‘‘ମୋ ପିଲାମାନେ କହିଲେ ବୟନରୁ ବଞ୍ଚିବା ସମ୍ଭବ ନୁହେଁ । ତେଣୁ ସେମାନେ ଭାଗଲପୁରରେ ଟେଲରିଂ ଶିଖିଲେ ଏବଂ ମୁମ୍ବାଇ ଗଲେ। ବର୍ତ୍ତମାନ ସେମାନେ ସେଠାରୁ ମାସକୁ ୧୦-୧୫,୦୦୦ ଟଙ୍କା ରୋଜଗାର କରୁଛନ୍ତି,’’ ଏକଥା କୁହନ୍ତି କାଟୁରିଆ ଗ୍ରାମର ୬୦ ବର୍ଷ ବୟସ୍କ ରେଶମ ବୁଣାକାର ଅବଦୁଲ ସତ୍ତାର ଅନସାରୀ ।
ସତ୍ତାରଭାଇ ମନେପକାଇ ପାରୁନାହାଁନ୍ତି କାଟୁରିଆରେ ବୟନର ପରମ୍ପରା କେତେ ପୁରୁଣା; ସେ ମନେରଖିଛନ୍ତି ତାଙ୍କ ଜେଜେବାପା ବୁଣୁଥିଲେ, ଯିଏକି କହୁଥିଲେ ତାଙ୍କ ଜେଜେବାପା ମଧ୍ୟ ବୁଣୁଥିଲେ।




