“ ପ୍ରଜନନ ଋତୁରେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିଲେ ମଧ୍ୟ (ଆମର ଉପସ୍ଥିତି ଯୋଗୁଁ) ଗଧିଆଗୁଡିକ ଆମର ଗୋସମ୍ପଦକୁ ଆକ୍ରମଣ କରିଥାନ୍ତି, କାରଣ ସେମାନଙ୍କୁ ମଧ୍ୟ ସେମାନଙ୍କର ଛୁଆଗୁଡିକ ପାଇଁ ଖାଦ୍ୟ ଯୋଗାଡ କରିବାକୁ ପଡିଥାଏ,” ବୋଲି ତସି ଫୁନ୍ସଗ୍ ଓ ଥୁଣ୍ଡପ୍ ଚୋସ୍ଗେଲ୍ କୁହନ୍ତି, ଉଭୟ ଗ୍ରାମର ପଶୁଚାରକ ଅଟନ୍ତି । ଗଧିଆମାନଙ୍କ ସମ୍ବନ୍ଧରେ ସେମାନଙ୍କର ଦୃଷ୍ଟିକୋଣ ହିଂସ୍ର ପରଭକ୍ଷି, ଯେଉଁମାନଙ୍କ ସହିତ ଏହି ପଶୁଚାରଣକାରୀ ସମ୍ପ୍ରଦାୟ ଗୋଟିଏ ସ୍ଥାନରେ ରହିଥାଏ,ଙ୍କ ପ୍ରତି ସେମାନଙ୍କର ସହାନୁଭୂତି ବିଷୟରେ ଜଣାଇଥାଏ । ହେଲେ, ଏହା ଅନେକ ସମୟରେ ସେମାନଙ୍କର ଗୋସମ୍ପଦ, ଯାହା ସେମାନଙ୍କର ଜୀବିକା ନିର୍ବାହର ଏକମାତ୍ର ମାଧ୍ୟମ ଅଟେ, କ୍ଷୟ ହେବା ଯୋଗୁଁ ଏହି ସମ୍ପ୍ରଦାୟ ସମ୍ମୁଖୀନ ହେଉଥିବା ଅର୍ଥନୈତିକ ପରିବ୍ୟୟ ଓ ଭାବାତ୍ମକ ଚାପ ତଳେ ଚାପି ହୋଇ ରହିଯାଏ ।
ସେମାନଙ୍କର ଗୋସମ୍ପଦକୁ ସୁରକ୍ଷା ପ୍ରଦାନ କରିବାକୁ ଓ ମାଂସାହାରୀ ଜୀବଙ୍କର ସଂଖ୍ୟା ହ୍ରାସ କରିବାକୁ, ଏହି ସମ୍ପ୍ରଦାୟ ଏକ ପାରମ୍ପରିକ ଢାଞ୍ଚା ବ୍ୟବହାର କରିଥାଏ ଯାହାକୁ ସାଙ୍ଗଡଙ୍ଗ କୁହାଯାଏ । ତାସି ଫୁନ୍ସଗ୍ ଓ ତୁଣ୍ଡୁପ୍ ଚୋସ୍ଗେଲ୍ କୁହନ୍ତି ଯେ, “ମୋର ବାଲ୍ୟକାଳରେ ପ୍ରଚଳିତ ଏକ ପ୍ରଥା କଥା ମୋର ମନେ ପଡୁଛି । ଅକ୍ଟୋବର ମାସରେ, ପ୍ରତ୍ୟେକ ଗ୍ରାମବାସୀ ପାଳି କରି ସେମାନଙ୍କର ମେଷପଲ ମଧ୍ୟରୁ ଗୋଟିଏ ମେଣ୍ଢା ଆଣି ସାଙ୍ଗଡଙ୍ଗ (ପ୍ରଲୋଭନ ବସ୍ତୁ ଭାବେ)ରେ ରଖିବା ବାଧ୍ୟତାମୂଳକ ଥିଲା । ଗ୍ରାମ ପାଇଁ ରହିଥିବା ଦାୟିତ୍ୱ ଦୃଷ୍ଟିରୁ ପ୍ରତ୍ୟେକ ଗ୍ରାମବାସୀ ସେମାନଙ୍କର ପାଳି ଆସିଲେ ଛେଳି ବା ମେଣ୍ଡାକୁ ଖାଇବାକୁ ଖାଦ୍ୟ ଦେଉଥିଲେ, ଯାହା ଜାନୁଆରି ଶେଷ ପ୍ରଯ୍ୟନ୍ତ ଚାଲୁଥିଲା। ସେମାନଙ୍କ ପାଖରେ ନିଜସ୍ୱ ପ୍ରାଣୀ ନଥିଲେ ମଧ୍ୟ ସେମାନଙ୍କୁ କର୍ତ୍ତବ୍ୟ ପାଳନ ପୂର୍ବକ କିଛି ଘାସ ଓ ପାଣି ପ୍ରତିଦିନ ଖୁଆଇବାକୁ ହେଉଥିଲା । ଯଦି କୌଣସି ଗଧିଆ ଧରା ପଡିଯାଏ, ତାହାହେଲେ ଖାଦ୍ୟ ଦେବା ଦାୟିତ୍ୱରେ ଥିବା ବ୍ୟକ୍ତିକୁ ଏହାକୁ ହତ୍ୟା କରିବାକୁ ହୋଇଥାଏ’’।


