ଉତ୍ତର ବିହାରରେ, ମୌସୁମୀ ଉତ୍ସବର ସମୟ ଥିଲା। ରାତିରେ ବର୍ଷା ପରେ ମହିଳାମାନେ ସାଧାରଣତଃ ନିଜନିଜର ଡଙ୍ଗା ଧରି ବାହାରି ଆସୁଥିଲେ, ବନ୍ୟାରେ ଗୀତ ଗାଉଥିଲେ ଏବଂ ଖୁସୀ ମନାଉଥିଲେ। ଲୋକମାନଙ୍କର ନଦୀଗୁଡ଼ିକ ସହ ସକରାତ୍ମକ ସଂଯୁକ୍ତି ଥିଲା। ଯଦିଓ ଅନେକ ସମୟରେ ସେମାନେ ବଢ଼ନ୍ତା ପାଣି ଦେଖି ଆତ୍ମହରା ହୋଇଯାଉଥିଲେ। ସେମାନେ ବନ୍ୟାର ପ୍ରତ୍ୟେକ ଦିଗ- ଗଭୀରତା, ଅବଧି ଏବଂ ତୀବ୍ରତା ପ୍ରତି ସଚେତନ ଥିଲେ-ସେମାନେ ଯଥାର୍ଥ ସାବଧାନତା ମଧ୍ୟ ଗ୍ରହଣ କରୁଥିଲେ। ସମୟକ୍ରମେ ଏହା ବଦଳିଗଲା ଏବଂ ଉତ୍ତର ବିହାରର ଲୋକମାନେ ବନ୍ୟାର ‘ପୂଜାରୀ’ ହେବା ବଦଳରେ ବନ୍ୟାର ‘ଶୀକାର’ ହୋଇଗଲେ।

ଗୋବ୍ରାହି ଗ୍ରାମର ସେନୁ ଦେବୀ ପ୍ରଶ୍ନ କରନ୍ତି, ‘ଯେତେବେଳେ ଏଠି ଏତେ ପାଣି ଜଣେ କ’ଣ କରିପାରିବ? ଜଣେ କେଉଁଠିକି ଯିବ?’

ଏଠାରେ ନିର୍ମିତ ହୋଇଥିବା ଚଳଚ୍ଚିତ୍ର ୨୦୧୫ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏଠାରେ ସୁଟିଂ ହୋଇଥିଲା। ଏହା ସାୟାନ୍ତନି ପାଲଚୌଧୁରୀଙ୍କ ୨୦୧୫ ପରି ଫେଲୋସିପ୍‌ର ଅଂଶ ଭାବରେ ନିର୍ମିତ ହୋଇଥିଲା।

କ୍ୟାମେରା ଏବଂ ସମ୍ପାଦନ ସମ୍ବିତ ଦତ୍ତଚୌଧୁରୀଙ୍କ ଦ୍ୱାରା, ସେ ଜଣେ ଆତ୍ମ-ଶିକ୍ଷିତ ସିନେମାଟୋଗ୍ରାଫର ଏବଂ ସମ୍ପାଦକ। ଗତ ଦୁଇବର୍ଷ ହେବ ସେ କୃଷି, ଜନସ୍ୱାସ୍ଥ୍ୟ ଏବଂ ଶିକ୍ଷା ସମ୍ପର୍କିତ କାହାଣୀଗୁଡ଼ିକରେ କାର୍ଯ୍ୟ କରିବାକୁ ସହଯୋଗ କରୁଛନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

Sayantoni Palchoudhuri

ସାୟାନ୍ତନି ପାଲଚୌଧୁରୀ ଜଣେ ସ୍ୱାଧୀନ ଫଟୋଗ୍ରାଫର ଏବଂ ୨୦୧୫ ପରି ଫେଲୋ। ତାଙ୍କର କାର୍ଯ୍ୟ ସାରା ଭାରତରେ ବିକାଶ, ସ୍ୱାସ୍ଥ୍ୟ ଏବଂ ପରିବେଶ ପ୍ରସଙ୍ଗର ଏକ ବୃହତଶୃଙ୍ଖଳର ଦସ୍ତାବିଜକରଣ ଉପରେ କେନ୍ଦ୍ରିତ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Sayantoni Palchoudhuri
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE