ରମେଶ କୁମାର ଗୋଟିଏ ସାଇକେଲ ନେଇ ସିଂଘୁ ଆସିଛନ୍ତି। ପଞ୍ଜାବର ହୋସିଆରପୁରରୁ ହରିୟାଣା-ଦିଲ୍ଲୀ ସୀମାସ୍ଥିତ ବିକ୍ଷୋଭସ୍ଥଳ ଯାଏଁ ୪୦୦ କିଲୋମିଟର ଯାତ୍ରା କରିବାକୁ ତାଙ୍କୁ ୨୨ ଘଣ୍ଟା ସମୟ ଲାଗିଲା । ତାଙ୍କର ଭଉଣୀ, ପୁଅ ଓ ବୋହୂ ସେମାନଙ୍କର କାର୍‌ ନେଇ ପଛେ ପଛେ ଆସିଲେ, ଯେତେବେଳେ କି ଜଣେ ଅବସରପ୍ରାପ୍ତ ପୋଲିସ ଅଫିସର, ୬୧ ବର୍ଷୀୟ ରମେଶ ସାଇକେଲରେ ଆସିଲେ।

ସେ କହନ୍ତି,‘‘ମୁଁ ଏହି କୃଷକ ଆନ୍ଦୋଳନର ଅଂଶ ହେବାକୁ ଚାହୁଁଥିଲି ।’’ ଏଣୁ ସେ ଆସନ୍ତାକାଲି ଜାନୁଆରୀ ୨୬ରେ ହେବାକୁ ଥିବା ଗଣତନ୍ତ୍ର ଦିବସ କୃଷକ ପ୍ୟାରେଡ୍‌ରେ ଯୋଗଦେବାକୁ ଏଠାକୁ ଆସିଛନ୍ତି ।

ସେ ଆହୁରି କହନ୍ତି,‘‘ସରକାର ଭାବିପାରନ୍ତି ଯେ ଯଦି ସେ ଏହି ଆଇନଗୁଡ଼ିକୁ ପ୍ରତ୍ୟାହାର କରିନେବେ, ତେବେ ଲୋକଙ୍କ ଭିତରେ ସରକାରଙ୍କର ସମ୍ମାନ କମିଯିବ।’’ ‘‘କିନ୍ତୁ ଏହା ଠିକ୍‌ ନୁହେଁ । ଏହାଦ୍ୱାରା ସରକାର ଲୋକଙ୍କଠାରୁ ଅଧିକ ସମ୍ମାନ ପାଇବେ।’’

ଚାଷୀମାନେ ବିରୋଧ କରୁଥିବା ଆଇନଗୁଡ଼ିକ ହେଲା କୃଷକଙ୍କ (ସଶକ୍ତିକରଣ ଓ ସୁରକ୍ଷା) ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଆଇନ, ୨୦୨୦ , କୃଷକଙ୍କ ଉତ୍ପାଦନ ବ୍ୟବସାୟ ଏବଂ ବାଣିଜ୍ୟ (ଉନ୍ନତି ଏବଂ ସୁବିଧା) ଆଇନ, ୨୦୨୦ ; ଏବଂ ଜରୁରୀ ଦ୍ରବ୍ୟ (ସଂଶୋଧନ) ଆଇନ, ୨୦୨୦ । ଏହି ଆଇନଗୁଡ଼ିକୁ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବିତ କରୁଥିବା ଭଳି ସମାଲୋଚନା କରାଯାଇଛି କାରଣ ଭାରତର ସମ୍ବିଧାନର ଧାରା ୩୨କୁ ଦୁର୍ବଳ କରି, ଏଗୁଡ଼ିକ ସମସ୍ତ ନାଗରିକଙ୍କ ଆଇନଗତ ଆଶ୍ରୟ ନେବାର ଅଧିକାରକୁ ଅକ୍ଷମ କରୁଛି ।

ଏହି ସମୟ ମଧ୍ୟରେ, ଆସନ୍ତାକାଲିର ପ୍ୟାରେଡର ପ୍ରସ୍ତୁତି ଭାବେ ସିଂଘୁ ସୀମାରେ ଟ୍ରାକ୍ଟର ଗୁଡ଼ିକୁ ଫୁଲମାଳ, ପତାକା ଏବଂ ରଙ୍ଗୀନ କାଗଜରେ ସଜ୍ଜିତ କରାଯାଇଛି । ଉପରେ ଚଢ଼ିଥିବା ଟ୍ରାକ୍ଟରଗୁଡ଼ିକୁ ଗୋଟିଏ ଧାଡ଼ିରେ ରଖାଯାଇଛି, ଯାହା ଫଳରେ ଯେତେବେଳେ ପ୍ୟାରେଡ୍‌ ଆରମ୍ଭ ହେବ ସେଗୁଡ଼ିକ ଚାଲିବା ଆରମ୍ଭ କରିବା ସହଜ ହେବ।

The tractors in Singhu have been decorated with garlands and flags in preparation for the Republic Day parade
PHOTO • Anustup Roy

ଗଣତନ୍ତ୍ର ଦିବସ ପ୍ୟାରେଡ୍‌ ପାଇଁ ସିଂଘୁରେ ଟ୍ରାକ୍ଟରଗୁଡ଼ିକୁ ଫୁଲମାଳ, ପତାକା ଏବଂ ରଙ୍ଗୀନ କାଗଜରେ ସଜ୍ଜିତ କରାଯାଇଛି ।

ଅନୁବାଦ - ଓଡ଼ିଶାଲାଇଭ୍‍

Anustup Roy

ଅନୁଷ୍ଟୁପ୍ ରୟ ହେଉଛନ୍ତି କୋଲକାତାସ୍ଥିତ ଜଣେ ସଫ୍ଟୱେର ଇଞ୍ଜିନିୟର । ଯେତେବେଳେ ସେ କୋଡ୍ ଲେଖନ୍ତି ନାହିଁ ନିଜ କ୍ୟାମେରା ଧରି ସାରା ଭାରତ ବୁଲିଥାନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Anustup Roy
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE