ନଭେମ୍ବର ୨୭ ତାରିଖ ମଙ୍ଗଳବାର ଅପରାହ୍ନ ୪ଟାର କିଛି ସମୟ ପରେ ସେଣ୍ଟ୍ରାଲ ଦିଲ୍ଲୀରେ ଥିବା ରାଜୀବ ଚୌକ ମେଟ୍ରୋ ଷ୍ଟେସନ୍ ବାହାରେ ଅନେକ ଲୋକ ଜମା ହୋଇଥିଲେ । ସେମାନଙ୍କ ମଧ୍ୟରେ ଅଟୋରିକ୍ସା ଡ୍ରାଇଭର, ଛାତ୍ର, ସେଲ୍ସମ୍ୟାନ୍, ମଧ୍ୟବିତ୍ତ ବର୍ଗର ପ୍ରଫେସନାଲ ଏବଂ ଅନ୍ୟମାନେ ସାମିଲ ଥିଲେ । ରାସ୍ତା କଡ଼ରେ ଛିଡ଼ା ହୋଇ ସେମାନେ କୃଷି ପ୍ରସଙ୍ଗରେ ଚର୍ଚ୍ଚା କରୁଥିଲେ। ନଭେମ୍ବର ୨୯-୩୦ ତାରିଖରେ ହେବାକୁ ଥିବା କିଷାନ୍ ମୁକ୍ତି ମୋର୍ଚ୍ଚାକୁ ସମର୍ଥନ କରୁଥିବା ନେସନ୍ ଫର ଫାର୍ମସ ଆଣ୍ଡ ଆର୍ଟିଷ୍ଟ ଫର ଫାର୍ମସ-ସିଟିଜେନ୍ସ କଲେକ୍ଟିଭ୍ସର କିଛି ସ୍ୱେଚ୍ଛାସେବୀ ହାତରେ ବ୍ୟାନର ଧରି କୃଷକଙ୍କ ସମସ୍ୟା ସଂପର୍କରେ ସଂସଦର ଏକ ସ୍ୱତନ୍ତ୍ର ୨୧ ଦିନିଆ ଅଧିବେଶନ ଦାବି କରି ପାମ୍ପଲେଟ୍ ବଣ୍ଟନ କରୁଛନ୍ତି । ନିକଟସ୍ଥ ସେଣ୍ଟ୍ରାଲ ପାର୍କରେ ବସିଥିବା କିଛି ଲୋକ ସ୍ୱେଚ୍ଛାସେବୀମାନଙ୍କୁ ଦେଖି ପଦଯାତ୍ରା ଏବଂ କୃଷକଙ୍କ ସମସ୍ୟା ସଂପର୍କରେ ପ୍ରଶ୍ନ ପଚାରିବା ଆରମ୍ଭ କଲେ । ସେମାନଙ୍କ ମଧ୍ୟରେ ବାର୍ତ୍ତାଳାପ ଆରମ୍ଭ ହେଲା । ସେମାନଙ୍କ ମଧ୍ୟରୁ କିଛି ଏହା କହିଲେ:
T


New Delhi, Delhi
|MON, DEC 24, 2018
ଚାଷୀଙ୍କ ପଦଯାତ୍ରା: ଦିଲ୍ଲୀର ରାଜରାସ୍ତାରୁ ସ୍ୱର
ଆସନ୍ତାକାଲି ନଭେମ୍ବର ୨୯ ତାରିଖରେ ହେବାକୁ ଥିବା ବିଶାଳ କୃଷକ ରାଲି ସଂପର୍କରେ ଦିଲ୍ଲୀର ଲୋକମାନେ କ’ଣ କହୁଛନ୍ତି
Author
Translator

Sanket Jain
୨୮ ବର୍ଷୀୟ ସୋନୁ କୌଶିକ କନ୍ନଟ ପ୍ଲେସ୍ର ବାଟାର ଏକ ଷ୍ଟୋର୍ରେ କମ୍ପ୍ୟୁଟର ଅପରେଟର ଭାବେ କାମ କରନ୍ତି । ସେ ହରିଆନାର ଝାଝର ଜିଲ୍ଲାର ଝାଝର ବ୍ଲକ୍ର ଅହରି ଗାଁର ବାସିନ୍ଦା । ସେ କହିଲେ, “ଗତବର୍ଷ ମୋ ଗାଁର ଚାଷୀମାନେ ଏକ କ୍ୱିଣ୍ଟାଲ ବାଜରାକୁ ମାତ୍ର ୧୦୦୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଲେ । ଜଣେ ଚାଷୀ ଏତିକି ଅର୍ଥରେ କିପରି ଚଳିବ? ମୁଁ ପଦଯାତ୍ରାକୁ ମୋର ଅନେକ ବନ୍ଧୁଙ୍କୁ ନେଇ ଆସିବି।’’ ସେ ନିକଟରେ ଥିବା ଅନ୍ୟମାନଙ୍କୁ ଚାଷୀମାନେ କାହିଁକି ଆତ୍ମହତ୍ୟା କରୁଛନ୍ତି ବୋଲି ପଚାରିଲେ । “ଜଣେ ଚାଷୀ କୌଣସି ଛୁଟି ନିଅନ୍ତି ନାହିଁ, ସାରା ଦିନ ଓ ରାତି କାମ କରନ୍ତି ଏବଂ ତଥାପି ଉତ୍ପାଦ ପାଇଁ କୌଣସି ଅର୍ଥ ପାଆନ୍ତି ନାହିଁ । କ’ଣ ପାଇଁ ଏପରି ହୁଏ?’’ ଚାଷୀମାନେ କାହିଁକି ପୁଣିଥରେ ଦିଲ୍ଲୀକୁ ଯାତ୍ରା କରୁଛନ୍ତି ସେ ବିଷୟରେ ଚିନ୍ତା କରିବାକୁ ସେ ଅନ୍ୟମାନଙ୍କୁ କହିଲେ ଏବଂ ଏହି ଅଭିଯାନକୁ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ, ଏକ ସଙ୍କଟ ଭାବେ ବୁଝିବା ଲାଗି ନିବେଦନ କଲେ ।

Sanket Jain
ଦିଲ୍ଲୀର ପିତାମପୁରା ଅଞ୍ଚଳର ୮୦ ବର୍ଷୀୟ ଗୃହିଣୀ କମଲେଶ ଜଲି କହିଲେ, “ପୂର୍ବରୁ ମୁଁ ଚାଷୀମାନଙ୍କର ଦୁଃଖ ସଂପର୍କରେ ଅନେକ କଥା ଜାଣିଥିଲି, କିନ୍ତୁ ଏବେ ମୋର ସ୍ୱାସ୍ଥ୍ୟାବସ୍ଥା କାରଣରୁ ମୁଁ ସେହି ପ୍ରସଙ୍ଗରୁ ସଂପୂର୍ଣ୍ଣ ଭାବେ ଦୂରେଇ ଯାଇଛି ।’’ ସେ ମୋତେ ଯାତ୍ରାର ଆୟୋଜନସ୍ଥଳ ଏବଂ ତାରିଖ ସଂପର୍କରେ ପଚାରିଲେ । “ମୁଁ ପଦଯାତ୍ରାରେ ଭାଗ ନେବି’’ ସେ ସେଠାରେ ତତ୍କ୍ଷଣାତ୍ ସ୍ଥିର କଲେ ।

Sanket Jain
ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାର ସାଫିପୁର ସହରର ୨୨ ବର୍ଷୀୟ ଦିବ୍ୟାଂଶୁ ଗୌତମ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଗଣିତରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରୁଛନ୍ତି । “ମୁଁ ମୋର ସାଙ୍ଗ ଯେଉଁମାନେ କି ଚାଷୀ ପରିବାରରୁ ଆସିଛନ୍ତି ସେମାନଙ୍କଠାରୁ ଶୁଣିଛି ଯେ ଚାଷୀମାନେ କେବେହେଲେ ସେମାନଙ୍କ ଉତ୍ପାଦର ଠିକ୍ ମୂଲ୍ୟ ପାଆନ୍ତି ନାହିଁ । ସେମାନେ ମୋତେ କହିଲେ କି ଚାଷୀମାନଙ୍କର ଉତ୍ପାଦକୁ ସଂରକ୍ଷଣ କରିବା ଲାଗି ଆବଶ୍ୟକ ଥିବା ଅନେକଗୁଡ଼ିଏ ଶୀତଳ ଭଣ୍ଡାର ଘରୋଇ କଂପାନି ଦ୍ୱାରା ପରିଚାଳିତ ହେଉଛି(ଯେଉଁମାନେ କି ଏଥିପାଇଁ ଖୁବ୍ ଅଧିକ ଟଙ୍କା ନେଉଛନ୍ତି)। ଏହା ବନ୍ଦ ହେବା ଆବଶ୍ୟକ ଏବଂ ଚାଷୀମାନଙ୍କୁ ରିହାତି ଦରରେ ଶୀତଳ ଭଣ୍ଡାରରେ ଉତ୍ପାଦକୁ ରଖିବାର ସୁବିଧା ମିଳିବା ଆବଶ୍ୟକ ।’’

Sanket Jain
ସେଣ୍ଟ୍ରାଲ ଦିଲ୍ଲୀର ବାସିନ୍ଦା ୨୪ବର୍ଷୀୟ ଆକାଶ ଶର୍ମା ତିସ ହଜାରୀ ଜିଲ୍ଲା କୋର୍ଟରେ କିରାଣୀ ଭାବେ କାମ କରନ୍ତି । “ପନିପରିବାର ମୂଲ୍ୟ ବୃଦ୍ଧି ହେଲେ ଲୋକମାନେ ସବୁବେଳେ ଚାଷୀମାନଙ୍କୁ ଦାୟୀ କରନ୍ତି । କିଛି ବର୍ଷ ତଳେ ଯେତେବେଳେ ପିଆଜର ଦର ବଢିଗଲା ସବୁଲୋକ ଉତ୍ପାଦର କୃତ୍ରିମ ଅଭାବ ସୃଷ୍ଟି କରିବା ଲାଗି ଚାଷୀମାନଙ୍କୁ ମିଛରେ ଦାୟୀ କଲେ। ସେମାନେ ଚାଷୀଙ୍କ ସମସ୍ୟାକୁ ବୁଝିବା ଦରକାର ଏବଂ ସେମାନଙ୍କୁ ଦାୟୀ କରିବା ଅନୁଚିତ୍ ।’’

Sanket Jain
ଉତ୍ତରପ୍ରଦେଶର ଜୌନପୁର ଜିଲ୍ଲାର ବାରସଥୀ ବ୍ଲକ୍ର ମହୁଆରି ଗାଁର ବାସିନ୍ଦା ଅଟୋରିକ୍ସା ଚାଳକ ଅୟପ୍ରକାଶ ଯାଦବ(ବୟସ ପ୍ରାୟ ୫୦ ବର୍ଷ ହେବ) ପଚାରିଲେ, “ଚାଷୀମାନେ କ’ଣ ପାଇଁ ପୁଣି ପଦଯାତ୍ରା କରୁଛନ୍ତି? ସେମାନେ ମୁମ୍ବାଇକୁ(ମାର୍ଚ୍ଚ ୨୦୧୮ରେ ନାସିକରୁ) ପଦଯାତ୍ରା କରିବା ସମୟରେ ସେମାନଙ୍କର ଦାବି କ’ଣ ପୂରଣ ହୋଇନଥିଲା?’’ ଏହାପରେ ସେ ପୁଣି ଚିନ୍ତା କରି କହିଲେ, “ଚାଷୀମାନେ ଅନେକ ପରିଶ୍ରମ କରୁଛନ୍ତି, କିନ୍ତୁ ସେମାନେ ସେମାନଙ୍କର ଉତ୍ପାଦ ପାଇଁ କିଛି ପାଉନାହାନ୍ତି । ୨୯ ଓ ୩୦ ତାରିଖରେ ମୁଁ କିଛି ଘଣ୍ଟା ପାଇଁ ମୋର ଅଟୋ ଚଳାଇବି ନାହିଁ ଏବଂ ପଦଯାତ୍ରାକୁ ଆସିବି ।”

Sanket Jain
ଦିଲ୍ଲୀର ଜଣେ ୩୦ ବର୍ଷୀୟ ମୁକ୍ତବୃତ୍ତି ଫଟୋଗ୍ରାଫର ଭିକି ରୟ କହିଲେ, “ଲୋକମାନେ ବୁଝିବା ଦରକାର ଯେ ସହରାଞ୍ଚଳରେ ରହୁଥିବା ଆମେମାନେ ସମସ୍ତେ ଚାଷୀମାନଙ୍କ ଦୟାରେ ବଞ୍ଚିଛୁ। ଚାଷୀମାନେ କେବେହେଲେ ସେମାନଙ୍କର ଉତ୍ପାଦର ମୂଲ୍ୟ(ଠିକ୍) ପାଆନ୍ତି ନାହିଁ । ଆମପାଇଁ ଏହା ବୁଝିବା ଏବଂ ସେମାନଙ୍କୁ ସମର୍ଥନ କରିବା ଗୁରୁତ୍ୱପୂର୍ଣ୍ଣ ।’’
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଚାଷୀଙ୍କ-ପଦଯାତ୍ରା-ଦିଲ୍ଲୀର-ରାଜରାସ୍ତାରୁ-ସ୍ୱର

