ଲକ୍ଷ ଲକ୍ଷ ମନୁଷ୍ୟଙ୍କୁ ପାଣି ଓ ବିଦ୍ୟୁତ୍ ଯୋଗାଣ ବନ୍ଦ କରିଦେବା, ଏପରି କରି ସେମାନଙ୍କ ସ୍ୱାସ୍ଥ୍ୟକୁ ଗମ୍ଭୀର ବିପଦ ମଧ୍ୟକୁ ଠେଲି ଦେବା, ପୋଲିସ ଓ ଅର୍ଦ୍ଧସୈନିକ ବଳ ନିୟୋଜିତ କରାଯାଇ ବାରିକେଡ୍ କରି ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ମଧ୍ୟରେ ସୀମିତ କରିବା ସହିତ ସେମାନଙ୍କୁ ଅତ୍ୟନ୍ତ ବିପଦଶଙ୍କୁଳ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ରହିବାକୁ ବାଧ୍ୟ କରିବା, ସମ୍ବାଦିକମାନେ ଯେପରି ପ୍ରଦର୍ଶନକାରୀ ଚାଷୀଙ୍କ ପାଖରେ ପହଞ୍ଚିବା ପ୍ରାୟତଃ ସମ୍ଭବ ହୋଇପାରିବ ନାହିଁ, ସେପରି ବ୍ୟବସ୍ଥା ଗ୍ରହଣ କରାଯିବା, ଗତ ଦୁଇ ମାସରେ ବୋଧହୁଏ ୨୦୦ରୁ ଅଧିକ ପ୍ରିୟଜନଙ୍କୁ ହାଇପୋଥର୍ମିଆ ଓ ଅନ୍ୟ କାରଣରୁ ଜୀବନ ହାରିଥିବା ଦେଖିଥିବା ଏପରି ଏକ ଗୋଷ୍ଠୀକୁ ଦଣ୍ଡିତ କରିବା। ବିଶ୍ୱର ଯେକୌଣସି ସ୍ଥାନରେ ମଧ୍ୟ ଏହାକୁ ଏକ ବର୍ବରୋଚିତ ଓ ମାନବ ଅଧିକାର ଓ ମର୍ଯ୍ୟାଦା ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ।
ହେଲେ, ଆମର ସରକାର ଓ ସମ୍ଭ୍ରାନ୍ତ ଶାସକ ଗୋଷ୍ଠୀ ଏହାଠାରୁ ଅଧିକ ଗମ୍ଭୀର କୌଣସି ଚିନ୍ତାରେ ବୁଡି ରହିଥିବା ଭଳି ମନେ ହେଉଛି । ଯେପରିକି କିଭଳି ବିଶ୍ୱର ଭୟଙ୍କର ଆତଙ୍କବାଦୀ ରିହାନା ଓ ଗ୍ରୀଟା ଥନ୍ବର୍ଗଙ୍କ ଷଡଯନ୍ତ୍ର, ଯାହାର ଉଦ୍ଦେଶ୍ୟ ହେଉଛି ପୃଥିବୀର ଅନ୍ୟତମ ମହାନ ଦେଶକୁ ବଦ୍ନାମ ଓ ଅପମାନିତ କରିବାକୁ ବିଫଳ କରିବା ।
ଗଳ୍ପ ଭାବେ ତାହା ଏକ ଉନ୍ମତ୍ତ ଆମୋଦଦାୟକ ବିଷୟ ହୋଇପାରେ। ବାସ୍ତବରେ କିନ୍ତୁ ଏହା କେବଳ ପାଗଳାମି ଅଟେ ।
ଏସବୁ କିଛି ଆଚମ୍ବିତ କରିପାରେ, ହେଲେ ଏଗୁଡିକ ଆଶ୍ଚର୍ଯ୍ୟଜନକ ମନେହେବା ଅନୁଚିତ । ଏପରିକି ଯେଉଁମାନେ “ମିନିମାଲ ଗଭର୍ଣ୍ଣମେଣ୍ଟ ମାକ୍ସିମମ୍ ଗଭର୍ଣ୍ଣାନ୍ସ" ର ସ୍ଲୋଗାନ ଦେଉଥିଲେ, ସେମାନେ ମଧ୍ୟ ବର୍ତ୍ତମାନ ନିଶ୍ଚିତ ରୂପେ ଏହା ବୁଝି ଯାଇଥିବେ। ଅସଲ କଥା ଏହା ଥିଲା ଯେ – ସରକାରୀ ଶକ୍ତିର ଅଧିକ ପ୍ରୟୋଗ ଓ ଅଧିକରୁ ଅଧିକ ରକ୍ତରଞ୍ଜିତ ଶାସନ କରିବା । କିନ୍ତୁ, ଚିନ୍ତାର ବିଷୟ ଏହା ଯେ ସାଧାରଣତଃ ଉଚ୍ଚ ସ୍ୱରରେ କହୁଥିବା ଅନେକ ଲୋକ ଆଜି ନିରବ ରହିଛନ୍ତି. ଯେଉଁମାନଙ୍କ ମଧ୍ୟରେ ଏପରି ମଧ୍ୟ କେତେଜଣ ଅଛନ୍ତି ଯେଉଁମାନେ କ୍ଷମତାର ପ୍ରତିରକ୍ଷା ଓ ଏପରି ସମସ୍ତ ଆଇନର ପ୍ରଶଂସା କରିବାରେ କେବେ ମଧ୍ୟ ଅବହେଳା କରିନାହାନ୍ତି । ଆପଣମାନେ ଏହା ଭାବିପାରିବେ ଯେ ସେମାନେ ଗଣତନ୍ତ୍ର ଉପରେ ସବୁଦିନ ଯେଭଳି ପ୍ରହାର କରାଯାଉଛି, ତାହା ମଧ୍ୟ ଅଗ୍ରାହ୍ୟ କରିଦେବେ ।
କେନ୍ଦ୍ର ମନ୍ତ୍ରୀମଣ୍ଡଳର ପ୍ରତ୍ୟେକ ସଦସ୍ୟ, ବର୍ତ୍ତମାନ ଚାଲିଥିବା ଚାଷୀ ବିରୋଧ ପ୍ରଦର୍ଶନର ସମାଧାନ ପଥରେ କ’ଣ ପ୍ରତିବନ୍ଧକ ସାଜିଛି, ସେ ବିଷୟରେ ଜାଣନ୍ତି ।








