ଏବଂ ଆଦିବାସୀ ବିକାଶ ମନ୍ତ୍ରୀ ବିଜୟକୁମାର ଗାଭିଟଙ୍କୁ ପଠାଇ ସଙ୍ଗମନେରରେ ଚାଷୀ ନେତାମାନଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କ ଦାବି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବାକୁ କହିଥିଲେ।

ଏହାର ସମାଧାନ ପାଇଁ ଅଧିକ ଚାପ ପଡ଼ିବାରୁ, ଏବଂ ପ୍ରାୟ ୧୫,୦୦୦ ଆଦିବାସୀ କୃଷକ ଲୋନି ସ୍ଥିତ ରାଜସ୍ୱ ମନ୍ତ୍ରୀଙ୍କ ବାସଭବନ ଆଡ଼କୁ ମାଡ଼ି ଚାଲିଥିବାରୁ, ସେମାନେ ତିନି ଘଣ୍ଟା ମଧ୍ୟରେ ପ୍ରାୟ ସମସ୍ତ ଦାବି ପୂରଣ କରିଥିଲେ। ଏହି ଲକ୍ଷ୍ୟ ହାସଲ ହେବା ପରେ, ଅଲ୍ ଇଣ୍ଡିଆ କିସାନ ସଭା (ଏଆଇକେଏସ୍) ଏବଂ ଅନ୍ୟମାନେ ବିରୋଧ ପ୍ରଦର୍ଶନ ଆରମ୍ଭ ହେବାର ଗୋଟିଏ ଦିନ ପରେ ଏହାକୁ ପ୍ରତ୍ୟାହାର କରି ନେଇଥିଲେ।

ଅନୁବାଦ : ଓଡ଼ିଶାଲାଇଭ୍‍

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Parth M.N.
Photos and Video : P. Sainath

ପି. ସାଇନାଥ, ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ । ସେ ବହୁ ଦଶନ୍ଧି ଧରି ଗ୍ରାମୀଣ ରିପୋର୍ଟର ଭାବେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭସ୍ ଏ ଗୁଡ୍ ଡ୍ରଟ୍’ ଏବଂ ‘ଦ ଲାଷ୍ଟ ହିରୋଜ୍: ଫୁଟ୍ ସୋଲଜର୍ସ ଅଫ୍ ଇଣ୍ଡିଆନ୍ ଫ୍ରିଡମ୍’ ପୁସ୍ତକର ଲେଖକ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ପି.ସାଇନାଥ
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE