ଜୁଲାଇ ମାସର ରବିବାର ସକାଳ। ପଶ୍ଚିମ ଓଡ଼ିଶା ରାୟଗଡା ଜିଲ୍ଲା ନିୟମଗିରି ପାହାଡ଼ର ଉର୍ବର ପାଦ ଦେଶରେ ପଞ୍ଚମ ଦିନର ଅବିଶ୍ରାନ୍ତ ବର୍ଷା। ବିଳମ୍ବିତ ବର୍ଷାରେ ଆରମ୍ଭ ହୋଇଥିଲା ବର୍ଷର ସବୁଠୁ ବ୍ୟସ୍ତ ବହୁଳ ସମୟ। ପରିବେଶ ବିଜ୍ଞାନୀ ଦେବାଲ ଦେବ ଏବଂ ତାଙ୍କ ସହଯୋଗୀ ଦୁଲାଲ ବସୁଧା ପ୍ରସ୍ତୁତ କରିଥିଲେ - ଏକ ଦୁଇ ଏକର ବିଶିଷ୍ଟ କୃଷି କ୍ଷେତ ଯାହା ଭାରତରେ ସଂପୂର୍ଣ୍ଣ ଭିନ୍ନ - ମୌସୁମୀ ପାଇଁ ଯୌଗିକ ଯୋଜନାର ପ୍ରସ୍ତୁତି।
ଏସବୁ ଉପରେ ଦୃଷ୍ଟି ନିବଦ୍ଧ କରନ୍ତୁ: ଆଗାମୀ ଦିନରେ ଏହି କ୍ଷେତରେ ୧୦୨୦ଟି କିସମର ଦେଶୀ ଧାନଗଛ ଦେଖିବାକୁ ମିଳିବ। ଧ୍ୱଂସ ମୁହଁରୁ ଭାରତର ଜୈବ ବିବିଧତାକୁ ରକ୍ଷା କରିବା ଉଦ୍ୟମର ଏହା ଏକ ଅଂଶ ବିଶେଷ। ଏଥିପାଇଁ ୧୯୯୬ରୁ ଉଦ୍ୟମ ହୋଇଥିଲା।
୧୦୦୦ କିସମର ଧାନ ଚାରା ଲାଗିବାକୁ ଥିବା ଏହି ଜାଗାର ଆୟତନ ମୁମ୍ବାଇ ଓଭାଲ ମଇଦାନର ୧୦ ଭାଗରୁ ଏକ ଭାଗ ହେବ। ଏହି ଛୋଟ ଜାଗାରେ କେବଳ ଏତେ ସଂଖ୍ୟକ ଚାରା ଲାଗିବନି, ଏହା ବିଶେଷ ଯତ୍ନ ନିଆଯିବ। ପ୍ରତି କିସମର ବଂଶଗତ ଶୁଦ୍ଧତା ଯେପରି ବଜାୟ ରହେ, ସେଥିପାଇଁ ବର୍ଷକୁ ବର୍ଷ ବିହନ ବୁଣିବାର ଜଟିଳ ପ୍ରଣାଳୀ ପ୍ରସ୍ତୁତ କରୁଛନ୍ତି ଦେବ ଏବଂ ତାଙ୍କ ସହଯୋଗୀ। ଯେଭଳି ଏକ ସମୟରେ ପାଖାପାଖି ଦୁଇଟି କିସମରେ ଫୁଲ ନଧରେ, ସେ ଦିଗରେ ଯତ୍ନ କରାଯାଉଛି। ତେଣୁ ଗୋଟିଏ କିସମ ସହ ଅନ୍ୟ କିସମର ପରାଗ ସଂଗମ ହୋଇପାରୁ ନାହିଁ। (୨୦୦୬ ଜୁଲାଇରେ ପ୍ରକାଶିତ ବିଜ୍ଞାନ ପତ୍ରିକାରେ ଦେବ ଏହି ପ୍ରଣାଳୀ ସଂପର୍କରେ ନିଜର ୬ ବର୍ଷର ପରୀକ୍ଷାନିରୀକ୍ଷା ଉପରେ ଲେଖିଥିଲେ) ଦେବ ସଂଗ୍ରହ କରୁଥିବା କିସମଗୁଡିକ ମଧ୍ୟରୁ ପ୍ରତିବର୍ଷ କିଛି କିଛି କିସମ ଲୋପ ପାଇଯାଉଛି। ଗତବର୍ଷ ଏହି ସଂଖ୍ୟା ୯୬୦ରେ ପହଞ୍ଚିଥିଲା। ଏହାର ଅର୍ଥ ପ୍ରତି ଋତୁରେ ଯୋଜନା ବଦଳାଇବାର ଆବଶ୍ୟକତା ପଡିଥାଏ।
ଭାରତର ଆନୁବଂଶିକ କ୍ଷରଣ
ଘାସ ପ୍ରଜାତିର ଅନ୍ତର୍ଭୁକ୍ତ ଧାନ ଅଧିକାଂଶ ଭାରତୀୟଙ୍କର ମୁଖ୍ୟ ଜୀବିକା। ଉତ୍ତର-ପୂର୍ବ ହିମାଳୟ ପାଦଦେଶରୁ ଦକ୍ଷିଣ ଚୀନ ଏବଂ ଦକ୍ଷିଣ ପୂର୍ବ ଏସିଆ ପର୍ଯ୍ୟନ୍ତ ଏହି ବିରାଟ ଭୂଖଣ୍ଡରେ ପ୍ରାୟ ୧୦,୦୦୦ ବର୍ଷ ପୂର୍ବରୁ ଏହା ଘରୋଇ ପାଲଟିଥିବା ବିଶ୍ୱାସ କରାଯାଏ। ଶହଶହ ବର୍ଷ ଧରି ନିର୍ଦ୍ଦିଷ୍ଟ ଜଳବାୟୁ ଅନୁସାରେ ମଣିଷ ହଜାରହଜାର ପ୍ରଜାତିର ଧାନକୁ ବିକିଶିତ କରି ଆସିଛି। ବିବିଧତାରେ ପରିପୂର୍ଣ୍ଣ ପଶ୍ଚିମ ଓଡ଼ିଶାର ଜୟପୁରରେ କୃଷକମାନେ ସବୁଠୁ ଅଧିକ କିସମର ଧାନ ବିହନ ବିକଶିତ କରିଥିଲେ। ଦେବ ସେମାନଙ୍କୁ କହନ୍ତି, ‘ଅତୀତର ଅଜଣା, ଅଶୁଣା ଏବଂ ପ୍ରତିଭାବାନ ବୈଜ୍ଞାନିକ’’।





