ମନସା ଓ ବର୍ଣ୍ଣାଲା ଜିଲ୍ଲାର ଚାଷୀମାନେ କହିଲେ ଯେ ଧାନ ଚାଷ ପଞ୍ଜାବର ଅଧିକାଂଶ ଚାଷୀଙ୍କର ଜୀବନ ଜୀବିକାକୁ ନଷ୍ଟ କରିଦେଇଛି। ରାଜ୍ୟ ସରକାର ଫସଲ ପାଇଁ ଯେଉଁ ଦାମ୍ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଯେଉଁଭଳି କମ୍ ଦାମ୍ରେ ସେମାନଙ୍କର ଉତ୍ପାଦିତ ଫସଲକୁ କିଣାଗଲା ସେମାନେ ସେ ବିଷୟରେ କହିଲେ । ମନସାର ଆଲିଶେର କଲାନ୍ ଗାଁର ବୟସ୍କ ବ୍ୟକ୍ତି ଗୁର୍ଜନ୍ତ ସିଂହ କହିଲେ, “ଜଣେ ଚାଷୀର ଜୀବନ ଦୁଃଖପୂର୍ଣ୍ଣ।’’

ନଭେମ୍ବର ୨୯, ୨୦୧୮ରେ ଏହି ଭିଡିଓରେ ରେକର୍ଡିଂ କରାଯାଇଥିବା ସେମାନଙ୍କର କଥାକୁ ଶୁଣନ୍ତୁ। ସେହି ସମୟରେ ପଞ୍ଜାବର ଅନେକ ଚାଷୀ କିଷାନ ମୁକ୍ତି ପଦଯାତ୍ରା ପାଇଁ ଦିଲ୍ଲୀ ଯାଇଥିଲେ। ସେମାନଙ୍କର ଦାବି ମଧ୍ୟରେ ଋଣ ଛାଡ଼, ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଏବଂ ସ୍ୱାମୀନାଥନ୍ କମିଶନଙ୍କର ରିପୋର୍ଟକୁ ଲାଗୁ କରାଯିବା ସାମିଲ ଥିଲା।

ଅନୁବାଦ: ଓଡ଼ିଶାଲାଇଭ୍

Subuhi Jiwani

ସୁବୁହି ଜିୱାନି ପିପୁଲ୍ସ ଆର୍କାଇଭ ଅଫ୍ ରୁରାଲ ଇଣ୍ଡିଆରେ ଜଣେ କପି ଏଡିଟର ଭାବେ କାମ କରୁଛନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ସୁବୁହି ଜିୱାନୀ
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE