‘ଭୟମୁକ୍ତ’ ଏବଂ ‘ଦଣ୍ଡମୁକ୍ତ ଅଞ୍ଚଳ’ ବୋଲି ସ୍କୁଲ କାନ୍ଥରେ ସ୍କୁଲ କାନ୍ଥରେ ସ୍ଲୋଗାନ ଲେଖାଯାଇଥାଏ। ଏହାର ଅର୍ଥ ହେଉଛି ଶାରୀରିକ ଦଣ୍ଡର ସମାପ୍ତି। ସେମାନେ ଏହାର ଭିନ୍ନ ଅର୍ଥ କଲେ, ଯଦିଓ, ଯେତେବେଳେ ପୋସ୍କୋର ମେଗା ପାୱାର ଏବଂ ଷ୍ଟିଲ ପ୍ରକଳ୍ପ ପାଇଁ ନିଜର କୃଷି କ୍ଷେତକୁ ସରକାର ଅକ୍ତିଆର କରିବାକୁ ଢିଙ୍କିଆ ଏବଂ ଗୋବିନ୍ଦପୁର ଆଖପାଖ ଗାଁଗୁଡିକ ବିରୋଧ କରିଥିଲେ, ପୋଲିସ୍ ବାହିନୀ ଶାନ୍ତି ରକ୍ଷା ପାଇଁ ଏହି ସ୍କୁଲ୍ଗୁଡ଼ିକରେ ରହିଥିଲେ।
ଜୋର ଜବରଦସ୍ତ ଜମି ଅଧିଗ୍ରହଣ ବିରୋଧରେ ଅଭିଭାବକଙ୍କ ସହ ପିଲାମାନେ ଯେତେବେଳେ ଆନ୍ଦୋଳନରେ ସାମିଲ ହେଲେ, ସେତେବେଳେ ଜାତୀୟ ସ୍ତରରେ ମଧ୍ୟ ଏହା ଉପରେ ପୂରା ଦେଶର ନଜର ରହିଲା। ଏବଂ ତଥାପି ଯେତେବେଳେ ସ୍କୁଲରେ ଉପସ୍ଥାନ କମିଲା, ସେତେବେଳେ ଓଡ଼ିଶାର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଅଞ୍ଜଳି ବେହେରା କ୍ରୋଧ ପ୍ରକାଶ କଲେ। ବିନା ବ୍ୟତିକ୍ରମରେ ସ୍କୁଲରେ ଯେଭଳି ପିଲା ଉପସ୍ଥିତ ରୁହନ୍ତି, ତା’ ଉପରେ ତାଙ୍କର ଗୁରୁତ୍ଵ ରହିଲା। ତାଙ୍କର ବିଶ୍ୱାସ ଥିଲା ଯେ, ସ୍କୁଲରେ ପିଲା ନ ରହିବାର କାରଣ ହେଉଛି, ସେମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି।
ଏହି ରାଜ୍ୟରେ ଲକ୍ଷ ଲକ୍ଷ ପିଲା ଶିକ୍ଷା ପାଇଁ ଶ୍ରେଣୀ ଗୃହରେ ବସି ପାଠ ପଢିବା ସମ୍ଭବ ନଥିଲା। ସୁପ୍ରିମକୋର୍ଟ ଖାଦ୍ୟ ଆୟୋଗର ପରାମର୍ଶଦାତା ବିରାଜ ପଟ୍ଟନାୟକଙ୍କ କହିବା ଅନୁସାରେ, ‘ ଏହାଛଡା, ଜୁନ୍ ମଧ୍ୟ ଭାଗରୁ ଅଧିକାଂଶ ସ୍କୁଲକୁ ମଧ୍ୟାହ୍ନ ଭୋଜନ ଦିଆଯାଉ ନଥିଲା।‘ ଏବଂ ଏହି ଯୋଜନାରେ ଗତବର୍ଷ କେନ୍ଦ୍ର ସରକାର ମଞ୍ଜୁର କରିଥିବା ୧୪୬ କୋଟି ଟଙ୍କା ଖର୍ଚ୍ଚ କରି ନଥିଲେ।
ବାଲିଆ ନୋଡାଲ ୟୁପି ସ୍କୁଲର ଜଣେ ଶିକ୍ଷକ କହିଲେ, ‘ଆମର ୬ଟି ଶ୍ରେଣୀ କକ୍ଷରୁ ୪ଟିକୁ ପୁଲିସ ଅକ୍ତିଆର କରି ନେଇଛି, ଯେଉଁମାନେ ଏଠାରେ ଆନ୍ଦୋଳନ ଦମନ କରିବାକୁ ଅଛନ୍ତି।’ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ପାଠ ପଢା ହେଉଛି। ‘ପ୍ରତିଦିନ ସକାଳେ ଏଠାରେ ପିଲା ଏକାଠି ହୁଅନ୍ତି। ଆମେ ଉପସ୍ଥାନ ନେଉ ଏବଂ ତା ପରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବାତିଲ କରିଦିଆଯାଏ। କିଭଳି ସେମାନଙ୍କୁ ପାଠ ପଢାଇବୁ ?’ ଅଧିକାଂଶ ସ୍କୁଲରେ ପୋଲିସ ଜାଗା ଦଖଲ କରି ନେଇଛି। ସେମାନେ ବାଲିତୁଠରେ ଗୋଟିଏ ସ୍କୁଲ ଖାଲି କରିଦେଇଛନ୍ତି। କିନ୍ତୁ ବାଲିଆ ସହ ଆଉ ୪ଟି ସ୍କୁଲକୁ ଦଖଲ କରି ରହିଛନ୍ତି।



