ଏହି ପ୍ୟାନେଲ ଗ୍ରାମୀଣ ମହିଳାମାନଙ୍କ ଦ୍ଵାରା କରାଯାଉଥିବା ବ୍ୟାପକ କାର୍ଯ୍ୟ ପରିସରକୁ ଦର୍ଶାଉଥିବା ଦୃଶ୍ୟମାନ କାର୍ଯ୍ୟ, ଅଦୃଶ୍ୟ ମହିଳା, ଏକ ଫଟୋ ପ୍ରଦର୍ଶନୀ ର ଅଂଶବିଶେଷ । ୧୯୯୩ ଏବଂ ୨୦୦୨ ମଧ୍ୟରେ ୧୦ଟି ଭାରତୀୟ ରାଜ୍ୟରେ ପି. ସାଇନାଥ ଏ ସବୁ ଫଟୋ ଉଠାଇଥିଲେ । ବହୁ ବର୍ଷ ଧରି ଦେଶର ଅଧିକାଂଶ ଭାଗ ପରିଦର୍ଶନ କରିଥିବା ମୂଳ ଭୌତିକ ପ୍ରଦର୍ଶନୀକୁ ଏଠାରେ ପରୀ ଦ୍ଵାରା ସୃଜନଶୀଳ ଢଙ୍ଗରେ ଡିଜିଟାଲକରଣ କରାଯାଇଛି ।
ଏବଂ ସବୁକିଛି ଉପରେ ଏକ ନିୟନ୍ତ୍ରଣ ପାଉଛନ୍ତି
ତାମିଲନାଡୁ ପୁଡୁକୋଟ୍ଟାଇରେ ଏକ ‘ସାଇକେଲ୍ ଚାଳନା ତାଲିମ୍ କ୍ୟାମ୍ପ’ରେ ସାଇକେଲ୍ ଚାଳନା ଶିଖିବାକୁ ସେ ତାଙ୍କର ସବୁଠାରୁ ଭଲ ଶାଢ଼ୀ ପିନ୍ଧି ଆସିଥିଲେ । ଏହି ଭଲ କାମକୁ ନେଇ ସେ ଖୁବ୍ ଉଲ୍ଲସିତ । ତାଙ୍କ ଜିଲ୍ଲାର ପ୍ରାୟ ୪୦୦୦ ଗରିବ ମହିଳା ସେହି ଖାଦାନକୁ ନିୟନ୍ତ୍ରଣକୁ ନେବାକୁ ଆସିଥିଲେ, ଯେଉଁଠି ସେମାନେ ଦିନେ ଗୋତି ଶ୍ରମିକ ଭାବେ କାମ କରୁଥିଲେ । ରାଜନୈତିକ ଦୃଷ୍ଟିରୁ ସଚେତନ ଗୋଟିଏ ସାକ୍ଷରତା ଅଭିଯାନ ସହ ସେମାନଙ୍କ ସମୂହ ସଂଘର୍ଷ, ପୁଡୁକୋଟ୍ଟାଇକୁ ଏକ ଉନ୍ନତ ସ୍ଥାନ ଭାବେ ଗଢ଼ିତୋଳିଛି ।
ସମ୍ପଦ ସବୁ ଉପରେ ମାଲିକାନା ଓ ନିୟନ୍ତ୍ରଣ ଥିଲା ମୁଖ୍ୟ ଉଦ୍ଦେଶ୍ୟ ଏବଂ ଏବେ ବି ତାହା ରହିଛି । ଯଦି ଲକ୍ଷ ଲକ୍ଷ ଗ୍ରାମୀଣ ମହିଳାଙ୍କର ଜୀବନରେ ଉନ୍ନତି ଆଣିବାକୁ ଅଛି ତେବେ, ଏହି ଅଧିକାର ସବୁକୁ ପ୍ରଥମେ ଧ୍ୟାନ ଦେବାକୁ ହେବ ।
ମଧ୍ୟପ୍ରଦେଶର ଝାବୁଆର ଏହି ଗୋଷ୍ଠୀ ଏକ ସମସ୍ତ ମହିଳା ପଞ୍ଚାୟତ । ନିଶ୍ଚିତ ଭାବେ, ସ୍ଥାନୀୟ ପ୍ରଶାସନରେ ଏମାନଙ୍କ ସଂପୃକ୍ତି ସେମାନଙ୍କର ସ୍ଥିତି ଓ ବ୍ୟକ୍ତି ସ୍ଵାଭିମାନକୁ ଉନ୍ନତ କରିଛି । କିନ୍ତୁ ସେମାନଙ୍କ ଗାଁଗୁଡ଼ିକରେ ସେମାନଙ୍କର ପ୍ରଭାବ ସେହିପରି ସୀମିତ ରହିଛି । ସେମାନଙ୍କର ମାଲିକାନା ଓ ନିୟନ୍ତ୍ରଣ ଖୁବ୍ କମ୍ । ଉଦାହରଣ ସ୍ଵରୂପ ସେମାନଙ୍କର ଜମିରେ କୌଣସି ଅଧିକାର ନାହିଁ । ଏବଂ ଅନେକ କ୍ଷେତ୍ରରେ ଆଇନରେ ଥିଲେ ବି ସେମାନଙ୍କର ଅଧିକାରକୁ କୌଣସି ମାନ୍ୟତା ମିଳେନାହିଁ । କଣ ହେବ ଯେତେବେଳେ ଜଣେ ଦଳିତ ମହିଳା ସରପଞ୍ଚଙ୍କର ନାଏବ ସରପଞ୍ଚ ତାଙ୍କର ଜମିଦାର ହୋଇଥିବେ? ତାଙ୍କର ବରିଷ୍ଠତା ପାଇଁ କ’ଣ ସେ ତାଙ୍କୁ ଶୁଣିବେ? ବା ସେ ଜଣେ ଜମି ମାଲିକ ଭଳି ତାଙ୍କର ଶ୍ରମିକଙ୍କ ପ୍ରତି କରୁଥିବା ବ୍ୟବହାର କରିବେ? ବା ଜଣେ ପୁରୁଷ ଭାବେ ମହିଳାଙ୍କ ଉପରେ ଅଧିକାର ଜାହିର କରିବେ? ମହିଳା ସରପଞ୍ଚ ଓ ପଞ୍ଚାୟତ ସଭ୍ୟମାନେ ବିବସ୍ତ୍ର କରାଯାଆନ୍ତି, ପିଟାଯାଆନ୍ତି, ଦୁଷ୍କର୍ମର ଶିକାର ହୁଅନ୍ତି, ଅପହରଣ ହୁଅନ୍ତି ଏବଂ ସେମାନଙ୍କ ଉପରେ ମିଛ ମାମଲାର ଶିକାର ହୁଅନ୍ତି। ଏ ସବୁ ସତ୍ତ୍ଵେ ପଞ୍ଚାୟତ ସ୍ତରରେ ମହିଳାମାନେ ଆଶ୍ଚର୍ଯ୍ୟ ଜନକ ସଫଳତା ହାସଲ କରିଛନ୍ତି। ଯଦି ସାମନ୍ତବାଦ ଉଚ୍ଛେଦ ହୋଇଥାନ୍ତା ତେବେ ସେମାନେ ଆହୁରି କଣ ହାସଲ କରିନଥାନ୍ତେ?






