ଆଦିବାସୀ ଲୋକଙ୍କର ନିଜସ୍ଵ ସମସ୍ୟା ରହିଛି, କିନ୍ତୁ ଗୋଟିଏ ଗୋଷ୍ଠୀ ରୂପେ ସେମାନଙ୍କର ସଂସ୍କୃତି ଯେଉଁଭଳି ବିକଶିତ ହୋଇଛି ତାହାକୁ ଅନୁଧ୍ୟାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉଦାହରଣ ସ୍ୱରୂପ, ଆଧୁନିକ ଶିକ୍ଷା ବ୍ୟବସ୍ଥା ଏକ ନୂଆ ଧାରା ସୃଷ୍ଟି କରିଛି, ଓ ଆମର ଏକାଧିକ ସମସ୍ୟା ସେହି ନବ-ଶିକ୍ଷିତ ଶ୍ରେଣୀ ଦ୍ଵାରା ସୃଷ୍ଟି ହୋଇଛି। ଆଜି ମୋ ଗାଁର ଜଣେ ଶିକ୍ଷକ ନିଜ ଗାଁ ମାଟିରେ ଘରଟିଏ ତିଆରି କରୁ ନାହିଁ। ସେ ରାଜପିପଳାରେ ଜମି (ପ୍ଲଟ) କିଣୁଛି। ଯୁବ ପିଢ଼ି ବିକାଶର ମନଲୋଭା ଧାରଣା ପ୍ରତି ଆକର୍ଷିତ ହେଉଛି। ସେମାନେ ନିଜ ଭିଟାମାଟିରୁ ଉଠିଯାଇ ଅଚିହ୍ନା ଅଜଣା ଜାଗାରେ ଘର କରି ରହୁଥିବାରୁ ନିଜ ପାରମ୍ପରିକ ଜୀବନ ଶୈଳୀକୁ ଘେନି ବଞ୍ଚୁ ନାହାନ୍ତି। ନାଲି ଉଷୁନା ଚାଉଳ ଆଉ ହଜମ କରି ପାରୁନାହାନ୍ତି। ସହରିଆ ଚାକିରିର ପଦ ମର୍ଯ୍ୟାଦାକୁ ଭୋଗ କରିବାକୁ ଚାହୁଁଛନ୍ତି। ଏଭଳି ଦାସତ୍ଵ କେବେ ବି ଆମ ସଂସ୍କୃତିର ଅଂଶ ନଥିଲା। ବର୍ତ୍ତମାନ ଯଦିଓ ବା ସେମାନେ ଶିକ୍ଷିତ ହେଲେ ଓ ଚାକିରି କଲେ, ତେବେ ବି ସହରରେ ରହିବାକୁ ସେମାନଙ୍କୁ ଜାଗା ମିଳୁନି। ଲୋକେ ସେଠାରେ ସେମାନଙ୍କୁ ଦୂରେଇ ରଖନ୍ତି। ତେଣୁ, ସେଭଳି ଦ୍ଵନ୍ଦ୍ୱାତ୍ମକ ସ୍ଥିତିରୁ ନିଜକୁ ବଞ୍ଚେଇବା ପାଇଁ ସେମାନେ ନିଜ ପରିଚୟ ଲୁଚେଇବା ଆରମ୍ଭ କଲେ। ଏଭଳି ଏକାଧିକ ବିବାଦମାନ ଅବସ୍ଥା ଦ୍ଵାରା ଆଦିବାସୀ ପରିଚୟ ଆଜି ଆଲୋଡିତ ହେଉଛି।


Narmada, Gujarat
|FRI, SEP 16, 2022
ଗଛ, ମଣିଷ ଓ ସଭ୍ୟତା ସଂପର୍କରେ
ଦେହୱାଲି ଭିଲି ଭାଷାରେ ପାଞ୍ଚଟି ଗୀତିଗୁଚ୍ଛରେ ଲିଖିତ ଗୀତଗୁଡ଼ିକର ଶେଷ ଓ ପଞ୍ଚମ ଗୀତିଗୁଚ୍ଛରେ ଆଦିବାସୀ ସମାଜ ବିକାଶର ମନଲୋଭା ଧାରଣା ଦ୍ଵାରା ପରିଚାଳିତ ହେବା ଯୋଗୁଁ ଆଦିବାସୀ ପରିଚୟକୁ ଘେନି ବଢୁଥିବା ବିବାଦ ପ୍ରତି ଜଣେ କବିଙ୍କର ତୀର୍ଯ୍ୟକ ଦୃଷ୍ଟିପାତ
Poem and Text
Painting
Editor
Translator
ଅସଭ୍ୟ ମହୁଆ
ଯେବେଠୁ ମୋ ଦେଶର
ତଥାକଥିତ କେତେକ ବୁଦ୍ଧିଜୀବୀ
ମହୁଆ ଅସଭ୍ୟ ବୋଲି
କହିଦେଲେ,
ମୋ ଲୋକ ବି ମାନିନେଲେ
ନିଜକୁ ଅସଭ୍ୟ।
ସେବେଠୁ ମା’ ମୋର ଡରୁଛି
ଛୁଇଁବାକୁ ମହୁଆ ଫୁଲକୁ।
ବାପା ମୋର ଘୃଣା କରେ
ମହୁଆ ନାଁକୁ।
ଭାଇ ମୋର ଅଗଣାରେ ମହୁଆ ନୁହେଁ
ତୁଲସୀ ଚାରାଟିଏ ଲଗାଇ
ନିଜକୁ ସଭ୍ୟ ମନେକରେ।
ଯେବେଠୁ ମୋ ଦେଶର
ତଥାକଥିତ କେତେକ ବୁଦ୍ଧିଜୀବୀ
ମହୁଆ ଅସଭ୍ୟ ବୋଲି
କହିଦେଲେ,
ମୋ ଲୋକ ବି ମାନିନେଲେ
ନିଜକୁ ଅସଭ୍ୟ।
ମୋ ଲୋକେ ଯେଉଁମାନେ ବଞ୍ଚୁଥିଲେ ଆତ୍ମିକ ସ୍ତରରେ
ଏବେ ଲାଜରେ ନଦୀକୁ ପବିତ୍ର ଭାବିଲେ,
ପୂଜିଲେ ପର୍ବତମାଳାକୁ,
ଏବଂ ପୂର୍ବଜମାନଙ୍କ ପଦାନୁସରଣ କରି
ମାଟିକୁ ମା’ ବୋଲି ଡାକିଲେ।
ନିଜ ନିଜକୁ ସେମାନଙ୍କ ଅସଭ୍ୟପଣିଆରୁ ମୁକ୍ତ କରିବାକୁ,
ସେମାନଙ୍କ ପ୍ରକୃତ ପରିଚୟ ଲୁଚେଇବା ପାଇଁ
କେତେକ ଖୀରସ୍ତାନ ହେଲେ ତ
ଆଉ କେତେକ ହିନ୍ଦୁ ବୋଲାଇଲେ,
କେହି କେହି ଜୈନ କିମ୍ବା ମୁସଲିମ ବନିଲେ।
ଯେବେଠୁ ମୋ ଦେଶର
ତଥାକଥିତ କେତେକ ବୁଦ୍ଧିଜୀବୀ
ମହୁଆ ଅସଭ୍ୟ ବୋଲି
କହିଦେଲେ,
ମୋ ଲୋକ ବି ମାନିନେଲେ
ନିଜକୁ ଅସଭ୍ୟ।
ମୋ ଲୋକେ ଯେଉଁମାନେ ବଜାରକୁ ଘୃଣା କରୁଥିଲେ,
ଏବେ ଯେଉଁଥିରେ ବି ସଭ୍ୟତାର ଗନ୍ଧ ପାଇଲେ
ସେସବୁ ସେମାନଙ୍କ ଘରକୁ ଆଣିବାରେ ଲାଗିଲେ।
ସଭ୍ୟତାର ସର୍ବଶ୍ରେଷ୍ଠ ଉଦ୍ଭାବନ –
ବ୍ୟକ୍ତିବାଦ।
ପ୍ରତ୍ୟେକ ଏବେ ଶିଖୁଛନ୍ତି ‘ମୁଁ’।
ସେମାନେ ବୁଝନ୍ତି ‘ସ୍ଵ’,
ଯେଉଁ ‘ସ୍ଵ’ ସମାଜ ନୁହଁ,
ଯେଉଁ ‘ସ୍ଵ’ ନିଜସ୍ଵ।
ଯେବେଠୁ ମୋ ଦେଶର
ତଥାକଥିତ କେତେକ ବୁଦ୍ଧିଜୀବୀ
ମହୁଆ ଅସଭ୍ୟ ବୋଲି
କହିଦେଲେ,
ମୋ ଲୋକ ବି ମାନିନେଲେ
ନିଜକୁ ଅସଭ୍ୟ।
ମୋ ଲୋକେ ଯେଉଁମାନେ ଗାଉଥିଲେ ଗପ
ଓ ନିଜ ଜିଭରେ ଲେଖୁଥିଲେ କାବ୍ୟ ମହାକାବ୍ୟ
ଭୁଲି ଯାଉଛନ୍ତି ନିଜର ଭାଷାକୁ।
ତା’ ପରିବର୍ତ୍ତେ ସେମାନଙ୍କ ପିଲାମାନଙ୍କୁ
ପଢାଉଛନ୍ତି ଇଂରାଜୀ ଭାଷାରେ।
ସେମାନଙ୍କ ପିଲାମାନେ ଦେଖନ୍ତି ନାହିଁ
ସ୍ଵପ୍ନ ଆମ ଏଠି ରହିଥିବା ଗଛଲତା, ନଦୀ
କିମ୍ବା ପର୍ବତମାଳାର,
ବରଂ ଦେଖନ୍ତି ଆମେରିକା ଓ ଲଣ୍ଡନର।
ଯେବେଠୁ ମୋ ଦେଶର
ତଥାକଥିତ କେତେକ ବୁଦ୍ଧିଜୀବୀ
ମହୁଆ ଅସଭ୍ୟ ବୋଲି
କହିଦେଲେ,
ମୋ ଲୋକ ବି ମାନିନେଲେ
ନିଜକୁ ଅସଭ୍ୟ।
କବିତା ଓ ଗଦ୍ୟ ଅନୁବାଦ: କପିଳାସ ଭୂୟାଁ
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଗଛ-ମଣିଷ-ଓ-ସଭ୍ୟତା-ସଂପର୍କରେ

