ସେ ଏକ ଏମିତି ଦେଶରେ ରହୁଥିଲେ ଯେଉଁଠାରେ ଶ୍ମଶାନଗୁଡ଼ିକ ତରଳୁଥିଲା ଏବଂ ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ୍ ସରିଆସୁଥିଲା। ଓଃ ଇସମାଏଲ୍, ସେ କିପରି ଶ୍ଵାସକ୍ରିୟା କରିବାକୁ ସଂଘର୍ଷ କରୁଥିଲେ ! ସେ ଏକ ଏମିତି ଦେଶରେ ରହୁଥିଲେ ଯେଉଁଠାରେ ଡାକ୍ତର ମାନଙ୍କୁ ଜେଲ୍ ଦଣ୍ଡ ଦିଆଯାଇଥିଲା ଏବଂ କୃଷକମାନଙ୍କୁ ଆତଙ୍କବାଦୀ ଭାବେ ଦେଖାଯାଉଥିଲା । ସ୍ନେହର ନାଜିଆ ଓ ସୋହରାବ…ଓଃ ! ପ୍ରିୟ ଏଲେନ୍…ଏବେ ସେ ସେମାନଙ୍କୁ କେମିତି ଖାଇବାକୁ ଦେବ ? ସେ ଏକ ଏମିତି ଦେଶରେ ରହୁଥିଲେ ଯେଉଁଠାରେ ମଣିଷମାନେ ମୂଲ୍ୟହୀନ ଓ ଗାଈମାନେ ପବିତ୍ର । ସ୍ଵାମୀଙ୍କର ଔଷଧ ପାଇଁ ତାଙ୍କର ଥିବା ଛୋଟିଆ ଜମି ଖଣ୍ଡକ ବିକ୍ରି ହୋଇଯାଇଥିବା ବେଳେ, ସେ ଏବେ କେଉଁଠାରେ ଆଶ୍ରୟ ନେବେ ?
ସେ ଏକ ଏମିତି ଦେଶରେ ରହୁଥିଲେ ଯେଉଁଠାରେ ପ୍ରତିମୂର୍ତ୍ତି, ଶୌଚାଳୟ ଓ ନକଲି ନାଗରିକତ୍ଵର ପ୍ରତିଶ୍ରୁତି ଅତ୍ୟାଚାରକୁ ବୈଧ କରିବାକୁ ଯଥେଷ୍ଟ ଥିଲା । ଏମିତିକି ଯଦି ସେ କବରସ୍ତାନରେ ଅନ୍ତହୀନ ଧାଡ଼ିରୁ ରକ୍ଷା ପାଇଯାଆନ୍ତି, ତେବେ କବର ଖୋଳାଳିଙ୍କୁ କ’ଣ ଦେବେ ? ସେ ଏକ ଏମିତି ଦେଶରେ ରହୁଥିଲେ ଯେଉଁଠାରେ ତାମ୍ସା କରୁଥିବା ବାବୁ ଏବଂ ବିବିମାନେ ମନ୍ତବ୍ୟ ଓ କାପୁସିନୋ ବାବଦରେ ଅନ୍ତହୀନ ଭାବେ ତର୍କ କରୁଥିଲେ ଯେ ବ୍ୟବସ୍ଥା କ’ଣ ଭୁଶୁଡ଼ି ପଡୁଛି ନା ଏଥିରେ ଦୁର୍ନୀତି କରାଯାଇଥିଲା ।
ସୋହରାବ ଶାନ୍ତ ହେଉନଥିଲା । ନାଜିଆ ପଥର ପାଲଟି ଯାଇଥିଲା । ଏଲେନ୍ ନିଜ ମା’ଙ୍କର ଓଢ଼ଣୀକୁ ହାତରେ ଗୁଡ଼ାଉଥିଲା । ଆମ୍ବୁଲାନ୍ସ ବାଲା ଆଉ ଅଧିକ ୨ ହଜାର ଟଙ୍କା ମାଗୁଥିଲା । ପଡ଼ୋଶୀ ତାଙ୍କୁ ସ୍ଵାମୀଙ୍କ ଶବ ନ ଛୁଇଁବାକୁ ଚେତାଇ ଦେଉଥିଲେ । କାଲି ରାତିରେ କେହି ତାଙ୍କ ଦ୍ଵାରରେ ‘କଟୱା ସାଲା’ ଶବ୍ଦ ଲେଖି ଦେଇଥିଲା । ଲୋକମାନେ ଦ୍ଵିତୀୟ ଲକ୍ଡାଉନ୍ ସମ୍ପର୍କରେ କଥା ହେଉଥିଲେ ।
କାଲି ରାସନ ଡିଲର ୫୦ ବ୍ୟାଗ୍ ଚାଉଳ ମହଜୁଦ ରଖିବା ନେଇ ଧରାପଡ଼ିଥିଲା । ସୋହରାବ ବେହୋଶ ହୋଇଯାଇଥିଲା । ନାଜିଆ ନିଜ ବାପାଙ୍କ କଫନର ଶେଷ ଭାଗକୁ ଏତେ ଜୋରରେ ଧରିଥିଲା ଯେ ତା’ର ଅଙ୍ଗୁଳିରୁ ରକ୍ତ ବାହାରିଲା । ଧଳା କଫନରେ ଗୁଡ଼ାଇ ହୋଇଥିବା ବାପାଙ୍କୁ ଗାଢ଼ ଲାଲ୍ ରଙ୍ଗର ପାଞ୍ଚ ଟୋପା ରକ୍ତରେ ସେ ଅନ୍ତିମ ବିଦାୟ ଦେଲା । ଏଲେନ୍ ଶୋଇ ପଡ଼ିଥିଲା । ସେ ଏମିତି ଏକ ଦେଶରେ ରହୁଥିଲା ଯେଉଁଠି ରେଲୱେରୁ ନେଇ ଟିକା ଯାଏଁ, ମନ୍ତ୍ରୀଙ୍କଠାରୁ ନେଇ ଛୋଟ ଶିଶୁଙ୍କ ଯାଏଁ ସବୁ କିଛି ଅଧିକ ନିଲାମ ଡାକୁଥିବା ଲୋକକୁ ବିକ୍ରି ହୋଇସାରିଥିଲା ।
ସେ ନିଜର ଜମି ହରାଇ ସାରିଥିଲା, ତଥାପି ଫୋଲିଡୋଲର ଗୋଟିଏ ବୋତଲ ସେହି ଛାଉଣି ତଳେ ଥିଲା ଯେଉଁଠାରେ ଇସମାଇଲ୍ ନିଜର ଧଳା ରଙ୍ଗର ଚମକୁଥିବା ଜୁବ୍ବା ରଖୁଥିଲା । ସେ ଗାଁର ମୁଇଜ୍ଜିନ୍ ଥିଲା । ସେ ନିଜର ମା’, ଭାଇ ଓ ସ୍ଵାମୀଙ୍କୁ ଜଣକ ପରେ ଜଣେ ଏହି ନୂଆ ରୋଗରେ ହରାଇଥିଲା । ତଥାପି ତାଙ୍କର ୩ଟି ପିଲା ତାଙ୍କ ଜୀବନର ମିହ ରବ ଏବଂ କିବ୍ଲା ଭଳି ଥିଲେ । ନାଜିଆ ୯ ବର୍ଷର ଓ ସୋହରାବ ୧୩ ଏବଂ ଏଲେନ୍ ୬ ମାସର ହୋଇଥିଲା । ସବୁକିଛି ପରେ ତାଙ୍କର ପସନ୍ଦ ଅତି ସରଳ ଥିଲା।
ହେ ମୋର
ପୁଅ, ଦେଖ ଚନ୍ଦ୍ରରେ ଗୋଟିଏ ହୃଦୟ ଅଛି
–
ଏକ ଲକ୍ଷ
ଛିଦ୍ର ସହ ସବୁ ନରମ ମେହରୁନ।
ଧୁଳି ଏକ ଆସର,
ଧୁଳି
ଏକ ଆହା,
ଧୁଳି
ଜଣେ ଚାଷୀର ଲାଲ୍ ସଂଗୀତ।
ହେ ମୋର ପ୍ରିୟ, ସାହସୀ
ହେବା ଶିଖ-
ଗୋଟିଏ
ଭାଟି ଭଳି ଶୁଅ, କବର ଭଳି ଗୀତ ଗାଅ।
ଏହି ଭୂମି ଏକ ଅଙ୍ଗାର,
ଶୋଷିଲା
ସିଲିଣ୍ଡର,
ଗୋଟିଏ
ଠିକରାର ସ୍ଵପ୍ନରେ ଆଇନା ଭଳି ଫସିଲା
ଆମେ କେବଳ
ଏକ ସଂଖ୍ୟା,
ଭୋକିଲା
ନଭେମ୍ବର
ଗୋଲାପ
ବା କାରିୟନ ପକ୍ଷୀ ଭଳି କଳା।
ଈଶ୍ଵର
ଏକ ଟିକା,
ଈଶ୍ଵର
ଏକ ବଟିକା,
ଈଶ୍ଵର
କବରସ୍ତାନର ଏକ ବକେୟା ବିଲ୍।
ଗୋଟିଏ ରୁଟିର ଗୀତ,
ବା
କ୍ଷତ ଚିହ୍ନ ଭିତରେ ଏକ ଆକାଶ
ଆଗକୁ
ବଢ଼ିଚାଲ ।
ଲାଲ୍
ଏକ
ମୂଷା,
ଲାଲ୍
ଏକ ଚଉତରା
ଲାଲ୍
ଜଣେ
ଶ୍ରମିକର ସେଲୋଫେନ୍ ଗର୍ଭ ।
ଜଣେ ଗରିବ ଲୋକର ବାଦଲରେ ତସଲିମ ତସଲିମ-
ସାନିଟାରୀ
କଫନ ଭଳି ଗୋଟିଏ ପିନ୍, ତହସିନ ପକାଅ ।
ମୃତ୍ୟୁ ଏକ ଘୁମର, ଚୁପ୍
ରୁହ ବେବି!
ନିଆଁର
ଶିଖାକୁ ଦେଖ, କେମିତି ଛାୟା ଲାଜେଇ ଯାଏ ।
**********
ଶବ୍ଦର ଅର୍ଥ
ଫୋଲିଡୋଲ
:
କୀଟନାଶକ
କଫନ
:
ଅନ୍ତିମ ସଂସ୍କାର ପୋଷାକ
ଜୁବ୍ବା :
ଏକ
ଲମ୍ବା ଢିଲା ବାହ୍ୟ ପୋଷାକ, ଯେଉଁଥିରେ
ଚଉଡ଼ା ହାତ ଥିବ, ଏକ ପ୍ରକାରର ବହୁତ ଢିଲା କୁର୍ତ୍ତା
ମୁଇଜ୍ଜିନ୍
:
ଜଣେ ଯିଏ
ମସଜିଦରେ ପ୍ରାର୍ଥନା ପାଇଁ ଡାକନ୍ତି
ନୂଆ ରୋଗ
:
ନୂଆ ଅସୁସ୍ଥତା/ ନୂଆ ରୋଗ
ମିହ ରବ
:
ଏକ
ମସଜିଦରେ ଥିବା ଅର୍ଦ୍ଧ ଗୋଲାକାର ଆକୃତି ଯାହା କିବ୍ଲାକୁ ଦର୍ଶାଏ
କିବ୍ଲା
:
କାବ୍ବା
ଆଡ଼କୁ ଦିଗ
ମେହରୁନ
:
ଖଇରିଆ
ରଙ୍ଗ
ମେହଫିଲ୍
:
ଉତ୍ସବ
ସମାବେଶ
ନୁସର ଅତ
:
ବିଜୟ,
ସହଯୋଗ, ସୁରକ୍ଷା
ତସଲିମ
:
ସମର୍ପଣ,
ଅଭିଭାଦନ
ତହସିନ
:
ସୌନ୍ଦର୍ଯ୍ୟକରଣ କରିବା,
ସମ୍ପନ୍ନ କରିବା
ଘୁମର
:
ପାରମ୍ପରିକ ରାଜସ୍ଥାନୀ
ଲୋକନୃତ୍ୟ
ଅନୁବାଦ: ଓଡ଼ିଶାଲାଇଭ୍