କିଛି ବର୍ଷ ପୂର୍ବରୁ କାଳୀ କଳାକ୍ଷେତ୍ର ସଂପର୍କରେ ଶୁଣି ବି ନଥିଲା । କୋଭଲାମ୍ରେ ଏକ ସୁନାମୀ ପୁନର୍ବାସ କେନ୍ଦ୍ରରେ ସେ ନୃତ୍ୟ କରିବା ପରେ ନୃତ୍ୟ ପାଇଁ ତାର ନିଶାକୁ ସାରା ଚନ୍ଦ୍ରା (ଯିଏକି ତାଙ୍କୁ ପୃଷ୍ଠପୋଷକତା କରୁଛନ୍ତି) ପ୍ରଥମେ ଚିହ୍ନଟ କଲେ। ସେ କାଳୀକୁ କଳାକ୍ଷେତ୍ରରେ ନୃତ୍ୟକୁ ଆନୁଷ୍ଠାନିକ ଭାବେ ଶିଖିବାକୁ ପରାମର୍ଶ ଦେଲେ। କାଳୀ ସାକ୍ଷାତକାରରେ ଉତ୍ତୀର୍ଣ୍ଣ ହେଲା। ଅବଶ୍ୟ ତାଙ୍କର ଦୂରସଂପର୍କୀୟ ଖୁଡୀ ଏବଂ କାକାମାନେ ତାକୁ ନୃତ୍ୟଭଳି ଏକ କଳା ସଂପର୍କରେ ତାଲିମ ନେବା ପାଇଁ ନିରୁତ୍ସାହିତ କରିଥିଲେ। ଏବଂ ସେ ନାମ ଲେଖାଇଲା । ଏଥିସହ ସେ ବାଧାର ଗୋଟିଏ ପର୍ଯ୍ୟାୟ ଅତିକ୍ରମ କରିଗଲା । ପରବର୍ତ୍ତୀ ବାଧା ତାକୁ ଅପେକ୍ଷା କରିଥିଲା ।
ତାମିଲ ମାଧ୍ୟମ ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇଥିବା ଗୋଟିଏ ପିଲା ପାଇଁ ଯିଏକି ଭାରତନାଟ୍ୟମ ଏବଂ ଶାସ୍ତ୍ରୀୟ ସଙ୍ଗୀତ ସହିତ ପରିଚିତ ନଥିଲା କଳାକ୍ଷେତ୍ରରେ ଆରମ୍ଭରେ ତାକୁ ଖୁବ୍ କଷ୍ଟ ହେଲା। ଖାଦ୍ୟ ସଂପୂର୍ଣ୍ଣ ଭାବେ ନିରାମିଷ ଥିଲା। ମାଂସାହାର ସହିତ ସେ ଅଭ୍ୟସ୍ତ ଥିବାବେଳେ ତାର ଶକ୍ତି କମୁଥିଲା। କାଳୀ ହସି କରି କହିଲା, “ସେତେବେଳେ ମୁଁ ଗୋଟେ ମୋଟା ପିଲା ଥିଲି!’’ ସେ ମୋତେ କିଭଳି ନାଚୁଥିଲା ତାହା ଦେଖାଇଲା। ତାର ପେଟ ବାହାରିଥିଲା, ତାର ପାଦ ବେଧାଡିଆ ଥିଲା ଏବଂ ହାତ ଦୁର୍ବଳ ଥିଲା। ସେ କ୍ୟାମ୍ପସରେ ଥିବା ଯେକୌଣସି ବିଦେଶୀ ଛାତ୍ର (ଅନେକ)ଙ୍କଠାରୁ ଟିକେ ଉନ୍ନତ ଥିଲା। ସେମାନେ ସଂସ୍କୃତି ସହିତ ଯେତିକି ପରିଚିତ ଥିଲେ ସେ ମଧ୍ୟ ସେତିକି ପରିଚିତ ଥିଲା। ଅଧିକନ୍ତୁ ତାର ଏକ ଗୁରୁତର ଦୁର୍ବଳତା ଥିଲା ଯେ ସେ ଇଂରାଜୀ ଭାଷାରେ ଭାବ ବିନିମୟ କରିପାରୁନଥିଲା ।
ତେଣୁ ସେ ନୃତ୍ୟ କଲା। ସେ ଶବ୍ଦ ବଦଳରେ ଅଙ୍ଗଭଙ୍ଗୀକୁ ବ୍ୟବହାର କଲା; ଖୁବ୍ ଶୀଘ୍ର ବିଦେଶୀମାନଙ୍କ ନିକଟରେ ତାର ଲଜ୍ଜା ଭାବ ଦୂର ହୋଇଗଲା। ଏପରିକି ସେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ସହିତ ଭଲ ଭାବେ ମିଶି ମଧ୍ୟ ଗଲା। ପ୍ରଥମ ବର୍ଷ ଷ୍ଟୁଡେଣ୍ଟସ୍ ଡେରେ ସେ ରୁଷ୍ ଏବଂ ଦକ୍ଷିଣ ଆଫ୍ରିକାର ଝିଅମାନଙ୍କୁ ଓୟିଲାଟ୍ଟମ୍ ନାଚ ନଚାଇଲା। କଳାକ୍ଷେତ୍ରର ତତ୍କାଳୀନ ନିର୍ଦ୍ଦେଶକ ଲୀଳା ଥମ୍ପସନ୍ ତାର ଏହି ଉଦ୍ୟମକୁ ପ୍ରଶଂସା କଲେ। ତା’ ପରେ ସେ ମଧ୍ୟ ତାର ଶ୍ରେଣୀରେ ପ୍ରଥମ ହେଲା। ଧୀରେ ଧୀରେ ତାର ଆତ୍ମବିଶ୍ୱାସ ସହିତ ଜ୍ଞାନ ବୃଦ୍ଧି ପାଇଲା ।
ଏବେ କାଳୀ ଖୁବ୍ ସହଜରେ ରାଗକୁ ଚିହ୍ନି ପାରୁଛି । ପ୍ରଖ୍ୟାତ ନର୍ତ୍ତକୀ ଏବଂ କଳାକ୍ଷେତ୍ରର ପ୍ରତିଷ୍ଠାତ୍ରୀ ରୁକ୍ମଣୀ ଦେବୀ ଅରୁନ୍ଦଲେଙ୍କ ନାମାନୁସାରେ ଆରମ୍ଭ ହୋଇଥିବା ରୁକ୍ମଣୀ ଆରାଙ୍ଗମ୍ ସମାରୋହରେ ନୃତ୍ୟ ସମୟରେ ସେ ରାଗ ସଂପର୍କରେ ଆକଳନ କରି ତାର ଅନେକ ବନ୍ଧୁଙ୍କ ମଧ୍ୟରୁ ଜଣଙ୍କୁ ତାହା ଠିକ୍ କି ନାହିଁ ପଚାରିଲା । ସେ ସାଧାରଣତଃ ଏହିପରି। ତାର ନୃତ୍ୟକଳା ପୂର୍ବାପେକ୍ଷା ଖୁବ୍ ଉନ୍ନତ ହୋଇଛି । ତାର ଆଦଭୁସ (ପାଦ ସଞ୍ଚାଳନ) ଏବେ ଠିକରେ ହେଉଛି ଏବଂ ଭାବମ୍(ଭାବଭଙ୍ଗୀ) ମଧ୍ୟ ଠିକ୍ ହୋଇଛି ।