ଗ୍ରାମୀଣ ବିକାଶ ପାଇଁ କାର୍ଯ୍ୟ କରୁଥିବା ପାୟିର ନାମକ ଏକ ସଂଗଠନ ସହିତ ପେରମ୍ବଲୁର ଗ୍ରାମରେ ମଣିମାରାନ ପିଲାମାନଙ୍କ ପାଇଁ ଏକ ନୂଆ ଖେଳ ସୃଷ୍ଟି କରିବା ଲାଗି ଚାହୁଁଛନ୍ତି ଯେଉଁଥିରେ ଦୃଢ଼ ସାମାଜିକ ମୂଲ୍ୟବୋଧ ସହିତ ଶାରୀରିକ ଦୂରତା ବଜାୟ ରଖାଯାଇପାରିବ। “ଆମେ ଏହା ଉପରେ କାର୍ଯ୍ୟ ଆରମ୍ଭ କରିଦେଇଛୁ, କିନ୍ତୁ ଆମ ଗ୍ରାମରେ କୋଭିଡ-19 ବିରୋଧରେ ସଚେତନତା ସୃଷ୍ଟି କରିବା ପ୍ରତି ଅଧିକ ଗୁରୁତ୍ୱ ଦେଉଛୁ, କାରଣ ଏହା ନୂଆ ଏବଂ ଆମର ଲୋକମାନେ ଏହା ବିଷୟରେ ବିଶେଷ କିଛି ଜାଣିନାହାନ୍ତି । “ପିଲାମାନଙ୍କ ପାଇଁ ଏଭଳି ଖେଳ ଉପରେ ଆମେ ମଣିମାରାନ ଏବଂ ମାଗିଝିନୀଙ୍କ ସହିତ ଖୁବଶୀଘ୍ର କାମ କରିବୁ”, ପାୟିର ପୃଷ୍ଠପୋଷକ ପ୍ରୀତି ଜାଭିୟର କୁହନ୍ତି ।
ମଣିମାରାନ କୁହନ୍ତି ଯେ, ସେମାନଙ୍କ ଭଳି କଳାକାରଙ୍କ ପାଇଁ ଏହା ବିଶେଷ କରି ପ୍ରୟାସ କରିବାର ସମୟ। “ଲୋକ କଳାକାର, ବିଶେଷ କରି ସଙ୍କଟ ସମୟରେ ସବୁବେଳେ ଲୋକଙ୍କ ସହିତ ରହିଥାନ୍ତି । କିନ୍ତୁ ଏପରି ସାମାଜିକ ଦୂରତା ରକ୍ଷା କରିବା, ଅଲଗା ରହିବା ବାସ୍ତବରେ କଷ୍ଟଦାୟକ”। କାମ ହରାଉଥିବା ଲୋକ କଳାକାରଙ୍କ ପାଇଁ ସରକାର କିଛି ସହାୟତା ଯୋଗାଇ ଦେବା ଆବଶ୍ୟକ ବୋଲି ସେ କୁହନ୍ତି। “ପ୍ରତିବଦଳରେ ଆମେ ସାମାଜିକ ଗଣମାଧ୍ୟମରେ ଆମର ପ୍ରଦର୍ଶନ ଜାରି ରଖିବୁ। ଆର୍ଥିକ ଦୃଷ୍ଟିକୋଣରୁ ଲୋକକଳାକାରମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି, ତେଣୁ ସରକାର ଏ ବିଷୟରେ କିଛି ଚିନ୍ତା କରିବା ଉଚିତ,” ସେ କୁହନ୍ତି ।
କିନ୍ତୁ ରିଲିଫ ମିଳୁ କି ନମିଳୁ, ମଣିମାରାନ ଓ ମାଗିଝିନୀ ସବୁଦିନ କରୋନା ଭୂତାଣୁର ଭୟ ଦୂର କରିବା ଲାଗି ପାରାଇ ବଜାଇବେ ଓ ଗୀତ ଗାଇବା ଜାରି ରଖିବେ । “ସଚେତନ ରହିବା ଏବଂ ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଆମେ ସଚେତନତା ଜାରି ରଖିବୁ। ଏବଂ ଯେତେବେଳେ କରୋନା ଏକ କୁମ୍ବିଡ଼ୁ ସହିତ ଆମକୁ ଛାଡ଼ି ଚାଲିଯିବ, ସେତେବେଳେ ଆମେ ପାରାଇ ବଜାଇ ଉତ୍ସବ ପାଳନ କରିବୁ”।
କରୋନା ଗୀତର ଅନୁବାଦ
ତାନା ତାନା ତାନା
କରୋନା ଭୟଙ୍କର ରୂପ ନେଉଛି
ଅନେକ ଲୋକ ଅଛନ୍ତି
ଯେଉଁମାନେ ଅଯଥା ଗୁଜବ ସୃଷ୍ଟି କରୁଛନ୍ତି
ଗୁଜବରେ ବିଶ୍ୱାସ କର ନାହିଁ
ଅପମାନଜନକ କଥା କୁହ ନାହିଁ
ବାଚ୍ଛବିଚାର କାମରେ ଆସିବ ନାହିଁ
ଭୟ କରିବାର ଆବଶ୍ୟକତା ନାହିଁ
ମାର୍ଗର ସନ୍ଧାନ କର
କରୋନାର ଆକ୍ରମଣକୁ ପ୍ରତିହତ କରିବା ଲାଗି
କରୋନରୁ ରକ୍ଷା ପାଇବା ଲାଗି
ନିଜର ନାକ ଘୋଡ଼ାଇ ରଖ
କେବଳ ସଚେତନତା
କରୋନାକୁ ରୋକିପାରିବ
ଯଦି ଆମେ ଶାରୀରିକ ଦୂରତା ରଖିବା
କରୋନା ମଧ୍ୟ ଚାଲିଯିବ
ତାନା ତାନା ତାନା
କରୋନା ଭୟଙ୍କର ରୂପ ନେଉଛି
ମିଛ ଗୁଜବ ସୃଷ୍ଟି କରନାହିଁ, ବନ୍ଦ କର!
ଆମିଷ ଖାଦ୍ୟ ଖାଇଲେ
କରୋନା ବ୍ୟାପିବ ନାହିଁ
ନିରାମିଶାଷୀଙ୍କୁ ମଧ୍ୟ
କରୋନା ଛାଡ଼ିବ ନାହିଁ
ସବୁ ଦେଶ
ଏକ ପ୍ରକାରର ଧକ୍କା ଦେଇ ଗତି କରୁଛନ୍ତି
ସମାଧାନ ଖୋଜିବା ଲାଗି
ଗବେଷଣା ଜାରି ରହିଛି
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଖାଦ୍ୟ ଖାଅ
ନିଜକୁ ରକ୍ଷା କର
ମିଛକୁ ଦୂରେଇ ଦିଅ
କଫ ଥିବା ଲୋକଙ୍କଠାରୁ ଦୂରତା ରକ୍ଷାକର
ଛିଙ୍କୁଥିବା ଲୋକଙ୍କଠାରୁ ଦୂରେଇ ରୂହ
ତୁମେ ଦୀର୍ଘଦିନ ପର୍ଯ୍ୟନ୍ତ ରହୁଥିବା ଜ୍ୱରକୁ ନେଇ ଚିନ୍ତା କରିବା ଉଚିତ
ତୁମେ ଅସ୍ୱାଭାବିକ ନିଶ୍ୱାସକୁ ନେଇ ଚିନ୍ତା କରିବା ଉଚିତ
ଏସବୁ କିଛି ଆଠ ଦିନ ପର୍ଯ୍ୟନ୍ତ ରହୁଥିଲେ
ଏହା କରୋନା ହୋଇପାରେ
କରୋନାକୁ ଦୂର କରିବାକୁ ହେଲେ
ଆପଣଙ୍କୁ ଡାକ୍ତରୀ ଚିକିତ୍ସା ନେବାର ଆବଶ୍ୟକତା ରହିଛି
ଅନୁବାଦ: ଓଡ଼ିଶାଲାଇଭ୍