ପ୍ରଶାନ୍ତ ନିମ୍ସେ କହନ୍ତି, “ଯେତେବେଳେ ୩ ଥର ପାଣିର ଆବଶ୍ୟକତା ଥାଏ, ସେତେବେଳେ ଆମକୁ ଗୋଟିଏ ଥର ମିଳେ। ଆପଣ ଏହାକୁ ଦେଢଟି ବୋଲି କହିପାରିବେ। କିନ୍ତୁ ପ୍ରଥମ ଥର ପାଣି ଦେବାବେଳେ ଆମକୁ କିଛି ସୂଚନା ଦିଆଯାଇ ନଥାଏ। “ ନନ୍ଦୁରଗାଓଁ ଗାଁର ସେ ଜଣେ ଚାଷୀ। ଗଙ୍ଗାପୁର ଡ୍ୟାମ୍ର ବାମ କେନା ତାଙ୍କ ଗାଁ ଚାଷ ଜମିକୁ ଜଳସେଚିତ କରିଥାଏ। ସେ ଅଙ୍ଗୁର ଏବଂ ଆଉ କିଛି ଫଳ ଚାଷ କରନ୍ତି। କିନ୍ତୁ ତାଙ୍କର ଏକ ବିବାହ ମଣ୍ଡପ ଅଛି। ସେଥିରୁ ସେ ଭଲ ଦିପଇସା ରୋଜଗାର ହୁଏ ବିବାହ ମଣ୍ଡପରୁ। ତାଙ୍କ ଗାଁ ନାସିକ ସହର ପରିସୀମାରେ ମିଶିଯିବାରୁ ଗ୍ରାହକ ସଂଖ୍ୟା ବଢୁଛି। ସେ ପହନ୍ତି ଯେ, “ମୁଁ ସିନା ତିଷ୍ଠି ଯାଇଛି, ହେଲେ ଚାଷ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ସେମାନେ ବିପର୍ଯ୍ୟସ୍ତ ହୋଇପଡିଛନ୍ତି। “
ଆଉ ଜଣେ ଚାଷୀ ବାସୁଦେବ ଖାଟେ। ସେ କହନ୍ତି, “ବିଭିନ୍ନ ବାଟରେ ଅଙ୍ଗୁର ଚାଷର ସ୍ଥିତି ବର୍ତ୍ତମାନ ଗମ୍ଭୀର। ଜଳଭାବ ଯୋଗୁ ଅଙ୍ଗୁର ଚାଷ ବାଧାପ୍ରପ୍ତ ହେଉଛି। ଯେଉଁଠି କୌଣସି ପ୍ରକାରେ ଚାଷ କରାଯାଉଛି, ଫଳର ମାନ ଠିକ୍ ରହୁନି। ଗୋଟିଏ ଏକର ଅଙ୍ଗୁର ଚାଷ ପାଇଁ ବର୍ଷରେ ୧୦୦ ଦିନର ମଜୁରି ଲାଗେ। ପ୍ରାୟ ୪୦,୦୦୦ ଏକର ଜମିରେ ଅଙ୍ଗୁର ଚାଷ ବାଧାପ୍ରାପ୍ତ ହୋଇଛି। ଏହାର ଅର୍ଥ ଶ୍ରମ ସଂକଟ। ପ୍ରାୟ କ୍ଷତିରେ ୩୦ ଲକ୍ଷ ଶ୍ରମ ଦିବସ କ୍ଷତିଗ୍ରସ୍ତ। ଏଠାକୁ ମରାଥାଓ୍ୱାଡ଼ା, ଲାଟୁର, ବିଦ୍, ଔରଙ୍ଗାବାଦ ଏବଂ ଓସମାନାବାଦ ସମେତ ବିଭିନ୍ନ ଅଞ୍ଚଳରୁ ଶ୍ରମିକ ଆସନ୍ତି। “ କାମ ଅଭାବରୁ ମରାଠାଓ୍ୱାଡାର ହଜାରହଜାର ପରିବାର ସଂକଟରେ।
ରାଜ୍ୟର ଚାରିଆଡେ ବର୍ଷା ଆରମ୍ଭ ହୋଇ ଯାଇଥିଲା। ତଥାପି ଚାଷୀ, ଶ୍ରମିକ ଏବଂ ଅନ୍ୟମାନେ ଜାଣିଥିଲେ ଯେ ଗୋଟିଏ ଭଲ ମୌସୁମୀରେ ସମସ୍ୟା ସରି ଯିବନି। ଫଟୋଗ୍ରାଫର ପୁରୋହିତ ଆକୋଲକର କହିଲେ, “ଏହା ଆଶ୍ୱସ୍ତି ଆଣିବ। କିନ୍ତୁ ଲାଗି ରହିଥିବା ସଂକଟ ବଢି ଚାଲିଛି ଏବଂ ଏହା ଏବେ ସରିଯିବନି। “
ନାସିକ ଜିଲ୍ଲାର ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ପି.ବି. ମିଶାଲ। ସମସ୍ୟା ସଂପର୍କରେ ତାଙ୍କର ଭିନ୍ନ ମତାମତ। ସେ କହନ୍ତି, “ମହାରାଷ୍ଟ୍ରରେ ପ୍ରକୃତରେ ଚିରସ୍ରୋତା ନଦୀ ନାହିଁ। ଗତ ୨୦ ବର୍ଷ ହେବ ଭୂତଳ ଜଳ ସ୍ତର ସାଂଘାତିକ ଭାବେ କମିକମି ଚାଲିଛି। କୃଷି ପାଇଁ ପ୍ରଚୁର ପରମାଣରେ ଭୂତଳ ଜଳ ନିଷ୍କାସନ ହେଉଛି। ନାସିକ ସହରର ଜନସଂଖ୍ୟା ପ୍ରାୟ ୨୦ ଲକ୍ଷରେ ପହଞ୍ଚି ସାରିଲାଣି। ଏହା ବାଦ ଆଉ ପ୍ରାୟ ୩ ଲକ୍ଷ ଲୋକ ସହରରେ ରହୁଛନ୍ତି। ଜମିର ବ୍ୟବହାରରେ ମଧ୍ୟ ବଡ ପରିବର୍ତ୍ତନ ଘଟିଛି। ସହର ଚାରିପାଖରେ ଥିବା ସବୁଜିମାରେ ଏବେ କୋଠା ଛିଡା ହୋଇଛି। ବେଳକୁ ବେଳ ମୌସୁମୀ ଅନିୟମିତ ହୋଇପଡୁଛି। ବୃଷ୍ଟି ପରିମାଣ ସବୁବେଳେ କମ୍ ବେଶୀ ରହୁଛି। “ ପରିବେଶବିତ୍ ପ୍ରଫେସର ମାଧବ ଗାଡଗିଲ କହନ୍ତି, “ମହାରାଷ୍ଟ୍ରରେ ଚିରସ୍ରୋତା ନଦୀ ଥିଲା। କିନ୍ତୁ ଏଗୁଡିକ ବଦଳି ଯାଇଛନ୍ତି। “
ମହାରାଷ୍ଟ୍ରର ଏହି ସାଂଘାତିକ ଜଳ ସଂକଟ ମାନବକୃତ। ତ୍ରିମ୍ବକେଶ୍ୱର ଜଳ ସମସ୍ୟା ସହ କ୍ରିଷ୍ଣା ନଦୀର ଉତ୍ପତ୍ତି ସ୍ଥଳ ପୁରୁଣା ସତାରା ଜିଲ୍ଲାର ମହାବଳେଶ୍ୱର ସହ ସାମଞ୍ଜସ୍ୟ ରହିଛି। (ଯେଉଁଠିକୁ ମେ ମାସରେ ଶୁଖା ସମୟରେ ମୁଁ ଏବଂ ମୋର ଅନେକ ସହକର୍ମୀ ଯାଇଛୁ: ନଦୀର ଉତ୍ପତ୍ତି, ଶାସକଙ୍କ ଦୁର୍ନୀତି)
ଆକୋଲକାର କହିଲେ, “ମନେ ରଖନ୍ତୁ ଯେ ନାସିକ୍ ଏବେ ବଡ ଶିଳ୍ପାଞ୍ଚଳରେ ପରିଣତ ହେଲାଣି। ଏହି ଅଞ୍ଚଳରେ ଜଳ ବଣ୍ଟନ ବ୍ୟବସ୍ଥା ବଦଳି ଯାଇଛି। ପ୍ରତ୍ୟେକ ସ୍ଥାନରେ ଅନିୟନ୍ତ୍ରିତ ଭାବେରେ ପାଣିର ଆବଶ୍ୟକତା ରହୁଛି। ଏପରିକି ଖୁବ୍ ଭଲ ବର୍ଷା ହେଲେ ବି ଏହା ଉପରେ ପ୍ରଭାବ ପଡୁନି। ପର୍ଯ୍ୟଟନ ଅର୍ଥ ସହରର ପ୍ରତି ପାଦ କଂକ୍ରିଟ୍। ପାଣିକୁ ନିଃଶ୍ୱାସ ମାରିବାକୁ ବି ଜାଗା ନାହିଁ।”