ଗାଜନ ବା ଚରକ ହେଉଛି ପଶ୍ଚିମବଙ୍ଗରେ ଏକ ସ୍ୱତନ୍ତ୍ର ପ୍ରକାରର ଶିବ ପୂଜା, ପାରମ୍ପରିକ ଭାବେ ଚୈତ୍ର ସଂକ୍ରାନ୍ତି, ଚୈତ୍ର ମାସର ଶେଷ ଦିନରେ ହୁଏ । ଗୋଟିଏ ସୁଖଦ ସଂଯୋଗ ଭାବେ, ଏହି ଦିନ, ଏପ୍ରିଲ ୧୪, ହେଉଛି ବାବା ସାହେବ ଆମ୍ବେଦକରଙ୍କ ଜନ୍ମଦିବସ ।
ପୁରୁଲିଆ ଜିଲ୍ଲା ରଘୁଡିହି ଗାଁରେ, ଯେଉଁଠାରେ ମୁଁ ଏହି ରୀତିନୀତି ଦେଖିଲି, ପୂଜା କରୁଥିବା ପାଞ୍ଚ ଭାଗରୁ ଚାରିଭାଗ ଲୋକ ଥିଲେ ବାଉରି, ହିନ୍ଦୁମାନଙ୍କ ମଧ୍ୟରେ ଦଳିତ ଜାତି, ଯେଉଁମାନେ ବାଙ୍କୁଡ଼ା ଏବଂ ବୀରଭୂମ ଜିଲ୍ଲାରେ ମଧ୍ୟ ରହନ୍ତି । ଅବଶିଷ୍ଟ ଭକ୍ତମାନେ ଥିଲେ ସୁନରହୀ (ମଦ ତିଆରି କରୁଥିବା ଲୋକେ), ଗୋୟାଲା (ଦୁଗ୍ଧଚାଷୀ) ଏବଂ କୁମୋର (କୁମ୍ଭାର) ଜାତିର । ଏମାନେ ସମସ୍ତେ ହେଉଛନ୍ତି ତଳ ଜାତିର ହିନ୍ଦୁ, ମିଦନାପୁର ଜିଲ୍ଲାରେ ପ୍ରମୁଖ କୃଷକ ଜାତି ମହିଷୟାସମାନେ ବି ଏହି ରୀତିନୀତିର ପାଳନ କରନ୍ତି ।
ଆମେ ସମସ୍ତେ ଯେମିତି ଦେଖିପାରୁଛନ୍ତି, ପୂଜାର ଏହି ରୂପ ତଳ ଜାତିର ସେହି ଲୋକଙ୍କ ପାଇଁ ଯେଉଁମାନେ ସାଧାରଣତଃ ବଞ୍ଚିତ, ତିରସ୍କୃତ ଓ ଭେଦଭାବର ଶିକାର ହୁଅନ୍ତି, ଶିବଙ୍କ ପ୍ରତି ନିଜର ଭକ୍ତି ଓ ଯନ୍ତ୍ରଣା ସହିବା ଦିଗରେ ସେମାନଙ୍କର ଅଦ୍ଭୁତ କ୍ଷମତାକୁ ପ୍ରଦର୍ଶିତ କରି ଅସ୍ଥାୟୀ ଭାବେ ସମାଜର ସମ୍ମାନ ହାସଲ କରିବା ପାଇଁ ଏକ ଦୁର୍ଲଭ ଅବସର ପ୍ରଦାନ କରେ ।
ସବୁ ଭକ୍ତମାନେ ଯୁବ ଥିଲେ, ଅଧିକାଂଶ କିଶୋର ଅବସ୍ଥାରେ ବା ୨୦ ଦଶକରେ ଥିଲେ । ଭକ୍ତମାନେ ବ୍ରହ୍ମଚର୍ଯ୍ୟ ଏବଂ ଉପବାସ ଲଗାତାର ୧୫ ଦିନ ପାଇଁ ରଖନ୍ତି, ପୁରା ସକାଳୁ ସଂଧ୍ୟା ଯାଏଁ ଗୋଟିଏ ବୁନ୍ଦା ବି ପାଣି ନ ପିଇ । କିନ୍ତୁ ରାତିରେ ସେମାନେ କିଛି ନିରାମିଷ ଖାଦ୍ୟ ଖାଆନ୍ତି, ନିର୍ଦ୍ଦିଷ୍ଟ ଭାବେ ଫଳ ଏବଂ କ୍ଷୀର ।
ଉପବାସର ଶେଷ ଦିନ ଚୈତ୍ର ସଂକ୍ରାନ୍ତି ଦିନ ଅପରାହ୍ନ ପ୍ରାୟ ୩ଟା ସମୟରେ ଗାଜନ ପାଳନ କରାଯାଇଥିଲା। ଗାଁ ବାହାରେ ଏକ ନିଛାଟିଆ ସ୍ଥାନରୁ ଭକ୍ତମାନେ ଏକ ଶୋଭାଯାତ୍ରାରେ ବୁଲୁଥିଲେ କିମ୍ବା ବାଉଁଶ ମେଢ଼ରେ ଏକ ବୁଲାଣି ରାସ୍ତାରେ ଶିବ ମନ୍ଦିର ସମ୍ମୁଖରେ ଥିବା ଏକ ପଡ଼ିଆକୁ ଯାଇଥିଲେ। ସେଠାରେ ଭକ୍ତମାନେ ଶିବଙ୍କ ପ୍ରତି ଭକ୍ତିଭାବରୁ ପ୍ରାପ୍ତ ହୋଇଥିବା ଶକ୍ତିର ପ୍ରଦର୍ଶନ ସହିତ ଗାଜନ ସମାପ୍ତ ହେଲା।












