ଗୁଜରାଟର ଜୁନାଗଡ ଜିଲ୍ଲାରେ ଥିବା ମାଙ୍ଗ୍ରୋଲ ବ୍ଲକର ଜରିୱାଡା ଗାଁରେ ଏବେବି ଖାଲଢିପ ରାସ୍ତାରେ କର୍କଶ ଧ୍ୱନି କରି ଯାଉଥିବା କିମ୍ବୁତକିମ୍ଭାକାର ଗାଡିଟିକୁ ଚକଡା କୁହାଯାଏ। ଏହି ଗାଡିଟି ଅନେକ ସମୟରେ ଗ୍ରାମୀଣ ସୌରାଷ୍ଟ୍ରରେ କିମ୍ବା ଗୁଜୁରାଟର କଚ୍ଛ ଅଂଚଳରେ ଦେଖାଯାଏ। ଏହା ହେଉଛି ଏକ ଅଦ୍ୱିତୀୟ ସ୍ୱଳ୍ପ- ମୂଲ୍ୟ ଯାତ୍ରା ଯାହାକି ଏହି ରାଜ୍ୟର ଜନସାଧାରଣମାନଙ୍କ ସାମାଜିକ- ଅର୍ଥନୈତିକ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ।
T


JÅ«nÄgadh, Gujarat
|SAT, MAY 15, 2021
ଗ୍ରାମୀଣ ପଶ୍ଚିମ ଭାରତୀୟଙ୍କ ଚକଗୁଡିକ
ଏହି ଚକଡା ମୋଟରସାଇକେଲର ଗୋଟିଏ ଅଂଶ, ଗାଡିର ଅଂଶ - ତାଳିପକା ଉତ୍ପନ୍ନ ଦ୍ରବ୍ୟ ଯାହାକି ଗ୍ରାମୀଣ ସୌରାଷ୍ଟ୍ରରେ ଅପରିହାର୍ଯ୍ୟ
Author
Translator

Gurpreet Singh
ସ୍ଥାନୀୟ ଅଞ୍ଚଳରେ ଡିଜେଲଚାଳିତ ବୁଲେଟ ଇଞ୍ଜିନରେ ନିର୍ମିତ ଏହି ଯନ୍ତ୍ରଟି ସାମ୍ନାରୁ ଏକ ମଟର ସାଇକେଲ ଭଳି ଦେଖାଯାଏ। ଏବଂ ଏହାର ପଛରେ ଏକ ଦୁଇ ଚକବିଶିଷ୍ଟ ଗାଡି ଲାଗିଥାଏ।

Gurpreet Singh
ନିର୍ଦ୍ଧିଷ୍ଟ ଆକୃତି ଓ ଆକାରର ଏହି ସ୍ଥାନୀୟ ତାଳିପକା କାମ ବା ଜୁଗାଡ ବହୁତ କାମ କରିଥାଏ: ଏହା ଯାତ୍ରୀମାନଙ୍କୁ ପରିବହନ କରିଥାଏ, ଲୋକମାନଙ୍କ କୃଷି ଓ ଅଣକୃଷିଯାତ ଦ୍ରବ୍ୟ କିଣା ଓ ବିକାକୁ ସହଜ କରିଥାଏ ଏବଂ ବିଦ୍ୟାଳୟରେ ମଧ୍ୟ ପିଲାମାନଙ୍କୁ ଛାଡିଥାଏ ଓ ବିଦ୍ୟାଳୟରୁ ପିଲାମାନଙ୍କୁ ଆଣିଥାଏ।

Gurpreet Singh
କୌଣସି ବସ୍ତୁ ପରିବହନ କରିବା ପାଇଁ ଚାହୁଁଛନ୍ତି କି? ଏହି ଚକଡା ଗୋଟିଏ କିକ୍ ଷ୍ଟାର୍ଟ୍ କିମ୍ବା ରୋପ ଷ୍ଟାର୍ଟ୍ରେ ପ୍ରସ୍ତୁତ ହୋଇଯିବ, ଏବଂ ଏହାର ନିଜସ୍ୱ ଧ୍ୱନି ଓ ସ୍ୱତନ୍ତ୍ର ଧ୍ୱନି ଅଛି।

Gurpreet Singh
୧୯୮୦ ମସିହା ଯାଏ, ସୌରାଷ୍ଟ୍ରରେ ଗ୍ରାମୀଣ ପରିବହନ ମୁଖ୍ୟତଃ ପାରମ୍ପରିକ ବଳଦଗାଡି ଉପରେ ନିର୍ଭର କରୁଥିଲା। ପରେ ସ୍ଥାନୀୟ ନବପ୍ରବର୍ତ୍ତକ ଜାମନଗରର ମହାରାଜାଙ୍କ ଦ୍ୱାରା ଫିଙ୍ଗାଯାଇଥିବା ଗଲ୍ଫ ଗାଡିକୁ ନୂତନ ରୂପ ଦେବା ଶୁଣାଯାଏ। ଏବଂ ଏହିପରି ଗ୍ରାମୀଣ ସୌରାଷ୍ଟ୍ରର ରାସ୍ତାରେ ଚକଡାର ଆର୍ବିଭାବ ଘଟିଲା।

Gurpreet Singh
ଏହି ଚକଡା ସେହି ଲୋକମାନଙ୍କ ପାଇଁ ଉପଯୁକ୍ତ ଅଟେ ଯେଉଁମାନେ ଅନ୍ୟ ବ୍ୟୟସାଧ୍ୟ ସୌଖିନ ଟ୍ରକ ବା ଅନ୍ୟ ପରିବହନ ଗାଡି ପାଇଁ ବ୍ୟୟ କରିପାରିବେ ନାହିଁ, ମୁଖ୍ୟତଃ ଯେତେବେଳେ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟର ଆକାର ଓ ପରିମାଣ ବହୁତ କମ୍। କିନ୍ତୁ ଚକଡା ମଧ୍ୟ ବହୁତ ପରିମାଣର ନଡିଆ,ନଡା,ସାର,ପନିପରିବା - ଓ ଯାତ୍ରୀଙ୍କୁ ବହନ କରିପାରେ।ଏହା ଆପଣଙ୍କୁ ବହୁତ ଆଶ୍ଚର୍ଯ୍ୟ କରିବଯେ ଏହି କିମ୍ଭୂତକିମାକାର ଯନ୍ତ୍ରଟି ସର୍ବାଧିକ କେତେ ଓଜନ ବହନକରିପାରିବ...

Gurpreet Singh
ଏକ ଚକଡାରେ ଯାତ୍ରା କରିବାର ମୂଲ୍ୟ ୫ଟଙ୍କା ରୁ ୨୦ଟଙ୍କା ଯାହାକି ଯାତ୍ରୀମାନଙ୍କୁ ସୁହାଇଲାଭଳି, ଏଣୁ ଆପଣ ଯେତେବେଳେ ସୌରାଷ୍ଟ୍ର ଯିବେ ନିଶ୍ଚୟ ଏହି ଗାଡିକୁ ଖୋଜିବେ। ଏହା ହେଉଛି ପ୍ରଚଳିତ ଚଳଣି ଓ ସ୍ଥାନୀୟ ଦୈନଦିନ ଯାତାୟତର ଅଂଶ ବିଶେଷ, ଏହା ବ୍ୟତିତ ତୁମେମାନେ ଚକଡାର ‘ସାଇଲେନ୍ସରର’ ଗୁରୁ ଗମ୍ଭିର ଧ୍ୱନିରୁ ହେଉଥିବା ଭୟଙ୍କର ଓ ଦୀର୍ଘସ୍ଥାୟୀ ମୁଣ୍ଡବ୍ୟଥାକୁ ଭୁଲିପାରିବେ ନାହିଁ।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଗ୍ରାମୀଣ-ପଶ୍ଚିମ-ଭାରତୀୟଙ୍କ-ଚକଗୁଡିକ

