ଗତ ସେପ୍ଟେମ୍ବରରେ ଯେତେବେଳେ କେରଳ କୃଷି ମନ୍ତ୍ରୀ କେ.ପି ମୋହନ ଚନ୍ଦ୍ରନ ମାଷ୍ଟରଙ୍କୁ ଭେଚୁର ଗାଈ ପାଇଁ ୧୫,୦୦୦ ଟଙ୍କା ଦେଲେ, ସେତେବେଳେ ସେ ଜାଣିଥିଲେ ଯେ ନିୟମ ବିରୋଧରେ ପୁରସ୍କୃତ କରୁଛନ୍ତି। ତଥାପି ପଶୁ ସଂପଦ ବିକାଶ ପରିଷଦ ପକ୍ଷରୁ ମନ୍ତ୍ରୀ ଠିକ୍ କରୁଥିଲେ - ଆଉ ସମସ୍ତେ ଏହାକୁ ମଞ୍ଜୁରୀ ଦେଇଥିଲେ। ଚନ୍ଦ୍ରନ ମାଷ୍ଟର ଓ ଅନ୍ୟ ସାହସୀ ଲୋକେ କେରଳର ଦେଶୀ ପ୍ରଜାତିଗୁଡିକୁ ବଞ୍ଚେଇ ରଖିବାରେ ସହାୟତା କରୁଥିଲେ। ରାଜ୍ୟର ପଶୁ ପାଳନ ନିର୍ଦ୍ଦେଶକଙ୍କ ବିନା ଲାଇସେନ୍ସରେ ଚାଷୀଙ୍କ ଦ୍ୱାରା ଏଭଳି ପ୍ରଜାତିର ପଶୁ ପାଳନ ପୁରୁଣା ନିୟମ ଅନୁସାରେ ବେଆଇନ୍ ହୋଇଥିବା ସତ୍ତ୍ୱେ। ଏବଂ ଗତ କିଛି ବର୍ଷ ଧରି ଯେତେବେଳେ ପଶୁ ନିରୀକ୍ଷକ ନିରବଛିନ୍ନ ଭାବେ ଜର୍ସି ଗାଈ ପାଳନ ବଢାଇବାକୁ ଏହି ‘‘ନିକୃଷ୍ଟ’’ ପ୍ରଜାତିର ଷଣ୍ଢଗୁଡିକୁ ବନ୍ଧ୍ୟାକରଣ କରି ଚାଲିଥିଲେ।
ଦୁଗ୍ଧ ଉତ୍ପାଦନ ବଢାଇବା ଧାରଣାରେ ଦାମ୍ ଏବଂ ପରିଣତିକୁ ନଦେଖି ଏଭଳି କରିଚାଲିଲେ। ଏବେ ଏଥିରେ ପରିବର୍ତ୍ତନ ହୋଇଛି। ଏହି ଆକ୍ରମଣରୁ ନିଜ ପ୍ରଜାତିକୁ ସୁରକ୍ଷା ଦେବା ପାଇଁ ଏବେ ବିଦ୍ରୋହୀ ଚାଷୀଙ୍କୁ ରାଜ୍ୟ ମୂଲ୍ୟ ଦେଉଛି।
ତ୍ରିସୁର ଜିଲ୍ଲାର ପି. ଭେମ୍ବୁଲାର ଗାଁର ଚନ୍ଦ୍ରନ ମାଷ୍ଟର ନିଜ ଘରେ ୨୪ଟି ଗାଈ ରଖିଛନ୍ତି, ଅଧିକାଂଶ ଦେଶୀ ପ୍ରଜାତିର। ଏହା ଭିତରେ ଅଛନ୍ତି ଛୋଟ ଭେଚୁର ଗାଈ, ଯାହା କେରଳର ଘରୋଇ ଗୋ ସଂକଟର ପ୍ରତୀକ। ୨୦୦୦ରେ ଏହି ପଶୁଟି ୱାର୍ଲଡ୍ ୱାଚ୍ ଲିଷ୍ଟ ଫର୍ ଡ଼ୋମେଷ୍ଟିକ୍ ଆନିମଲ ଡିଭର୍ସିଟି ଅଫ୍ ଫୁଡ୍ ଆଣ୍ଡ ଏଗ୍ରିକଲଚରାଲ ଅର୍ଗାନାଇଜେସନ୍ର ‘ବିରଳ ପ୍ରଜାତି ତାଲିକା’ ରେ ଥିଲା। ଯେତେବେଳେ କୌଣସି ପ୍ରଜାତିର ମୋଟ ମାଈ ପଶୁ ସଂଖ୍ୟା ୧୦୦ ବା ତା’ ଠାରୁ କମ୍ ଥାଏ କିମ୍ବା ପୁରୁଷ ପ୍ରଜାତିର ମୋଟ ସଂଖ୍ୟା ୫ କିମ୍ବା ତା’ ଠାରୁ କମ୍ ଥାଏ, ତାହା ଏହି ତାଲିକାକୁ ଆସିଥାଏ। କିମ୍ବା ମୋଟ ସଂଖ୍ୟା ଯଦି ୧୨୦ କିମ୍ବା ଏହାଠାରୁ କମ୍ ହୋଇଥାଏ ଏବଂ ଏହା ଯଦି ହ୍ରାସ ପାଉଥାଏ।
ଚନ୍ଦ୍ରନ ମାଷ୍ଟରଙ୍କ ଘରେ ସଂଖ୍ୟା ବଢୁଥିଲା। ସେ ଗର୍ବର ସହ କହନ୍ତି, ‘‘ମୁଁ ପଶୁ ସଂପଦ ବୋର୍ଡକୁ ପାଞ୍ଚଟି ଭେଚୁର ଗାଈ ଦେଇଛି।’’ ଏହାସହ ଦୁଇଟି ଗିର୍ ଗାଈ ଦେଇଛି ଏବଂ ପ୍ରତିବଦଳରେ ୪୫,୦୦୦ ଟଙ୍କା ପାଇଛି। ଆମେ ପହଞ୍ଚିବାର ଠିକ୍ ୬ ଘଣ୍ଟା ପୂର୍ବରୁ ତାଙ୍କ ଗୁହାଳରେ ଏକ ଛୋଟ ଭେଚୁର ବାଛୁରୀ ଜନ୍ମ ହୋଇଥିଲା। ଏହି ବାଛୁରୀର ମାଆଟି ଦେଖିବାକୁ ଖୁବ୍ କୌତୁକିଆ, ଏହାର ଉଚ୍ଚତା ୮୨ ସେଣ୍ଟିମିଟର। ଭେଚୁର ଗାଈଟି ବିଶ୍ୱର ସବୁଠୁ ଛୋଟ ପ୍ରଜାତିର ଗାଈ। ନଭେମ୍ବର ୨୦୧୦ରେ ୭୭ ସେଣ୍ଟିମିଟର ଉଚ୍ଚର ଭେଚୁର ଗାଈ ଡାଏନା, (ତ୍ରିସୁର ଜିଲ୍ଲାର) ବିଶ୍ୱର ସବୁଠୁ ଛୋଟ ଗାଈ ଭାବେ ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିଲା।
ଏହି ପ୍ରଜାତିର ଗାଈମାନଙ୍କର ଉଚ୍ଚତା ପ୍ରାୟ ୯୦ ସେଣ୍ଟିମିଟର ଏବଂ ଓଜନ ୧୩୦ କିଲୋ। ଦିନକୁ ଏହି ଗାଈ ପ୍ରାୟ ତିନି ଲିଟର କ୍ଷୀର ଦେଇଥାଏ ଏବଂ ଖୁବ୍ କମ୍ ଖାଦ୍ୟ ଏବଂ ଯତ୍ନ ଆବଶ୍ୟକ କରେ।
ଏହା ସାଙ୍ଗରେ ‘‘ବିଶ୍ୱର ଅନ୍ୟ ଛୋଟ ଗାଈଗୁଡ଼ିକ’’ ହେଲେ ବଡକରା ବାମନ, କସରଗୋଡି ବାମନ, ହାଇ ରେଞ୍ଜ ବାମନ ଏବଂ ଅନ୍ୟ ଦେଶୀ ପ୍ରଜାତିର ଗାଈ। ଏହି ୭୨ ବର୍ଷୀୟ ପୂର୍ବତନ ସ୍କୁଲ ଶିକ୍ଷକ ଏବେ ଗୋପାଳନ ଉପରେ ଧ୍ୟାନ ଦେଇଛନ୍ତି। ସେ କହନ୍ତି, ‘‘ସେମାନଙ୍କ ପାଇଁ ଗାଈ କେବଳ କ୍ଷୀରଦିଆ ମେସିନ୍’’। ‘‘କ୍ଷୀରର ଉପାଦାନ ଏବଂ ମାନ ଉପରେ ସେମାନଙ୍କର ଧ୍ୟାନ ନାହିଁ। କୃଷି ଏବଂ କୃଷକର ଜୀବନରେ ଖୁବ୍ କମ୍ ଭୂମିକା। ପରିବେଶ, ବିବିଧତା ବା ସଂପ୍ରଦାୟ ଉପରେ ଏହାର ପ୍ରଭାବ ନେଇ ଆଦୌ ଚିନ୍ତିତ ନୁହନ୍ତି।’’
ନାମ୍ବିୟାନ୍ଦ୍ରା ଆୟାପ୍ପାନ ଚନ୍ଦ୍ରାନ ଜଣେ ପୁରସ୍କୃତ ପୂର୍ବତନ ଇଂରାଜୀ ଶିକ୍ଷକ ଯିଏ କେରଳ ଏବଂ ଓମାନରେ ୩୬ ବର୍ଷ କାମ କରିଛନ୍ତି। ସ୍ଥାନୀୟ ପ୍ରଜାତି (ଭାରତୀୟ ଗାଈ)ର ଗାଈ ସୁରକ୍ଷା ପାଇଁ ‘‘ସେ ବାକି ଜୀବନ କାମ କରିବାକୁ ପ୍ରତିଜ୍ଞାବଦ୍ଧ’’। କେରଳ ପଶୁ ସଂପଦ ବିକାଶ ପରିଷଦ ପକ୍ଷରୁ ତାଙ୍କୁ ୧୫,୦୦୦ ଟଙ୍କା ଚେକ୍ ଦେବାର ଏକ ବଡ ଫଟୋ ତାଙ୍କ ରହିବା ଘରେ ଲାଗିଛି। ‘‘ମୋଟାମୋଟି ପ୍ରତି ମାସରେ ମୋ ଜୋସ୍ ଉପରେ ଯାହା ମୁଁ ହରାଉଛି।’’ କିନ୍ତୁ ଚନ୍ଦ୍ରନ ମାଷ୍ଟର ସେଥିରେ ଠିକ୍ ଅଛନ୍ତି।





