ମୂଲ୍ୟବୋଧକୁ ନେଇ ବାସ୍ତବ ପ୍ରଶ୍ନ । ଆଉ ଏ ମୂଲ୍ୟବୋଧ ଜୀବନର ଏକ ଅଂଶବିଶେଷ । ଆମେ ନିଜକୁ ପ୍ରକୃତିର ଏକ ସ୍ୱରୂପ ଭାବେ ଦେଖିଥାଉ । ଯେବେ ସେମାନେ ଲଢ଼ିଥାନ୍ତି, ଆଦିବାସୀମାନେ ସରକାର କିମ୍ବା ଏକ ନିଗମ ବିରୋଧରେ ଲଢ଼େଇ କରିନଥାନ୍ତି । ସେମାନଙ୍କ ନିଜର ଏକ ‘ଭୂମି ସେନା’ ରହିଛି ଏବଂ ସେମାନେ ଲୋଭ ଓ ସ୍ୱାର୍ଥପରତା ପୂରି ରହିଥିବା ମୂଲ୍ୟବୋଧ ବିରୋଧରେ ଲଢ଼େଇ କରିଥାନ୍ତି ।
ଏସବୁ ସଭ୍ୟତାର ବିକାଶର ସହ ଆରମ୍ଭ ହୋଇଛି – ଆମେ ଯେତେବେଳେ ବ୍ୟକ୍ତିବାଦର ଅଭ୍ୟୁଦୟକୁ ଦେଖିବା ଆରମ୍ଭ କଲୁ, ସେତେବେଳେ ଆମେ ମଣିଷକୁ ପ୍ରକୃତି ଠାରୁ ଅଲଗା ବୋଲି ବିଚାର କଲୁ । ଏହି ଠାରୁ ହିଁ ଆରମ୍ଭ ହେଲା ସବୁ ବିବାଦ । ଥରେ ଆମେ ନିଜକୁ ନଦୀ ଠାରୁ ଅଲଗା କରିବା ପରେ, ଆମ ଦ୍ୱାରା ପରିତ୍ୟକ୍ତ ବର୍ଜ୍ୟ ଜଳ, ରାସାୟନିକ ଏବଂ ଶିଳ୍ପ ବର୍ଜ୍ୟକୁ ସେହି ନଦୀଗର୍ଭକୁ ଛାଡ଼ିବା ଲାଗି କୁଣ୍ଠାବୋଧ କଲୁ ନାହିଁ । ଆମେ ଏକ ଉତ୍ସ ଭାବରେ ନଦୀକୁ ଅଧିକାର କରିବା ଆରମ୍ଭ କରିବା। ଥରେ ଆମେ ନିଜକୁ ପ୍ରକୃତି ଠାରୁ ଭିନ୍ନ ଏବଂ ଶକ୍ତିଶାଳୀ ଭାବେ ବିଚାର କରିବା ପରଠାରୁ, ଆମେ ଏହାକୁ ନଷ୍ଟ କରିବା ଏବଂ ଶୋଷଣ କରିବା ଆରମ୍ଭ କଲୁ। ଅନ୍ୟପକ୍ଷରେ, ଏକ ଆଦିବାସୀ ସମୁଦାୟର ମୂଲ୍ୟବୋଧ, କେବଳ ସାଧାରଣ ମୂଲ୍ୟବୋଧ ନୁହେଁ, ଯାହାକି ଖଣ୍ଡେ କାଗଜରେ ଲେଖା ହୋଇଛି । ଆମ ମୂଲ୍ୟବୋଧ ହେଉଛି ଆମ ଜୀବନଶୈଳୀ ।


