ଗୁଜରାଟର ଜୁନାଗଡ ଜିଲ୍ଲାରେ ଥିବା ମାଙ୍ଗ୍ରୋଲ ବ୍ଲକର ଜରିୱାଡା ଗାଁରେ ଏବେବି ଖାଲଢିପ ରାସ୍ତାରେ କର୍କଶ ଧ୍ୱନି କରି ଯାଉଥିବା କିମ୍ବୁତକିମ୍ଭାକାର ଗାଡିଟିକୁ ଚକଡା କୁହାଯାଏ। ଏହି ଗାଡିଟି ଅନେକ ସମୟରେ ଗ୍ରାମୀଣ ସୌରାଷ୍ଟ୍ରରେ କିମ୍ବା ଗୁଜୁରାଟର କଚ୍ଛ ଅଂଚଳରେ ଦେଖାଯାଏ। ଏହା ହେଉଛି ଏକ ଅଦ୍ୱିତୀୟ ସ୍ୱଳ୍ପ- ମୂଲ୍ୟ ଯାତ୍ରା ଯାହାକି ଏହି ରାଜ୍ୟର ଜନସାଧାରଣମାନଙ୍କ ସାମାଜିକ- ଅର୍ଥନୈତିକ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ।

PHOTO • Gurpreet Singh

ସ୍ଥାନୀୟ ଅଞ୍ଚଳରେ ଡିଜେଲଚାଳିତ ବୁଲେଟ ଞ୍ଜି ନରେ  ନିର୍ମିତ ଏହି ଯନ୍ତ୍ରଟି  ସାମ୍ନାରୁ ଏକ ମଟର ସାଇକେଲ ଭଳି ଦେଖାଯାଏ ଏବଂ ଏହାର ପଛରେ ଏକ ଦୁଇ ଚକବିଶିଷ୍ଟ ଗାଡି ଲାଗିଥାଏ

PHOTO • Gurpreet Singh

ନିର୍ଦ୍ଧିଷ୍ଟ ଆକୃତି ଓ ଆକାରର ଏହି ସ୍ଥାନୀୟ ତାଳିପକା କାମ ବା ଜୁଗାଡ ବହୁତ କାମ କରିଥାଏ: ଏହା ଯାତ୍ରୀମାନଙ୍କୁ ପରିବହନ କରିଥାଏ, ଲୋକମାନଙ୍କ କୃଷି ଓ ଅଣକୃଷିଯାତ ଦ୍ରବ୍ୟ କିଣା ଓ ବିକାକୁ ସହଜ କରିଥାଏ ଏବଂ ବିଦ୍ୟାଳୟରେ ମଧ୍ୟ ପିଲାମାନଙ୍କୁ ଛାଡିଥାଏ ଓ  ବିଦ୍ୟାଳୟରୁ ପିଲାମାନଙ୍କୁ ଆଣିଥାଏ

PHOTO • Gurpreet Singh

କୌଣସି ବସ୍ତୁ ପରିବହନ କରିବା ପାଇଁ ଚା ହୁଁ ଛନ୍ତି କି?  ଏହି ଚକଡା ଗୋଟିଏ କିକ୍‍ ଷ୍ଟାର୍ଟ୍‍ କିମ୍ବା ରୋପ ଷ୍ଟାର୍ଟ୍‌ରେ ପ୍ରସ୍ତୁତ ହୋଇଯିବ, ଏବଂ ଏହାର ନିଜସ୍ୱ ଧ୍ୱନି ଓ ସ୍ୱତନ୍ତ୍ର ଧ୍ୱନି ଅଛି

PHOTO • Gurpreet Singh

୧୯୮୦ ମସିହା ଯାଏ, ସୌରାଷ୍ଟ୍ରରେ ଗ୍ରାମୀଣ ପରିବହନ ମୁଖ୍ୟତଃ ପାରମ୍ପରିକ ବଳଦଗାଡି ଉପରେ ନିର୍ଭର କରୁଥିଲା ପରେ ସ୍ଥାନୀୟ ନବପ୍ରବର୍ତ୍ତକ ଜାମନଗରର ମହାରାଜାଙ୍କ ଦ୍ୱାରା ଫିଙ୍ଗାଯାଇଥିବା ଗଲ୍ଫ ଗାଡିକୁ ନୂତନ ରୂପ ଦେବା ଶୁଣାଯାଏ ଏବଂ ଏହିପରି ଗ୍ରାମୀଣ ସୌରାଷ୍ଟ୍ରର ରାସ୍ତାରେ ଚକଡାର ଆର୍ବିଭାବ ଘଟିଲା

PHOTO • Gurpreet Singh

ଏହି ଚକଡା ସେହି ଲୋକମାନଙ୍କ ପାଇଁ ଉପଯୁକ୍ତ ଅଟେ ଯେଉଁମାନେ ଅନ୍ୟ ବ୍ୟୟସାଧ୍ୟ ସୌଖିନ ଟ୍ରକ ବା ଅନ୍ୟ ପରିବହନ ଗାଡି ପାଇଁ ବ୍ୟୟ କରିପାରିବେ ନାହିଁ, ମୁଖ୍ୟତଃ ଯେତେବେଳେ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟର ଆକାର ଓ ପରିମାଣ ବହୁତ କମ୍‍ କିନ୍ତୁ ଚକଡା ମଧ୍ୟ ବହୁତ ପରିମାଣର ନଡିଆ,ନଡା,ସାର,ପନିପରିବା - ଓ ଯାତ୍ରୀଙ୍କୁ ବହନ କରିପାରେ ଏହା ଆପଣଙ୍କୁ ବହୁତ ଆଶ୍ଚର୍ଯ୍ୟ କରିବଯେ ଏହି କିମ୍ଭୂତକିମାକାର ଯନ୍ତ୍ରଟି ସର୍ବାଧିକ କେତେ ଓଜନ ବହନକରିପାରିବ...

PHOTO • Gurpreet Singh

ଏକ ଚକଡାରେ ଯାତ୍ରା କରିବାର ମୂଲ୍ୟ ୫ଟଙ୍କା ରୁ ୨୦ଟଙ୍କା ଯାହାକି ଯାତ୍ରୀମାନଙ୍କୁ ସୁହାଇଲାଭଳି, ଏଣୁ ଆପଣ ଯେତେବେଳେ ସୌରାଷ୍ଟ୍ର ଯିବେ ନିଶ୍ଚୟ ଏହି ଗାଡିକୁ ଖୋଜିବେ। ଏହା ହେଉଛି ପ୍ରଚଳିତ ଚଳଣି ଓ ସ୍ଥାନୀୟ ଦୈନଦିନ ଯାତାୟତର ଅଂଶ ବିଶେଷ, ଏହା ବ୍ୟତିତ ତୁମେମାନେ ଚକଡାର ‘ସାଇଲେନ୍‍ସରର’ ଗୁରୁ ଗମ୍ଭିର ଧ୍ୱନିରୁ ହେଉଥିବା ଭୟଙ୍କର ଓ  ଦୀର୍ଘସ୍ଥାୟୀ ମୁଣ୍ଡବ୍ୟଥାକୁ ଭୁଲିପାରିବେ ନାହିଁ।


ଅନୁବାଦ: ଓଡ଼ିଶାଲାଇଭ୍‍

Gurpreet Singh

ଗୁର୍‌ପ୍ରୀତ ସିଂ ସ୍ଥାୟୀ କୃଷି ଓ ପ୍ରାକୃତିକ ଉତ୍ସର ସଂରକ୍ଷଣ ସମ୍ପର୍କିତ ପ୍ରକଳ୍ପରେ ଆଗା ଖାନ ରୁରାଲ୍‌ ସପୋର୍ଟ ପ୍ରୋଗ୍ରାମରେ କାମ କରନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Gurpreet Singh
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE