“ଚୁଟି କଳା କରିବା ପାଇଁ ହେୟାର୍ କଲର୍ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଚୁଟି ଅଧିକ ଧଳା ହୋଇଯିବ” ବୋଲି ପୁଷ୍ପାବେଣୀ ପିଲ୍ଲାଇ ସ୍ପଷ୍ଟ ଭାବେ ଜଣାଇଥିଲେ । “ଏହିପରି,” ବୋଲି ସେ ଚେସ୍ ଖେଳର ଚିତ୍ରିତ ପଟା ସଦୃଶ ଦେଖାଯାଉଥିବା ଧଳା-ନୀଳ ରଙ୍ଗର ଚଟାଣରେ ପଡ଼ିଥିବା ଏକ ଟାଇଲ୍ ଆଡ଼କୁ ନିର୍ଦ୍ଦେଶିତ କରି ସେ ଦୃଢ଼ତାର ସହିତ କହିଲେ । ବୟସ ତାଙ୍କର ୬୦ ପାଖାପାଖି ହୋଇଥିଲେ ମଧ୍ୟ ତାଙ୍କ ଚୁଟିର ମାତ୍ର କେତେକ ଅଂଶ ପାଚିଛି । “କେବଳ ନଡିଆ ତେଲ ଓ ଲାଇଫ୍ବଏ ସାବୁନ୍ – ଏହା ହେଉଛି ରହସ୍ୟ” ବୋଲି ସେ ସେ ଇଂରାଜୀରେ ‘ଓନ୍ଲି’ ଶବ୍ଦ ଉପରେ ଜୋର୍ ଦେଇ ଦୃଢୋକ୍ତି ପ୍ରକାଶ କରନ୍ତି।
ଦିନେ ମଧ୍ୟାହ୍ନରେ ସେ ଟାଇଲ୍ ପଡ଼ିଥିବା ଏକ ଚଟାଣ ଉପରେ ବସିଥିଲେ, ଅତୀତ ଓ ବର୍ତ୍ତମାନ ସମୟ ବିଷୟରେ କହୁଥିଲେ । “ମୋ ମା’ଙ୍କ ସମୟରେ,” ସେ କୁହନ୍ତି ଯେ “ତାଙ୍କ ଶାଶୁ ତାଙ୍କୁ ଗୋଟିଏ ନଡ଼ିଆ ଖଣ୍ଡ ଦେଉଥିଲେ ଓ ସେ ତାହାକୁ ଗାଧୋଇବା ସମୟରେ ପାଟିରେ ଚୋବାଉଥିଲେ ଓ ଏହାକୁ ଶିରୋବଳ୍କଳରେ ଘଷୁଥିଲେ – ଏହା ଥିଲା ତାଙ୍କର ନଡ଼ିଆ ତେଲ”
ତାଙ୍କ ପାଖରେ ବସିଥିବା ବାସନ୍ତି ପିଲ୍ଲାଇ ସତ୍ୟନିଷ୍ଠା ବଳରେ ଜୟଲାଭ କରିଛନ୍ତି । ଉଭୟ ମହିଳା (ଦୂର ସମ୍ପର୍କୀୟ) ଧରାବିର ସେହି ସାହିରେ ପ୍ରାୟ ୫୦ବର୍ଷ ହେବ ଗୋଟିଏ ବଖରାରେ ରହି ଆସୁଛନ୍ତି । ଉଭୟ ସେମାନଙ୍କ ଜୀବନକୁ ନେଇ ଏକ ବିରଳ ସନ୍ତୁଷ୍ଟି ଲାଭ କରିଥିବା ବିଷୟରେ କହନ୍ତି, ଉଭୟ ଦଶନ୍ଧି ଦଶନ୍ଧି ଧରି ଏକ ବନ୍ଧୁତ୍ୱ ଭାବରେ ପରସ୍ପର ସହିତ ବାନ୍ଧି ହୋଇ ରହିଛନ୍ତି ଆଉ ଉଭୟଙ୍କ ପାଖରେ ସେମାନଙ୍କ ଦୁନିଆର, ଯାହା ଏବେ ବଦଳିଯାଇଛି, ବହୁତ ସ୍ମୃତି ରହିଛି ।
ପୁଷ୍ପାବେଣୀ ୧୪- ୧୫ବର୍ଷରେ ନବବଧୂ ହୋଇ ଧରାବିକୁ ଆସିଥିଲେ । ଏହି ସାହିର ଶେଷରେ ଥିବା ଏକ ମଇଦାନରେ ଥିବା ଏକ ମଣ୍ଡପରେ ତାଙ୍କର ବିବାହ ହୋଇଥିଲା, ପୁଅ ଧରାବିରେ ରହୁଥିଲା । “ତାଙ୍କୁ ୪୦ବର୍ଷ ହୋଇଥିଲା,” ବୋଲି ସେ କୁହନ୍ତି । ଏତେ ବଡ଼? ହଁ, ତାଙ୍କର ଉଚ୍ଚତା କମ୍ ଥିଲା (ଏଣୁ ଆମେ ଜାଣିପାରିଲୁନାହିଁ) ଆଉ ସେ ସମୟରେ କେହି ମଧ୍ୟ ଏସବୁ ବିଷୟ ସମ୍ବନ୍ଧରେ ଯାଞ୍ଚ କରୁନଥିଲେ । ସମାରୋହ ପରେ କେବଳ ନିରାମିଷ ଭୋଜନ ପରଷା ଯାଇଥିଲା- ସମ୍ବର ଆଉ ଭାତ,’’ – ବୋଲି ସେ ମନେପକାନ୍ତି ।
ସେ ତାଙ୍କ ସ୍ୱାମୀ ଚିନାସାମୀଙ୍କ ସହିତ ସେ କିଣିଥିବା ବଖରାରେ ରହିବାକୁ ଆସିଗଲେ, ଯାହାର ମୂଲ୍ୟ ୫୦୦ଟଙ୍କା ଥିଲା – ସେତେବେଳର ମୂଲ୍ୟ ହିସାବରେ ବହୁତ ବଡ଼ ପରିମାଣ । ସେ ଏକ ସ୍ଥାନୀୟ ୱାର୍କସପ୍ରେ କାମ କରୁଥିଲେ ଯେଉଁଠି ସର୍ଜରୀରେ ବ୍ୟବହାର ହେଉଥିବା ସୂତା ଓ ଓୟାର ତିଆରି କରୁଥିଲା- ୬୦ଟଙ୍କା ବେତନରୁ ଆରମ୍ଭ ଏବଂ ୧୯୯୦ ଦଶକର ମଧ୍ୟଭାଗରେ ଅବସର ବେଳକୁ ମାସିକ ବେତନ ୨୫,୦୦୦ ଟଙ୍କା ଥିଲା।







