କୋଡାଣ୍ଡା ରାମିରେଡ୍ଡୀ ଜଣେ ସାଧାରଣ କୃଷକ ନୁହନ୍ତି। ୨୬ ବର୍ଷ ବୟସର ତାଙ୍କର ଏକ ଏମବିଏ ଡିଗ୍ରୀ ଥିଲା ଓ ସେ ତାଙ୍କ ଗାଁରେ କୃଷି ଜ୍ଞାନକୌଶଳ ଓ ପଦ୍ଧତିରେ ପରିବର୍ତ୍ତନ ଆଣିବା ଲାଗି ଚାହୁଁଥିଲେ ।
ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲା ଅନ୍ତର୍ଗତ ରାୟମପଲ୍ଲିରେ ତାଙ୍କ ପରିବାରର ୨୦ଏକର ଜମି ଥିଲା । ସେମାନେ ବିଭିନ୍ନ ସୂତ୍ରରୁ ଋଣ ନେଇଥିଲେ- ଏକ କୃଷି ଋଣ, ବ୍ୟାଙ୍କରୁ ଶିକ୍ଷା ଋଣ ଏବଂ ସାହୁକାରଙ୍କଠାରୁ ହାତ ଉଧାରି ନେଇଥିଲେ ।
ତାଙ୍କର ମାତାପିତା ପରିବାରର ଜମି ବନ୍ଧକ ରଖିଥିଲେ, ଏହି ଜମିକୁ ସାହୁକାରଠାରୁ ମୁକୁଳାଇବା ଚେଷ୍ଟାରେ ଥିଲେ ରାମିରେଡ୍ଡୀ । ବ୍ୟାଙ୍କରେ ତାଙ୍କ ପରିବାର ଉପରେ ଥିବା ଋଣ ସେ ସୁଝିବା ଲାଗି ଚାହୁଁଥିଲେ । ସେ ତାଙ୍କର ୨ ଏକର ଜମି ବିକ୍ରି କରିପାରିଥିଲେ ସାହୁକାରଙ୍କଠାରୁ ଆଣିଥିବା ଋଣ ସୁଝିପାରିଥାନ୍ତେ ।








