ଯେପରି ଅନେକ ଲେଖକ, ବିଶ୍ଳେଷକ ଓ ଆଧିକାରିକ ରିପୋର୍ଟରେ କୁହାଯାଇଛି, ଭାରତୀୟ କଳା ଅର୍ଥନୀତିର ଏକ ମୋଟା ଅଂଶ ବୁଲିୟନ୍, ବେନାମି ଭୂମି ଡିଲ ଓ ବିଦେଶି ପୁଞ୍ଜି ଆକାରରେ ରଖାଯାଇଛି । ଜେଜେମାଙ୍କ ସେହି ପୁରୁଣା ଓକ୍ ଆଲମାରୀ ଭିତରେ ଟଙ୍କା ବିଡା ଆକାରରେ ନୁହେଁ । ଏକଥା ଭାରତରେ ଓ ବିଦେଶରେ କଳାଧନ ସମସ୍ୟାର ସମାଧାନ କରିବାପାଇଁ ବିଭିନ୍ନ ପଦକ୍ଷେପ ସମ୍ବନ୍ଧୀୟ ୨୦୧୨ର ଏକ ରିପୋର୍ଟରେ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍ର ଚ୍ୟାର୍ମେନ୍ କହିଥିଲେ । ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଥି ଯେ (୧୪, ଭାଗ II,୯.୧) ଅତୀତରେ ୧୯୪୬ ଓ ୧୯୭୮ ମସିହାରେ ବିମୁଦ୍ରାକରଣ ଦୁଇଥର “ଶୋଚନୀୟ ଭାବେ ବିଫଳ ହୋଇଛି” । ତଥାପି, ଭାରତୀୟ ଜନତା ପାର୍ଟି ସରକାର ଏହାର ପୁନରାବୃତ୍ତି କରିଛି । ‘ମୋଦି ମାଷ୍ଟର୍ଷ୍ଟ୍ରୋକ୍’ ହେଉଛି କିଛି ବଛା ବଛା ଆଙ୍କର୍ ଓ ଟେଲିଜଗତରର ଅନ୍ୟ ବିଦୂଷକମାନଙ୍କ ଦ୍ୱାରା ଏକ ଅବିଶ୍ୱସନୀୟ ନିର୍ବୋଧ ଗତିବିଧି ପାଇଁ କୌଶଳ କ୍ରମେ ଦିଆଯାଇଥିବା ଏକ ଶବ୍ଦ, ଯାହାର ପ୍ରଚଳନ ଯୋଗୁ ଗ୍ରାମଗୁଡିକରେ ଯନ୍ତ୍ରଣା ଓ ଦୁଃଖ ଖେଳିଯାଇଛି । ଯଦି କୌଣସି ଷ୍ଟ୍ରୋକ୍ ହୋଇଛି. ତବେ ଏହା ଗ୍ରାମୀଣ ଅର୍ଥନୀତିର ହୃତ୍ପିଣ୍ଡ ପାଇଁ ଯନ୍ତ୍ରଣା ଦାୟକ ହୋଇଛି ।
ଅର୍ଥ ମନ୍ତ୍ରୀ ଅରୁଣ ଜେଟଲି ଓ ତାଙ୍କ ଦଳର ସହକର୍ମୀମାନେ ଷ୍ଟ୍ରୋକ୍ରୁ ଆରୋଗ୍ୟ ଲାଭ ହେବା ପାଇଁ ୨-୩ ଦିନ ପର୍ଯ୍ୟନ୍ତ ଅସୁବିଧା ହେବ ବୋଲି କହି ପ୍ରଥମେ ଏ ସମ୍ବନ୍ଧୀୟ ଆଲୋଚନା ବନ୍ଦ କରିଦେଲେ, ତାପରେ ଡ. ଜେଟ୍ଲି ଏହି ସମୟ ଅବଧି ପରିବର୍ତ୍ତନ କରି ୨-୩ ସପ୍ତାହ ବୋଲି କହିଲେ । ଠିକ୍ ଏହାପରେ ତାଙ୍କର ବରିଷ୍ଠ ସର୍ଜନ୍, ନରେନ୍ଦ୍ର ମୋଦି, କହିଲେ ଯେ ରୋଗୀ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବାପାଇଁ ୫୦ଦିନ ଆବଶ୍ୟକ । ଏହି ଧାରାରେ ଚିକିତ୍ସିତ ହୋଇ ବର୍ତ୍ତମାନ ଆମେ ୨୦୧୭ରେ ପଦାର୍ପଣ କରିସାରିଛେ । ଇତିମଧ୍ୟରେ, ଦେଶରେ କେତେ ଲୋକ ଧାଡିରେ ଠିଆ ହୋଇ ଅପେକ୍ଷା କରିବାଯୋଗୁ ମରିସାରିଲେଣି ତାହା ଆମକୁ ଜଣାନାହିଁ, କିନ୍ତୁ ଏହି ସଂଖ୍ୟା ପ୍ରତିଦିନ ବଢିବାରେ ଲାଗିଛି ।
“ନାସିକ୍ ଜିଲ୍ଲାର ଲାସାଲ୍ଗାଁରେ, କୃଷକମାନେ ଅର୍ଥ ଅଭାବ ଯୋଗୁ ପିଆଜ ବଜାର ବନ୍ଦ କରିଦେଇଛନ୍ତି,” ବୋଲି ସାପ୍ତାହିକ ଖବର କାଗଜର ସମ୍ପାଦକ ନିଶିକାନ୍ତ ଭାଲେରାଓ କହିଛନ୍ତି । “ବିଦର୍ଭ ଓ ମରାଠ୍ୱାଡାରେ, କାର୍ପାସ୍ ମୂଲ୍ୟ କ୍ୱିଣ୍ଟାଲ୍ ପିଛି ୪୦ପ୍ରତିଶତ ହାରରେ ଦ୍ରୁତଗତିରେ କମ୍ ହୋଇଛି । “ଅଳ୍ପ କିଛି ନେଣଦେଣକୁ ବାଦ୍ଦେଲେ, ବିକ୍ରି ବ୍ୟବସ୍ଥା ଠପ୍ ହୋଇଯାଇଛି । “କାହା ପାଖରେ କିଛି ଅର୍ଥ ନାହିଁ । କମିଶନ୍ ଏଜେଣ୍ଟ, ଉତ୍ପାଦକ ଓ କ୍ରେତା, ସମସ୍ତେ ସମପରିମାଣରେ ଗମ୍ଭୀର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି” ବୋଲି ନାଗ୍ପୁର୍ରେ ଦ ଟେଲିଗ୍ରାଫ୍ରେ ସାମ୍ବାଦିକ ଭାବେ କାମ କରୁଥିବା ଜୟଦିପ ହାର୍ଦ୍ଦିକର୍ କହିଛନ୍ତି । “ଗ୍ରାମୀଣ ଶାଖାରେ ଚେକ୍ ଜମା କରିବା ସବୁବେଳେ କଷ୍ଟଦାୟକ ପ୍ରକ୍ରିୟା ହୋଇଥିବା ବେଳେ, ବର୍ତ୍ତମାନ ଅର୍ଥ ଉଠାଣ ମଧ୍ୟ ଅପ୍ରୀତିକର ଅନୁଭୂତି ପାଲଟିଛି ।
ତେବେ, କେବଳ ଅଳ୍ପ କିଛି କୃଷକ ଚେକ୍ ଗ୍ରହଣ କରିପାରିବେ । ତାହାହେଲେ, ନିଜର ସ୍ୱପ୍ନ ସାକାର କରିବା ପାଇଁ ଅପେକ୍ଷା କରିଥିବା ସେମାନଙ୍କ ପରିବାର ବର୍ଗ କିଭଳି ଭାବେ ସେମାନଙ୍କ କାର୍ଯ୍ୟ କରିବେ ? ଆହୁରି ଅନେକଙ୍କ ପାଖରେ ସକ୍ରିୟ ବ୍ୟାଙ୍କ ଆକାଉଣ୍ଟଟିଏ ମଧ୍ୟ ନାହିଁ ।
ଏହି ରାଜ୍ୟର ଏକ ପ୍ରମୁଖ ରାଷ୍ଟ୍ରାୟାତ୍ତ ବ୍ୟାଙ୍କର ୯୭୫ଟି ଶାଖା ସାରା ଦେଶରେ ରହିଛି । ଏହାମଧ୍ୟରୁ, ୫୪୯ରେ ନିରାଶା ବ୍ୟତୀତ ଅନ୍ୟ କୌଣସି ମୂଲ୍ୟର ମୁଦ୍ରା ପ୍ରଦାନ କରାଯାଉ ନାହିଁ । ଅଚଳ ହୋଇଯାଇଥିବା ସେହି ଏଟିମ୍ଗୁଡିକ ମଧ୍ୟରୁ ଅଧିକାଂଶ ଗ୍ରାମାଞ୍ଚଳରେ ରହିଛି । “ଗ୍ରାମାଞ୍ଚଳରେ ମୁଖ୍ୟତଃ ପୁଞ୍ଜି ଜମା କରାଯାଏ, ନଗଦ ରାଶିର ଅର୍ଥ କିଛି ନୁହେଁ” ବୋଲି ଦାବି କରିବା ହେଉଛି ବିଶେଷ ଭାବେ ଏହାର ପ୍ରଭାବକୁ ------------ । ଏହା କଣ ସତ? ଏହା ସବୁକିଛି ଅଟେ ।
ନିମ୍ନସ୍ତରରେ ନେଣଦେଣ ବହୁଳଭାବେ ନଗଦ ରାଶି ଜରିଆରେ ହୋଇଥାଏ । ସପ୍ତାହକ ମଧ୍ୟରେ ଅଳ୍ପ ମୂଲ୍ୟର ମୁଦ୍ରା ବ୍ୟାଙ୍କରେ ନପହଞ୍ଚିଲେ ଏଠାରେ ଲୋକମାନେ ଆଇନ୍ ହାତକୁ ନେବା ସମ୍ଭାବନା ରହିଥିବା ବ୍ୟାଙ୍କ କର୍ମଚାରୀମାନେ ଆଗୁଆ ଜାଣିପାରି
ଛନ୍ତି । ଅନ୍ୟମାନେ କହୁଛନ୍ତି ଯେ ବହୁ ଆଗରୁ ଏହି ସମସ୍ୟା ରହିଛି, ଏଣୁ କିଛି ଟଙ୍କା ଆସିଗଲେ ମଧ୍ୟ ଏହି ସମସ୍ୟା ଦୂର ହୋଇପାରିବ ନାହିଁ ।
ଆଉରଙ୍ଗାବାଦ୍ରେ ଅନ୍ୟ ଏକ ଧାଡିରେ ଥିବା ପର୍ଭେଜ୍ ପଠାଣ, ଜଣେ ନିର୍ମାଣ ସୁପର୍ଭାଇଜର୍, କୁହନ୍ତି, ତାଙ୍କର ଶ୍ରମିକମାନେ ଅତିଶୀଘ୍ର ଉତ୍ତେଜିତ ହୋଇଯିବେ ବୋଲି ଭାବି ସେ ଭୟଭୀତ ହେଉଛନ୍ତି। “ପୂର୍ଣ୍ଣ ହୋଇଥିବା କାମ ବାବଦକୁ ସେମାନଙ୍କୁ ସେମାନଙ୍କ ପାରିଶ୍ରମିକ ଦିଆଯିବା ଆବଶ୍ୟକ-ସେ କହିଲେ । “କିନ୍ତୁ ମୁଁ ନଗଦ ରାଶି ଛୁଇଁପାରିବି ନାହିଁ । ଚିକଲ୍ଥାନା ଗ୍ରାମର ରୟିସ୍ ଅଖ୍ତାର ଖାନ କୁହନ୍ତି ସେ ଓ ତାଙ୍କ ଭଳି ଅନ୍ୟ ଅଳ୍ପ ବୟସ୍କ ମା’ମାନେ ସେମାନଙ୍କ ପିଲାମାନଙ୍କୁ ଠିକ୍ ସମୟରେ ଖାଦ୍ୟ ଖୁଆଇବାନେଇ ସମସ୍ୟା ବଢିବାରେ ଲାଗିଛି । ସେମାନେ କେତେବେଳେ କରନ୍ତି, “ଅତି ବିଳମ୍ବରେ, କାରଣ ଆମେମାନେ ଆମ ଦିନର ଅଧିକ ସମୟ ଏହି ଧାଡିରେ ବିତଉଛୁ । ପିଲାମାନଙ୍କ ଖାଇବା ସମୟ ଗଡିଗଲା ପରେ ସେମାନଙ୍କୁ ଅନେକ ଘଣ୍ଟା ପର୍ଯ୍ୟନ୍ତ ଭୋକିଲା ରହିବାକୁ ପଡୁଛି” ।
ଧାଡିରେ ରହିଥିବା ଅଧିକାଂଶ ମହିଳା କୁହନ୍ତି, ସେମାନଙ୍କ ପାଖରେ ଆଉ ୨-୪ଦିନ ଚଳିଲା ଭଳି ଅତ୍ୟାବଶ୍ୟକ ସାମାନ ଅଛି । କ୍ୟାସ୍ ଫ୍ଲୋ ସମସ୍ୟା ସେହି ସମୟ ଅବଧି ମଧ୍ୟରେ କାଳେ ସମାଧାନ ହୋଇପାରିବ ନାହିଁ, ଏହା ଭାବି ସେମାନେ ଭୟଭୀତ ହେଉଛନ୍ତି । ଓଃ, ଏପରି ହେବ ନାହିଁ ।
କୃଷକ, ଭୂମିହିନ ଶ୍ରମିକ, ଘରୋଇ କାମବାଲା, ପେନ୍ସନ୍ଧାରୀ, କ୍ଷୁଦ୍ର ବ୍ୟବସାୟୀ, ଏହି ସମସ୍ତ ଓ ଅନ୍ୟ ଦଳଗୁଡିକ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । କାମ ପାଇଁ ଶ୍ରମିକମାନଙ୍କୁ ନିଯୁକ୍ତ କରୁଥିବା ବ୍ୟକ୍ତିଙ୍କ ଭଳି ଅନେକ ପାରିଶ୍ରମିକ ପ୍ରଦାନ କରିବା ପାଇଁ ଧାର ଆଣି, ଋଣଗ୍ରସ୍ତ ହୋଇଯିବେ । ଅନ୍ୟମାନଙ୍କ କ୍ଷେତ୍ରରେ, ଖାଦ୍ୟ କିଣିବା ପାଇଁ । “କମିବା ବଦଳରେ ଆମର ଧାଡି ସଂଖ୍ୟା ପ୍ରତିଦିନ ବଢିବାରେ ଲାଗିଛି’’ ବୋଲି ଏସ୍ବିଏଚ୍ ଅଉରଙ୍ଗାବାଦ୍ର ଷ୍ଟେସନ୍ ରୋଡ୍ ଶାଖାର କର୍ମଚାରୀ କହିଛନ୍ତି । ଏଠାରେ ଥିବା କେତେକ କର୍ମଚାରୀ ଏହି ବିଶାଳ ଓ ଧୀରେ ଧୀରେ ଉତ୍ତେଜିତ ହେଉଥିବା ଲୋକଙ୍କ ଧାଡିର ବିଭିନ୍ନ ସମସ୍ୟା ଦୂର କରିବାରେ ଲାଗିଛନ୍ତି । ଆଇଡି ଓ ଅନ୍ୟ ସବିଶେଷର ସତ୍ୟତା ପ୍ରତିପାଦନ ପାଇଁ ପଠାଯାଇଥିବା ସଫ୍ଟୱେର୍ରେ ତ୍ରୁଟି ରହିଥିବା ଜଣେ କର୍ମଚାରୀ ଜଣାଇଛନ୍ତି ।
ଲୋକମାନେ ଦୁଇଟି ୨,୦୦୦ଟଙ୍କା ବିନିମୟରେ ସର୍ବାଧିକ ୫୦୦ ଟଙ୍କାର ଆଠଟି ନୋଟ୍ ବା ୧,୦୦୦ଟଙ୍କାର ଚାରିଟି ନୋଟ୍ ନେଇପାରିବେ । ଏହା ଏକ-କାଳୀନ ନେଣଦେଣ । ହଁ, ଯଦି ଆପଣ ପରବର୍ତ୍ତୀ ଦିନ ମଧ୍ୟ ଏହାର ନକଲ କରିବେ, ତେବେ ଆପଣ ଝୁଣ୍ଟିବା ସମ୍ଭାବନା ରହିଛି । କିନ୍ତୁ ଆପଣ ଚାହିଁଲେ ଏପରି କରିପାରିବେ । ଏପରି କରିବା ପାଇଁ ଆପଣ କେବଳ ଏକ ଭିନ୍ନ ଆଇଡି ବ୍ୟବହାର କରନ୍ତୁ । ଯଦି ଆଜି ଆପଣ ଆପଣଙ୍କ ଆଧାର କାର୍ଡ ବ୍ୟବହାର କରିଛନ୍ତି, ତେବେ ପରଦିନ ଆପଣଙ୍କ ପାସ୍ପୋର୍ଟ ନିଜ ସାଥିରେ ଆଣନ୍ତୁ ଓ ତାପରେ ଆପଣଙ୍କ ପ୍ୟାନ୍ କାର୍ଡ, ଏପରିଭାବେ ଧରାନପଡି ଆପଣ ଆପଣଙ୍କ ନେଣଦେଣ କାମ ବାରମ୍ବାର କରିପାରିବେ ।