ବିବାହ ଖୁବ୍ ସରଳ ଏବଂ ଅନ୍ତରଙ୍ଗ ବ୍ୟାପାର, ସାରା ସମୂହ ଆଗେଇ ଆସେ ଦାୟିତ୍ୱ ବାଣ୍ଟିବାକୁ। ୨୦୦୯ ମସିହାର ଏହି ବିବାହରେ ପଡ଼ୋଶୀ ଗାଁର ଯୁବକମାନେ ମଧ୍ୟ ବିବାହ ଉତ୍ସବକୁ ଆସିଥିଲେ ଧାପ୍ ବଜାଇବାକୁ। ଏହା ଏକ ଲୋକପ୍ରିୟ ସ୍ଥାନୀୟ ବାଦ୍ୟ।


Rayagada, Odisha
|TUE, FEB 19, 2019
ନିୟମଗିରିରେ ଏକ ବିବାହ
ପଶ୍ଚିମ ଓଡ଼ିଶାର ବକ୍ସାଇଟ୍ ସମୃଦ୍ଧ ନିୟମଗିରି ପର୍ବତଗୁଡ଼ିକ ରାଜ୍ୟର ଡୋଙ୍ଗରିଆ କନ୍ଧ ଆଦିବାସୀମାନଙ୍କର ଏକମାତ୍ର ବାସସ୍ଥାନ। ଏହି ସମୂହର ସଂଖ୍ୟା କେଇ ହଜାର ମଧ୍ୟରେ ସୀମିତ। ପାହାଡ଼ ପର୍ବତ, ଝରଣା ଏବଂ ଜଙ୍ଗଲ ସେମାନଙ୍କ ଜୀବନ ଏବଂ ସାଂସ୍କୃତିକ ପରମ୍ପରାରେ ମିଶିଯାଇଛି।
Author

Purusottam Thakur

Purusottam Thakur

Purusottam Thakur
ଅନେକ ସମୂହରେ ମହିଳାଙ୍କ ଇଚ୍ଛାକୁ ଗୁରୁତ୍ୱ ଦିଆଯାଏନି, କିନ୍ତୁ ଡୋଙ୍ଗରିଆ କନ୍ଧମାନେ ବଧୂର ଇଚ୍ଛାକୁ ସର୍ବାଧିକ ଗୁରୁତ୍ୱ ଦିଅନ୍ତି। ବର ଲୋଡୋ ସିକାକାଙ୍କୁ ତାଙ୍କର ଭାବି ବଧୂ ତେଲିଡ଼ି ସ୍ୱୀକାର କରିଛନ୍ତି।

Purusottam Thakur
ଏହାରେ ତିଲିଡି ଅନ୍ୟ ମହିଳା ସଦସ୍ୟମାନଙ୍କ ସହ ଯାଉଛନ୍ତି। ସେମାନେ ଏକ ବାରମାସୀ ପାହାଡ଼ି ଝରଣାରୁ ପାଣି ଆଣିବା ପାଇଁ ମୁଣ୍ଡରେ ପିତ୍ତଳ ଗରା ବୋହି ନେଉଛନ୍ତି। ଏହି ପାଣିରେ ଅନ୍ନ ରନ୍ଧାହେବ ଏବଂ ବଧୂ ଏହାକୁ ଧରଣୀ ପେନୁ( ଦେବୀ ପୃଥିବୀ)ଙ୍କୁ ଅର୍ପଣ କରିବେ।

Purusottam Thakur
ବଧୂର ଯୁବ ସାଥୀମାନେ ବରର ଗାଁ ଲଖ୍ପଦରକୁ ଯିବା ସମୟରେ ରାସ୍ତା ସାରା ନାଚୁଛନ୍ତି, ଅନ୍ୟ ଗ୍ରାମବାସୀମାନେ ଏହାକୁ ଆଗ୍ରହର ସହ ଦେଖୁଛନ୍ତି।

Purusottam Thakur

Purusottam Thakur

Purusottam Thakur
ଧାପ୍ର ତାଳ ନୃତ୍ୟ ସହ ଏକାକାର ହୋଇଯାଉଛି।

Purusottam Thakur
ଏ ମଧ୍ୟରେ ଅନ୍ୟ ଗ୍ରାମବାସୀମାନେ ବିବାହ ଭୋଜି ପ୍ରସ୍ତୁତିରେ ସାହାଯ୍ୟ କରୁଛନ୍ତି- ସାଧାରଣତଃ ଭାତ, ଡାଲି ଓ କମ୍ ତେଲ ମସଲା ଦିଆଯାଇ କାଠଚୁଲିରେ ରନ୍ଧା ଯାଇଥିବା ମାଂସ ଏବଂ ଏହା ପତ୍ର ଥାଳିରେ ପରଷାଯାଏ।

Purusottam Thakur
ଦିନର କାର୍ଯ୍ୟକ୍ରମରେ ଏହି ଛୋଟ ଝିଅଟି ଖୁବ୍ ଖୁସି ଅଛି।

Purusottam Thakur
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ନିୟମଗିରିରେ-ଏକ-ବିବାହ

