ଗୁଜ୍ଜରୀ ମହାନ୍ତିଙ୍କ ବୟସ ୭୦ ବର୍ଷରୁ ଅଧିକ , କିନ୍ତୁ ସେ ଏବେବି ଓଡ଼ିଶାର ଗୋବିନ୍ଦପୁରସ୍ଥିତ ତାଙ୍କର ପାନବରଜରେ କାମ କରନ୍ତି। ଢିଙ୍କିଆ ଗୋବିନ୍ଦପୁର ଗ୍ରାମର ଅନ୍ୟ ପାନଚାଷୀଙ୍କ ପରି ସେ ମଧ୍ୟ ଦକ୍ଷିଣ କୋରିଆର ଇସ୍ପାତ ଖଣି କ୍ଷେତ୍ରର ଅଗ୍ରଣୀ ଅନୁଷ୍ଠାନ ପୋସ୍କୋର ଜମି ଅଧିବରଣକୁ ବିରୋଧ କରୁଛନ୍ତି। ସେ ସ୍ପଷ୍ଟ ଭାବରେ କହନ୍ତି ଯେ ସରକାର କମ୍ପାନୀ ଦ୍ୱାରା ସ୍ଥିର କରାଯାଇଥିବା ଆର୍ଥିକ କ୍ଷତିପୂରଣ ସେ ଚାହାନ୍ତି ନାହିଁ : ସେମାନଙ୍କର ଚାକିରି ପ୍ରତିଶ୍ରୁତିକୁ ମଧ୍ୟ ତାଙ୍କର ବିଶ୍ୱାସ ନାହିଁ। ସମସ୍ତ ଚାଷୀ ତାଙ୍କ ପାନ ବରଜରେ କାମ କରିବାକୁ ଚାହାନ୍ତି।

ଇଂରାଜୀ ସବ୍ ଟାଇଟଲ୍ ସହିତ ଉପରୋକ୍ତ ଭିଡ଼ିଓ ଦେଖନ୍ତୁ।

ଅନୁବାଦ: ଓଡ଼ିଶାଲାଇଭ୍

ଆପଣ ମଧ୍ୟ ଏହିଠାରେ ଏହି କାହାଣୀ ପଢ଼ିପାରିବେ : http://www.ruralindiaonline.org/articles/a-day-at-the-vineyards-1/

Purusottam Thakur

ପୁରୁଷୋତ୍ତମ ଠାକୁର ୨୦୧୫ ର ଜଣେ ପରି ଫେଲୋ । ସେ ଜଣେ ସାମ୍ବାଦିକ ଏବଂ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା । ସେ ବର୍ତ୍ତମାନ ଅଜିମ୍‌ ପ୍ରେମ୍‌ଜୀ ଫାଉଣ୍ଡେସନ ସହ କାମ କରୁଛନ୍ତି ଏବଂ ସାମାଜିକ ପରିବର୍ତ୍ତନ ପାଇଁ କାହାଣୀ ଲେଖୁଛନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ପୁରୁଷୋତ୍ତମ ଠାକୁର
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE