ପ୍ରାୟ ପ୍ରତିବର୍ଷ ଯେତେଦୂର ସମ୍ଭବ ଜଣେ ସ୍ମରଣ କରିପାରିବ , ପଶ୍ଚିମବଙ୍ଗର ହାଉଡାରେ ମକର୍ଦାହ ଗାଁର ପୁରବନ୍ନପାରା ସମ୍ପ୍ରଦାୟ ଏକ ଉଜ୍ୱଳ, ବୃହତ୍ତମ ଏବଂ ଦୀର୍ଘସ୍ଥାୟୀ ଟ୍ୟୁବ୍ରି ତିଆରି ପ୍ରତିଯୋଗିତା ଆୟୋଜନ କରେ । ଟ୍ୟୁବ୍ରି ଏକପ୍ରକାର ଆତସବାଜି ଯାହା ସାଧାରଣତଃ ଖ୍ରୀଷ୍ଟମାସ ଗଛ ପରି ଦେଖାଯାଏ ଏବଂ ଏହାକୁ ରୋମାନ ମହମବତୀ କୁହାଯାଇପାରେ କିନ୍ତୁ ପାଶ୍ଚାତ୍ୟ ଜଗତରେ ଏହାର କୌଣସି ଯଥାର୍ଥ ସମକକ୍ଷତା ନାହିଁ । ବଙ୍ଗଳା ପ୍ରଦେଶରେ, ଉକ୍ତ ଗାଁର ପୁରୁଷମାନେ ଯେଉଁମାନେ କି ଏହି ଶିଳ୍ପକଳାରେ ନିପୁଣ, ସେମାନେ ନିଜର ଭଣଜା, ପୁତୁରା ଆଦି ସମ୍ପର୍କୀୟ ତଥା ବାଳକମାନଙ୍କୁ କାଳୀ ପୂଜା ସମୟରେ ଅର୍ଥାତ ସେଠିକାର ସ୍ଥାନୀୟ ଦୀପାବଳୀ ସଂସ୍କରଣରେ ଟ୍ୟୁବ୍ରି ତିଆରି ସହିତ ଅନ୍ୟାନ୍ୟ ଆତସବାଜି ତିଆରି କରିବା ଶିଖାଇଛନ୍ତି । ଆଲୋକର ପର୍ବ ଦୀପାବଳୀର ବିସ୍ତାର ସୂଚକ ଏହି ପ୍ରତିଯୋଗିତା ସାଧାରଣତଃ ଦୀପାବଳୀର ଏକ କିମ୍ବା ଦୁଇ ସପ୍ତାହ ପରେ ଅନୁଷ୍ଠିତ ହୋଇଥାଏ ।
ସାନ୍ଧ୍ୟ ଗୋଧୂଳି ସମୟରେ ପୁରବନ୍ନାପାରାର କେନ୍ଦ୍ରୀୟ ପ୍ରାଙ୍ଗଣ, ଯେଉଁଠାରେ କି ସମସ୍ତ ପର୍ବ ଅନୁଷ୍ଠିତ ହୁଏ । ସେଠାରେ ପରସ୍ପର ସହିତ ବନ୍ଧା ହୋଇଥିବା ଦୁଇଟି ବାଉଁଶ ଖମ୍ଭ ସଳଖ ଭାବରେ ପ୍ରସ୍ତୁତ ହୋଇଥାଏ । ପ୍ରତିସ୍ପର୍ଦ୍ଧିତ ଟ୍ୟୁବ୍ରିର ଉଚ୍ଚତା ମାପିବା ପାଇଁ ଏକକ ଖମ୍ବ ପରିମାଣ ସୂଚକ ରୂପେ ସେବା ପ୍ରଦାନ କରିଥାଏ ଯାହାକି ୭୦ ଫୁଟ ପର୍ଯ୍ୟନ୍ତ ପହଞ୍ଚିପାରେ ।















