“ରାମ ସ୍ଵରୂପ ଆମ ଭିତରେ ସବୁଠାରୁ ଧନୀ। ତା’ର କିଛି ଜମି ଅଛି”। ସମସ୍ତେ ତାକୁ ଚିଡାଉଥିଲେ ଓ ହସୁଥିଲେ। କୃଷି ଶ୍ରମିକମାନଙ୍କର ଏହି ଦଳରେ ରାମ ସ୍ଵରୂପ ଏକମାତ୍ର ବ୍ୟକ୍ତି ଯାହାର ଏକରେ ଜମି ଅଛି । ତାଙ୍କ ବାପାଙ୍କର ଦୁଇ ଏକର ଜମି ଥିଲା। ଏହା ସେ ଓ ତାଙ୍କ ଦୁଇ ଭାଇଙ୍କ ମଧ୍ୟରେ ଭାଗ ହୋଇଛି। ଏହା ତାଙ୍କୁ କୃଷି ଶ୍ରମିକମାନଙ୍କ ମଧ୍ୟରେ ଜମି ମାଲିକର ସମ୍ମାନ ଦେଇଛି।
ଏହି ଦଳରେ ପ୍ରାୟ ୧୫୦ ଜଣ ଶ୍ରମିକ ଅଛନ୍ତି। ଗୁରଗାଁଓରେ ସହର ବାହାରେ ଥିବା ଏକ ଜମି ପ୍ରୋଜେକ୍ଟରେ କାମ କରିବା ପାଇଁ ଜଣେ ଠିକାଦାର ହରିଆଣାର ଫତେହାବାଦ୍ ଜିଲ୍ଲାର ବିଭିନ୍ନ ଗାଁରୁ ଏମାନଙ୍କୁ ନେଉଛନ୍ତି। ସେହି ପ୍ରୋଜେକ୍ଟକୁ ଯିବା ସମୟରେ ବଜୀର୍ କହନ୍ତି, “ଏ ଲୋକମାନେ ଫତେହାବାଦର, ମୋ ଜିଲ୍ଲାର। ସେଥିପାଇଁ ସେମାନଙ୍କୁ ଚିହ୍ନିଛି। ଏକଦା ମୋ ଅବସ୍ଥା ସେମାନଙ୍କ ପରି ଥିଲା। ୨୦ ବର୍ଷ ତଳେ ମୁଁ ବି ମୋ ଗାଁ ଭାଟ୍ଟୁରୁ ସହରକୁ କାମ କରିବାକୁ ଆସିଥିଲି”। ପ୍ରୋଜେକ୍ଟ ସ୍ଥାନରେ ପହଞ୍ଚିବା ଆଗରୁ ଦୁଇଜଣ ମହିଳା ଶ୍ରମିକ ନଜରକୁ ଆସିଲେ। ଆମେ ସେହି ମହିଳାମାନଙ୍କ ସହ କଥାବାର୍ତ୍ତା କରିବାକୁ ଅଟକି ଗଲୁ। ସେମାନେ କୁଆଡ଼େ ଯାଉଛନ୍ତି ?













