ଏବେ ୭୪ ବର୍ଷ ବୟସ୍କ ହୋଇଥିବା କାଲାଇମାମାନି ଟି.ଏ.ଆର୍‌ ନାଦି ରାଓ, ପୋଇକ୍କଲ କୁଠିରାଇ (ଆକ୍ଷରିକ ଭାବେ : ନକଲି ଗୋଡ଼ ବିଶିଷ୍ଟ ଘୋଡ଼ା)ର ଜଣେ ମହାନତମ ଜୀବିତ ପ୍ରତିନିଧି । ଏହି ପ୍ରସିଦ୍ଧ ତାମିଲ୍‌ ଲୋକନୃତ୍ୟ ମହାରାଷ୍ଟ୍ରରୁ ସୃଷ୍ଟି ହୋଇଥିଲା। ନାଦି ରାଓ ତାମିଲନାଡୁର ଥାନ୍‌ଜାଭୁରରେ ରହନ୍ତି  ଏବଂ ତାଙ୍କର ୬୭ ବର୍ଷୀୟା ପତ୍ନୀ କାମାଚିଙ୍କ ସହ ନୃତ୍ୟ ପ୍ରଦର୍ଶନ କରନ୍ତି।

ପାରମ୍ପରିକ ଭାବେ ରାଜାଙ୍କ ଦରବାରରେ ପ୍ରଦର୍ଶନ କରୁଥିବା ପୋଇକ୍କାଲ ନୃତ୍ୟଶିଳ୍ପୀମାନେ ମନ୍ଦିର ଶୋଭାଯାତ୍ରା ସମୟରେ ସ୍ଥାନୀୟ ଦେବତାଙ୍କ ସାମ୍ନାରେ ମଧ୍ୟ ନାଚୁଥିଲେ। ଆଧୁନିକ ସମୟରେ, ଏହି ନୃତ୍ୟ ବିବାହ ଏବଂ ଅନ୍ୟ ଉତ୍ସବରେ ପ୍ରଦର୍ଶିତ ହେଉଛି। ଥାନ୍‌ଜାଭୁରରେ, ନୃତ୍ୟଶିଳ୍ପୀମାନେ ମରାଠା ମୂଳର। ସେମାନେ ଘରେ ମରାଠୀ କହନ୍ତି, ଏବଂ ତୁଲଜାଭବାନୀଙ୍କୁ ପୂଜା କରନ୍ତି, ଯାହାଙ୍କର ମୁଖ୍ୟମନ୍ଦିର ମହାରାଷ୍ଟ୍ରର ଓସମାନାବାଦରେ ରହିଛି।

ପୋଇକ୍କାଲ୍‌ କୁଠିରାଇ ନୃତ୍ୟ ସହ କୁଣ୍ଡଲା ବାଦ୍ୟମ ବା ଗୋଣ୍ଡଲ ଡ୍ରମ୍‌ ବଜାଯାଏ, ଯାହା ମହାରାଷ୍ଟ୍ରର ପଡ଼ୋଶୀ । ୨୦ ବର୍ଷ ପୂର୍ବରୁ ଏହି ନୃତ୍ୟର ବହୁତ ଆଦର ଥିଲା । କଳାକାରମାନଙ୍କ ସହ ଓ ସେମାନଙ୍କର ବାଦ୍ୟକାରମାନେ ମଧ୍ୟ ସମ୍ପନ୍ନ ରହୁଥିଲେ । ଆଜି, ଏହି କଳା ନିମ୍ନଗାମୀ ହେଉଛି ଏବଂ ଗୋଟିଏ ପୂର୍ଣ୍ଣକାଳୀନ ବୃତ୍ତି ଭାବେ ଗ୍ରହଣଯୋଗ୍ୟ ନୁହେଁ । ନାଦି ରାଓ ଏବଂ ତାଙ୍କ ପରିବାର ମଧ୍ୟ ସେମାନଙ୍କର ଅନ୍ୟ ଆୟ ପାଇଁ କୃଷି କାର୍ଯ୍ୟ କରୁଛନ୍ତି ।

ସମ୍ପାଦନା - ଏମ୍ ଅର୍ଜୁନ ପୋନରାଜ , ଭିଡ଼ିଓ ସମ୍ପାଦନା , ଆନିମେଟର ଏବଂ ସିନେମାଟୋଗ୍ରାଫର

କ୍ୟାମେରା - ରୟ ବେନଡିକ୍ଟ ନବୀନ , ଫଟୋଗ୍ରାଫର , ସିନେମାଟୋଗ୍ରାଫର ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା

ଅନୁବାଦ: ଓଡ଼ିଶାଲାଇଭ୍‍

Aparna Karthikeyan

ଅପର୍ଣ୍ଣା କାର୍ତ୍ତିକେୟନ ହେଉଛନ୍ତି ଜଣେ ସ୍ୱାଧୀନ ସାମ୍ବାଦିକା, ଲେଖିକା ଓ ପରୀର ବରିଷ୍ଠ ଫେଲୋ । ତାଙ୍କର ତଥ୍ୟ ଭିତ୍ତିକ ପୁସ୍ତକ ‘ନାଇନ୍‌ ରୁପିଜ୍‌ ଏ ଆୱାର୍‌’ରେ ସେ କ୍ରମଶଃ ଲୋପ ପାଇଯାଉଥିବା ଜୀବିକା ବିଷୟରେ ବର୍ଣ୍ଣନା କରିଛନ୍ତି । ସେ ପିଲାମାନଙ୍କ ପାଇଁ ପାଞ୍ଚଟି ପୁସ୍ତକ ରଚନା କରିଛନ୍ତି । ଅପର୍ଣ୍ଣା ତାଙ୍କର ପରିବାର ଓ କୁକୁରମାନଙ୍କ ସହିତ ଚେନ୍ନାଇରେ ବାସ କରନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ଅପର୍ଣ୍ଣା କାର୍ତ୍ତିକେୟନ୍
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE