ମୟୁରବିହାର ଫେଜ୍ ୧ ନିକଟରେ ଥିବା ଏକ ସହରୀ ଗାଁ ଚିଲା ଖାଦରରେ ଅନେକ ପରିବାର ରହନ୍ତି ଯେଉଁମାନେ କି ସାଇକେଲ ରିକ୍ସା ଟାଣନ୍ତି, ଘରୋଇ ସହାୟକ ଭାବେ କାମ କରନ୍ତି, ରାସ୍ତା ସଫା କରନ୍ତି ଏବଂ ମଣ୍ଡିରେ ପରିବା ବିକ୍ରି କରିଥାନ୍ତି । ସେମାନେ ଜେନେରେଟର ଓ ଟ୍ୟୁବୱେଲ ସାହାଯ୍ୟରେ ବଞ୍ଚିଛନ୍ତି । କିଛି ବାସିନ୍ଦା କହନ୍ତି ସରକାର ଏବେଯାଏ ସେମାନଙ୍କୁ ବିଜୁଳି ଓ ପାଣି ଦେଇନାହାନ୍ତି । ସେମାନଙ୍କର ପିଲାମାନେ ମୁକ୍ତାକାଶ ତଳେ ଥିବା ସ୍କୁଲ କିମ୍ବା ଛପର ଘରେ ଥିବା ଚାଲୁଥିବା ସ୍କୁଲରେ ପାଠପଢନ୍ତି କାରଣ ସରକାରୀ ସ୍କୁଲ ବହୁତ ଦୂରରେ ରହିଛି ଏବଂ ପକ୍କା ରୋଡ ବିନା ସେଠାରେ ପହଞ୍ଚିବା କଷ୍ଟକର ।

ନିଜର କଷ୍ଟ ସତ୍ତ୍ଵେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସାରା ଦେଶରୁ ଆସିଥିବା ଚାଷୀ ଓ ଶ୍ରମିକମାନଙ୍କୁ ସମର୍ଥନ କରିବାକୁ ଏକତ୍ରିତ ହୋଇଛନ୍ତି ଯେଉଁମାନେ କି କୃଷକଙ୍କ ସମସ୍ୟା ପ୍ରସଙ୍ଗରେ ସଂସଦର ଏକ ୨୧ ଦିନିଆ ସ୍ୱତନ୍ତ୍ର  ଅଧିବେଶନ ପାଇଁ ଦାବି କରୁଛନ୍ତି । ଦିଲ୍ଲୀରେ ଆଜି ଓ ଆସନ୍ତାକାଲି ସେମାନଙ୍କର ଯାତ୍ରା ଅଛି । ଚିଲ୍ଲା ଖାଦରର ଲୋକମାନଙ୍କର ସ୍ୱର ଶୁଣ ।

ଅନୁବାଦ: ଓଡ଼ିଶାଲାଇଭ୍‍

Aditya Dipankar
Subuhi Jiwani

ସୁବୁହି ଜିୱାନି ପିପୁଲ୍ସ ଆର୍କାଇଭ ଅଫ୍ ରୁରାଲ ଇଣ୍ଡିଆରେ ଜଣେ କପି ଏଡିଟର ଭାବେ କାମ କରୁଛନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ସୁବୁହି ଜିୱାନୀ
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE