

Kolhapur, Maharashtra
|FRI, DEC 11, 2020
ଦାଆ ଉପଯୋଗ କମିବା ସହିତ ସମାପ୍ତ ହେଉଥିବା ଜୀବନ
ପରି ସ୍ୱେଚ୍ଛାସେବୀ ସଙ୍କେତ ଜୈନ, ସାରା ଭାରତର ୩୦୦ ଗ୍ରାମ ଭ୍ରମଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅନ୍ୟ ଷ୍ଟୋରିଗୁଡ଼ିକ ବ୍ୟତୀତ ଏହି ଫିଚର ତାଙ୍କର ରଚନା : ଯାହାକି ଏକ ଗ୍ରାମର କୌଣସି ଦୃଶ୍ୟ କିମ୍ବା ଘଟଣାର ଫଟୋ ତଥା ଫଟୋର ସ୍କେଚ ଅଟେ । ପରୀରେ ଏହି ଧାରାବାହିକର ଏହା ଚତୁର୍ଥ ଅଧ୍ୟାୟ । ସମ୍ପୂର୍ଣ୍ଣ ଫଟୋ କିମ୍ବା ସ୍କେଚ ଦେଖିବା ଲାଗି ସ୍ଲାଇଡରକୁ ଡାହାଣ କିମ୍ବା ବାମ ଯେକୌଣସି ଆଡ଼କୁ ଟାଣନ୍ତୁ
Author
Translator
ପରି ସ୍ୱେଚ୍ଛାସେବୀ ସଙ୍କେତ ଜୈନ, ସାରା ଭାରତର ୩୦୦ ଗ୍ରାମ ଭ୍ରମଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅନ୍ୟ ଷ୍ଟୋରିଗୁଡ଼ିକ ବ୍ୟତୀତ ଏହି ଫିଚର ତାଙ୍କର ରଚନା : ଯାହାକି ଏକ ଗ୍ରାମର କୌଣସି ଦୃଶ୍ୟ କିମ୍ବା ଘଟଣାର ଫଟୋ ତଥା ଫଟୋର ସ୍କେଚ ଅଟେ । ପରୀରେ ଏହି ଧାରାବାହିକର ଏହା ଚତୁର୍ଥ ଅଧ୍ୟାୟ । ସମ୍ପୂର୍ଣ୍ଣ ଫଟୋ କିମ୍ବା ସ୍କେଚ ଦେଖିବା ଲାଗି ସ୍ଲାଇଡରକୁ ଡାହାଣ କିମ୍ବା ବାମ ଯେକୌଣସି ଆଡ଼କୁ ଟାଣନ୍ତୁ ।
ରାମଲିଙ୍ଗମ ଚହ୍ୱଣଙ୍କ ନିକଟରେ ଅଭିନବ କଳା ରହିଛି ଯେଉଁଥିରେ ତାଙ୍କର ଖୁବ କମ ଆମଦାନୀ ହୋଇଥାଏ । ସେ କୃଷି ଶ୍ରମିକମାନଙ୍କ ପାଇଁ ଚାଷଜମିରେ ବ୍ୟବହୃତ ହେଉଥିବା ଦାଆ ପ୍ରସ୍ତୁତ କରିଥାନ୍ତି । ସେ ଏଗୁଡ଼ିକର ମରାମତି ମଧ୍ୟ କରିଥାନ୍ତି ଯାହାକି ଏତେ ଅଧିକ ଦିନ ଧରି ଚାଲିଆସିଛି ଯେ ଆମେ ତା’ର ଅନୁମାନ ମଧ୍ୟ କରିପାରିବା ନାହିଁ-ସେ ନିଜେ ପାଞ୍ଚ ଦଶନ୍ଧି ଧରି ଏହି କାମ କରୁଛନ୍ତି, ୧୦ ବର୍ଷ ବୟସରୁ, ଯେତେବେଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଥିଲା। “ମୁଁ ଗୋଟିଏ ଦିନରେ ୫୦ କିମ୍ବା ୧୦୦ ଟଙ୍କାରୁ ଅଧିକ ରୋଜଗାର କରିପାରିନଥାଏ”, ରାମଲିଙ୍ଗ କୁହନ୍ତି।
ସେ ମହାରାଷ୍ଟ୍ରର ଉସମାନାବାଦ ଜିଲ୍ଲା ଏବଂ ବ୍ଲକ ଅନ୍ତର୍ଗତ କରଜଖେଡ଼ା ଗ୍ରାମରେ ରହିଥାନ୍ତି । କିନ୍ତୁ ମୁଁ ତାଙ୍କର ଏହି ଫଟୋ କୋହ୍ଲାପୁର ଜିଲ୍ଲାର ୟାଲଗୁଡ଼ ଗ୍ରାମରୁ ଉଠାଇଥିଲି । ସେ ଛଅ ବର୍ଷ ପୂର୍ବରୁ କୋହ୍ଲାପୁର-ହୁପରୀ ରାସ୍ତା କଡ଼ରେ ଏକ ତମ୍ବୁ ଟାଣିଥିଲେ। ୬୭ ବର୍ଷ ବୟସରେ ସେ ଏବଂ ତାଙ୍କ ସମୁଦାୟର ଆହୁରି କିଛି ଲୋକ, ନିଜର ଉପକରଣ ତିଆରି କରିବା ଏବଂ ବିକ୍ରି କରିବା ଲାଗି ପ୍ରତ୍ୟେକ ଋତୁରେ ଅତିକମରେ ୩୦୦ କିମି ଦୂର ଯାତ୍ରା କରିଥାନ୍ତି । ଏହି ଯାତ୍ରା ସାଧାରଣତଃ ରବି କିମ୍ବା ଖରିଫ ଋତୁରେ ହୋଇଥାଏ । ବେଳେ ବେଳେ, ଏହା ବର୍ଷର ଅନ୍ୟ ଦିନଗୁଡ଼ିକରେ ମଧ୍ୟ ହୋଇଥାଏ ।
ରାମଲିଙ୍ଗ ଘିସାଡ଼ି ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରିଥାନ୍ତି, ଯାହାକି ଏକ ଯାଯାବର ଜନଜାତି ଅଟେ । ଏହି ଲୋକମାନେ ବହୁପୂର୍ବରୁ, କୃଷି କ୍ଷେତ୍ରରେ ଉପଯୋଗ ହେଉଥିବା ଉପକରଣ-ବେଲଚା, କୁରାଢ଼ୀ, ଦାଆ, କୋଦାଳ ଆଦି-ମେସିନରେ ନୁହେଁ, ହାତରେ ତିଆରି କରିସାରିଛନ୍ତି । କିନ୍ତୁ ମେସିନ ନିର୍ମିତ ଉପକରଣ ଏବଂ ଦ୍ରୁତଗତିରେ କୃଷି କ୍ଷେତ୍ରରେ ଯାନ୍ତ୍ରିକୀକରଣ ଏମାନଙ୍କ ଜୀବିକାକୁ ଲଗାତାର ଭାବେ ପ୍ରଭାବିତ କରିଚାଲିଛି।
ଏହି ଫଟୋ ଏବଂ ସ୍କେଚରେ ଆପଣଙ୍କୁ ରାମଲିଙ୍ଗଙ୍କ ହାତ ଦେଖାଯାଉଛି, ଯେଉଁଥିରେ ସେ ନିଜର ଛୋଟ ଅସ୍ଥାୟୀ ‘ଭାଟି’ରେ ଜଳୁଥିବା ନିଆଁରେ ଦାଆକୁ ବୁଲାଉଛନ୍ତି । “ଆମ ପାଖରେ ରହିବା ଲାଗି ସ୍ଥାନ ନାହିଁ, ଏବଂ ଏଥିରୁ ସେତେ ଆୟ ହେଉନାହିଁ ଯେ ଆମେ ଦୈନିକ ଦୁଇ ଓଳି ପେଟପୂରା ଖାଦ୍ୟ ଖାଇପାରିବୁ । ଆହୁରି ଯେକେହି ଆମ ସମୁଦାୟକୁ ନୀଚ ଦୃଷ୍ଟିରେ ଦେଖିଥାଏ। ମୋର ଅବସ୍ଥା ଏତେ ଖରାପ ଯେ ଏବେ ବଞ୍ଚିବାକୁ ମଧ୍ୟ ଚାହୁଁନାହି”, ସେ କୁହନ୍ତି ।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଦାଆ-ଉପଯୋଗ-କମିବା-ସହିତ-ସମାପ୍ତ-ହେଉଥିବା-ଜୀବନ

