Sindhudurg, Maharashtra
|FRI, DEC 11, 2020
ଚୌକୁଲର କ୍ଷେତରେ ରାତ୍ରି ପହରା
ପରି ସ୍ୱେଚ୍ଛାସେବୀ ସଙ୍କେତ ଜୈନ, ସାରା ଭାରତରର ୩୦୦ ଗ୍ରାମ ଭ୍ରମଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅନ୍ୟ ଷ୍ଟୋରିଗୁଡ଼ିକ ବ୍ୟତୀତ ଏହି ଫିଚର ତାଙ୍କର ରଚନା : ଯାହାକି ଏକ ଗ୍ରାମର କୌଣସି ଦୃଶ୍ୟ କିମ୍ବା ଘଟଣାର ଫଟୋ ତଥା ଫଟୋର ସ୍କେଚ ଅଟେ । ପରୀରେ ଏହି ଧାରାବାହିକର ଏହା ଦ୍ୱିତୀୟ ଅଧ୍ୟାୟ । ସମ୍ପୂର୍ଣ୍ଣ ଫଟୋ କିମ୍ବା ସ୍କେଚ ଦେଖିବା ଲାଗି ସ୍ଲାଇଡରକୁ ଗୋଟିଏ ପାଖରୁ ଆର ପାଖକୁ ଟାଣନ୍ତୁ
Author
Translator

ଏହା ଏକ ଆକର୍ଷଣୀୟ ଦୃଶ୍ୟ ଭଳି ଲାଗୁଛି, ଚାଷ ଜମିରେ ଏକ ମଞ୍ଚା। ବାସ୍ତବତା ହେଉଛି, ମହାରାଷ୍ଟ୍ରର ସିନ୍ଧୁଗଡ଼ ଜିଲ୍ଲା ଅନ୍ତର୍ଗତ ଚୌକୁଲ ଗ୍ରାମରେ ଚାଷ ଋତୁ ସମୟରେ ଏକ ଯନ୍ତ୍ରଣାଦାୟକ କାର୍ଯ୍ୟ। ଏଠାରେ- ଏବଂ ଦେଶର ଅନ୍ୟ ପ୍ରାନ୍ତରେ-ଚାଷୀକୁ ଗଛ ଉପରେ ତିଆରି ହୋଇଥିବା ଏକ ଢାଞ୍ଚା-ମଞ୍ଚା ଉପରେ କିମ୍ବା ସେହିପରି ଏକ ରହଣି ସ୍ଥାନରେ ରାତି ପରେ ରାତି ବିତାଇବାକୁ ପଡ଼ିଥାଏ। ଏହାର କାରଣ : ରାତିରେ ଫସଲ ବାସ୍ନାରେ ଚାଲି ଆସୁଥିବା, ଭାଲୁ ଓ ହାତୀ ଭଳି ବନ୍ୟ ପ୍ରାଣୀଙ୍କୁ ଘଉଡ଼ାଇବା ଲାଗି ଏପରି କରାଯାଇଥାଏ।
ସାୱନ୍ତୱାଡି ବ୍ଲକର ଏକ ଛୋଟ ଗ୍ରାମ ଚୌକୁଲରେ ୧,୩୦୦ରୁ କମ୍ ଲୋକ ରୁହନ୍ତି, ଏହି ଗ୍ରାମ ଅଧିକାଂଶ ସମୟରେ ବନ୍ୟଜନ୍ତୁଙ୍କ ସହ ସଂଘର୍ଷର ସମ୍ମୁଖୀନ ହୋଇଥାଏ। ଫସଲ ଜଗିବା ସହଜ ନୁହେଁ। ମଞ୍ଚାରେ ରହୁଥିବା ପରିବାର ସଦସ୍ୟଙ୍କୁ ରାତିସାରା ଅଧିକାଂଶ ସମୟରେ ଉଜାଗର ରହିବାକୁ ପଡ଼ିଥାଏ। ଏହି କ୍ଷେତ୍ରରେ ଅଧିକାଂଶ ସମୟରେ ଏପରି ଘଟଣା ଦେଖିବାକୁ ମିଳିଥାଏ ଯେତେବେଳ ମଞ୍ଚା ଉପରେ ରହୁଥିବା ଲୋକଟି ବନ୍ୟଜନ୍ତୁ ଓ ମଣିଷ ସଂଘର୍ଷରେ ପ୍ରାଣ ମଧ୍ୟ ହରାଇଥାନ୍ତି।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଚୌକୁଲର-କ୍ଷେତରେ-ରାତ୍ରି-ପହରା