ଅପରାହ୍ନରେ ମାୟା ଏକ ପୁରୁଣା ଆଲୁମିନିୟମ୍ ପାତ୍ରରେ ଥିବା ଶେଷ ଚାଉଳ ମୁଠାକ ସଂଗ୍ରହ କରୁଛନ୍ତି। ତାଙ୍କ ପାଇଁ ଏହା ସେହି ଦିନରଏକମାତ୍ର ଭୋଜନ ହେବ।ଶିବଏବଂ ତାଙ୍କ ପାଇଁ କଢେଇରେ ଆଉ ମସୁର ଡାଲିବଳି ନାହିଁ।
୨୩ ବର୍ଷୀୟା ମାୟା କୁହନ୍ତି,"ଆମେ କେବଳ ଥରେ ଖାଇଥାଉ,କିନ୍ତୁ ଆମ ପିଲାମାନଙ୍କ ପାଇଁ ଦୁଇଥର ରାନ୍ଧି ଥାଉ। ସେମାନେ ଯେପରି ଯଥେଷ୍ଟ ପରିମାଣରେ ଖାଦ୍ୟ ଖାଇପାରିବେ ତାହା ଆମେ ପ୍ରଥମେ ନିଶ୍ଚିତ କରିଥାଉ"। ପୁରୁଣା ଶାଢୀ ଓ ଚାଦରରେ ଆଚ୍ଛାଦିତ ହୋଇ ରହିଥିବା ସେମାନଙ୍କର ବାଉଁଶ କୁଡ଼ିଆ ବାହାରେ ବସି ୨୫ ବର୍ଷୀୟ ଶିବକୁହନ୍ତି,"ଏହି ମହାମାରୀ ଆରମ୍ଭ ହେବାଠାରୁ ଆମେ କମ୍ ରାସନ କିଣୁଛୁ"।
୨୦୨୦ ମସିହା ମାର୍ଚ୍ଚ ମାସ, ଯେବେଠାରୁ ଏହି ମହାମାରୀ - ତାଲାବନ୍ଦ ଆରମ୍ଭ ହୋଇଛି, ମାୟା ଓ ଶିବ ଗାଣ୍ଡାଡେ ନିଜ ସମେତ ନିଜର ୨ ରୁ ୭ ବର୍ଷ ବୟସର ଚାରି ପିଲାଙ୍କ ପାଇଁ ଖାଦ୍ୟ ସଂଗ୍ରହ କରିବାକୁ ସଂଘର୍ଷ କରୁଛନ୍ତି।
ପାନ୍ଧ୍ରାଚିୱାଡି ଗ୍ରାମଠାରୁ ୬ ରୁ ୭ କିଲୋମିଟର ଦୂରରେ ଥିବା ଏକ ଖୋଲା ପଡିଆରେସେମାନଙ୍କର କାମଚଳା କୁଡିଆଟି ରହିଛି, ସେମାନଙ୍କ ବସତି ନିକଟସ୍ଥ ଗ୍ରାମଟି ବିଡ ଜିଲ୍ଲାର ବିଡ ତାଲୁକର ଅଟେ। ଯେତେବେଳେ ବର୍ଷା ହୁଏ, କାନ୍ଥ ଓ ଛାତ ମଧ୍ୟରେ ଥିବାବିଭିନ୍ନ ରଂଗର ଚ୍ଛିଦ୍ର ମଧ୍ୟରେ ପାଣି ଝରିଥାଏ।
ପଡିଆରେ ଥିବା ୧୪ ଟି କୁଡିଆ ହେଉଛି ମସାନଯୋଗୀ ସଂପ୍ରଦାୟର ପରିବାରମାନଙ୍କ ଘର, ଏକ ଯାଯାବର ଆଦିବାସୀ ସଂପ୍ରଦାୟ(ମହାରାଷ୍ଟ୍ରରେ ଓବିସି ତାଲିକାଭୁକ୍ତ) ଯେଉଁମାନେକି ପାରମ୍ପରିକ ଭାବରେ ଭିକ୍ଷୁକ ଅଟନ୍ତି। ସମସ୍ତ ପରିବାର ଏକ ସଙ୍ଗରେ ସାଧାରଣତଃ ବର୍ଷକୁ ଥରେ ଜୀବିକା ଓ ମଜୁରୀ ଅନ୍ୱେଷଣରେ ରାଜ୍ୟ ମଧ୍ୟରେ ଏକ ଜିଲ୍ଲାରୁ ଅନ୍ୟ ଏକ ଜିଲ୍ଲାକୁ ଯାଇଥାନ୍ତି।













