କେନ୍ଦ୍ରୀୟ ଦିଲ୍ଲୀର ରାମଲୀଳା ମଇଦାନରେ ଗତ ନଭେମ୍ବର ୨୯ ତାରିଖରେ ସାରା ଦେଶର ଚାଷୀ ଏକାଠି ହୋଇଥିଲେ। ଗତମାସରେ ହୋଇଥିବା ଏହି କିଷାନ ମୁକ୍ତି ପଦଯାତ୍ରାରେ ପଞ୍ଜାବର ମଜନୁ କା ତିଲାରୁ କିଛି ଚାଷୀ ଆସିଥିଲେ। ପରଦିନ ସେମାନେ ସଂସଦ ରାସ୍ତା ଆଡ଼କୁ ପଦଯାତ୍ରାରେ ବାହାରିଲେ। ସେମାନଙ୍କ ଭିତରେ ଥିଲେ ବର୍ଣ୍ଣାଲା ଜିଲ୍ଲାର ଜଗଜିତ ସିଂ (ଉପରେ ଥିବା କଭର ଫଟୋରେ ବାମରୁ ଦ୍ୱିତୀୟ)। ସେ କହିଲେ, ‘‘ଆମକୁ ଦେଇଥିବା ପ୍ରତିଶ୍ରୁତିରୁ ସେମାନେ [ମୋଦି ସରକାର] ବିଚ୍ୟୁତ ହେଉଛନ୍ତି। “ଆମର ସବୁ ଚାଷୀ ଭାଇ ମାନେ ଅସହାୟ। ଆମକୁ ଏହି କଥା ବାଧ୍ୟ କରିଛି ରାସ୍ତାକୁ ଆସି ପ୍ରତିବାଦ କରିବା ପାଇଁ। ପ୍ରତିଶ୍ରୁତି ପୂରଣ ନହେଲେ ଆମେ ସବୁ କିଛି କରିବା ପାଇଁ ପ୍ରସ୍ତୁତ, ଏପରିକି ଏହା [ପଦଯାତ୍ରା] ପରେ ବି’’।
ତା ପରେ ସେ ଏହି ଗୀତ ଗାଇଲେ:


