ଶ୍ରୀଲାଲ ସାହାଣି ଜଣେ ସଙ୍ଗୀତକାର ଅଟନ୍ତି। ନିଜ ଅଂଚଳରେ ସେ ଲକ୍ଷପତିବାବୁ ଭାବରେ ଜଣା, ସେ ତାଙ୍କ ପରିବାର ସହ ପଶ୍ଚିମବଙ୍ଗର ବୋଲପୁରରେ ରୁହନ୍ତି। ତାଙ୍କ ପାଖରେ ସାଇକେଲ ଚଲାଇବା ସହିତ ଦୁଇଟି ହାତ ପଛରେ ରଖି ବାଦ୍ୟଯନ୍ତ୍ର-ଢୋଲ ଓ ଗିନି ବଜାଇବାର ଅସାଧାରଣ ଦକ୍ଷତା ରହିଛି।
୨୭ ବର୍ଷ ହେଲା ଶ୍ରୀଲାଲ ଦିନକୁ ଦୁଇଥର ସାଇକେଲରେ ଯାତ୍ରାକରନ୍ତି - ପ୍ରଥମ ଥର ସାଇକେଲରେ ସ୍ଥାନୀୟ ବଜାରରେ ମାଛ ବିକ୍ରି କରିବା ପାଇଁ, ଏବଂ ଦ୍ୱିତୀୟ ଥର ସଂଧ୍ୟାରେ ସେ ଶାନ୍ତିନିକେତନର ଗଳିରେ, ବାଦ୍ୟଯନ୍ତ୍ର ବଜାଇବା ସହ ଛଅ କିଲୋମିଟର ସାଇକେଲ ଚଲାନ୍ତି।



