କବଲା ଶ୍ରୀଦେବୀ କହିଲେ, “ମୁଁ ପ୍ରାର୍ଥନା କରୁଛି ଶୀଘ୍ର ଏ ରାତିର ଏ ରତିର ସମାପ୍ତି ଘଟୁ। ଗାଁରେ କେହି ନାହାନ୍ତି, ତେଣୁ ଚାରିଆଡ଼େ ସାପ ବୁଲୁଛନ୍ତି।” ମେ ୨୦୧୬ରେ ସରକାର ବିଜୁଳି ସଂଯୋଗ କାଟି ଦେବା ପରେ ଚାରିଆଡ଼େ ଅନ୍ଧାର। ଏହି ଅନ୍ଧାର ଭିତରେ ତାଙ୍କ ପରିବାର ରାତି କାଟୁଥିଲେ।
ପିଡ଼ିପକା ଗାଁରେ ଶ୍ରୀଦେବୀଙ୍କ ପରିବାର ସହ ଆଉ ୧୦ଟି ପରିବାର ରହି ଯାଇଥିଲେ। ଠିକ ଗୋଦବରୀ ନଦୀର ଦକ୍ଷିଣ ପାର୍ଶ୍ୱକୁ ଥିବା ପଶ୍ଚିମ ଗୋଦାବୀ ଜିଲ୍ଲାର ପୋଲାଭରମ ମଣ୍ଡଳ ଭିତରେ ଏହି ଗାଁର ଅବସ୍ଥିତି। ପ୍ରାୟ ୪୨୯ ଟି ଅନ୍ୟ ପରିବାରଙ୍କୁ ୨୦୧୬ ଜୁନରେ ଗାଁ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା, ଯେତେବେଳେ ଜଳସେଚନ ପ୍ରକଳ୍ପ ପାଇଁ ସରକାର ଜମି ଅଧିଗ୍ରହଣ କଲେ। ୨୦୦୪ ରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ୨୦୧୮ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଥିଲା, ଯଦିଓ ବର୍ତ୍ତମାନ ପ୍ରକଳ୍ପର ୬୦ ପ୍ରତିଶତ କାମ ସରିଛି। ସରକାରଙ୍କ ଜଳଯଜ୍ଞ ନାମକ ବିଶାଳ ଯୋଜନାର ଏହା ଏକ ଅଂଶ ବିଶେଷ।
ଶ୍ରୀଦେବୀ କହିଲେ, ବିଜୁଳି କାଟି ଦେବାର ଗୋଟିଏ ମାସ ପରେ ପାଣି ଯୋଗାଣ ମଧ୍ୟ କାଟି ଦେଲେ। ବର୍ତ୍ତମାନ ସେମାନେ ପୋଲାଭରମ ସହରରୁ ପ୍ରତିଦିନ ୨୦ ଟଙ୍କା ଦେଇ ୨୦ଲିଟର ପାଣି କିଣୁଛନ୍ତି। ପୋଲାଭରମ ସହର ଏଠାରୁ ପ୍ରାୟ ୮ କିଲୋମିଟର ଦୂରରେ। ସ୍ୱାମୀ ସୂର୍ୟ୍ୟଚନ୍ଦ୍ରମ୍ଙ୍କ ସହ ସେ ତାଙ୍କ ଅଟୋରିକ୍ସାରେ ସେଠାକୁ ଯାଆନ୍ତି।
କିଛି ଦିନ ପାଇଁ ତିନି ପିଲାଙ୍କ (ଉପରେ ଥିବା ମଲାଟର ଚିତ୍ର ଦେଖନ୍ତୁ)ସହ ଏହି ଦମ୍ପତି ଗୋପାଳପୁରମ ମଣ୍ଡଳରେ ଥିବା ହୁକମପେଟା ପୁନର୍ବାସ କଲୋନୀକୁ ଯାଇଥିଲେ। ଅନ୍ୟ ବହୁ ପରିବାର ସହ ଶ୍ରୀଦେବୀଙ୍କ ପରିବାର ଏଠାକୁ ଆସିଥିଲା। କିନ୍ତୁ ଗୋଟିଏ ମାସ ପରେ ସେମାନେ ପିଡିପକାକୁ ଫେରିଥିଲେ। ଲୁହକୁ ଚାପି ରଖି ଶ୍ରୀଦେବୀ କହିଲେ, “ ସରକାର ପ୍ରତିଶ୍ରୁତି ମୁତାବକ କାମ କରିବେ ବୋଲି ଆମର ଆଶା ଥିଲା। କିନ୍ତୁ ହତାଶ ହେବା ପରେ ଆମେ ପୁଣି ଫେରିଲୁ। "









