Woman talking on phone
PHOTO • Sweta Daga

“ଜୀବନରେ ପ୍ରଥମ ଥର ପାଇଁ ମୁଁ ନିଜକୁ ଶକ୍ତିଶାଳୀ ଅନୁଭବ କଲି।” ଜମି ଓ ଜଙ୍ଗଲର ଅଧିକାର ପାଇଁ, ଉତ୍ତର ପ୍ରଦେଶ ସୋନଭଦ୍ର ଜିଲ୍ଲା ମାଝୋଲି ଗାଁର ତାଙ୍କ ଆଦିବାସୀ ସଂପ୍ରଦାୟକୁ ଏକତ୍ରିତ କରିବା ସଂପର୍କରେ ଏହା କହନ୍ତି ସୁକଲୋଗୋଣ୍ଡ ।

ଅଲ୍‌ ଇଣ୍ଡିଆ ୟୁନିଅନ୍‌ ଅଫ୍‌ ଫରେଷ୍ଟ ୱର୍କିଂ ପିପୁଲ୍‌ ସହ ସଂପର୍କିତ ଜଣେ ସାମାଜିକ କର୍ମୀ ଭାବେ ସେ ସଭାକୁ ଯିବା, କୋର୍ଟରେ ହାଜର ହେବା (ଦେଖନ୍ତୁ ‘ମୁଁ ଜାଣିଥିଲି, ମୁଁ ସେଦିନ ଜେଲ୍‌କୁ ଯିବି...’), ବିକ୍ଷୋଭ ଶୋଭାଯାତ୍ରା ଏବଂ ଅନ୍ୟାନ୍ୟ ଅଥକ କାର୍ଯ୍ୟକ୍ରମ ପାଇଁ ଲୋକଙ୍କୁ କଲ୍‌ କରିବା ପୂର୍ବରୁ ସୁକଲୋ ପ୍ରତିଦିନ ଭୋର ୫ଟାରୁ ଉଠି ତାଙ୍କ ଗାଈମାନଙ୍କ କଥା ବୁଝୁଥିଲେ, ରାନ୍ଧୁଥିଲେ ଏବଂ ଧୁଆ ସଫା କରୁଥିଲେ ।

ଏଠାରେ ସେ ଭେଣ୍ଡି କାଟୁଛନ୍ତି । ହାତ ପାଖରେ ଫୋନ୍‌ ରଖିଛନ୍ତି, କାରଣ ସଂଘର ଜଣେ ସଦସ୍ୟଙ୍କଠାରୁ କଲ୍‌ ପାଇବେ ବୋଲି ସେ ଆଶା କରୁଛନ୍ତି । ଜଣେ ପଡ଼ୋଶୀଙ୍କର ପିଲା ଚାହିଁ ରହିଛି ।

(୨୦୧୮ ଜୁନ୍‌ ୮ ତାରିଖ ଦିନ ସୁକଲୋଙ୍କୁ ପୁଣି ଗିରଫ କରାଯାଇ ଜେଲ୍‌କୁ ପଠାଯିବା ପୂର୍ବରୁ ଲେଖିକା ତାଙ୍କୁ ଭେଟିଥିଲେ ।)

ଅନୁବାଦ: ଓଡ଼ିଶାଲାଇଭ୍‍

Sweta Daga

ଶ୍ୱେତା ଡାଗା ବାଙ୍ଗାଲୋରର ଜଣେ ଲେଖିକା ଓ ଫଟୋଗ୍ରାଫର ଏବଂ ୨୦୧୫ର PARI ଫେଲୋ । ସେ ବିଭିନ୍ନ ମଲ୍‌ଟି ମିଡିଆ ପ୍ରକଳ୍ପରେ କାର୍ଯ୍ୟରତ ଏବଂ ଜଳବାୟୁ ପରିବର୍ତ୍ତନ, ଲିଙ୍ଗଗତ ସମସ୍ୟା ଏବଂ ସାମାଜିକ ଅସମାନତା ବିଷୟରେ ଲେଖନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ସ୍ୱେତା ଦାଗା
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE